Posted inଖେଳ

ଭାରତୀୟ ଯବାନଙ୍କ ସହ ଫଟୋ ଉଠାଇବାକୁ ମନା କରିଦେଲେ ବିରାଟ କୋହଲି, Video ଦେଖି ରାଗିଗଲେ ପ୍ରଶଂସକ…

ନୂଆଦିଲ୍ଲୀ,୨୨।୧: କ୍ରିକେଟଜଗତରେ ବିରାଟ କୋହଲି ଏକ ବଡ଼ ନାମ। ହେଲେ ସେ ଏବେ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ସେ ବିବାଦରେ ଫସିଛନ୍ତି। ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ଯବାନଙ୍କ ସହ ସେଲ୍‌ଫି ନେବାକୁ ମନା କରିଦେଉଛନ୍ତି। ଏହାକୁ ନେଇ ଅନେକେ ପ୍ରତିକ୍ରିୟା ରଖୁଛନ୍ତି। ଯିଏ ଦିନ ରାତି ଆମର, ଦେଶର ସୁରକ୍ଷା ଲାଗି ନିଜ ଜୀବନକୁ ବାଜି ଲଗାଇଛନ୍ତି, ତାଙ୍କ ସହ ସାମାନ୍ୟ ସେଲ୍‌ଫି ଉଠାଇଥାନ୍ତେ, କ’ଣ ଅସୁବିଧା ହୋଇଥାନ୍ତା। ଏପରିକି ତାଙ୍କୁ କିଛି ରୋହିତ ଶର୍ମାଙ୍କଠାରୁ ଶିଖିବାର ଆବଶ୍ୟକତା ଥିବା ଅନେକେ କହୁଛନ୍ତି।

କୋହଲିଙ୍କ ଭାଇରାଲ ଭିଡିଓଟି ମୁମ୍ବାଇର। ଏଠାରେ ସେ ଗାଡ଼ିରୁ ଓହ୍ଲାଇ କିଛି ବାଟ ଚାଲୁଥିବା ଦେଖାଯାଉଛି। ସେ ଏକ ସ୍ଥାନରେ ଅଟକି ଥିବା ବେଳେ ସେଠାରେ ଛିଡ଼ା ହୋଇଥିବା ଜଣେ ଯବାନ ନିଜର ଫୋନ୍‌ ବାହାର କରି ସେଲ୍‌ଫି ନେବାକୁ ଅନୁରୋଧ କରୁଛନ୍ତି। ହେଲେ ବିରାଟ ହାତରେ ଠାରି ତାଙ୍କୁ ମନା କରିଦେଉଛନ୍ତି।

ଭିଡିଓଟି ଯେଉଁ ଦିନ ଭାଇରାଲ ହୋଇଥିଲା, ସେହି ଦିନ ସୋସିଆଲ ମିଡିଆରେ ରୋହିତ ଶର୍ମାଙ୍କ ଏକ ଫଟୋ ସାମ୍ନାକୁ ଆସିଥିଲା। ଫଟୋରେ ରୋହିତ ଜଣେ ସେନା ଅଫିସରଙ୍କ ସହ ନଜର ଆସିଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ସେନା ଅଫିସରଙ୍କ ଅନୁରୋଧକ୍ରମେ ସେ ଫଟୋ ଉଠାଇଥିବେ। ହେଲେ କୋହଲି ସେଭଳି ବ୍ୟବହାର କରିବାରେ ବିଫଳ ହୋଇଛନ୍ତି। ଏହା କୋହଲିଙ୍କୁ ଶିଖିବା ଉଚିତ ବୋଲି ପ୍ରଶଂସକ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

ଶୁଦ୍ଧି ହେବେ ଜିତୁ ମୁଣ୍ଡା

ପାଟଣା,୩ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଭଊଣୀ କାଲାରା ମୁଣ୍ଡାଙ୍କ କଙ୍କଳା ନେଇ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କୁ…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri