Posted inଖେଳ

ବିଶାଳ ବିଜୟ ସହିତ ସିଜିନ ଆରମ୍ଭ କଲା ସନରାଇଜର୍ସ ହାଇଦ୍ରାବାଦ

ହାଇଦ୍ରାବାଦ,୨୩ା୩: ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଅପରାହ୍ନରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ବିପକ୍ଷରେ ଖେଳାଯାଇଥିବା ହାଇ ସ୍କୋରିଂ ଆଇପିଏଲ୍‌ ମ୍ୟାଚକୁ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୪୪ ରନରେ ଜିତି ନେଇଛି।

ଇଶାନ କିଶନଙ୍କ ଅପରାଜିତ ଶତକ ବଳରେ ହାଇଦ୍ରାବାଦ ଦ୍ୱାରା ପ୍ରଦତ୍ତ ୨୮୭ ରନର ଟାର୍ଗେଟ ଆଗରେ ରାଜସ୍ଥାନ ୬ ଉଇକେଟ୍‌ ହରାଇ ୨୪୨ ରନ କରିବାକୁ ସକ୍ଷମ ହୋଇଥିଲା। ବିସ୍ଫୋରକ ଶତକ ହାସଲ କରିଥିବା କିଶନଙ୍କୁ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା।

ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୨୮୬ ରନ କରିଥିଲା। ଆଇପିଏଲ୍‌ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ଦଳଗତ ସ୍କୋର। ଦଳ ପକ୍ଷରୁ ଇଶାନ ୪୭ ବଲରେ ୧୦୬ ରନର ବିସ୍ଫୋରକ ଇନିଂସ ଖେଳି ଅପରାଜିତ ରହିଥିଲେ। ତାଙ୍କ ପାଳିରେ ୧୧ ଚୌକା ଓ ୬ ଛକା ସାମିଲ ଥିଲା। ତାଙ୍କୁ ଟ୍ରାଭିସ ହେଡ୍‌ ୩୧ ବଲରେ ୯ ଚୌକା ଓ ୩ ଛକା ସହାୟତାରେ ୬୭ ରନ କରି ଉପଯୁକ୍ତ ସମର୍ଥନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହେନରିଚ କ୍ଲାସେନ ୩୪, ନୀତିଶ ରେଡ୍ଡୀ ୩୦ ଓ ଅଭିଷେକ ଶର୍ମା ୨୪ ରନ କରିଥିଲେ। ରାଜସ୍ଥାନ ଲାଗି ତୁଷାର ଦେଶପାଣ୍ଡେ ୩ଟି, ମହେଶ ଥିକସାନା ୨ଟି ଓ ସନ୍ଦୀପ ଶର୍ମା ଗୋଟିଏ ଉଇକେଟ୍‌ ନେଇଥିଲେ।

ଜବାବରେ ରାଜସ୍ଥାନ ଆରମ୍ଭରୁ କ୍ରମାଗତ ବ୍ୟବଧାନରେ ଯଶସ୍ବୀ ଜୟସ୍ବାଲ, ଅଧିନାୟକ ରିୟାନ ପରାଗ ଓ ନୀତିଶ ରେଡ୍ଡୀଙ୍କ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ସଞ୍ଜୁ ସାମସନ ଓ ଧ୍ରୁବ ଜୁରେଲ ଚତୁର୍ଥ ଉଇକେଟରେ ୫୯ ବଲରେ ୧୧୧ ରନ ଯୋଡ଼ି ଥିଲେ। ସାମସନ ୩୭ ବଲରେ ୭ ଚୌକା ଓ ୪ ଛକା ସହିତ ୬୬ ଏବଂ ଜୁରେଲ ୩୫ ବଲରେ ୫ ଚୌକା ଓ ୬ ଛକା ସହିତ ୭୦ ରନ କରି ଆଉଟ ହୋଇଥିଲେ। ଇନିଂସ ଶେଷ ଆଡ଼କୁ ଶିମରନ ହେଟମାୟର ୨୩ ବଲରେ ୧ ଚୌକା ଓ ୪ ଛକା ସହିତ ୪୨ ଓ ଶୁଭମ ଦୁବେ ୧୧ ବଲରେ ୧ ଚୌକା ଓ ୪ ଛକା ସହିତ ୩୪ ରନ କରିଥିଲେ। ହେଲେ ତାହା ଦଳର ବିଜୟ ଲାଗି ଯଥେଷ୍ଟ ସାବ୍ୟସ୍ତ ହୋଇ ନ ଥିଲା। ଏସ୍‌ଆର୍‌ଏଚ୍‌ ପକ୍ଷରୁ ହର୍ଶଲ ପଟେଲ ଓ ସିମରଜିତ ସିଂ ଦୁଇଟି ଲେଖାଏ ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?