ଭଙ୍ଗା କୁଡ଼ିଆରେ ସରୀସୃପଙ୍କ ସହ ବିତୁଛି ରାତି

ଟିକିରି,୨୩।୩(ଡି.ଏନ୍‌.ଏ.) – ଗରିବ ଓ ବାସହୀନଙ୍କ ପାଇଁ ସରକାର ଆବାସ ଯୋଜନାରେ ବାସଗୃହ ଯୋଗାଉଛନ୍ତି। ହେଲେ ତଳସ୍ତରରେ ଏହା ଠିକ୍‌ରେ କାର୍ଯ୍ୟକାରୀ ହେଉ ନ ଥିବାରୁ ଅନେକ ଲୋକଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚିପାରୁନାହିଁ। ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ବେଲଗଛତୁଣ୍ଡା ଗ୍ରାମରେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ଗାଁର ରାଧାମନି ନାଏକ(୮୦)ଭଙ୍ଗା କୁଡ଼ିଆରେ କଷ୍ଟରେ ଚଳୁଥିବାବେଳେ ଏ ପର୍ଯ୍ୟନ୍ତ ଆବାସ ଯୋଜନାରେ ଘରଟିଏ ପାଇପାରିନାହାନ୍ତି। ଘରଟିଏ ପାଇଁ ଅପେକ୍ଷା କରି କରି ଜୀବନ ଚାଲିଯିବ ବୋଲି ରାଧାମନି ଦୁଃଖର ସହ କହିଛନ୍ତି। ରାଧାମନିଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ। ଘରେ ଜଣେ ଅବିବାହିତ ଝିଅ ମଧ୍ୟ ରହୁଛନ୍ତି। ଭତ୍ତା ବାବଦକୁ ଯାହା ଟଙ୍କା ମିଳୁଛି ସେଥିରେ ଦୁହେଁ ଚଳୁଛନ୍ତି। ହେଲେ ଭଙ୍ଗା କୁଡ଼ିଆରେ ତାଙ୍କ ଜୀବନ ବିତୁଛି। ଅନେକ ସମୟରେ ଘର ମଧ୍ୟରେ ସରୀସୃପଙ୍କ ସହ ରାତି ବିତାଇବାକୁ ପଡ଼ୁଛି ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ପ୍ରଶାସନ ପକ୍ଷରୁ ଶେଷ ଜୀବନରେ ତାଙ୍କୁ ଆବାସ ଖଣ୍ଡିଏ ଦେଲେ ଶାନ୍ତିରେ ଓ ସୁରକ୍ଷିତଭାବେ ଝିଅ ସହ ରହିପାରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରୁ ବିଜେଡି ନେତା ଗିରଫ

ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୧୨।୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଗ୍ରାମାଞ୍ଚଳ ପୋଲିସ ସୋମବାର ଅଭିଯୁକ୍ତ ବିଜେଡି ନେତା ଭିକାରୀ ସ୍ବାଇଁଙ୍କୁ ଗିରଫ କରିଥିବା ଜଣାପଡ଼ିଛି।...

ପର୍ଯ୍ୟାପ୍ତ ନୁହେଁ ପଦକ୍ଷେପ

ବଇଣ୍ଡା, ୩୦ା୫ (ଡି.ଏନ.ଏ.): ସମ୍ପ୍ରସାରଣ ହେଉଛି ଜାତୀୟ ରାଜପଥ। ଗମନାଗମନର ଅଧିକ ସୁବିଧା ଦେଉଛି ରେଳପଥ। ବ୍ୟବସାୟର ବଡ଼ ପେଣ୍ଠସ୍ଥଳୀ ହୋଇଥିବାରୁ ବଇଣ୍ଡା ଛକ ସାଜିଛି...

ଟ୍ରେନ୍‌ ଚେନ୍‌ ଟାଣି ୧୫୩୪ ପ୍ରବାସୀ ଓହ୍ଲାଇବା ଘଟଣା: ୨୭ଟି ବସ୍‌ ଯୋଗେ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଇଲା ପ୍ରଶାସନ

ଛତ୍ରପୁର,୩୦ା୫(ଡି.ଏନ୍‌.ଏ.): ସୁରଟରୁ ବାଲେଶ୍ୱର ଯାଉଥିବା ଟ୍ରେନର ଚେନ୍‌ ଟାଣିି ଗଞ୍ଜାମ ଜିଲା ଛତ୍ରପୁର ଷ୍ଟେଶନ ନିକଟରେ ୧୫୩୪ ଜଣ ପ୍ରବାସୀ ଶୁକ୍ରବାର ସନ୍ଧ୍ୟାରେ ଓହ୍ଲାଇ ପଡ଼ିଥିଲେ।...

ବଦଳିଲେ କୋରାପୁଟ ଜିଲାପାଳ

ଭୁବନେଶ୍ୱର/ପଟ୍ଟାଙ୍ଗୀ,୫।୨(ବ୍ୟୁରୋ/ ଡି.ଏନ୍‌.ଏ.): କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ଅବଦାଲ ଅକ୍‌ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ...

ଟିକରପଡ଼ାରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ ୩ ଗୁରୁତର

ସାନଖେମୁଣ୍ଡି,.୨୫।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିରେ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୩ ଜଣ ଗୁରୁତର...

କୋଭିଡ୍‌ ପରିଚାଳନାରେ ଓଡ଼ିଶା ପୋଲିସକୁ ପ୍ରଶଂସା

ବରଗଡ଼ ଅଫିସ୍‌,୩୧।୧: କୋଭିଡ୍‌ ପରିଚାଳନାରେ ଜାତୀୟ ମହିଳା କମିଶନ ଓଡ଼ିଶା ପୋଲିସକୁ ପ୍ରଶଂସା କରିଛି । ରବିବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ମହିଳା...

ଜଳୁନି ଟୋଲପ୍ଲାଜା ହାଇମାଷ୍ଟ

ଢେଙ୍କିକୋଟ,୧୯ା୭(ଡି.ଏନ୍‌.ଏ.)- ଜାତୀୟ ରାଜପଥ ୨୦ନଂ. ନବୀକରଣ ପରେ ଢେଙ୍କିକୋଟ ଗ୍ରାମବାସୀଙ୍କ ଦୁଃଖ ବଢ଼ିଯାଇଛି। ଅଧାପନ୍ତରିଆ କରି ଠିକା ସଂସ୍ଥା ଚାଲିଗଲା। ଉଭୟ ପାର୍ଶ୍ୱ ସର୍ଭିସ ରୋଡ୍‌...

ପୋଖରୀରେ କୁମ୍ଭୀର

ମାଲକାନଗିରି,୪ା୧(ଡି.ଏନ.ଏ.): ମାଲକାନଗିରି ଜିଲା ବାଲିମେଳା ବନାଞ୍ଚଳ ଅଧୀନ ଶଦାସିବପୁର ଗାଁ ପୋଖରୀରୁ ୫.୬ ଇଞ୍ଚ ଫୁଟ ଲମ୍ବର ଏକ କୁମ୍ଭୀରକୁ ଗ୍ରାମବାସୀ ଉଦ୍ଧାର କରି ବନବିଭାଗକୁ...

Advertisement
Archives

Model This Week