କ୍ରୀଡ଼ା ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ଆତ୍ମହତ୍ୟା

ଉମରକୋଟ,୧୦।୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ସହରରେ କ୍ରୀଡା ଶିକ୍ଷୟତ୍ରୀଭାବେ ଜଣାଶୁଣା ତନୁଜା ବିଶ୍ୱାସ ଶନିବାର ଆତ୍ମହତ୍ୟା କରିଛନ୍ତି। ୨୬ ବର୍ଷୀୟା ତନୁଜାଙ୍କ ଘର ଉମରକୋଟ ସହର ଡିଏନ୍‌କେରେ। ସେ ୨୦୧୯ରୁ ଉମରକୋଟ ନିକଟସ୍ଥ ଜାମରୁଣ୍ଡାରେ ଥିବା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ କନ୍ୟାଶ୍ରମରେ କ୍ରୀଡା ଶିକ୍ଷୟିତ୍ରୀ ଥିଲେ। ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଟଟ୍‌ ନୋଟ ଜବତ କରିଛି। ତାଙ୍କ ମୋବଇଲକୁ ଜବତ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ଶୁକ୍ରବାର ତନୁଜା ନିଜ ସ୍କୁଲ ପିଲାଙ୍କୁ ଖେଳାଇବାକୁ କୋରାପୁଟ ନେଇଥିଲେ ସନ୍ଧ୍ୟାରେ ଫେରିଥିଲେ। ଶନିବାର ମଧ୍ୟାହ୍ନ ୧ରୁ ୨ଟା ଭିତରେ ନିଜ ରୁମ୍‌ ଫ୍ୟାନ୍‌ରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବରପାଇ ଉମରକୋଟ ଥାନା ଆଇଆଇସି ଦୀପକ କୁମାର ଜେନା, ସବଇନ୍ସିପେକ୍ଟର ଖଗେଶ୍ବର ଖସଲା ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ଘଟଣାସ୍ଥଳରୁ ପୋଲିସକୁ ଇଂରାଜୀ ଓ ବଙ୍ଗଳା ଭାଷାରେ ଲିଖିତ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି। ମା, ବାପା ଓ ସମସ୍ତେ ମିଳିମିଶି ରୁହନ୍ତୁ ବୋଲି ଉକ୍ତ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ରହିଛି। ପୋଲିସ ତନୁଜାଙ୍କ ମୋବାଇଲକୁ ଜବତ କରିଛି। ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ଉମରକୋଟ ହସ୍ପିଟାଲକୁ ପଠାଇଛି। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତନୁଜାଙ୍କ ଆତ୍ମହତ୍ୟା ଖବର ପ୍ରଚାର ହେବା ପରେ ଶତାଧିକ ଶିକ୍ଷୟତ୍ରୀ ଶିକ୍ଷକ ଉମରକୋଟ ହସ୍ପିଟାଲରେ ଏକତ୍ରିତ ହୋଇଥିଲେ। ସାରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ତେବେ ଆତ୍ମହତ୍ୟା ପଛରେ ପାରିବାରିକ ସମସ୍ୟା କିମ୍ବା ଅନ୍ୟ କୌଣସି କାରଣ ତାହା ପୋଲିସ ତଦନ୍ତ କରୁଛି ବୋଲି ଦୀପକ କୁମାର ଜେନା ସୂଚନା ଦେଇଛନ୍ତି। ଉମରକୋଟ ଥାନା ର ସବ ଇନ୍ସପେକ୍ଟର ଖଗେଶ୍ବର ଖସଲା ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି। ୫୨/୨୨ରେ ଏକ କେସ୍‌ ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri