Posted inଖେଳ

ପାକିସ୍ତାନରେ ପହଞ୍ଚିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡର ପ୍ରତିନିଧି ଦଳ: ଜାଣନ୍ତୁ କ’ଣ ପାଇଁ…

ଲାହୋର,୨୮ା୧୦: ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍‌ଏଲ୍‌ସି)ର ଏକ ପ୍ରତିନିଧି ଦଳ ପାକିସ୍ତାନ ପଠାଇଛି। କାରଣ ସେମାନଙ୍କ ଦଳ ପାକିସ୍ତାନରେ ଅନେକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ପ୍ରତିନିଧି ଦଳ ଇତିମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଫିସିଆଲଙ୍କ ସହ ଆଲୋଚନା କରିଛି। ସେମାନଙ୍କ କ୍ରିକେଟ ଦଳ ପାଇଁ କି ପ୍ରକାଶ ସୁରକ୍ଷା ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ପିସିବି ଅଫିସିଆଲଙ୍କଠାରୁ ସେମାନେ ପଚାରି ବୁଝିଛନ୍ତି। ଶ୍ରୀଲଙ୍କା ପ୍ରତିନିଧି ଦଳ ଲାହୋର, ରାଓ୍ବଲପିଣ୍ଡି ଓ ଫୈସଲାବାଦର ମ୍ୟାଚ ସ୍ଥଳ ଗସ୍ତ କରିବେ, ଯେଉଁଠାରେ କି ମ୍ୟାଚଗୁଡ଼ିକ ଖେଳାଯିବ।

ସେଠାରେ ସେମାନେ ଅୟୋଜକ ଏବଂ ପୋଲିସ ଅଫିସିଆଲଙ୍କ ସହ ଆଲୋଚନା କରିବେ। ସୂଚନାଯୋଗ୍ୟ, ୨୦୦୯ରେ ଲାହୋରରେ ଶ୍ରୀଲଙ୍କା ଦଳ ବସ୍‌ ଉପରେ ଆକ୍ରମଣପରେ ୧୦ ବର୍ଷ ପରେ ଅର୍ଥାତ ୨୦୧୯ରେ ଶ୍ରୀଲଙ୍କା ପ୍ରଥମ ଥର ପାକିସ୍ତାନରେ ଖେଳିବାକୁ ଆସିଥିଲା। ଏହାପରେ ଶ୍ରୀଲଙ୍କା କ୍ରିକେଟ ଦଳ ଅନେକ ଥର ପାକିସ୍ତାନ ଟୁର୍‌ରେ ଆସିଛି। ଚଳିତ ବର୍ଷ ପ୍ରାରମ୍ଭରେ ପାକିସ୍ତାନ ଆଇସିସି ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଅୟୋଜନ କରିଥିଲା। ଏଥର ଶ୍ରୀଲଙ୍କା ଦଳ ନଭେମ୍ବର ୧୧ରୁ ୧୫ ପ୍ରଥମେ ପାକିସ୍ତାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦ୍ୱିପାକ୍ଷିକ ସିରିଜ ଖେଳିବ। ପରେ ଦଳ ଅନ୍ୟ ଦଳ ଜିମ୍ବାଓ୍ବେକୁ ନେଇ ଏକ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜରେ ଭାଗ ନେବ। ଏହା ନଭେମ୍ବର ୧୯ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ। ତ୍ରିରାଷ୍ଟ୍ରୀୟ ସିରିଜରେ ଆଫଗାନିସ୍ତାନ ବଦଳରେ ଜିମ୍ବାଓ୍ବେକୁ ସାମିଲ କରାଯାଇଛି।

Dharitri – Odisha’s No.1 Odia Daily


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri