ଆଇପିଏଲ୍‌ ଅକ୍ସନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଟିମ୍‌ କିଭଳି ହୁଅନ୍ତି ମାଲାମାଲ୍‌, ବିସିସିଆଇକୁ କେତେ ମିଳେ? ଜାଣନ୍ତୁ… 

ନୂଆଦିଲ୍ଲୀ,୨୬।୧୧: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍‌ ଆଇପିଏଲ୍‌ ୨୦୨୫ ମାର୍ଚ୍ଚ ୧୪ରୁ ଆରମ୍ଭ ହେବ । ନିକଟରେ ଏହାର ମେଗା ଅକ୍ସନ ସମାପ୍ତ ହୋଇଛି। ଆଇପିଏଲ୍‌ ଇତିହାସରେ ସବୁଠାରୁ ମହଙ୍ଗା ନିଲାମରେ ୧୦ ଟିମ୍‌ ମୋଟ ୬୩୯.୧୫ କୋଟି ଟଙ୍କା ଖର୍ଚ୍ଚ କରିଛି। ଏଥିରେ ମୋଟ ୧୮୨ ଖେଳାଳିଙ୍କୁ କିଣାଯାଇଛି। ତେବେ ଅକ୍ସନ  ସହ ଦଳର କୋଚିଂ ଷ୍ଟାଫ୍‌ଠାରୁ ଆରମ୍ଭ କରି ଯାତ୍ରାରେ ଖର୍ଚ୍ଚ କରିବାକୁ ପଡ଼ିଥାଏ।
ଆଇପିଏଲ୍‌ ଟୁର୍ନାମେଣ୍ଟ ରଙ୍ଗାରଙ୍ଗ ନୃତ୍ୟ, ରୋମାଞ୍ଚ, ଆକ୍ସନ ଏବଂ ଗ୍ଲାମରରେ ପରିପୂର୍ଣ୍ଣ। ଏହି ଅବଧିରେ ବିଦେଶୀ ଖେଳାଳିମାନେ ଦୁଇ ମାସର ପାରିବାରିକ ପିକନିକ୍‌ ପାଇଁ ଭାରତକୁ ଆସନ୍ତି। ସେଥିପାଇଁ କେତେକ ଲୋକ ଏହାକୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ ପରିବର୍ତ୍ତେ ଇଣ୍ଡିଆନ ଫ୍ୟାମିଲି ଲିଗ୍‌ ଏବଂ ଇଣ୍ଡିଆନ ପୈସା ଲିଗ୍‌ ବୋଲି ମଧ୍ୟ କୁହନ୍ତି। ବାସ୍ତବରେ, ଆଇପିଏଲ୍‌ରେ ଦଳଗୁଡ଼ିକ ପାଣି ପରି ଟଙ୍କା ଖର୍ଚ୍ଚ କରିଥାନ୍ତି। ଏହି କାରଣରୁ ବିସିସିଆଇ ମଧ୍ୟ ଭଲ ରୋଜଗାର କରିଥାଏ। ଅଢେଇ ମାସ ପର୍ଯ୍ୟନ୍ତ ଚାଲୁଥିବା ଏହି ଟୁର୍ନାମେଣ୍ଟରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ। ଏମିତିରେ ଆଇପିଏଲ୍‌ରେ ଏତେ ଟଙ୍କା ଆସେ କୁଆଡ଼ୁ ବୋଲି ପ୍ରଶ୍ନ ଉଠେ। ବଡ଼ ବଡ଼ ବ୍ୟବସାୟୀ ଏବଂ ଅଭିନେତାଙ୍କ ଟିମ୍‌ କିପରି ଟଙ୍କା ରୋଜଗାର କରନ୍ତି? ଏଥିରୁ ବିସିସିଆଇ କିପରି ଏବଂ କେତେ ରୋଜଗାର କରେ? ତେବେ ଆଜି ଆପଣଙ୍କୁ ଏସବୁ ବିଷୟରେ କହିବା:-
ଟଙ୍କା ଅନେକ ଉତ୍ସରୁ ଆସିଥାଏ:
ଆଇପିଏଲ୍‌ଷର କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଅନେକ ଆୟର ଉତ୍ସ ରହିଛି। ଏହି ଖେଳରେ ନାମ ଏବଂ ଖ୍ୟାତି ଅଛି। ସରଳ ଭାଷାରେ କହିଲେ କେନ୍ଦ୍ରୀୟ ରାଜସ୍ବ ହିଁ ଏହାର ଆୟର ସବୁଠାରୁ ବଡ ଅଂଶ ହୋଇଥାଏ। ଏଥିରେ ଦୁଇଟି ଜିନିଷ ଥାଏ। ପ୍ରଥମଟି ହେଉଛି ମିଡିଆ ଅଧିକାର ଏବଂ ଦ୍ୱିତୀୟଟି ହେଉଛି ଟାଇଟଲ ପ୍ରାୟୋଜକ ଅଧିକାର। ଯେଉଁଥିରୁ ବିସିସିଆଇ ଏବଂ ଫ୍ରାଞ୍ଚାଇଜ ସେମାନଙ୍କ ଲାଭର ୭୦ ଟଙ୍କା ରୋଜଗାର କରିଥାନ୍ତି।
ମିଡିଆ ଏବଂ ଡିଜିଟାଲ ଅଧିକାର ସବୁଠାରୁ ବଡ଼ ଉତ୍ସ:
ମିଡିଆ ଏବଂ ଡିଜିଟାଲ ଅଧିକାର ମଧ୍ୟ ଆଇପିଏଲ ଏବଂ ବିସିସିଆଇର ପକେଟ ପୂର୍ଣ୍ଣ କରିଥାଏ। କହିବାକୁ ଗଲେ ଏହି ମୂଲ୍ୟ ଦେଇ ଚ୍ୟାନେଲ ଟିଭିରେ ଆଇପିଏଲ୍‌ ଲାଇଭ୍‌ ଦେଖାଇଥାନ୍ତି। ସାଟେଲାଇଟ ଟିଭି ଚ୍ୟାନେଲଗୁଡିକ ବିପୁଳ ମୂଲ୍ୟ ଦେଇ ମିଡିଆ ଅଧିକାର କିଣନ୍ତି। ବିସିସିଆଇ ଏଥିରୁ ଆୟର ଅଧା ରଖେ ଏବଂ ବାକି ଅଧା ସମସ୍ତ ଦଳ ମଧ୍ୟରେ ବଣ୍ଟନ କରିଦିଏ। ୨୦୦୮ରେ ଅର୍ଥାତ ପ୍ରଥମ ସିଜନରେ ସୋନି ପରବର୍ତ୍ତୀ ୧୦ ବର୍ଷ ପାଇଁ ଟୁର୍ନାମେଣ୍ଟର ଟିଭି ଅଧିକାର କିଣିଥିଲା। ଏହା କ୍ଷତି ସହୁଥିବା ସେଟ ମ୍ୟାକ୍ସ ପାଇଁ ଏକ ବଡ଼ ଜୁଆ ଥିଲା, ଯାହା ସଠିକ ପ୍ରମାଣିତ ହୋଇଥିଲା। ସେତେବେଳେ ସୋନି ଏହାକୁ ୮,୨୦୦ କୋଟିରେ କିଣିଥିଲା। ଏହା ପରେ ୨୦୧୮ ରୁ ୨୦୨୩ ପର୍ଯ୍ୟନ୍ତ ମିଡିଆ ଅଧିକାର ଷ୍ଟାର ଇଣ୍ଡିଆ ପାଖରେ ଥିଲା। ୨୦୨୪ରେ ଏହା ମୁକେଶ ଅମ୍ବାନୀଙ୍କ ଜିଓ ସିନେମା ନିକଟରେ ଥିଲା। ୨୦୨୫ରେ ଟେଲିଭିଜନ ଅଧିକାର ଷ୍ଟାର ନିକଟରେ ଥିବା ବେଳେ ମୋବାଇଲ୍‌ର ଜିଓ ପାଖରେ ରହିଛି। ଯେଉଁ ଟିମ୍‌ ଅଧିକ ମ୍ୟାଚ୍‌ ଜିତିଥାଏ ତାକୁ ଅଧିକ ଟଙ୍କା ମିଳିଥାଏ। ସେହିଭଳି କମ୍‌ ମ୍ୟାଚ୍‌ ଜିତିଥିବା ଟିମ୍‌ କମ୍‌ ରୋଜଗାର କରିଥାଏ।
ଟାଇଟଲ ପ୍ରାୟୋଜକ:
DLF IPL, Vivo IPL, Tata IPL…ଏଗୁଡ଼ିକ ହେଉଛି ଟାଇଟଲ ପ୍ରାୟୋଜକ। ଅର୍ଥାତ ଟଙ୍କା ଦେଇ ଆଇପିଏଲ୍‌ରେ ନିଜର ନାମ ଯୋଡିବା ପାଇଁ ଏକ ସ୍କିମ। ସର୍ବାଧିକ ବିଡ୍‌ କରୁଥିବା କମ୍ପାନୀ ଟାଇଟଲ ପ୍ରାୟୋଜକ ପାଇଥାଏ। ଏହାର ଅର୍ଥ କ୍ରିକେଟ ମାଧ୍ୟମରେ ତୁମର ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବା। ଆଇପିଏଲ୍‌ ପାଇଁ ଏହା ହେଉଛି ଦ୍ୱିତୀୟ ବୃହତ୍ତମ ଆୟର ଉତ୍ସ। ବର୍ତ୍ତମାନ ଟାଟା ହେଉଛି ଆଇପିଏଲ୍‌ ଟାଇଟଲ ପ୍ରାୟୋଜକ। ଟାଟା ଗ୍ରୁପ ୬୭୦ କୋଟି ଟଙ୍କାରେ ଦୁଇଟି ସିଜନ ପାଇଁ ଏହି ଅଧିକାର କିଣିଛି। ବିସିସିଆଇ ଏଥିରୁ ମିଳୁଥିବା ଅର୍ଥର ଅଧା ନିଜ ପାଖରେ ରଖିଥାଏ ଏବଂ ବାକି ଅଧା ଦଳ ମଧ୍ୟରେ ବଣ୍ଟନ କରିଥାଏ।
କମର୍ଶିଆଲ ବିଜ୍ଞାପନ ଏବଂ କିଟ ପ୍ରାୟୋଜକ:
ଯେତେବେଳେ ଏକ ମ୍ୟାଝରେ ଏକ ଓଭର ସମାପ୍ତ ହୁଏ, ସେଠାରେ ଏକ ସ୍ବଳ୍ପ ବିରତି ହୋଇଥାଏ। ସେହି ସର୍ଟ ବ୍ରେକ ସମୟରେ ଟିଭିରେ ବିଜ୍ଞାପନ ଚାଲିଥାଏ। ଏକ ରିପୋର୍ଟ ଅନୁଯାୟୀ, ମ୍ୟାଚ ମଝିରେ ଆସୁଥିବା ୧୦ ସେକେଣ୍ଡର ବିଜ୍ଞାପନ ସ୍ଲଟ୍‌ର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ଅଟେ। ଚିପ୍ସ ଉତ୍ପାଦନକାରୀ କମ୍ପାନୀଠାରୁ ଆରମ୍ଭ କରି ମୃଦୁ ପାନୀୟ ଏବଂ ଅନ୍ୟାନ୍ୟ ଅନେକ ଛୋଟ ଏବଂ ବଡ ଜିନିଷର ବିକ୍ରି ଏହି ସମୟ ମଧ୍ୟରେ ବିଜ୍ଞାପନ ମାଧ୍ୟମରେ ବୃଦ୍ଧି ପାଇଥାଏ। ବିସିସିଆଇର ମ୍ୟାଚ ସମୟରେ ଚାଲୁଥିବା ଏହି ବିଜ୍ଞାପନରୁ ମୋଟ ୨୦ ପ୍ରତିଶତ ରୋଜଗାର କରିିଥାଏ। ଏହା ବ୍ୟତୀତ ଟି-ସାର୍ଟ, କ୍ୟାପ, ହେଲମେଟ, ଷ୍ଟମ୍ପ ଏବଂ ଏପରିକି ଅମ୍ପାୟାରଙ୍କ ଡ୍ରେସରେ ର୍ନିମିତ ଲୋଗୋରୁ ଫ୍ରାଞ୍ଚାଇଜ ମଧ୍ୟ ବହୁତ ପରିମାଣର ଟଙ୍କା ରୋଜଗାର କରିଥାଏ।
ଟିକେଟ ବିକ୍ରି/ପୁରସ୍କାର ଟଙ୍କା:
ଶେଷରେ ସ୍ଥାନୀୟ ରାଜସ୍ବ ଆସିଥାଏ, ଯେଉଁଥିରେ ସ୍ଥାନୀୟ ପ୍ରାୟୋଜକ ଏବଂ ପୁରସ୍କାର ରାଶି ଅନ୍ତର୍ଭୁକ୍ତ। ପ୍ରତିବର୍ଷ ଗୋଟିଏ ମ୍ୟାଚ୍‌ରେ ଟିକେଟ ବିକ୍ରିରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରାଯାଏ। ଯଦି ମ୍ୟାଚ୍‌ ଏକ ଦଳର ଘରୋଇ ଗ୍ରାଉଣ୍ଡରେ ଅନୁଷ୍ଠିତ ହୁଏ, ତେବେ ଫ୍ରାଞ୍ଚାଇଜ ସେହି ରୋଜଗାରର ୮୦ ପ୍ରତିଶତ ପାଇଥାଏ। ଏହା ବ୍ୟତୀତ, ଦଳ ସ୍ଥାନୀୟ ଭାବରେ ଯେତେ ଲୋକପ୍ରିୟ, ସ୍ଥାନୀୟ ସ୍ତରରେ ସେତେ ଅଧିକ ପ୍ରଯୋଜକ, ଏହା ସହିତ ଏହା ଚାମ୍ପିଅନସିପ୍‌ ପୁରସ୍କାର ରାଶିରୁ ମଧ୍ୟ ରୋଜଗାର କରେ। ଏହାର ଅଧା ଦଳର ଖେଳାଳିଙ୍କ ନିକଟକୁ ଯାଇଥାଏ ଏବଂ ବାକି ଅଧା କମ୍ପାନୀ ରଖିଥାଏ। ବିଜେତା ବ୍ୟତିତ ଉପ ବିଜେତାଠାରୁ ନମ୍ବର ୧୦ ଯାଏ ରହୁଥିବା ଟିମ୍‌କୁ ସ୍ଲାବ୍‌ ହିସାବରେ ଟଙ୍କା ମିଳିଥାଏ।
ବ୍ୟବସାୟ: ଆଇପିଏଲ୍‌ର ଅଧିକାଂଶ ଟିମ୍‌ ନିଜ ନିଜର ଅନଲାଇନ୍‌ ଏବଂ ଅଫଲାଇନ୍‌ ଷ୍ଟୋର ଖୋଲିଛନ୍ତି। ଏଠାରେ ସେ ନିଜର ଜର୍ସି, ପ୍ରିଣ୍ଟ ଥିବା କପ୍‌ଠାରୁ ନେଇ ଜେତା ମିଳିଥାଏ। ଏହାକୁ କିଣିବାକୁ ଟିମ୍‌କୁ ଟଙ୍କା ଦେବାକୁ ପଡ଼ିଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri