ଗୋଟାବାୟାଙ୍କୁ ଆଉ ଦୁଇ ସପ୍ତାହ ରଖିବାକୁ ସିଙ୍ଗାପୁର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ ଶ୍ରୀଲଙ୍କା ସରକାର

କଲମ୍ବୋ,୬ା୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ସିଙ୍ଗାପୁରରେ ଆଉ ୨ ସପ୍ତାହ ରହିବାକୁ ଅନୁମତି ଦେବାକୁ ଶ୍ରୀଲଙ୍କା ସରକାର ଶନିବାର ଅନୁରୋଧ କରିଛନ୍ତି। ରାଜପାକ୍ସେ ବର୍ତ୍ତମାନ ସିଙ୍ଗାପୁରରେ ରହୁଛନ୍ତି। ତାଙ୍କର ଭିଜା ସମୟସୀମା ଥିବାରୁ ସେ ଅଗଷ୍ଟ ୧୧ରେ ଦେଶ ଛାଡିବେ ବୋଲି ଆଶା କରାଯାଉଥିଲା।

ମାତ୍ର ସରକାରଙ୍କ ଅନୁରୋଧ କ୍ରମେ  ସିଙ୍ଗାପୁରରେ ଆଉ କିଛିଦିନ ରହିବେ ବୋଲି କୁହାଯାଉଛି। ପୂର୍ବତନ ରାଷ୍ଟ୍ରପତିଙ୍କୁ ସିଙ୍ଗାପୁରର ଚାଙ୍ଗି ବିମାନବନ୍ଦରରେ ପହଞ୍ଚିବା ପରେ ୧୪ ଦିନିଆ ଯାତ୍ରା ପାସ ପ୍ରଦାନ କରାଯାଇଥିଲା। ୭୩ ବର୍ଷୀୟ ନେତା ସିଙ୍ଗାପୁର ତାଙ୍କୁ ଏକ ‘ବ୍ୟକ୍ତିଗତ ଗସ୍ତ’ରେ ଦେଶ ପ୍ରବେଶ କରିବାକୁ ଅନୁମତି ଦେବା ପରେ ଜୁଲାଇ ୧୪ରେ ସଂସଦର ବାଚସ୍ପତିଙ୍କ ନିକଟକୁ ଇସ୍ତଫାପତ୍ର ଇମେଲ କରିଥିଲେ।

ରାଜପାକ୍ସେଙ୍କ ବାସଭବନରେ ବିକ୍ଷୋଭକାରୀ ଆକ୍ରମଣ କରିଥିଲେ।
ଜୁଲାଇ ୯ରେ ବିକ୍ଷୋଭକାରୀଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଏପରିକି ସାତ ଦଶନ୍ଧି ମଧ୍ୟରେ ଦେଶର ସବୁଠାରୁ ଖରାପ ଅର୍ଥନୈତିକ ସଙ୍କଟ ଉପରେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟାଙ୍କ ବାସଭବନରେ ଆକ୍ରମଣ ହୋଇଥିଲା। ଯାହା ପରେ ରାଜପାକ୍ସେ ଭିଡ଼କୁ ଦେଖି ତାଙ୍କ ବାସଭବନ ଛାଡ଼ି ପଳାଇଥିଲେ।

ଏହା ପରେ ଜୁଲାଇ ୨୧ରେ ପ୍ରଧାନ ବିଚାରପତି ଜୟନ୍ତ ଜୟସୁରିଆଙ୍କ ଆଗରେ ସଂସଦରେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ ରାନିଲ ଓ୍ବିକ୍ରମସିଂଘେ। ଶ୍ରୀଲଙ୍କାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଭାବରେ ନିଯୁକ୍ତ ହୋଇଥିଲେ।

୧୯୪୮ ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ଏହାର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ବୈଦେଶିକ ମୁଦ୍ରା ସଙ୍କଟ କାରଣରୁ ଇନ୍ଧନ ଅଭାବରୁ ରପ୍ତାନୀ ଶିଳ୍ପ ପ୍ରଭାବିତ ହୋଇଛି। ଲୋକଙ୍କ ସାଧାରଣ ଜୀବନ ଏକ ବଡ଼ସଂଘର୍ଷରେ ପରିଣତ ହୋଇଛି। ଶ୍ରୀଲଙ୍କା ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିବା ପର୍ଯ୍ୟଟନ ଶିଳ୍ପ ପ୍ରଥମେ କରୋନା ମହାମାରୀ ଏବଂ ପରେ ଅର୍ଥନୈତିକ ଅସ୍ଥିରତା ଦ୍ୱାରା ପ୍ରଭାବିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: ଆଜି ପୁଣି ବଢ଼ିଲା CNG ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୯।୮: ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ୁଛି। ଦେଶରେ ଲଗାତାର ବଢ଼ୁଥିବା ଦର ମଧ୍ୟରେ IGL ପୁଣିଥରେ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୫୭୯, ଏବେବି ୩୨୦ ଭାରତୀୟ ନିଖୋଜ

କାଠମାଣ୍ଡୁ,୨୯ା୮: କେନ୍ଦ୍ରୀୟ ନେପାଳରେ ବୁଧବାର ଗ୍ଲେସିୟର ଧସି ହଠାତ୍‌ ଭୀଷଣ ବନ୍ୟା ମାଡ଼ିଆସିବାରୁ ରାସୁଓ୍ବା ଓ ଅନ୍ୟ ଅଞ୍ଚଳଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫୭୯ ଜଣଙ୍କ ମୃତଦେହ…

ମହାକାଶରେ ଫେଣା ତିଆରିକଲେ ୩,୩୦୧ ମହୁମାଛି

ୱାଶିଂଟନ, ୨୯ା୮: ବିଜ୍ଞାନ ଜଗତରେ ଅନେକ ଅଦ୍ଭୁତ ପରୀକ୍ଷଣ କରାଯାଇଛି, କିନ୍ତୁ ମହାକାଶକୁ ମହୁମାଛି ପଠାଇବା ସବୁଠାରୁ ନିଆରା ଥିଲା। ଆମେରିକାର ଜାତୀୟ ମହାକାଶ ସଂସ୍ଥା ‘ନାସା’…

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri