ଶ୍ରୀଲଙ୍କାରେ ଆହୁରି ବିଗିଡିଲା ଆର୍ଥିକ ସଙ୍କଟ, ଭୋକରେ ମରୁଛନ୍ତି ପୋଲିସ ଘୋଡ଼ା

କଲମ୍ବୋ,୧୦ ।୧୨: ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ଶ୍ରୀଲଙ୍କାର ଆର୍ଥିକ ସଙ୍କଟ । ମନୁଷ୍ୟ ସହ ଏହାର ପ୍ରଭାବ ପ୍ରାଣୀମାନଙ୍କ ଉପରେ ବି ପଡୁଛି । ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲଙ୍କା ପୋଲିସର ୬ଟି ଘୋଡ଼ାଙ୍କର ଖାଦ୍ୟ ଅଭାବରୁ ମୃତ୍ୟୁ ହୋଇଛି ।

କୁହାଯାଉଛି ଖାଦ୍ୟ ଆମଦାନୀ ଉପରେ ନିଷେଧାଦେଶ ଯୋଗୁ ପୋଲିସ ଘୋଡ଼ାମାନେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଉ ନାହାନ୍ତି । ପୋଲିସର ମୁଖପାତ୍ର ନିହାଲ ଥାଲଡୁଭା ନିଶ୍ଚିତ କରିଛନ୍ତି ଯେ ଖାଦ୍ୟ ଅଭାବରୁ ୬ଟି ଘୋଡ଼ାଙ୍କର ମୃତ୍ୟୁ ହୋଇଛି । ହେଲେ ଗୋଟିଏ ଘୋଡ଼ାର ଆଘାତ ଯୋଗୁ ମୃତ୍ୟୁ ହୋଇଛି । ଚଳିତ ବର୍ଷ ଏସବୁ ଘୋଡ଼ାଙ୍କର ମୃତ୍ୟୁ ହୋଇଛି । ୱେବସାଇଟ ଇକୋନମିକ୍ସ ଡଟ କମ ସହିତ କଥାବାର୍ତ୍ତା କରି ଥାଲଡୁଭା କହିଛନ୍ତି, ପୁଷ୍ଟିକର ଖାଦ୍ୟର ଅଭାବରୁ ଘୋଡ଼ାଗୁଡିକ ଅନେକ ରୋଗର ଶିକାର ହେଉଛନ୍ତି । ମୃତ୍ୟୁ ସମ୍ପର୍କିତ ସବିଶେଷ ତଥ୍ୟ ଦେଇ ସେ କହିଛନ୍ତି, ଫେବୃୟାରୀ, ଏପ୍ରିଲ, ଅକ୍ଟୋବର ଏବଂ ନଭେମ୍ବରରେ ଏହି ମୃତ୍ୟୁ ହୋଇଛି ।
କୁହାଯାଉଛି ସମସ୍ତ ଘୋଡ଼ା ପୋଲିସର ମାଇଂଟେଡ ଡିଭିଜନର । ଥଲଡୁଭା କହିଛନ୍ତି, ଡାକ୍ତରୀ ରିପୋର୍ଟ ଅନୁଯାୟୀ, ଗୋଟିଏ ଘୋଡ଼ାର ଇଣ୍ଟରନାଲ ଇଞ୍ଜୁରି ଯୋଗୁ ମୃତ୍ୟୁ ହୋଇଛି । ହେଲେ ଅନ୍ୟ ଘୋଡ଼ାଗୁଡିକଙ୍କର ଖାଦ୍ୟାଭାବରୁ ମୃତ୍ୟୁ ହୋଇଛି । ପୋଲିସ ପ୍ରବକ୍ତା କହିଛନ୍ତି ଏହି ମୃତ ଘୋଡାଙ୍କ ମୂଲ୍ୟ ପାୟ ୩୫ ହଜାର ଡଲାର ହେବ । ଏବେ ମାଉଂଟେଡ ଡିଭିଜନ ନିକଟରେ ପ୍ରାୟ ୫୦ରୁ ଅଧିକ ଘୋଡ଼ା ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ସମୁଦ୍ରରେ ବଡ଼ ଦୁର୍ଘଟଣା! ଜଳିଗଲା ଯାତ୍ରୀବାହୀ ଜାହାଜ, ୪୧ ଯାତ୍ରୀ….

ଜାକାର୍ତ୍ତା,୨।୮:ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଜାହାଜରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ୪୮ ଘଣ୍ଟା ନ ପୂରୁଣୁ ବନ୍ଧାହେଲେ ଯୁବକ

ହାଟଡିହୀ,୨ା୮(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୁବକଙ୍କୁ କେନ୍ଦୁଝର ଜିଲା ନନ୍ଦୀପଦା ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ…

ଦେଢ଼ ବର୍ଷ ହେଲା ରାଏବୋଗା ଲ୍ୟାମ୍ପ୍‌ସରେ ଅଚଳାବସ୍ଥା, କର୍ମଚାରୀମାନେ…

କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍‌ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା…

ବଦଳିଲା NEET PG ପରୀକ୍ଷା ନିୟମ, ଆଧାର ଭେରିଫିକେସନ୍…

ନୂଆଦିଲ୍ଲୀ,୨।୮: ଆସନ୍ତା ଅଗଷ୍ଟ ୩୦ ତାରିଖରେ NEET PG ୨୦୨୬ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri