ଚିକିତ୍ସା ବାବଦ ଅର୍ଥକୁ ଶିକ୍ଷାରେ ଖର୍ଚ୍ଚ କର

କେନ୍ଦ୍ରାପଡ଼ା ଅଫିସ, ୧୬।୧୨: କେନ୍ଦ୍ରାପଡ଼ା ଜିଲା ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ସେବାରେ ବୁଧବାର ଯୋଡି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ୧୧ଟାରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲାରେ ଏହି କାର୍ଡ ବଣ୍ଟନର ଆରମ୍ଭ କରିଛନ୍ତି। ଜିଲାର ୩,୦୮,୧୧୭ ପରିବାରର ୧୧,୫୬,୪୩୩ ଜଣ ଏଥିଯୋଗୁ ଉପକୃତ ହୋଇପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁବାବୁ କେନ୍ଦ୍ରାପଡ଼ାର ପାଣି ପବନ ସହିତ ଯୋଡି ହୋଇ ଏବେବି ଅଛନ୍ତି। ତାଙ୍କ କର୍ମଭୂମି ବିକାଶିତ ହୋଇଛି। ସ୍ମାର୍ଟ କାର୍ଡ ପ୍ରବର୍ତ୍ତନ ଦ୍ୱାରା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଥିବା ଅର୍ଥ ଅଭାବ ସମସ୍ୟା ଦୂର ହୋଇପାରିବ। ଏହି କାର୍ଡ ଦ୍ୱାରା ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଦେଶର ୨୦୦ ବଡ ବେସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଉନ୍ନତ ଚିକିତ୍ସା ସେବା ମିଳିପାରିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥକୁ ପିଲାଙ୍କ ଶିକ୍ଷା ଗ୍ରହଣରେ ନିବେଶ ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୧୫୮୧ କୋଟି ୩୨ ଲକ୍ଷ ୫ ହଜାର ଟଙ୍କାର ୧୬୦ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି।
ଜିଲାସ୍ତରର ଏହି କାର୍ଯ୍ୟକ୍ରମ ସହରର ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଓ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ୯ ଜଣଙ୍କୁ ସ୍ମାର୍ଟ କାର୍ଡ ବାଣ୍ଟିଥିଲେ। ସ୍ଥାନୀୟ ଲୋକପ୍ରତିନିଧି, ଜିଲାପାଳ ଅମୃତ ଋତୁରାଜଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ସଭା ମଞ୍ଚକୁ ସିନେତାରକା କୁନା ତ୍ରିପାଠୀ ଓ ବିଜେଡି ନେତ୍ରୀ ସୁଲତା ଦେଓ ପରିଚାଳନା କରିଥିଲେ।
ଜିଲାର ୫୪ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୧୦୬ଟି ଜରୁରୀ ପ୍ରକଳ୍ପର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ କରିଛନ୍ତି। ଏଥିମଧ୍ୟରେ ବ୍ରାହ୍ମଣୀ ନଦୀର ଅଳପୁଆ ଘାଟ ଓ ନୀଳକଣ୍ଠପୁର ଘାଟଠାରେ ଦୁଇଟି ହାଇ ଲେବୁଲ ବ୍ରିଜ ସ୍ଥାନିତ ହୋଇଛି। ସେହିପରି ରାଜ୍ୟର ସର୍ବପୁରାତନ ପୌରାଞ୍ଚଳର କାର୍ଯ୍ୟାଳୟ ଗୃହ ୫ କୋଟି ଟଙ୍କାରେ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ଉଦ୍‌ଘାଟନ ହୋଇଥିବା ପ୍ରକଳ୍ପ ମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକ ନାଗପୁର ରୋଡର ଗୋବରୀ ନଦୀ ପୋଲ ଅନ୍ୟତମ। ଦୀର୍ଘ ୧୧ ବର୍ଷ ଧରି କାର୍ଯ୍ୟାରମ୍ଭ ହୋଇଥିଲେ ମଧ୍ୟ ସଂଯୋଗ ରାସ୍ତା ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରାୟ ୪ ବର୍ଷ ଅପେକ୍ଷା କରିବାକୁ ପଡିଛି। ସେହିପରି କେନ୍ଦ୍ରାପଡ଼ା ବ୍ଲକ ଶାମଗୁଡିଆଠାରେ ନୂତନ ଶିଶୁ ଓ ମାତୃମଙ୍ଗଳ କେନ୍ଦ୍ର ଉଦ୍‌ଘାଟନ ହୋଇଛି। ଲୁଣାନଦୀ ବାମ ପାର୍ଶ୍ୱର ୪ କିମି ଲମ୍ବର ନଦୀ ବନ୍ଧ ଉନ୍ନତୀକରଣ ପ୍ରକଳ୍ପ ସହ ଜଳସମ୍ପଦ ବିଭାଗର ୪ଟି ପ୍ରକଳ୍ପ, ୯ଟି କୋଠା ପ୍ରକଳ୍ପ, ୧୦ଟି ସ୍ବାସ୍ଥ୍ୟ ସେବା ପ୍ରକଳ୍ପ, ୮ଟି ଭିତ୍ତିଭୂମି ପ୍ରକଳ୍ପ, ୩ଟି ଶକ୍ତି ପ୍ରକଳ୍ପ, ୧୪ ଜଳ ଯୋଗାଣ ପ୍ରକଳ୍ପ ଓ ୬ଟି ବ୍ରିଜ୍‌ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଅପରପକ୍ଷରେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ୨୦ ପଞ୍ଚାୟତବାସୀଙ୍କ ପାନୀୟ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ ସମେତ ଜଳ ଯୋଗାଣ ବିଭାଗର ୧୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିସହିତ ଜଳସମ୍ପଦ ବିଭାଗର ୬ଟି ପ୍ରକଳ୍ପ, ଡ୍ରେନେଜ ବିଭାଗର ୫ ପ୍ରକଳ୍ପ, ତଟବନ୍ଧର ୩ ପ୍ରକଳ୍ପ, ଭିତ୍ତିଭୂମି ପାଇଁ ୯ଟି ପ୍ରକଳ୍ପ, ସ୍ବାସ୍ଥ୍ୟ ବିଭାଗର ୩ଟି ପ୍ରକଳ୍ପ, ଶିକ୍ଷା ବିଭାଗର ୨ ପ୍ରକଳ୍ପ, ଗ୍ରାମ୍ୟ ଉନ୍ନୟନ ବିଭାଗର ୨୪ଟି ରାସ୍ତା ପ୍ରକଳ୍ପ, ୫ଟି ହାଇଲେବଲ ବ୍ରିଜ୍‌ ପ୍ରକଳ୍ପ, ଶକ୍ତି ବିଭାଗର ୧ ପ୍ରକଳ୍ପ ଓ ୨୯ଟି କୋଠା ନିର୍ମାଣ ପ୍ରକଳ୍ପକୁ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ସାହୁ, ଆଳି ବିଧାୟକ ପ୍ରତାପ କେଶରୀ ଦେବ ନିଜ ନିର୍ବାଚନ ମଣ୍ଡଳୀରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri