କ୍ରୀଡ଼ାରେ କରୋନା ବେଡ଼ି

ଢେଙ୍କାନାଳ ଅଫିସ, ୧୨।୮ –  କରୋନା ମାଡ଼ରେ ଦୋହଲିଯାଇଛି ସମଗ୍ର କ୍ରୀଡ଼ାଜଗତ। ଦୀର୍ଘ ୫ମାସ ହେଲା ଷ୍ଟାଡିୟମ ଶୂନଶାନ। ସଂକ୍ରମଣ ଆଶଙ୍କାରେ ବନ୍ଦ ହୋଇଯାଇଛି ସମସ୍ତ ପ୍ରତିଯୋଗିତା। କ୍ରୀଡ଼ାବିତ୍‌ଙ୍କ ଗହଳଚହଳରେ ଫାଟିପଡ଼ୁଥିବା ଅଭ୍ୟାସସ୍ଥଳ ନୀରବି ଯାଇଥିବାବେଳେ ହାତବାନ୍ଧି ବସିଛନ୍ତି ପେସାଦାର ଆଥଲେଟ୍‌। ଦୀର୍ଘଦିନ ଧରି ଅଭ୍ୟାସରୁ ଦୂରରେ ରହିବା ପରେ ସେମାନଙ୍କ ମାନସିକ ଏବଂ ଶାରୀରିକ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଭୂତାଣୁ ସଂକ୍ରମଣ କ୍ରୀଡ଼ାର ବିକାଶରେ ବେଡ଼ି ପକାଇ ଦେଇଥିବାବେଳେ ବିନା ପ୍ରସ୍ତୁତିରେ ଆଗାମୀ ଦିନ ଖେଳାଳିଙ୍କ ଲାଗି କଷ୍ଟକର ହୋଇପଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କଲେଣି କୋଚ୍‌।
ଢେଙ୍କାନାଳ ଜିଲାର କ୍ରୀଡ଼ାବିତଙ୍କ ପାଇଁ କରୋନା ଆଣିଛି କଷ୍ଟକର ସମୟ। ସଂକ୍ରମଣ ଭୟ, କୋଭିଡ୍‌ ନିୟମ ଭିତରେ ଖେଳାଳିଙ୍କ ଭାଗ୍ୟ, ଭବିଷ୍ୟତ ଝୁଲୁଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚରୁ ଷ୍ଟାଡିୟମରେ ତାଲା ପଡ଼ିଛି। ଅଭ୍ୟାସ କରିପାରୁ ନ ଥିବାରୁ ହକି, ଫୁଟବଲ, କ୍ରିକେଟ, ଆଥେଲଟିକ୍ସ ଭଳି ଆଉଟ୍‌ଡୋର ଗେମ୍‌ର କ୍ରୀଡ଼ାବିତ୍‌ମାନେ ପ୍ରଭାବିତ ହୋଇଛନ୍ତି। ଜିଲାରେ କ୍ରୀଡ଼ାର ବିକାଶ ପାଇଁ ୧୯୭୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଉଦ୍ୟମରେ ସହରରେ ନିର୍ମାଣ କରାଯାଇଥିଲା ଷ୍ଟାଡିୟମ। ସହର ସମେତ ଜିଲାର କ୍ରୀଡ଼ାବିତ୍‌ଙ୍କ ପାଇଁ ଏହା ପାଲଟିଛି ପ୍ରଶିକ୍ଷଣ କେନ୍ଦ୍ର। ଖେଳାଳିଙ୍କୁ ବାଦ୍‌ଦେଲେ ବରିଷ୍ଠ ନାଗରିକ, ଯୁବଗୋଷ୍ଠୀ ମଧ୍ୟ ଏଠାରେ ବ୍ୟାୟାମ, ଯୋଗାଭ୍ୟାସ କରୁଥିଲେ। ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଯାଏ ଜିଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ଏଠାରେ ନିୟମିତ ଅଭ୍ୟାସ କରୁଥିଲେ। ହେଲେ କରୋନା ସବୁକିଛି ବିଗାଡ଼ି ଦେଇଛି। ଷ୍ଟାଡିୟମରେ ତାଲା ଝୁଲୁଥିବାରୁ ବରିଷ୍ଠ ନାଗରିକମାନେ ମୁଖ୍ୟରାସ୍ତାରେ ୱାକିଂ କରୁଛନ୍ତି। ପ୍ରତିବର୍ଷ ଆୟୋଜିତ ହେଉଥିବା ଜିଲା ଓ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ହୋଇପାରିନାହିଁ। ବିଭିନ୍ନ ଅନୁଷ୍ଠାନର ବାର୍ଷିକ କ୍ରୀଡା ପ୍ରତିଯୋଗିତା ବନ୍ଦ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ଷ୍ଟାଡିୟମ ପରିସର ଅବହେଳିତ ହୋଇପଡ଼ିଛି। ସହରରେ ଥିବା ମିନି ଷ୍ଟାଡିୟମ ଖୋଲାଥିଲେ ମଧ୍ୟ ଆନୁଷଙ୍ଗିକ ଉପକରଣ ଏବଂ ଭିତ୍ତିଭୂମି ନ ଥିବାରୁ ଅଭ୍ୟାସ କରିବା ସମ୍ଭବପର ହେଉନାହିଁ। ଏ ନେଇ କେତେଜଣ କ୍ରୀଡ଼ାବିତ୍‌ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ଫଳରେ କ୍ରୀଡ଼ାକୁ ପେସା କରିଥିବା କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ସଂକ୍ରାନ୍ତରେ ଜିଲା କ୍ରୀଡ଼ା ସଂଘ ସମ୍ପାଦକ ନଳିନୀ କୁମାର ଦାସ କୁହନ୍ତି, କରୋନା କଟକଣା ଯୋଗୁ ଚଳିତବର୍ଷ ଜିଲା ଓ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ହୋଇପାରିନାହିଁ। ଷ୍ଟାଡିୟମ ଖୋଲିବା ପାଇଁ ମଧ୍ୟ କୌଣସି ନିର୍ଦ୍ଦେଶନାମା ଆସିନାହିଁ।

ଅଭ୍ୟାସ ବାଧାପ୍ରାପ୍ତ ହେଉଛି
ପେସାଦାର ଖେଳାଳିଙ୍କ ପାଇଁ ଦୈନିକ ଅଭ୍ୟାସ ନିହାତି ଜରୁରୀ। ଏହା ସେମାନଙ୍କୁ ଫିଟ୍‌ ରଖିଥାଏ। କରୋନା ପାଇଁ ଷ୍ଟାଡିୟମ୍‌ ବନ୍ଦ ଯୋଗୁ ଜାତୀୟ ଓ ରାଜ୍ୟସ୍ତରୀୟ ଖେଳାଳି ପ୍ରଭାବିତ ହେଉଛନ୍ତି। ଏସବୁ ଦିଗକୁ ବିଚାର କରି ପ୍ରଶାସନ ପଦକ୍ଷେପ ନେବା ଉଚିତ।
– ମନୋଜ ପଟ୍ଟନାୟକ, କ୍ରୀଡ଼ାବିତ୍‌
ଅକଳରେ ପ୍ରତିଭାଙ୍କ ଭବିଷ୍ୟତ
ଭବିଷ୍ୟତର ପ୍ରତିଭାଙ୍କୁ କରୋନା ଅକଳରେ ପକାଇଛି। ସଂକ୍ରମଣ ରୋକିବାକୁ ଲାଗୁ କରାଯାଇଥିବା କଟକଣା ଆଥଲେଟ୍‌ଙ୍କ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ବୟସ୍କମାନେ ବ୍ୟାୟମ କରିବା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି। ଏଥିପ୍ରତି ସରକାର ଦୃଷ୍ଟିଦେବା ଉଚିତ।
– ଅଭିଜିତ୍‌ ମିଶ୍ର, କୋଚ୍‌
ମାନସିକ ସ୍ବାସ୍ଥ୍ୟ ବିଗୁଡୁଛି
ଷ୍ଟାଡିୟମ ବନ୍ଦ ହୋଇଯିବା ପରେ ଖେଳାଳିମାନେ ଘରେ ବସିଛନ୍ତି। ଏହା ସେମାନଙ୍କ ଶରୀରିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି। ମାନସିକ ସ୍ବାସ୍ଥ୍ୟ ମଧ୍ୟ ବିଗିଡ଼ିବାରେ ଲାଗିଛି। ମହାମାରୀ ସମୟରେ ଖେଳାଳିଙ୍କ ଅଭ୍ୟାସକୁ ନେଇ ଅନିଶ୍ଚିତତାରେ ଲାଗିରହିଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ କଥା ମଧ୍ୟ ଭାବିବାକୁ ପଡ଼ିବ।
– ଗୋପାଳ ପାତ୍ର, କ୍ରୀଡ଼ାବିତ୍‌

( ରତନ ନାୟାର )


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?