ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ କହିଛନ୍ତି। ଶ୍ରୀଅରବିନ୍ଦ ହେଉଛନ୍ତି ସେଇ ଜାତୀୟବାଦୀ ନେତା, ଯେ କି କହୁଥିଲେ ସ୍ବାଧୀନତା ଆନ୍ଦୋଳନର ସନ୍ଦେଶ ଯେ ଯାଏଁ ସାଧାରଣରୁ ଅତି ସାଧାରଣ ମଣିଷଙ୍କ ହୃଦୟବେଦ୍ୟ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହା ଗଣଅଭିଳାଷର ବାହକ ହୋଇପାରିବ ନାହିଁ। ୧୯୭୨ରେ ଶ୍ରୀଅରବିନ୍ଦଙ୍କ ଜନ୍ମ ଶତବାର୍ଷିକୀ ବିଶ୍ୱବ୍ୟାପୀ ପାଳିତ ହେବା ଅବକାଶରେ ପ୍ୟାରିସ୍‌ର ଜଣେ ଯୁବ ପତ୍ରକାରଙ୍କୁ ପଚରାଗଲା ଯେ ଶ୍ରୀଅରବିନ୍ଦ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କାହିଁକି? ତା’ର ଉତ୍ତରରେ ସେ ଯାହା କହିଲେ, ତା’ର ନିର୍ଯାସ ହେଲା- ଶ୍ରୀଅରବିନ୍ଦ ଜଣେ ଅସାମାନ୍ୟ ବିପ୍ଳବୀ। ଜଣେ ବିପ୍ଳବୀର ଜୀବନ ସର୍ବଦା ପ୍ରେରଣାଦାୟୀ। ସାହିତ୍ୟରେ ନୋବେଲ ବିଜେତା ରୋମା ରୋଲଁାଙ୍କ ମତରେ ଶ୍ରୀଅରବିନ୍ଦ ହେଉଛନ୍ତି ‘ଏସୀୟ ଓ ୟୁରୋପୀୟ ମେଧାର ପୂର୍ଣ୍ଣତମ ଫଳଶ୍ରୁତି’। ରୋଲଁାଙ୍କର ଏହି ଆକଳନ ସେତେବେଳ ପାଇଁ କେବଳ ସତ୍ୟ ନ ଥିଲା, ଆଜି ଓ ଆଗାମୀ ସମୟ ପାଇଁ ବି ଅକାଟ୍ୟ।

କୁହାଯାଏ, ବସ୍ତୁବାଦ ଓ ଆଧ୍ୟାତ୍ମିକତାର ସହଗମନ କେବେ ବି ସମ୍ଭବ ନୁହେଁ। ଶ୍ରୀଅରବିନ୍ଦ କିନ୍ତୁ ତାଙ୍କ ଜୀବନରେ ଏହାର ବିପରୀତକୁ ସତ୍ୟ ପ୍ରମାଣିତ କରିଛନ୍ତି। ବସ୍ତୁବାଦୀ ପ୍ରଗତି ମଧ୍ୟଦେଇ ଦିବ୍ୟ ସତ୍ତାର ଉନ୍ମୋଚନକୁ ସେ ସମ୍ଭବ କରାଇଛନ୍ତି। ମଣିଷକୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ଜାଗତିକ ଅବସ୍ଥାନର ସବୁଠୁଁ ଅନ୍ଧକାରାଚ୍ଛନ୍ନ ଅଞ୍ଚଳ ଦିନେ ଆଧ୍ୟାତ୍ମିକ ରୂପାନ୍ତରର ଆଲୋକରେ ଆଲୋକିତ ହୋଇଉଠିବ। ତାଙ୍କର ଏହି ବିପ୍ଳବମୂଳ ଆଧ୍ୟାତ୍ମିକ ଭବିଷ୍ୟବାଣୀ ହିଁ ରାଜନୀତି କ୍ଷେତ୍ରରେ ସମଗ୍ର ଭାରତବର୍ଷକୁ ଏକ ଅଭିନବ ମାର୍ଗରେ ପରିଚାଳିତ କରିଛି। ଶ୍ରୀଅରବିନ୍ଦଙ୍କ ମତରେ ନାନା କ୍ଷେତ୍ରରେ ଭାରତ ଆଜି ଯେଉଁ ସଙ୍କଟର ସାମ୍ନା କରୁଛି, ତାହା ମୂଳତଃ ବିବର୍ତ୍ତନର ସଙ୍କଟ। ଆଧ୍ୟାତ୍ମିକ ସମାଧାନ ବ୍ୟତୀତ ଏହାର କୌଣସି ରାଜନୈତିକ, ଧାର୍ମିକ ଓ ନୈତିକ ସମାଧାନ ନାହିଁ।
ମଣିଷର ନିୟତିକୁ ନେଇ ନିର୍ଣ୍ଣୟ ନିମିତ୍ତ ଶ୍ରୀଅରବିନ୍ଦ ନିଜ ପୁରୋଦୃଷ୍ଟିରେ କେବଳ ବିପ୍ଳବୀ ନ ଥିଲେ, ଭାରତର ସ୍ବାଧୀନତା ପାଇଁ ଖସଡ଼ା ପ୍ରସ୍ତୁତିରେ ବି ଥିଲେ ଅଗ୍ରଧାବିତ ବିପ୍ଳବୀ। ୧୮୯୩ରେ ବମ୍ବେରୁ ପ୍ରକାଶିତ ‘ଇନ୍ଦୁପ୍ରକାଶ’ ପତ୍ରିକାରେ ସେ ଲେଖିଥିଲେ: ”ଆଜି ଯେତେବେଳେ କଥାକଥାକେ ଆମ ମୁହଁରୁ ‘ଗଣତନ୍ତ୍ର’ ଭଳି ବଡ଼ ବଡ଼ ଶବ୍ଦ ଉଛୁଳି ଉଠୁଛି, ସେତେବେଳେ ‘କଂଗ୍ରେସ’ ସଙ୍ଗଠନ ଗଣର ପ୍ରତିନିଧିତ୍ୱ ନ କରି କେବଳ ଏକ ଗୋଷ୍ଠୀର ବା ସୀମିତ ଲୋକଙ୍କର ସ୍ବର ପାଲଟିଛି। ଏହାକୁ ‘ଜାତୀୟ’ କହିହେବ କି?“ ‘ଆନ୍‌ ଇଣ୍ଡିଆନ୍‌ ପିଲ୍‌ଗ୍ରୀମ୍‌’ ପୁସ୍ତକରେ ସୁଭାଷ ଚନ୍ଦ୍ର ବୋଷ ଶ୍ରୀଅରବିନ୍ଦଙ୍କୁ ଶ୍ରେଷ୍ଠ ବାମବାଦୀ ଚିନ୍ତକ ଓ ସ୍ବାଧୀନତା ଆନ୍ଦୋଳନର ନିର୍ଭୀକ ସେନାପତି ଭାବେ ଅଭିହିତ କରିଥିଲେ। କଂଗ୍ରେସର ମଧ୍ୟ ଉଦାରପନ୍ଥୀ ନେତାମାନେ ଇଂରେଜ ସରକାରଙ୍କୁ ଝୁଲି ପତାଇ ସର୍ବନିମ୍ନ ‘ସ୍ବାୟତ୍ତ ଶାସନ’ର ଅନୁଗ୍ରହ ଭିକ୍ଷା କରୁଥିବାବେଳେ ଶ୍ରୀଅରବିନ୍ଦ ପୂର୍ଣ୍ଣସ୍ବାଧୀନତାର ଦାବି ଉଠାଇଥିଲେ।
ସଶସ୍ତ୍ର ବିପ୍ଳବ ଦ୍ୱାରା ସ୍ବାଧୀନତା ହାସଲ ସମ୍ଭବ ବୋଲି ଯୁକ୍ତି ବାଢ଼ିଲାବେଳେ ସେ ଶତ ପ୍ରତିଶତ ନିଶ୍ଚିତ ଥିଲେ ଯେ, ଭାରତରେ ସେ ବେଳର ବ୍ରିଟିଶ୍‌ ସାମରିକ ବ୍ୟବସ୍ଥା ଆଦୌ ଅପରାଜେୟ ନ ଥିଲା। ଭାରତରେ ବାହିଲ ବ୍ରିଟିଶ୍‌ ସେନାର ତୋପ ଓ ବନ୍ଧୁକ ହିଁ ଥିଲା ସମ୍ବଳ, ନ ଥିଲା ସଙ୍ଗଠିତ ବାୟୁସେନା କି ଭୀତିପ୍ରଦ ଯୁଦ୍ଧାସ୍ତ୍ର। ଏପରି ସ୍ଥିତିରେ ପ୍ରବଳ ମନୋବଳ, ସାହସ ଓ ପ୍ରୟୋଜନସ୍ଥଳେ ବାହ୍ୟଶକ୍ତିର ସାହାଯ୍ୟ ନେଇ ବ୍ରିଟିଶ ଶାସନର ଅନ୍ତ ଘଟାଇବା ଆଦୌ ଅସମ୍ଭବ ନ ଥିଲା। ଭାରତୀୟ ସେନାବାହିନୀରେ ଥିଲା ପୁଣି ବିଦ୍ରୋହର ସମ୍ଭାବନା। ‘ଗୁପ୍ତ ସମିତି’ ଜରିଆରେ ଅନ୍ତରାଳରେ ରହି ଶ୍ରୀଅରବିନ୍ଦଙ୍କ ସ୍ବାଧୀନତା ସଂଗ୍ରାମ ପରିଚାଳନା ଏପରି କରାଳ ହୋଇଉଠିଥିଲା ଯେ, ବ୍ରିଟିଶ୍‌ ସରକାରଙ୍କ ପାଇଁ ଶ୍ରୀଅରବିନ୍ଦ ହିଁ ଥିଲେ ମୁଣ୍ଡବିନ୍ଧାର କାରଣ। ଭାରତ ଭୂଇଁରୁ ଶ୍ରୀଅରବିନ୍ଦଙ୍କ ବିତାଡ଼ନ ପାଇଁ ଉପାୟ ଅନ୍ବେଷଣରେ ବ୍ରିଟିଶ୍‌ ପ୍ରଶାସନ କିପରି ଅଥୟ ହୋଇ ଉଠିଥିଲା, ଭାରତର ତତ୍କାଳୀନ ଗଭର୍ନର ଜେନେରାଲ ଲର୍ଡ ମିଣ୍ଟୋ ଓ ବଙ୍ଗ ଗଭର୍ନର ଫ୍ରେଜର୍‌ ସାହେବଙ୍କ ପତ୍ର ବିନିମୟରୁ ଏହାର ସୂଚନା ମିଳେ।
ଗାନ୍ଧିଜୀ ସାମାଜିକ ବାସନ୍ଦ କଥା କହୁଥିଲାବେଳେ ଶ୍ରୀଅରବିନ୍ଦ କହୁଥିଲେ ରାଜନୈତିକ ବାସନ୍ଦର କଥା। ଶ୍ରୀଅରବିନ୍ଦଙ୍କ ‘ରାଜନୈତିକ ବାସନ୍ଦ’ ତତ୍ତ୍ୱ ବ୍ରିଟିଶ୍‌ ଶାସନକୁ ଚିନ୍ତିତ କରିଥିଲା। ଏହି ତତ୍ତ୍ୱ ପାଶ୍ଚାତ୍‌ରେ ଯେ ଥିଲା ସରକାରକୁ ଅଚଳ କରିଦେବାର ଅଭିପ୍ରାୟ, ଏକଥା ବୁଝିବା ବ୍ରିଟିଶ୍‌ ସରକାରଙ୍କ ପାଇଁ କଷ୍ଟକର ନ ଥିଲା। ଗଭର୍ନର ଜେନେରାଲ ଲର୍ଡ ମିଣ୍ଟୋ ଭାରତ ଦାୟିତ୍ୱରେ ଥିବା ସେକ୍ରେଟାରୀ ଲର୍ଡ ମୋର୍ଲେଙ୍କ ପାଖକୁ ଚିଠି ଲେଖି ଜଣାଇଥିଲେ: ”ଏହା ନିଃସନ୍ଦେହ ଯେ, ଆମେ ଏକ ବୈପ୍ଳବିକ ଆହ୍ବାନର ସମ୍ମୁଖୀନ, ଯାହାର ଲକ୍ଷ୍ୟ ବଳ ପ୍ରୟୋଗ କରି ଆମକୁ ଭାରତରୁ ତଡ଼ିଦେବା। ଭାରତର ଯୁବପିଢ଼ି ଏଥିପ୍ରତି ଅଧିକରୁ ଅଧିକ ଆକୃଷ୍ଟ ହେବା ଉଦ୍‌ବେଗର ବିଷୟ। ଶ୍ରୀଅରବିନ୍ଦ ହେଉଛନ୍ତି ଏହାର ବିପଜ୍ଜନକ ସୂତ୍ରଧର, ଛାତ୍ରସମାଜ ଉପରେ ଯାହାଙ୍କର ଅଛି ଅଖଣ୍ଡ ପ୍ରଭାବ।“

ଅନେକ ଆଜି ବିସ୍ମୃତ ଯେ ଯେଉଁସବୁ ପନ୍ଥା (ଅସହଯୋଗ, ବାସନ୍ଦ ଓ ସ୍ବଦେଶୀ ଭାବନା ଆଦି) ମାଧ୍ୟମରେ ଭାରତର ସ୍ବାଧୀନତା ସ୍ବପ୍ନ ସାକାର ହୋଇଥିଲା, ସେସବୁ ପନ୍ଥାର ଆବିଷ୍କାରକ ଥିଲେ ଶ୍ରୀଅରବିନ୍ଦ। ସେବର ବ୍ରିଟିଶ୍‌ ପାର୍ଲାମେଣ୍ଟ ସଭ୍ୟ ହେନ୍‌ରୀ ନେଭିନ୍‌ସନ୍‌ ଶ୍ରୀଅରବିନ୍ଦଙ୍କ ସହ ଆଳାପ ପରେ ଲେଖିଥିଲେ: ”ଏକ ସାର୍ବଜନୀନ ସ୍ବଦେଶୀ-ଶାସନ-ବ୍ୟବସ୍ଥାର ଅଧିକାରୀ ହେବା ଥିଲା ଶ୍ରୀଅରବିନ୍ଦଙ୍କ ପ୍ରତ୍ୟାଶା, ଯାହା କେବଳ ବସ୍ତୁକୈନ୍ଦ୍ରିକ ନୁହେଁ, ଜୀବନର ପ୍ରତ୍ୟେକ କ୍ଷେତ୍ରକୁ ପ୍ରସାରିତ।“ ତାଙ୍କ ମତରେ କାହାରି ମନରେ ଯଦି ଭୟଉତ୍ପନ୍ନ ହେଉଛି, ତେବେ ଜଣେ ସଚ୍ଚା ଦେଶପ୍ରେମୀର ପ୍ରଥମ କର୍ତ୍ତବ୍ୟ ହେଉଛି ସମସ୍ତ ମୂଲ୍ୟ ଦେଇ ତା’ର ଉତ୍ପାଟନ କରିବା। ନିଜର ଲେଖା ଓ ବକ୍ତବ୍ୟରେ ସାହସର ଆବଶ୍ୟକତା ଉପରେ ସେ ସର୍ବାଦୌ ଗୁରୁତ୍ୱ ଦେଉଥିଲେ।
ଶ୍ରୀଅରବିନ୍ଦ ଥିଲେ ‘ଦେଶପ୍ରେମର କୁଳିଶନାଦ’, ‘ଭାରତୀୟ ସଂସ୍କୃତିର ଅତୁଳନୀୟ ନେତା’, ‘ଅସାମାନ୍ୟ ତ୍ୟାଗ’ର ପ୍ରତିଭୂ, ‘କର୍ମଯୋଗୀ’ ଓ ସର୍ବୋପରି ଭାରତମାତାର ‘ଅଦ୍ୱିତୀୟ ବରପୁତ୍ର’। ଆମର ଦୁର୍ଭାଗ୍ୟ ଯେ, ଶ୍ରୀଅରବିନ୍ଦଙ୍କ ଦ୍ୱାରା ସମାହିତ ଭାରତୀୟ ସ୍ବାଧୀନତାର ଘନଘଟାମୟ ଉଦ୍ୟୋଗ ପର୍ବକୁ ଆମେ ‘ସନ୍ତ୍ରାସର ଏକ ଦଶନ୍ଧି’ ଭାବେ ଇତିହାସରେ ଚିହ୍ନିତ କରି ଆଶ୍ୱସ୍ତ ରହିଛୁଁ। ଶ୍ରୀଅରବିନ୍ଦଙ୍କ ବିପ୍ଳବ-ଭାବନା କିନ୍ତୁ ଥିଲା ଆଧ୍ୟାତ୍ମିକତାର ଦିବ୍ୟଭୂମି ଉପରେ ପରିକଳ୍ପିତ ଏକ ନବଯୁଗର ନକ୍ସା। ‘ବନ୍ଦେ ମାତରମ୍‌’ ପତ୍ରିକାରେ ସେ ଲେଖିଥିଲେ: “Do we serve the Mother for a reward or do God’s work for a hire? The patriot।ives for his country because he must, he dies for her because she demands it. That is all.” ଶ୍ରୀଅରବିନ୍ଦଙ୍କ ମତରେ ଦେଶପ୍ରେମ ଭଲ, ଉତ୍ତମ ଓ ଦିବ୍ୟ; ଯଦି ଏହାର ଧ୍ୟେୟ ସାର୍ବଜନୀନ ମାନବିକତାର ବିକାଶ। ମାନବିକତାରୁ ବିଚ୍ଛିନ୍ନ ଜାତୀୟତା କେବଳ ଖରାପ ନୁହେଁ, ଦୁର୍ବଳ ମଧ୍ୟ।
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ନା ହଜାରେଙ୍କୁ ନେଇ ବିବାଦୀୟ ବୟାନ ଦେଲେ ‘କକ୍ରୋଚ ଜନତା ପାର୍ଟି’ର ଅଭିଜିତ ଦୀପକେ, ହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୭।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଆନ୍ଦୋଳନ କରୁଥିବା ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଆନ୍ନା ହଜାରେଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ଅଟକ

ଭଣ୍ଡାରିପୋଖରୀ,୭।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବାଲିପୋଖରୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାଲିପୋଖରୀ ପଞ୍ଚାୟତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ…

ବନ୍ଦ ଘରୁ ମିଳିଲା ଆଉଟସୋର୍ସିଂ କର୍ମଚାରୀଙ୍କ ମୃତଦେହ, ଗନ୍ଧ ହେବାରୁ…

ବଲାଙ୍ଗୀର,୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁଲସୀନଗରର ଏକ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାର୍ତ୍ତିକ ମଛଖଣ୍ଡ…

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରାପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରାପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ ଗଛରେ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri