ସ୍ପଟ୍‌ ବଏରୁ ସଫଳ ଅଭିନେତା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅନିଲ କପୁର ମଙ୍ଗଳବାର ତାଙ୍କର ୬୮ତମ ଜନ୍ମଦିନ ପାଳନ କରିଛନ୍ତି। ଦୀର୍ଘ ୫ ଦଶନ୍ଧି ଧରି ବଲିଉଡ୍‌କୁ ଅନେକ ହିଟ୍‌ ଚଳଚ୍ଚିତ୍ର ଦେଇଥିବା ଅନିଲ ଜନ୍ମଦିନ ଅବସରରେ ଏକ ସାକ୍ଷାତ୍‌କାର ଦେଇ ଯୁବାବସ୍ତାରେ କରିଥିବା ସଂଘର୍ଷ ବିଷୟରେ ବଖାଣିଛନ୍ତି। ଏପରି ଏକ ସମୟ ଥିଲା, ଯେତେବେଳେ ତାଙ୍କୁ ଏକ ଗ୍ୟାରେଜ ରୁମ୍‌ରେ ସମୟ ଅତିବାହିତ କରିବାକୁ ପଡ଼ୁଥିଲ ବୋଲି ଅନିଲ କହିଛନ୍ତି। ଅନିଲ କହିଛନ୍ତି, ଯେତେବେଳେ ସେ ୧୭/୧୮ ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ବାପାଙ୍କ ହୃଦ୍‌ରୋଗ ସମସ୍ୟା ଦେଖା ଦେଇଥିଲା। ତେଣୁ ସେ ଆଉ କାର୍ଯ୍ୟ କରିପାରି ନ ଥିଲେ। ପରିବାରର ପ୍ରତିପୋଷଣ ପାଇଁ ତାଙ୍କୁ କିଶୋର ଅବସ୍ଥାରୁ ହିଁ କାମ କରିବାକୁ ପଡ଼ିଥିଲା। ଫିଲ୍ମ ଇଣ୍ଚଷ୍ଟ୍ରି ସହ ତାଙ୍କର କିଛି ଅନୁଭବ ନ ଥିବାରୁ ତାଙ୍କୁ ପ୍ରଥମେ ସ୍ପଟ୍‌ ବୟ ଭାବେ କାମ ମିଳିଥିଲା। ସେ ଶୁଟିଂ ସେଟ୍‌ରେ ଅଭିନେତା ଓ ଅଭିନେତ୍ରୀମାନଙ୍କୁ ଜଳଖିଆ ଓ ଚା’ ପରସୁଥିଲେ। ସେହିପରି ସେମାନଙ୍କୁ ବିମାନବନ୍ଦରରୁ ସ୍ବାଗତ କରି ଶୁଟିଂ ଲୋକେଶନକୁ ନବା ଆଣିବା ଦାୟିତ୍ୱ ମଧ୍ୟ ତାଙ୍କର ଥିଲା। ତେବେ ସେତେବେଳେ ସେ ଏସବୁ କାର୍ଯ୍ୟକୁ ଛୋଟ ମନେ କରୁ ନ ଥିଲେ ବୋଲି ଅନିଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଣ୍ଟା ଭାଙ୍ଗି ଖଟରେ ପଡ଼ିଛନ୍ତି ରୋଜଗାରିଆ ପୁଅ: ଅର୍ଥ ଅଭାବରୁ ଅଧାରେ ଚିକିତ୍ସା

ଥୁଆମୂଳ ରାମପୁର,୨।୫(ଦୁର୍ଗା କୀର୍ତ୍ତି): ବଡ଼ ବଡ଼ କମ୍ପାନୀର ବେପରୁଆ କାର୍ଯ୍ୟଶୈଳୀ କେମିତି ଜଣେ ଗରିବ ପରିବାରର ହସଖୁସି ଛଡ଼ାଇ ନିଏ, ତାହାର କରୁଣ ଚିତ୍ର ଦେଖିବାକୁ ମିଳିଛି…

ସକାଳୁ ସକାଳୁ ଥରିଲା ବଲାଙ୍ଗୀର: ଲୋକେ ଭୟଭୀତ

ବଲାଙ୍ଗୀର, ୨।୫ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାରେ ଶନିବାର ଭୋର ସକାଳେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୋର ପ୍ରାୟ ୪ଟା ୪୦ ମିନିଟ ସମୟରେ…

ଯୁଦ୍ଧ ମଧ୍ୟରେ ନୂଆ ଚକ୍ରବ୍ୟୁହ ରଚିଲା ଆମେରିକା: ଛାନିଆ ହେଲା ଇରାନ

ଓ୍ବାଶିଂଟନ୍‌,୨।୫: ଇରାନ ସହିତ ଚାଲିଥିବା ସଂଘର୍ଷ ଏକ ନୂତନ ମୋଡ଼ରେ ପହଞ୍ଚିବା ପରି ମନେ ହେଉଛି। ପ୍ରାୟ ଦୁଇ ମାସ ଧରି ଚାଲିଥିବା ଯୁଦ୍ଧର ଗତି କିଛିଟା…

ଦେଢବର୍ଷ ବିତିଗଲା,ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନବାଡି କେନ୍ଦ୍ର: ଶିକ୍ଷାଦାନ କ୍ଷେତ୍ରରେ ଘୋର ସମସ୍ୟା

କେସିଙ୍ଗା,୨।୫.(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମ ପଞ୍ଚାୟତର କଛାରପଦର ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଆଜିକୁ ଏକ ବର୍ଷ ୫ ମାସ ବିତିଗଲାଣି…

କାଳବୈଶାଖୀର କରାଳ ରୂପ: ଉଡ଼ିଗଲା ଗରିବଙ୍କ ଘରର ଛାତ, ଗଛ ପଡ଼ି ଗାଈ- ବାଛୁରୀର ମୃତ୍ୟୁ

ଥୁଆମୂଳ ରାମପୁର, ୨।୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଗତ ୩୦ ତାରିଖ ରାତିରୁ ଆରମ୍ଭ କରି ୧ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ କାଳବୈଶାଖୀ…

ପୁଣି ଟାରିଫ୍‌ ଝଟକା ଦେଲେ ଟ୍ରମ୍ପ: ୟୁରୋପୀୟ ସଂଘ ସହିତ ଭାଙ୍ଗିଲେ ବାଣିଜ୍ୟ ଚୁକ୍ତି, ଏହି ଜିନିଷ ଉପରେ ଲଗାଇଲେ ୨୫% ଟ୍ୟାକ୍ସ

ଓ୍ବାଶିଂଟନ୍‌,୨।୫: ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ଟାରିଫ୍‌ ବୋମା ପକାଇଛନ୍ତି। ସେ ୟୁରୋପୀୟ ସଂଘ ସହିତ ବାଣିଜ୍ୟ ଚୁକ୍ତି ଭାଙ୍ଗିଛନ୍ତି ଏବଂ ୟୁରୋପୀୟ…

ସିମନବାଡିରେ ବିଦ୍ୟୁତ ସେବା ଠପ୍‌: ଆସୁନି ଇଣ୍ଟରନେଟ, ଲୋକେ ହନ୍ତସନ୍ତ

ଦାରିଙ୍ଗବାଡି,୨।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡରେ ଗତ ୩ ଦିନ ହେଲା ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇପଡିଛି। ପ୍ରାୟ ୮ ପଞ୍ଚାୟତବାସୀ ଅନ୍ଧାରରେ ରହିଥିବା…

ପେଟ୍ରୋଲ-ଡିଜେଲ ଦାମ୍‌କୁ ନେଇ ଆସିଲା ବଡ଼ ଅପଡେଟ୍‌: ଏତେ ଟଙ୍କା ମହଙ୍ଗା ହୋଇଯିବ…

ନୂଆଦିଲ୍ଲୀ,୨।୫: ମେ ମାସ ମୁଦ୍ରାସ୍ଫୀତି କ୍ଷେତ୍ରରେ ଜନସାଧାରଣଙ୍କୁ ଚକିତ କରିପାରେ। ଏହା ୧ ମେ’ ରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସହିତ ଆରମ୍ଭ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri