କ୍ରୀଡ଼ାରେ କରୋନା ବେଡ଼ି

ଢେଙ୍କାନାଳ ଅଫିସ, ୧୨।୮ –  କରୋନା ମାଡ଼ରେ ଦୋହଲିଯାଇଛି ସମଗ୍ର କ୍ରୀଡ଼ାଜଗତ। ଦୀର୍ଘ ୫ମାସ ହେଲା ଷ୍ଟାଡିୟମ ଶୂନଶାନ। ସଂକ୍ରମଣ ଆଶଙ୍କାରେ ବନ୍ଦ ହୋଇଯାଇଛି ସମସ୍ତ ପ୍ରତିଯୋଗିତା। କ୍ରୀଡ଼ାବିତ୍‌ଙ୍କ ଗହଳଚହଳରେ ଫାଟିପଡ଼ୁଥିବା ଅଭ୍ୟାସସ୍ଥଳ ନୀରବି ଯାଇଥିବାବେଳେ ହାତବାନ୍ଧି ବସିଛନ୍ତି ପେସାଦାର ଆଥଲେଟ୍‌। ଦୀର୍ଘଦିନ ଧରି ଅଭ୍ୟାସରୁ ଦୂରରେ ରହିବା ପରେ ସେମାନଙ୍କ ମାନସିକ ଏବଂ ଶାରୀରିକ ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଭୂତାଣୁ ସଂକ୍ରମଣ କ୍ରୀଡ଼ାର ବିକାଶରେ ବେଡ଼ି ପକାଇ ଦେଇଥିବାବେଳେ ବିନା ପ୍ରସ୍ତୁତିରେ ଆଗାମୀ ଦିନ ଖେଳାଳିଙ୍କ ଲାଗି କଷ୍ଟକର ହୋଇପଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କଲେଣି କୋଚ୍‌।
ଢେଙ୍କାନାଳ ଜିଲାର କ୍ରୀଡ଼ାବିତଙ୍କ ପାଇଁ କରୋନା ଆଣିଛି କଷ୍ଟକର ସମୟ। ସଂକ୍ରମଣ ଭୟ, କୋଭିଡ୍‌ ନିୟମ ଭିତରେ ଖେଳାଳିଙ୍କ ଭାଗ୍ୟ, ଭବିଷ୍ୟତ ଝୁଲୁଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ମାର୍ଚ୍ଚରୁ ଷ୍ଟାଡିୟମରେ ତାଲା ପଡ଼ିଛି। ଅଭ୍ୟାସ କରିପାରୁ ନ ଥିବାରୁ ହକି, ଫୁଟବଲ, କ୍ରିକେଟ, ଆଥେଲଟିକ୍ସ ଭଳି ଆଉଟ୍‌ଡୋର ଗେମ୍‌ର କ୍ରୀଡ଼ାବିତ୍‌ମାନେ ପ୍ରଭାବିତ ହୋଇଛନ୍ତି। ଜିଲାରେ କ୍ରୀଡ଼ାର ବିକାଶ ପାଇଁ ୧୯୭୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଉଦ୍ୟମରେ ସହରରେ ନିର୍ମାଣ କରାଯାଇଥିଲା ଷ୍ଟାଡିୟମ। ସହର ସମେତ ଜିଲାର କ୍ରୀଡ଼ାବିତ୍‌ଙ୍କ ପାଇଁ ଏହା ପାଲଟିଛି ପ୍ରଶିକ୍ଷଣ କେନ୍ଦ୍ର। ଖେଳାଳିଙ୍କୁ ବାଦ୍‌ଦେଲେ ବରିଷ୍ଠ ନାଗରିକ, ଯୁବଗୋଷ୍ଠୀ ମଧ୍ୟ ଏଠାରେ ବ୍ୟାୟାମ, ଯୋଗାଭ୍ୟାସ କରୁଥିଲେ। ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଯାଏ ଜିଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଖେଳାଳିମାନେ ଏଠାରେ ନିୟମିତ ଅଭ୍ୟାସ କରୁଥିଲେ। ହେଲେ କରୋନା ସବୁକିଛି ବିଗାଡ଼ି ଦେଇଛି। ଷ୍ଟାଡିୟମରେ ତାଲା ଝୁଲୁଥିବାରୁ ବରିଷ୍ଠ ନାଗରିକମାନେ ମୁଖ୍ୟରାସ୍ତାରେ ୱାକିଂ କରୁଛନ୍ତି। ପ୍ରତିବର୍ଷ ଆୟୋଜିତ ହେଉଥିବା ଜିଲା ଓ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ହୋଇପାରିନାହିଁ। ବିଭିନ୍ନ ଅନୁଷ୍ଠାନର ବାର୍ଷିକ କ୍ରୀଡା ପ୍ରତିଯୋଗିତା ବନ୍ଦ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ବନ୍ଦ ଷ୍ଟାଡିୟମ ପରିସର ଅବହେଳିତ ହୋଇପଡ଼ିଛି। ସହରରେ ଥିବା ମିନି ଷ୍ଟାଡିୟମ ଖୋଲାଥିଲେ ମଧ୍ୟ ଆନୁଷଙ୍ଗିକ ଉପକରଣ ଏବଂ ଭିତ୍ତିଭୂମି ନ ଥିବାରୁ ଅଭ୍ୟାସ କରିବା ସମ୍ଭବପର ହେଉନାହିଁ। ଏ ନେଇ କେତେଜଣ କ୍ରୀଡ଼ାବିତ୍‌ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ଫଳରେ କ୍ରୀଡ଼ାକୁ ପେସା କରିଥିବା କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏ ସଂକ୍ରାନ୍ତରେ ଜିଲା କ୍ରୀଡ଼ା ସଂଘ ସମ୍ପାଦକ ନଳିନୀ କୁମାର ଦାସ କୁହନ୍ତି, କରୋନା କଟକଣା ଯୋଗୁ ଚଳିତବର୍ଷ ଜିଲା ଓ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ହୋଇପାରିନାହିଁ। ଷ୍ଟାଡିୟମ ଖୋଲିବା ପାଇଁ ମଧ୍ୟ କୌଣସି ନିର୍ଦ୍ଦେଶନାମା ଆସିନାହିଁ।

ଅଭ୍ୟାସ ବାଧାପ୍ରାପ୍ତ ହେଉଛି
ପେସାଦାର ଖେଳାଳିଙ୍କ ପାଇଁ ଦୈନିକ ଅଭ୍ୟାସ ନିହାତି ଜରୁରୀ। ଏହା ସେମାନଙ୍କୁ ଫିଟ୍‌ ରଖିଥାଏ। କରୋନା ପାଇଁ ଷ୍ଟାଡିୟମ୍‌ ବନ୍ଦ ଯୋଗୁ ଜାତୀୟ ଓ ରାଜ୍ୟସ୍ତରୀୟ ଖେଳାଳି ପ୍ରଭାବିତ ହେଉଛନ୍ତି। ଏସବୁ ଦିଗକୁ ବିଚାର କରି ପ୍ରଶାସନ ପଦକ୍ଷେପ ନେବା ଉଚିତ।
– ମନୋଜ ପଟ୍ଟନାୟକ, କ୍ରୀଡ଼ାବିତ୍‌
ଅକଳରେ ପ୍ରତିଭାଙ୍କ ଭବିଷ୍ୟତ
ଭବିଷ୍ୟତର ପ୍ରତିଭାଙ୍କୁ କରୋନା ଅକଳରେ ପକାଇଛି। ସଂକ୍ରମଣ ରୋକିବାକୁ ଲାଗୁ କରାଯାଇଥିବା କଟକଣା ଆଥଲେଟ୍‌ଙ୍କ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ବୟସ୍କମାନେ ବ୍ୟାୟମ କରିବା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି। ଏଥିପ୍ରତି ସରକାର ଦୃଷ୍ଟିଦେବା ଉଚିତ।
– ଅଭିଜିତ୍‌ ମିଶ୍ର, କୋଚ୍‌
ମାନସିକ ସ୍ବାସ୍ଥ୍ୟ ବିଗୁଡୁଛି
ଷ୍ଟାଡିୟମ ବନ୍ଦ ହୋଇଯିବା ପରେ ଖେଳାଳିମାନେ ଘରେ ବସିଛନ୍ତି। ଏହା ସେମାନଙ୍କ ଶରୀରିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି। ମାନସିକ ସ୍ବାସ୍ଥ୍ୟ ମଧ୍ୟ ବିଗିଡ଼ିବାରେ ଲାଗିଛି। ମହାମାରୀ ସମୟରେ ଖେଳାଳିଙ୍କ ଅଭ୍ୟାସକୁ ନେଇ ଅନିଶ୍ଚିତତାରେ ଲାଗିରହିଛି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ କଥା ମଧ୍ୟ ଭାବିବାକୁ ପଡ଼ିବ।
– ଗୋପାଳ ପାତ୍ର, କ୍ରୀଡ଼ାବିତ୍‌

( ରତନ ନାୟାର )


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri