ଘାଜିଆବାଦରୁ ବାଣୀ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭଗଓ୍ବତ ୪ ଜୁଲାଇରେ ଘାଜିଆବାଦର ମଓ୍ବେର ପ୍ରତିଷ୍ଠାନରେ ଖ୍ବାଜା ଇଫ୍‌ତିକାର ଅହମ୍ମଦଙ୍କ ପୁସ୍ତକ ‘ମିଟିଂ ଅଫ୍‌ ମାଇଣ୍ଡ୍‌ସ’ ଉନ୍ମୋଚନ କରିବା ଅବସରରେ କହିଛନ୍ତି ଯେ, ଧର୍ମ ନାମରେ ଯେଉଁମାନେ ହିଂସାତ୍ମକ କାଣ୍ଡ ଭିଆଉଛନ୍ତି ତାହା ହିନ୍ଦୁତ୍ୱ ନୀତି ବିରୋଧୀ। ଏଥିସହିତ ମୁସଲମାନମାନଙ୍କୁ ନିବେଦନ କରି କହିଛନ୍ତି, ସେମାନେ ଆଦୌ ଭୟଭୀତ ହେବାର ନାହିଁ ଏବଂ ସେମାନଙ୍କ ଧର୍ମ ଓ ଜୀବନ ଧାରଣ ଲାଗି ଭାରତରେ କୌଣସି ବିପଦ ନାହିଁ।
ଘାଜିଆବାଦରେ ଭଗଓ୍ବତ ଯେଉଁଭଳି ଭାବେ ଶବ୍ଦ ଉଚ୍ଚାରଣ କରିଛନ୍ତି, ତାହା କେନ୍ଦ୍ରରେ ଭାଜପା ସରକାରର ଦୀର୍ଘ ୭ ବର୍ଷ ମଧ୍ୟରେ ଏହି ବାର୍ତ୍ତାକୁ ସ୍ପଷ୍ଟ ଭାବେ କହିଥିଲେ ଦେଶବ୍ୟାପୀ ସ୍ଥିତି ଭିନ୍ନ ହୋଇଥାଆନ୍ତା। ଏଠାରେ ସଂଖ୍ୟାଲଘୁଙ୍କ ସପକ୍ଷରେ କୁହାଯାଉ ନାହିଁ; କାହାର ସପକ୍ଷ ବା ବିପକ୍ଷରେ କହିବାର ମଧ୍ୟ ପ୍ରୟୋଜନ ନାହିଁ। କିନ୍ତୁ ଏକବିଂଶ ଶତାବ୍ଦୀରେ ଭାରତ ପରି ଗରିବ ଦେଶର ପ୍ରତ୍ୟେକ ନାଗରିକର ଅର୍ଥନୈତିକ ଉନ୍ନତି କରାଇବା ହେବାକଥା ସରକାରର ମୂଳ ଲକ୍ଷ୍ୟ। ଅର୍ଥନୈତିକ ଉନ୍ନତିର ଅନେକ ଶତ୍ରୁଙ୍କ ମଧ୍ୟରୁ ଏକ ଶକ୍ତିଶାଳୀ ଶତ୍ରୁ ହେଉଛି ଧର୍ମ ଆଲୋଚନା। ଯେଉଁ ରାଷ୍ଟ୍ରକୁ ଧର୍ମଚିନ୍ତାରେ ବୁଡ଼େଇ ଦିଆଯାଏ ସେଠାରେ ଅର୍ଥନୈତିକ କିମ୍ବା ସାମାଜିକ ଉନ୍ନତି ଅସମ୍ଭବ। ଏହାର ଜ୍ୱଳନ୍ତ ଉଦାହରଣ ଆଫଗାନିସ୍ତାନ, ଇରାକ, ସିରିଆ ଓ ୟେମେନ୍‌ ଭଳି ଅନେକ ମୁସଲମାନ ଦେଶରେ ଦେଖିବାକୁ ମିଳେ। ସେଭଳି ମଧ୍ୟଯୁଗୀୟ ଚିନ୍ତାଧାରା ଯୋଗୁ ଆଜି ଇସ୍‌ଲାମ ଧର୍ମ ସମଗ୍ର ବିଶ୍ୱରେ ଅବିଶ୍ୱାସ ଏବଂ ହିଂସାର ସମ୍ମୁଖୀନ ହେଉଛି। ଏହାର ମୁଖ୍ୟ କାରଣ ହେଲା, ସେହି ସମ୍ପ୍ରଦାୟର ନେତୃତ୍ୱ କେବେହେଲେ ହିଂସାକୁ ନିନ୍ଦା କଲେ ନାହିଁ। ଫଳସ୍ବରୂପ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଭଳି ସଙ୍ଗଠନ ଗଢ଼ିଉଠିଲା। ସେଥିପାଇଁ ବିଶ୍ୱବ୍ୟାପୀ ସେହି ସମ୍ପ୍ରଦାୟ ଘୃଣିତ ହେଉଛି। ଏହି ପ୍ରଚ୍ଛଦପଟରେ ଘାଜିଆବାଦଠାରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ଭଗଓ୍ବତ ଦେଇଥିବା ଭାଷଣକୁ ଏଠାରେ ଦେଖାଯାଇପାରେ। ସେ ତାଙ୍କ ଭାଷଣରେ ଆର୍‌ଏସ୍‌ଏସ୍‌ ସଙ୍ଗଠନ ଏବଂ ବିଶେଷକରି ହିନ୍ଦୁତ୍ୱର ଆକ୍ରମଣାତ୍ମକ କାର୍ଯ୍ୟ ସମ୍ପର୍କରେ ବୁଝାଇବାକୁ ଯାଇ କହିଥିଲେ ଯେ, ଲିଞ୍ଚିଂ ବା ହତ୍ୟା କରୁଥିବା ବ୍ୟକ୍ତି ଆତତାୟୀ। ସେମାନେ ହିନ୍ଦୁତ୍ୱକୁ କ୍ଷତି ପହଞ୍ଚାଉଛନ୍ତି। ଏକନିଃଶ୍ୱାସରେ ସେ ଏହା କହିଲେ ଯେ, ଏଭଳି ଆତତାୟୀଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେମାନଙ୍କୁ ଦଣ୍ଡିତ କରାଯିବା ଦରକାର। ଏଭଳି ଘଟଣାରେ ଆଇନ ତା’ବାଟରେ ଯିବା ଉଚିତ। ତାଙ୍କର ଏହି ଭାଷଣକୁ ପ୍ରଶଂସା କରାଯିବା ସହିତ ଏହା ମଧ୍ୟ ମନେରଖିବା ଦରକାର ଯେ, ଭାରତର ଆଇନ ବ୍ୟବସ୍ଥାର ନିଜସ୍ବ କୌଣସି ଶକ୍ତି ନାହିଁ। ରାଜନେତାମାନେ ସାଧାରଣରେ ଏହିଭଳି ବାହ୍ୟ ଉଚ୍ଚାରଣ କରି କଠିନ ସ୍ଥିତିରୁ ଖସିଯିବାକୁ ଉଦ୍ୟମ କରନ୍ତି। ଯଦି ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଇଥାଆନ୍ତା, ତେବେ ହୁଏତ ଭଗଓ୍ବତଙ୍କ କଥା ବିଶ୍ୱାସଯୋଗ୍ୟ ହୋଇଥାଆନ୍ତା। ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ), ଦିଲ୍ଲୀ ଦଙ୍ଗା ଏବଂ ଆହୁରି ଅନେକ ଘଟଣାର ଉଦାହରଣ ଦେଖିଲେ ହିନ୍ଦୁ ସମାଜରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କିନ୍ତୁ ସଙ୍ଗଠିତ ଭାବରେ କୌଣସି ରାଜନୈତିକ ଦଳ ବା ସାମାଜିକ ସଙ୍ଗଠନ କେବେହେଲେ ଏହିସବୁ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ନାହାନ୍ତି। ଦଙ୍ଗା ରୋକିବା ଦିଗରେ ଆର୍‌ଏସ୍‌ଏସ୍‌ର କୌଣସି ମତ ପ୍ରକାଶ ପାଇଥିଲେ ହୁଏତ ପରିସ୍ଥିତି ଭିନ୍ନ ହୋଇପାରିଥାଆନ୍ତା। ଭଗଓ୍ବତ ଯେତେବେଳେ କହୁଛନ୍ତି ଯେ ଇତିହାସରେ ଭାରତକୁ ଯିଏ ଯେତେବେଳେ ଆସିଛି, ଯେଉଁ କାରଣରୁ ହେଉ ପଛେ, ସେମାନେ ଏଠି ଅସ୍ଥିତ୍ୱ ବଜାୟ ରଖିଛନ୍ତି। ଯିଏ ଜୀବିତ ଅଛି ତା’ର ଏଠାରେ ବଞ୍ଚିବାର ଅଧିକାର ଅଛି ବୋଲି ଭଗଓ୍ବତ କହିଛନ୍ତି। ତାଙ୍କର ଏହି ମତକୁ ସମସ୍ତେ ସ୍ବାଗତ କରିବେ। ତେବେ ଏଠାରେ କୁହାଯାଇପାରେ ଯେ ଜୀବିତ ରହିବା କେବଳମାତ୍ର ପ୍ରସଙ୍ଗ ନୁହେଁ, ଆତ୍ମସମ୍ମାନ, ମର୍ଯ୍ୟାଦା ଏବଂ ବିନା ଭୟରେ ଯେଉଁ ନାଗରିକ ବଞ୍ଚିପାରିବ ସିଏ ସମାଜ ପାଇଁ ସକାରାତ୍ମକ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri