ଚାଇନାର ଋଣ କୂଟନୀତିରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୧ା୭: ଶ୍ରୀଲଙ୍କାର ସାମ୍ପ୍ରତିକ ଆର୍ଥିକ ସଙ୍କଟ ପାଇଁ ଚାଇନାକୁ ଦାୟୀ କରାଯାଉଛି। ଦ୍ୱୀପରାଷ୍ଟ୍ରରେ ନିଜ ପ୍ରତିରକ୍ଷା ସ୍ଥିତିକୁ ମଜଭୁତ କରିବା ପାଇଁ ବେଜିଂ କଲମ୍ବୋକୁ ଋଣ ଜାଲରେ ଛନ୍ଦି ଦେଇଥିଲା। ଚାଇନା ହେଉଛି ଶ୍ରୀଲଙ୍କାକୁ ଦ୍ୱିତୀୟ ବୃହତ୍‌ ଋଣ ପ୍ରଦାନକାରୀ ରାଷ୍ଟ୍ର। ୨୦୧୯ରେ ଶ୍ରୀଲଙ୍କାର ମୋଟ ବିଦେଶୀ ଋଣର ୧୦%ରୁ ଅଧିକ ଚାଇନା ଦେଇଥିଲା ବୋଲି ବହିର୍ବ୍ୟାପାର ନୀତି ସମ୍ପର୍କିତ ଏକ ସ୍ବାଧୀନ ଥିଙ୍କଟ୍ୟାଙ୍କ ପକ୍ଷରୁ କୁହାଯାଇଛି। ନୂଆଦିଲ୍ଲୀସ୍ଥିତ ରେଡ୍‌ ଲାନ୍‌ଟର୍ନ ଆନାଲାଟିକା ପକ୍ଷରୁ କୁହାଯାଇଛି ଯେ, ଶ୍ରୀଲଙ୍କାର ଆର୍ଥିକ ସଙ୍କଟକୁ ଦେଖି ଚାଇନା କୂଟିଳ ‘ଡେଟ୍‌ ଟ୍ରାପ୍‌ ଡିପ୍ଲୋମାସି’ ଆପଣାଇଥିଲା।

ଦୁର୍ବଳ ଶାସନ, ସ୍ବଚ୍ଛତାର ଅଭାବ, ଚାଇନାର ଋଣ ଜାଲ ଓ ଦୁର୍ନୀତିରେ ଶ୍ରୀଲଙ୍କା ଛନ୍ଦି ହୋଇଯିବା ପରେ ଚାଇନା ଏହାର ଫାଇଦା ଉଠାଇ ଋଣ ବୋଝ ବଢ଼ାଇଦେଇଥିବାେଳେ ଭାରତ ସହଯୋଗର ହାତ ବଢ଼ାଇଆସିଛି। ଶ୍ରୀଲଙ୍କାକୁ ନୂଆଦିଲ୍ଲୀ ଗ୍ୟାସୋଲିନ ଆମଦାନୀ ପାଇଁ ୫୦୦ ନିୟୁତ ଡଲାର ଏବଂ ଭାରତରୁ ଜରୁରୀ ସାମଗ୍ରୀ ନେବା ପାଇଁ ଅତିରିକ୍ତ ୧ ବିଲିୟନ୍‌ ଡଲାର ଋଣ ଦେଇଛି।

ଏହାବାଦ୍‌ ଭାରତ ୨.୪ ବିଲିୟନ୍‌ ଡଲର ମୂଲ୍ୟର ଅନ୍ୟାନ୍ୟ ସହାୟତା ଦେଇଛି। ତେବେ ଚାଇନାର ଋଣ ଜାଲରେ ଫସିରହିଥିବା ଶ୍ରୀଲଙ୍କାକୁ ଭାରତର ଏହି ସହାୟତା ରକ୍ଷା କରିପାରି ନାହିଁ। ଶ୍ରୀଲଙ୍କାକୁ ଚାଇନାର ଆର୍ଥିକ ସହାୟତା ଭାରତ ମହାସାଗରରେ ନୂଆଦିଲ୍ଲୀ ବିରୋଧୀ ସମର୍ଥନ ହାସଲ ପାଇଁ ଏକ ଯୋଜନା ଥିଲା। କଲମ୍ବୋର ପତନରୁ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ଶିକ୍ଷାଲାଭ କରି ଚାଇନାର ଜାଲରେ ନ ଫସିବା ଉଚିତ। ଅନ୍ୟ ମହାଶକ୍ତିଗୁଡ଼କ ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ (ବିଆର୍‌ଆଇ)କୁ ଅଟକାଇବା ପାଇଁ ଅନୁନ୍ନତ ରାଷ୍ଟ୍ରଗୁଡ଼ିକରେ ବିକାଶମୂଳକ ଯୋଜନା ଓ ଭିତ୍ତିଭୂମି ପ୍ରକଳ୍ପ ଆରମ୍ଭ କରିବା ଉଚିତ ।


Enter your email to get our daily news in your inbox.

All Right Reserved By Dharitri.Com

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri