ଇରାକରେ ଶ୍ରୀଲଙ୍କା ଦୃଶ୍ୟ

ବାଗ୍‌ଦାଦ:ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନରେ ଧସେଇ ପଶିବା ଦୃଶ୍ୟର ପୁନରାବୃତ୍ତି ଦେଖିବାକୁ ମିଳିଛି ଇରାକରେ। ବୁଧବାର ଶତାଧିକ ବିକ୍ଷୋଭକାରୀ ଦେଶର ସବୁଠାରୁ ସୁରକ୍ଷିତ ସ୍ଥାନ ବା ଗ୍ରୀନ୍‌ ଜୋନ କୁହାଯାଉଥିବା ବାଗ୍‌ଦାଦସ୍ଥିତ ପାର୍ଲାମେଣ୍ଟ ଭବନକୁ ମାଡ଼ିଯାଇ ସେଠାରେ ନାଚଗୀତ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମହମ୍ମଦ ଅଲ୍‌-ସୁଦାନିଙ୍କୁ ବିରୋଧ କରି ଏହି ଆନ୍ଦୋଳନ ମୁଣ୍ଡ ଟେକିଛି। ଶିଆ ବିଦ୍ୱାନ ମୁକ୍‌ତାଦା ଅଲ୍‌-ସଦରଙ୍କ ସମର୍ଥକମାନେ ପାର୍ଲାମେଣ୍ଟ ଭବନରେ ବିକ୍ଷୋଭ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଅଲ୍‌-ସୁଦାନିଙ୍କୁ ଇରାନ୍‌ ସମର୍ଥତ୍ତ ଦଳଗୁଡ଼ିକ ପ୍ରାର୍ଥୀ କରିଥିବାବେଳେ ତାଙ୍କ ବିରୋଧରେ ନାରାବାଜି କରିଛନ୍ତି। ତେବେ ଆନ୍ଦୋଳନକାରୀ ପ୍ରବେଶ କରିବାବେଳେ ସଂସଦରେ କୌଣସି ଆଇନପ୍ରଣେତା ଉପସ୍ଥିତ ନ ଥିଲେ। ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି। ଇରାକ୍‌ବାସୀଙ୍କ ବିକ୍ଷୋଭ ଅଧିକାର ରହିଛି। କିନ୍ତୁ ତାହା ଆଇନ ଅନୁସାରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ହେବା ଉଚିତ ବୋଲି ଜାତିସଂଘ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଗତ ଅକ୍ଟୋବରରେ ଇରାକରେ ସଂଘୀୟ ନିର୍ବାଚନ ବେଳେ ମୁକ୍‌ତାଦା ଅଲ୍‌-ସଦରଙ୍କ ମେଣ୍ଟକୁ ବିପୁଳ ସମର୍ଥନ ମିଳିଥିଲେ ହେଁ ଏହା ବହୁମତ ପାଇବାରୁ ବଞ୍ଚତ୍ତ ହୋଇଥିଲା। ଏହି କାରଣରୁ ଦେଶରେ ପ୍ରାୟ ୧୦ ମାସ ପରେ ବି ନୂଆ ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ନିର୍ବାଚନ ପରେ ମଧ୍ୟ ନିଜ ରାଜନୈତିକ ପତିଆରା ପ୍ରଦର୍ଶନ ଉଦ୍ଦେଶ୍ୟରେ ଶିଆ ବିଦ୍ୱାନ ଅଲ୍‌-ସଦର ବହୁସଂଖ୍ୟକ ଲୋକଙ୍କୁ ଠୁଳ କରିଥିଲେ। ଜୁଲାଇ ପ୍ରାରମ୍ଭରେ ଅଲ୍‌-ସଦରଙ୍କ ଡାକରାରେ ତାଙ୍କ ହଜାର ହଜାର ସମର୍ଥକ ଗଣପ୍ରାର୍ଥନା ପାଇଁ ଏକଜୁଟ ହୋଇଥିଲେ। ସେତେବେଳେ କୌଣସି ବଡ଼ ଧରଣର ଆନ୍ଦୋଳନ ଆଶଙ୍କା ଉପୁଜିଥିଲା। ନିକଟରେ ଇରାନ୍‌ ସମର୍ଥତ୍ତ ଶିଆ ପାର୍ଟି ଏବଂ ସେମାନଙ୍କ ମେଣ୍ଟ କୋଅର୍ଡିନେଶନ ଫ୍ରେମ୍‌ଓ୍ବାର୍କ ବ୍ଲକ୍‌ ପକ୍ଷରୁ ମହମ୍ମଦ ଅଲ୍‌-ସୁଦାନିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଷ୍ଟେଟ୍‌ ଅଫ୍‌ ଲ’ ଲିଡର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୌରି ଅଲ୍‌-ମାଲିକି ତାଙ୍କୁ ପ୍ରାର୍ଥୀ ଚୟନ କରିଥିଲେ। ଏହାକୁ ବିରୋଧ କରି ଅଲ୍‌-ସଦରଙ୍କ ସମର୍ଥକ ଓ ଅନ୍ୟମାନେ ବିକ୍ଷୋଭ କରି ପାର୍ଲାମେଣ୍ଟରେ ଧସେଇ ପଶିଥିଲେ। ସେମାନେ ହାତରେ ଅଲ୍‌-ସଦରଙ୍କ ଫଟୋ ଧରିଥିଲେ। ସିକ୍ୟୁରିଟି ଗାର୍ଡ ମଧ୍ୟ ସେମାନଙ୍କୁ ଅଟକାଇ ନ ଥିଲେ। ଏପରି କି ଜଣେ ସୁରକ୍ଷାକର୍ମୀ ଆନ୍ଦୋଳନକାରୀଙ୍କୁ ପାଣି ବୋତଲ ଦେଉଥିବା ଦେଖାଯାଇଥିଲା। ସେମାନେ ‘ସୁଦାନି ଆଉଟ୍‌’, ‘ମାଲିକି ଗାର୍‌ବେଜ୍‌’ ଆଦି ସହ ଇରାନ ବିରୋଧୀ ନାରାବାଜି କରିଥିଲେ। କାମଚଳା ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ୍‌-କାଦିମି ବିକ୍ଷୋଭକାରୀଙ୍କୁ ତୁରନ୍ତ ପାର୍ଲାମେଣ୍ଟ ଛାଡ଼ିବାକୁ କହିବା ସହ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଘଉଡ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଓ ସୁରକ୍ଷାକର୍ମୀ ସେମାନଙ୍କ ଉପରକୁ ପାଣି ମାଡ଼ କରିଥିଲେ। ଆନ୍ଦୋଳନକାରୀ କାନ୍ଥ ଉପରେ ଦଉଡ଼ି ସାହାଯ୍ୟରେ ଚଢ଼ି ପାର୍ଲାମେଣ୍ଟ ଭିତରକୁ ପଶୁଥିବା ଦେଖିବାକୁ ମିଳିଥିଲା। କିଛି ଘଣ୍ଟା ପରେ ଅଲ-ସଦର ଟୁଇଟ୍‌ କରି ବିକ୍ଷୋଭକାରୀଙ୍କୁ ଶାନ୍ତ ହେବାକୁ କହିବା ସହ ଫେରିଯିବାକୁ ପରାମର୍ଶ ଦେଇଥିଲେ। ପରେ ତାଙ୍କ ସମର୍ଥକ ସଂସଦ ଭବନରୁ ବାହାରିଥିବା ଦେଖାଯାଇଥିଲା।
ତୃଣମୂଳସ୍ତରରେ ଅଲ୍‌-ସଦରଙ୍କ ପହଞ୍ଚ ଏବଂ ସମର୍ଥକଙ୍କୁ ନିୟନ୍ତ୍ରଣରେ ରଖିବାରେ ସେ କେତେ ସଫଳ ତାହା ପୁଣି ଏହି ଘଟଣାରୁ ଜଣାପଡ଼ିଛି। ୨୦୧୬ରେ ମଧ୍ୟ ସମାନ ଢଙ୍ଗରେ ତାଙ୍କ ସମର୍ଥକମାନେ ପାର୍ଲାମେଣ୍ଟ ମଧ୍ୟରେ ପଶି ବିକ୍ଷୋଭ କରିବା ସହ ରାଜନୈତିକ ସଂସ୍କାର ଆଣିବାକୁ ଦାବି କରିଥିଲେ। ଗତ ଅକ୍ଟୋବର ସଂଘୀୟ ନିର୍ବାଚନରେ ସର୍ବାଧିକ ଆସନ ଦଖଲ ସତ୍ତ୍ୱେ ବହୁମତରୁ ବଞ୍ଚିତ ହେବାରୁ ନିକଟରେ ସେ ରାଜନୈତିକ ପ୍ରକ୍ରିୟାରୁ ଓହରି ଯାଇଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନ ହେବାକୁ ମଧ୍ୟ ସେ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri