Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଲେ ଶ୍ରୀଲଙ୍କାର ଏହି ଦ୍ରୁତ ବୋଲର୍‌, ୬ ବର୍ଷ ଧରି ମିଳି ନ ଥିଲା ସୁଯୋଗ

କଲମ୍ବୋ, ୧୯।୨: ଶ୍ରୀଲଙ୍କାର ଦ୍ରୁତ ବୋଲର୍‌ ଧାମିକା ପ୍ରସାଦ ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୭ ବର୍ଷୀୟ ଏହି ବୋଲର୍‌ ୨୫ଟି ଟେଷ୍ଟ, ୨୪ ଏକଦିବସୀୟ ଏବଂ ଗୋଟିଏ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କାର ପ୍ରତିନିଧିତ୍ୱ କରିଥିଲେ।

୨୦୦୬ରେ ବାଂଲାଦେଶ ବିପକ୍ଷରେ ଧାମିକା କ୍ରିକେଟରେ ଡେବ୍ୟୁ କରିଥିଲେ। ଏହାର ଦୁଇ ବର୍ଷ ପରେ ଅର୍ଥାତ ୨୦୦୮ରେ କଲମ୍ବୋରେ ଭାରତ ବିପକ୍ଷରେ ସେ ଟେଷ୍ଟ ଡେବ୍ୟୁ କରିଥିଲେ। ୨୦୧୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ଏକମାତ୍ର ଟି-୨୦ ମ୍ୟାଚ୍‌ ଖେଳିଥିଲେ।

ଡାହାଣହାତୀ ଦ୍ରୁତ ବୋଲର ଧାମିକା ଟେଷ୍ଟରେ ୭୫ ଉଇକେଟ ଏବଂ ଦିନିକିଆରେ ୩୫ ଉଇକେଟ ନେଇଥିଲେ। ୨୦୧୫ରେ ସେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଏହାପରେ ୬ ବର୍ଷ ଧରି ତାଙ୍କୁ ସୁଯୋଗ ମିଳି ନ ଥିଲା। ଶେଷରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ମିସ୍‌ କରୁଛନ୍ତି ‘ନଂ ଓ୍ବାନ୍‌ ଫ୍ୟାନ୍‌’: କହିଲେ ଏମିତି

କରୋନା ଯୋଗୁୁ ଚଳିତ ବର୍ଷ ଆଇପିଏଲ ଭାରତରେ ନୁହେଁ ୟୁଏଇରେ ଆୟୋଜିତ ହେଉଛି। କରୋନାଙ୍କ ବିପଦକୁ ଦେଖି ଅନେକ ଖେଳାଳି ଏଥର ନିଜ ପରିବାରକୁ ସାଙ୍ଗରେ...

ବାତ୍ରା ଅଲିମ୍ପିକ୍‌ ଚାନେଲ କମିଶନ ସଦସ୍ୟ

ନୂଆଦିଲ୍ଲୀ, ୨୮ା୫(ପି.ଟି.)- ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ) ସଭାପତି ନରିନ୍ଦର ବାତ୍ରା ଅଲିମ୍ପିକ୍‌ ଚାନେଲ କମିଶନ ସଦସ୍ୟଭାବେ ନିଯୁକ୍ତ ହୋଇଛନ୍ତି। ଗତବର୍ଷ ଜୁନ୍‌ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଅଲିମ୍ପିକ୍‌...

ଦ୍ରାଭିଡ୍‌ଙ୍କୁ ଦେଖି ମହତ୍‌ କାର୍ଯ୍ୟ କଲେ କୋହଲି

ମୁମ୍ବାଇ,୭।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳ ୩୭୨ ରନ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ଦୁଇ...

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ରବାଡା, ନର୍ଟଜେ

ଜୋହାନ୍ସବର୍ଗ,୭।୧୨: ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ଘରୋଇ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ୨୧ ଜଣିଆ ଦଳ...

କୋହଲିଙ୍କ ଷ୍ଟାଟସ ଦେଖି ଖୁସିରେ ଗଦଗଦ ହେଲେ ସୂର୍ଯ୍ୟକୁମାର

ରାଜକୋଟ,୯।୧: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକ ହାସଲ କରିଛନ୍ତି। ସେ ୭...

ଆଜିର ଦିନରେ କ୍ରିକେଟ ପଡ଼ିଆରେ ଇତିହାସ ରଚିଥିଲେ ରୋହିତ ଶର୍ମା

ଭେଟେରାନ ଭାରତୀୟ ଓପନର୍‌ ରୋହିତ ଶର୍ମା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ୬ ଜୁଲାଇ ତାରିଖ ଅତ୍ୟନ୍ତ ସ୍ବତନ୍ତ୍ର। ଦୁଇ ବର୍ଷ ପୂର୍ବେ ଖେଳାଯାଇଥିବା ଆଇସିସି...

ଏସ୍‌ଆର ଅନ୍‌ଲାଇନ୍‌ ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୧୨।୧(କ୍ରୀଡ଼ା ପ୍ରତିନିଧି):ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ସୋମବାର ଅନୁଷ୍ଠିତ ୨୫ତମ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଭୁବନେଶ୍ୱର ଷ୍ଟିଓ୍ବାର୍ଟ ସ୍କୁଲର ତନ୍ମୟ ତ୍ରିପାଠୀ ଚାମ୍ପିୟନ ହୋଇଛନ୍ତି।...

ସଙ୍କଟରେ ‘ଦାଦା’ଙ୍କ ରେକର୍ଡ

କଲମ୍ବୋ,୧୭।୭: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ସିରିଜ୍‌ରେ ଭାରତୀୟ ଦଳର ନେତୃତ୍ୱ ଭାର ସମ୍ଭାଳିବେ ଶିଖର ଧାଓ୍ବନ। କ୍ୟାରିୟରରେ ପ୍ରଥମ ଥର...

Advertisement
Archives

Model This Week