Posted inଜାତୀୟ

ଡେଙ୍ଗୁକୁ ରୋକିବ ମଶା

ନୂଆଦିଲ୍ଲୀ, ୭ା୭: ଡେଙ୍ଗୁ ରୋକିବ ମଶା। ମଶା ଯୋଗୁ ବ୍ୟାପୁଥିବା ଏହି ରୋଗକୁ ନିୟନ୍ତ୍ରଣ ପାଇଁ ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ଏବଂ ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର (ଭିସିଆର୍‌ସି) ପକ୍ଷରୁ ଏପରି ମଶା ବିକଶିତ କରାଯାଇଛି, ଯାହା ଡେଙ୍ଗୁ ଷ୍ଟ୍ରେନ୍‌କୁ ରୋକିପାରିବ। ଆଇସିଏମ୍‌ଆର୍‌-ଭିସିଆର୍‌ସି ପୁଡୁଚେରୀ ପକ୍ଷରୁ ବିକଶିତ ହୋଇଥିବା ଏହି ମଶାକୁ ବ୍ୟାକ୍ଟେରିଆ ବା ଜୀବାଣୁ ଦ୍ୱାରା ସଂକ୍ରମିତ କରାଯାଇଛି। ଏହି ମଶା ଡେଙ୍ଗୁ ସହ ଚିକୁନଗୁନିଆ ରୋକିବାରେ ମଧ୍ୟ ସହାୟକ ହେବ ବୋଲି ଏହି ସଂସ୍ଥାର ଗବେଷକ କହିଛନ୍ତି। ଡେଙ୍ଗୁ ଜ୍ୱରର ବାହକ ଏଡିସ୍‌ ମଶା ବା ଏଡିସ୍‌ ଏଜିପ୍ଟି ସହ ଡବ୍ଲ୍ୟୁ-ଏମ୍‌ଇଏଲ୍‌ ଏବଂ ଡବ୍ଲ୍ୟୁ-ଏଏଲ୍‌ବି ଓ୍ବଲବାଚିଆ ଷ୍ଟ୍ରେନ୍‌କୁ ସଂକ୍ରମିତ କରାଯାଇଛି। ଏ. ଏଜିପ୍ଟି (ପଡ୍‌) ଭୂତାଣୁଜନିତ ଡେଙ୍ଗୁ ସଂକ୍ରମଣ ରୋକିପାରିବ ବୋଲି କୁହାଯାଇଛି। ଭିସିଆର୍‌ସି ୪ ବର୍ଷ ଧରି ଓ୍ବଲବାଚିଆ ମଶା ଉପରେ ଗବେଷଣା କରିଆସୁଛନ୍ତି। ଆଇସିଏମ୍‌ଆର୍‌-ଭିସିଆର୍‌ସି ନିର୍ଦ୍ଦେଶକ ଡା. ଅଶ୍ୱିନୀ କୁମାରଙ୍କ କହିବା ଅନୁସାରେ, ଏହି ବ୍ୟାକ୍ଟେରିଆ ମଶା ପ୍ରାୟ ସମସ୍ତ କୋଷିକାରେ ପ୍ରବେଶ କରି ସେଠାରେ ବଂଶବିସ୍ତାର କରିପାରିବ। ଏହି ଜୀବାଣୁର ଉପସ୍ଥିତିରେ ଡେଙ୍ଗୁ ଭୂତାଣୁ ଅଧିକ ସଂକ୍ରାମକ ହେବାରେ ସକ୍ଷମ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri