Posted inଫୁରସତ

ମାର୍ଗଦର୍ଶକ…

କଥାରେ ଅଛି- ‘ଉତ୍ତମ ସଙ୍ଗେ ସଙ୍ଗ ଯାର, ସେ କରେ ଉତ୍ତମ ବେଭାର। ଦୁର୍ଜନ ସଙ୍ଗେ କଲେ ବାସ, ଘଟିବ ଜାଣ ସର୍ବନାଶ।’ ଏମିତି ଅନେକ ଲୋକକଥା ଓ ହିତ ଉପଦେଶ ଆମ ସବମାଜରେ ପ୍ରଚଳିତ । କୁହାଯାଏ ପରିବେଶ ପରିସ୍ଥିତି ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ। କିନ୍ତୁ ଆଜିକାଲି ସମାଜରେ ଦିନକୁ ଦିନ ବିଭିନ୍ନ ଅଜବ ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ଚରିତ୍ରର ଅବକ୍ଷୟ ହେଉଛି। ନୈରାଶ୍ୟ ଭିତରେ ମଣିଷ ଜୀବନ କାଟୁଛି। ପାରସ୍ପରିକ ହିଂସା ବୃଦ୍ଧି ପାଉଛି। ଯେଉଁଥିପାଇଁ ସକାରାତ୍ମକ ଚିନ୍ତନ ଓ କାର୍ଯ୍ୟର ଆବଶ୍ୟକତା ରହିଛି। ଏଥିପାଇଁ ଅଧିକାଂଶ ଲୋକ ସତ୍‌ସଙ୍ଗ ପ୍ରତି ଆକୃଷ୍ଟ ହେଉଛନ୍ତି ଓ ସେମାନଙ୍କ ସମସ୍ୟା କାହା ଆଗରେ କହି ଉଚିତ ମାର୍ଗରେ ଯିବେ ସେକଥା ଭାବୁଛନ୍ତି। ଆଉ ଏମାନଙ୍କ ସମସ୍ୟାର ସରଳ ସମାଧାନ କରୁଛନ୍ତି କିଛି ବ୍ୟକ୍ତି ବିଶେଷ ଯାହାଙ୍କୁ ଆପଣ ମାର୍ଗଦର୍ଶକ ଅଥବା ପ୍ରବଚକ କହିପାରିବେ। ଏମାନଙ୍କ ପାଖକୁ ଯାଇ ଆପଣ ତାଙ୍କ କଥା ଶୁଣି ନିଜ ମନକୁ ଶାନ୍ତ କରିପାରିବେ। କିମ୍ବା ସୋସିଆଲ ମିଡିଆରେ ବି ଚାହିଁଲେ ଜଣେ ନିଜ ସମୟ ମୁତାବକ ତାଙ୍କ କଥା ଶୁଣିପାରିବା ସହ ନିଜ ସମସ୍ୟା ସମାଧାନର ସୂତ୍ର ବି ଖୋଜିପାରିବେ। ସେମିତି କେତେଜଣଙ୍କ ସମ୍ପର୍କରେ …..

ଜୀବନ ଆମର, ଦାୟିତ୍ୱ ଆମର: ସେ ଜଣେ ଯୁବକ, ଯେ କି ଜୀବନର ଦୋଛକିରେ କ’ଣ କରିବେ, କ’ଣ ନ କରିବେ ଏହି ଚିନ୍ତା ତାଙ୍କୁ ଘାରିଥିଲା। ଏଥିପାଇଁ ଦିନେ ସେ ଗାଁରୁ ବାହାରି ଆସିଲେ ଭୁବନେଶ୍ୱରକୁ କିଛି ଜୀବିକା ଅର୍ଜନ ପାଇଁ । ମାତ୍ର ସମୟଚକ୍ରରେ ତାଙ୍କ ଜୀବନର ଗତିପଥ ବଦଳିଗଲା। ସେ ହେଲେ ବିନୋଦ ବିହାରୀ ବେହେରା। ସେ କୁହନ୍ତି, ‘ପିଲାଟି ଦିନରୁ ସଂଗୀତ ପ୍ରତି ଅହେତୁକ ଦୁର୍ବଳତା ଥିଲା। ମାତ୍ର ଘରର ପରିସ୍ଥିତି ମତେ ଥରେ ଗାଁଠାରୁ ଦୂରକୁ ଆସିବାକୁ ବାଧ୍ୟ କରିଥିଲା। ତା’ପରେ ମୋ ପାଖରେ ଦୁଇଟି ବାଟ ଥିଲା। ଭଲବାଟରେ ଯିବି ନା ଖରାପ ରାସ୍ତାରେ। କିନ୍ତୁ ଘର ଛାଡ଼ିଲା ପରେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲି ସେମାନଙ୍କ ଚିନ୍ତାଧାରା, ଜୀବନଚର୍ଯ୍ୟା ମତେ ପ୍ରଭାବିତ କରିଥିଲା। ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନର ଚଲାପଥକୁ ଅଗ୍ରସର କରିଥିଲି। ସମୟକ୍ରମେ କେତେଜଣ ଭଲଲୋକଙ୍କ ସମ୍ପର୍କରେ ଆସିଥିବାରୁ ସର୍ବଦା ସକାରାତ୍ମକ ଚିନ୍ତନ ମନକୁ ପରିଚାଳିତ କଲା। ସେହି ସମୟରୁ ଜୀବନର ମୂଲ୍ୟ ବୁଝିବାକୁ ଚେଷ୍ଟା କଲି। ପରିବାରର ମୂଲ୍ୟ ବୁଝିବାକୁ ଚେଷ୍ଟାକରି ସମ୍ପର୍କର ବିଶ୍ୱାସରେ ଚାଲିଛି। ଅନେକ ସାଧୁସନ୍ଥ ଓ ବିଜ୍ଞଲୋକଙ୍କ ସହ ମିଶିଛି। ଭଲ ଭଲ ପୁସ୍ତକ ପଢ଼ିବା ଆରମ୍ଭ କରିଛି। ଏ ଭିତରେ ମୋ ଆଚାରରେ ଅନେକ କିଛି ଉନ୍ନତି ହେବା ଅନୁଭବ କରିପାରିଲି। କିନ୍ତୁ ପିଲାଟି ଦିନରୁ ମନରେ ରହିଥିବା ଅଭିଳାଷକୁ କିପରି ସାକାର କରିବି ସେଥିଲାଗି ପ୍ରୟାସ କଲି। ଜଣେ ସଂଗୀତଜ୍ଞ ହେବି ଏଥିରେ ଜୀବନ ବିତାଇବି। ଏହି ସ୍ବପ୍ନକୁ ସାକାର କରିବା ପାଇଁ କେତେଜଣ ସଂଗୀତଜ୍ଞଙ୍କୁ ସାକ୍ଷାତ୍‌ କରିବାର ସୌଭାଗ୍ୟ ଲାଭ କଲି। ମହାପ୍ରଭୁଙ୍କ କୃପା ଯୋଗୁ କେତେକ ସଂଗୀତ କାଯର୍‌ୟକ୍ରମରେ ଯୋଗଦେଇଥିଲି। ଏହି କାର୍ଯ୍ୟକୁ ପେସାକରି ବଞ୍ଚତ୍ବା ମୋ ପାଇଁ ଯେତିକି କଷ୍ଟକର ଥିଲା ସମୟକ୍ରମେ ଧୀରେ ଧୀରେ ଏହା ସହଜ ଲାଗିଲା। ଏମିତିରେ ମଞ୍ଚରେ ଗୀତ ଗାଇବା ଏବଂ ନିର୍ଦ୍ଦେଶନା ଦେବା ଏପରି କି କେତେକ ମଞ୍ଚରେ ମଞ୍ଚ ଉଦ୍‌ଘୋଷକ ରୂପେ କାର୍ଯ୍ୟ କଲି। ମାତ୍ର କରୋନା କଟକଣା ସମୟରେ ମଞ୍ଚ କାଯର୍‌ୟକ୍ରମ ବନ୍ଦ ହୋଇଗଲା। ସେହି ସମୟରେ ମୋ ଭିତରେ ଗୋଟିଏ କଥା ମନକୁ ଆନ୍ଦୋଳିତ କଲା ‘ଜୀବନ ଆମର, ଦାୟିତ୍ୱ ଆମର।’ ଏକ ନୂଆ ବିଚାରଧାରା ସୃଷ୍ଟି ହେଲା। ଏମିତି ଜଟିଳ ପରିସ୍ଥିତିରେ ମନରେ ଭାବନା ଆସିଲା- ବଞ୍ଚିବା ପାଇଁ ସାହସ ଦରକାର। ସାହସ ତ ମୋ ଭିତରେ ଥିଲା। ଧୈଯର୍‌ୟ ଦରକାର, ଆତ୍ମବିଶ୍ୱାସ ଦରକାର। ଏମିତି ଅନେକ କଥାକୁ ପୁଞ୍ଜିକରି ସେହି ସମୟରେ ପ୍ରଥମେ ନିଜର ପରିସ୍ଥିତି ଏବଂ ମୋ ଚାରିପାଖେ ଘଟୁଥିବା ନାନା ଚଳନ୍ତି ସମସ୍ୟାକୁ ଅନୁଶୀଳନ କରି ଏସବୁର ସମାଧାନ ପାଇଁ ନିଜ ଦ୍ୱାରା କ’ଣ ହୋଇପାରିବ ଭାବି ଆରମ୍ଭ କରିଥିଲି ୟୁଟୁବ୍‌ ଚ୍ୟାନେଲରେ ଏକ ନିଆରା କାଯର୍‌ୟକ୍ରମ ‘ଜୀବନ ଆମର ଦାୟିତ୍ୱ ଆମର’। ଯାହା ଖୁବ ପ୍ରଶଂସା ଓ ଲୋକପ୍ରିତା ସାଉଁଟିବା ସହ ଆଶୀର୍ବାଦ ବି ମିଳୁଛି। ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ନିଜ ଅନୁଭୂତିକୁ ନେଇ ସଚେତନତାର ବାର୍ତ୍ତା ଦେଇଆସୁଛି। କଥା କହି କହି ବାଦ୍‌ଶାହା ହେବା ମୋ ଜୀବନର ଉଦ୍ଦେଶ୍ୟ ନୁହେଁ ବରଂ ଆଚରଣରେ ଆଚାର୍ଯ୍ୟ ହୋଇ ବଞ୍ଚିବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ରାସ୍ତାରୁ ଅଳିଆ ହଟେଇବା ମ୍ୟୁନିସିପାଲିଟିର କାମ ହୋଇପାରେ, କିନ୍ତୁ ମୁଁ ରାସ୍ତାରେ ଅଳିଆ ପକାଇବି ନାହିଁ ଏଇଟା ମୋ କାମ। ଦୁନିଆରେ କେହି ବଦଳୁ ବା ନ ବଦଳୁ ମୁଁ କିନ୍ତୁ ବଦଳିବି । ମୋ ଖରାପ ବିଚାରକୁ ବଦଳାଇବି। ଏ କଥା ମୋର ସଙ୍କଳ୍ପ। ଯଦି ଦୁନିଆରେ ମୁଁ ଭଲ ମଣିଷ ହେବି ହୁଏତ ଜଣେ ଖରାପ ମଣିଷ କମିଯିବ। ଏ କଥା ସମସ୍ତେ ଯଦି ଭାବିବେ ଦୁନିଆ ବଦଳିବାକୁ କେତେ ସମୟ ଲାଗିବ। ଆମ ପକେଟରେ ସାମର୍ଥ୍ୟ ନ ଥାଇପାରେ କିନ୍ତୁ ଆମ ମନ ଭିତରେ ଯେଉଁ ଶକ୍ତି ସାମର୍ଥ୍ୟ ଅଛି ଯଦି ତା’ର ସୁବିନିଯୋଗ କରିବା, ତେବେ ଅସମ୍ଭବ ହୁଏତ ସମ୍ଭବ ହୋଇପାରିବ। ଆମ ବିଚାର ଆମକୁ ସ୍ବାମୀ ବିବେକାନନ୍ଦଙ୍କ ରାସ୍ତାରେ ଚାଲିବାକୁ ପ୍ରେରଣା ଦେବ। ଭୁଲ୍‌ ରାସ୍ତାରୁ ନିବୃତ୍ତ ରହି ଠିକ୍‌ ରାସ୍ତାରେ ଯଦି ଆମେ ଚାଲିବା ଜୀବନ ଆମ ପାଇଁ ସହଜ ହୋଇପାରିବ। ଶେଷରେ ଏତିକି କହିବି, ପରିସ୍ଥିତି କଷ୍ଟ ଦିଏନି ବରଂ ମନର ସ୍ଥିତି କଷ୍ଟ ଦିଏ। ପ୍ରତ୍ୟେକ ପରିସ୍ଥିତି ଭିତରେ ଯଦି ମନକୁ ସକାରାତ୍ମକ ଭାବନାରେ ରଖିବା ଜୀବନ ସ୍ବର୍ଗ ପାଲଟିଯିବ। ଆମେ ସକାରାତ୍ମକ ଭାବନାକୁ ନେଇ ବଞ୍ଚିବା କି ନକାରାତ୍ମକ ଭାବନାକୁ ନେଇ ବଞ୍ଚିବା ନିର୍ଣ୍ଣୟ ଆମର, ଭାବନା ବି ଆମର। ଜୀବନ ଆମର, ଦାୟିତ୍ୱ ଆମର।

ଆକାଶବାଣୀରେ ଅନୁଚିନ୍ତା:-ଦିନ ଥିଲା ଯେତେବେଳେ ସକାଳୁ ସକାଳୁ ଆକାଶବାଣୀ କଟକ କେନ୍ଦ୍ରରୁ ବନ୍ଦନା କାର୍ଯ୍ୟକ୍ରମ ପରେ ପରେ ଏକ ସୁମଧୁର ଧୁନ୍‌ ବାଜି ଉଠୁଥିଲା। ଏହାପରେ ଆନାଉନ୍ସ୍‌ର କହୁଥିଲେ, ‘ଏଥର ଶୁଣନ୍ତୁ ଆଜିର ଅନୁଚିନ୍ତା, ଉପସ୍ଥାପନା ଶଙ୍କର୍ଷଣ ମଙ୍ଗରାଜ।’ ସେତେବେଳେ ରେଡିଓରୁ ଏହି କାଯର୍‌ୟକ୍ରମ ଶୁଣୁଥିବା ଓଡ଼ିଶାର ପୁରପଲ୍ଲୀର ଅଗଣିତ ଶ୍ରୋତାଙ୍କ ମନଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିଲା। ତେବେ ଆଧ୍ୟାତ୍ମିକ ଭାବଗର୍ଭକ ବାଣୀ ଅନୁଚିନ୍ତା ସକାଳୁ ସକାଳୁ କର୍ମତତ୍ପର ଲୋକଙ୍କ ମନରେ ସକାରାତ୍ମକ ପ୍ରଭାବ ପକାଉଥିଲା। ସେଇ ଅନୁଚିନ୍ତାର ଉଦ୍‌ଘୋଷକ ଶଙ୍କର୍ଷଣ ମଙ୍ଗରାଜ କୁହନ୍ତି,‘ ଏବେ ଅନେକ ଲୋକ ମୋତେ ଦେଖିବା ପାଇଁ ଆସୁଛନ୍ତି। କାରଣ ମୁଁ ଦେଖିବାକୁ କେମିତି, ମୋର ବେଶଭୂଷା, ଚଳଣି କେମିତି। ଯେହେତୁ ସେତେବେଳର ୧୯୯୩ ମସିହାରୁ କଟକ ଆକାଶବାଣୀରୁ ଅନୁଚିନ୍ତା ପ୍ରଚାର ପ୍ରସାରଣ କରାଯାଉଥିଲା, ଯାହା ନିରପେକ୍ଷ ରହିଥିଲା। ବିଭିନ୍ନ ଧର୍ମ, ବର୍ଗର ଲୋକଙ୍କ ମନକୁ ଛୁଇଁପାରୁଥିଲା। ଏମିତି ପ୍ରେରଣାଦାୟକ ଚିନ୍ତନକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅନେକ ଶାସ୍ତ୍ର ପୁରାଣକୁ ଅଧ୍ୟୟନ କରିବାକୁ ପଡ଼ିଥାଏ। ଅବଶ୍ୟ ପିଲାଟି ଦିନରୁ ମହାପୁରୁଷଙ୍କ ଜୀବନୀ ପଢିବା ଓ ଲେଖିବାର ଅଭ୍ୟାସ ମୋତେ ପ୍ରଭାବିତ କରିଥିଲା। ୧୯୭୨ ମସିହାଠାରୁ ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଧାରାବିବରଣୀ ଦେଇଆସିଥାଏ। ତେବେ ଖୋର୍ଦ୍ଧା ଜିଲାର ଚିଲିକା କୂଳରେ ଅବସ୍ଥିତ ମୋ ଗାଁ ତରାପି । ନିକଟରେ ତରାପି ନଟା, ବାଘଛାଲ ମୁଣ୍ଟିଆର ପ୍ରାକୃତିକ ପରିବେଶ ସର୍ବଦା ମୋ ମନକୁ ଆନ୍ଦୋଳିତ କରିଥାଏ। ସୁସ୍ଥ ସମାଜ ଗଠନ ପାଇଁ ଆଧ୍ୟାତ୍ମିକ ଚିନ୍ତନର ଆବଶ୍ୟକତା ରହିଛି, ଯାହା ଲୋକଙ୍କ ସୁଚରିତ୍ର ଗଠନରେ ପ୍ରେରଣା ଦେବ।
ଚିନ୍ମୟ ଚିନ୍ତନ:ଏକାଧାରାରେ ସେ ଜଣେ ଶିକ୍ଷାବିତ୍‌, ସ୍ତମ୍ଭକାର, ଇଞ୍ଜିନିୟର ଓ ଆଧ୍ୟାତ୍ମିକ ପ୍ରବକ୍ତା । ସୁସ୍ଥ ସମାଜ ଗଠନ ନିମନ୍ତେ ସର୍ବଦା ସେ ସକାରାତ୍ମକ ଚିନ୍ତନ ଓ କାଯର୍‌ୟ କରିଥାନ୍ତି। ସେ ହେଲେ ଇଞ୍ଜିନିୟର ଶ୍ରୀସନ୍ନ୍ୟାସୀ ପଣ୍ଡା। ଘର କଟକ ଜିଲାର ତେଲେଙ୍ଗାପେଣ୍ଠ ରାମନଗରରେ। ଏକ ପ୍ରତିଷ୍ଠିତ ଘରୋଇ ଆଇ ଟି ଆଇ ର ଅଧ୍ୟକ୍ଷ। କିନ୍ତୁ
ଓଡ଼ିଶାରେ ଶ୍ରୀସନ୍ନ୍ୟାସୀ ନାମରେ ପରିଚିତ। ସେ କୁହନ୍ତି, ତୃତୀୟ ଶ୍ରେଣୀରୁ ଘରେ ପ୍ରତ୍ୟହ ଏକାଦଶ ସ୍କନ୍ଦ ଭାଗବତ ପଢ଼େ l

ସେତେବେଳେ ମୁଁ ଉପରୋକ୍ତ ପଦ ସଂସ୍ପର୍ଶରେ ଆସି ମନେମନେ ଭାବୁଥିଲି ପ୍ରକୃତରେ ଏ ଦିବ୍ୟଜ୍ଞାନ ଟିକକ କ’ଣ, ଯାହାକୁ ଦେଖି ଭଗବାନ ଖୁସି ହୁଅନ୍ତି l ସମୟକ୍ରମେ ଅନେକ ସାଧୁସନ୍ଥଙ୍କ ସାନ୍ନିଧ୍ୟ ପାଇ ଜାଣିଲି ଯେ ଦିବ୍ୟଜ୍ଞାନ ମାନେ ‘ଆତ୍ମଜ୍ଞାନ’l ଆତ୍ମା ଅର୍ଥାତ୍‌ ନିଜକୁ ଜାଣିବା l ଯୋଉ ମଣିଷ ନିଜ ଭିତରେ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କୁ ଆବିଷ୍କାର କରିପାରିଲା ବା ଆତ୍ମସାକ୍ଷାତ୍‌କାର ପ୍ରାପ୍ତହେଲା ସେତେବେଳେ ସେ ସିଦ୍ଧ ହୋଇଗଲା l ତା’ ଜୀବନ ଧନ୍ୟ ହୋଇଗଲା l ମହାପୁରୁଷ ଅଚ୍ୟୁତାନନ୍ଦ କହିଲେ – ତୋର ଦେହେ ତୁହି ଦେଖ, ଦିଶୁଅଛି ଜକ ଜକ.. l ଯେଉଁଦିନ ମଣିଷ ଏତକ ହାସଲ କରିପାରିବ, ସେଦିନ ଭଗବାନ ଖୁସି ହୁଅନ୍ତି l
ମୁଁ ଭାବିଲି, ଏହା ତ ସମସ୍ତଙ୍କ ପାଇଁ ସହଜଲଭ୍ୟ ନୁହେଁ l ଖାସ୍‌ ଏଥିପାଇଁ ଗୌତମ ବୁଦ୍ଧଙ୍କୁ ଘରଦ୍ୱାର, ସ୍ତ୍ରୀ ପୁତ୍ରଙ୍କୁ ତ୍ୟାଗ କରିବାକୁ ପଡ଼ିଥିଲା l ବଣରେ ଅତିକଷ୍ଟରେ ବହୁବର୍ଷ ବିତାଇବାକୁ ପଡ଼ିଥିଲା। କି କଷ୍ଟ! ସମସ୍ତେ କ’ଣ ପାରିବେ! ଯଦି ନ ପାରିବେ ତେବେ ଈଶ୍ୱର ତାଙ୍କ ଉପରେ ସନ୍ତୋଷ ହେବେ କେମିତି?
ଏମିତି ମୋ ମନକୁ ଗୋଟିଏ ଭାବଧାରା ଆସିଲା ଯେ ଏ ସୃଷ୍ଟିକୁ ରକ୍ଷା କରିବା ପାଇଁ କିମ୍ବା ଏହାକୁ ସୁନ୍ଦର ଆଉ ଅକ୍ଷୁଣ୍ଣ ରଖିବା ନିମନ୍ତେ ଯଦି ମଣିଷର କିଛି ଉଦ୍ୟମ ରୁହେ ତେବେ ସୃଷ୍ଟିକର୍ତ୍ତା ନିଶ୍ଚେ ଖୁସି ହେବେ l କାରଣ ସୃଷ୍ଟିଟି ତାଙ୍କର ନା l ଏ ସୃଷ୍ଟିକୁ କ’ଣ ବଣର ବାଘ ଭାଲୁ ନଷ୍ଟ କରୁଛନ୍ତି? ନା, ଏଇ ମଣିଷ ହିଁ ନଷ୍ଟ କରୁଛି l ମଣିଷର ବିକୃତ ମାନସିକତା ହିଁ ସୃଷ୍ଟିନାଶର କାରଣ l ମଣିଷର ବିକୃତ ମାନସିକତାକୁ ଦୂର କରି ତା ଚେତନାରେ ସାତ୍ତ୍ୱିକ ଉର୍ଜ୍ଜା ଭରିଦେବା ପାଇଁ ତାକୁ ଦରକାର ଏକ ସଶକ୍ତ ସକାରାତ୍ମକ ବାର୍ତ୍ତା -ପ୍ରାଣସ୍ପର୍ଶୀ ଏକ ଗତିଶୀଳ ଭାବନା l ମୁଁ ଭାବିଲି ଯେ ଏପ୍ରକାର କାର୍ଯ୍ୟ କଲେ ଈଶ୍ୱର ନିଶ୍ଚେ ଖୁସି ହେବେ l ମୁଁ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳୁ ହିଁ ସମାଜକୁ ଏକ ସୁନ୍ଦର ରୂପରେଖ ଦେବା ପାଇଁ ଲାଗିପଡିଛି l ଏଥିପାଇଁ ବିଭିନ୍ନ ଖବରକାଗଜରେ ମୋର ରଚିତ ଲେଖା କେବଳ ସମାଜକୁ ଏକ ସକାରାତ୍ମକ ରୂପ ଦେବାକୁ ହିଁ ଅଭିପ୍ରେତ l
ଚେତନାଧର୍ମୀ ମାର୍ମିକଲେଖା, ଓଜସ୍ବିନୀ ବକ୍ତବ୍ୟ, ସୁକାଯର୍‌ୟ ହିଁ ସମାଜକୁ ପରିବର୍ତ୍ତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ l ମୁଁ ପୃଥିବୀର ଏକ ଛୋଟିଆ ଜୀବ l ଈଶ୍ୱରଙ୍କ ସୃଷ୍ଟିକୁ ମୋ ଲେଖା ଏବଂ ବକ୍ତବ୍ୟ ମାଧ୍ୟମରେ ଗୁଣ୍ଡୁଚିମୂଷା ପରି (ନ ପାରେ ପଛେ) ସୁନ୍ଦର କରି ଗଢିତୋଳିବାର ପ୍ରୟାସରେ ଅଛି l
ଅନେକ ଲୋକ କୁହନ୍ତି- କେବଳ କହିଲେ ବା ଲେଖିଦେଲେ କ’ଣ ସମାଜର ପରିବର୍ତ୍ତନ ଘଟିବ? ସମାଜ ସୁସଂସ୍କୃତ ହେବ?
ଏହାର ଉତ୍ତରରେ ଏତିକି କୁହାଯାଇପାରେ ହଁ, ନିଶ୍ଚିତ ହେବ l ସମାଜରେ ଆଜି ଯେଉଁମାନେ ବୃକ୍ଷରୋପଣ, ଗୋ-ସେବା ଆଦି ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେମାନେ ନିଶ୍ଚିତ ଭାବେ ଅନ୍ୟ କାହାର ଲେଖା ବା ବକ୍ତବ୍ୟ ଦ୍ୱାରା ଅନୁପ୍ରାଣିତ ହୋଇଥିବେ l ପୁରାଣରେ ଉଲ୍ଲେଖ ରହିଛି-ମନୁଷ୍ୟ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ।
ବୈଦିକ ଶିକ୍ଷାରେ ମନ- ଦୀର୍ଘ ୪୦ବର୍ଷ ଧରି ସେ ସମାଜରେ ବୈଦିକ ଶିକ୍ଷା ପ୍ରଦାନ କରିିଚାଲିଛନ୍ତି । ଏମିତିରେ ଏକ ଆଧ୍ୟାତ୍ମିକ ପତ୍ରିକା ବେଦପୀୟୁଷର ପ୍ରାୟ ୩୨ ବର୍ଷ ଧରି ସମ୍ପାଦନା କରିଆସୁଛନ୍ତି। ମାତ୍ର ବେଦ ଉପନିଷଦର ମହତବାଣୀକୁ ପୁଞ୍ଜିକରି ସେ କେତେକ ସାମାଜିକ ଗଣମାଧ୍ୟମରେ ବୁଝାଇ କୁହନ୍ତି। ସେ ହେଲେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା। ଜନ୍ମସ୍ଥାନ ଭଦ୍ରକ ଜିଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ଗାଁରେ। ସେ କୁହନ୍ତି, ଗାଁରେ ପ୍ରଥମେ ପୂଜାପାଠ କରୁଥିଲି । କିନ୍ତୁ ୧୯୭୬ ମସିହାରେ ସଂସ୍କୃତରେ ଶାସ୍ତ୍ରୀ ପାସ୍‌ କରିଥିଲି। ମାତ୍ର ବେଦ ସମ୍ପର୍କରେ ଜାଣିବା ପାଇଁ ମନରେ ପ୍ରବଳ ଆଗ୍ରହ ହୋଇଥିତ୍ଲା। ବିଭିନ୍ନ କର୍ମକାଣ୍ଡ ବିଷୟରେ ଜାଣିବା ଓ ବେଦ ପଢ଼ିବା ନିମନ୍ତେ ୧୯୮୪ରେ ଗୁରୁକୁଳ ବେଦବ୍ୟାସ ପୀଠ ରାଉରକେଲା ପହଞ୍ଚିଥିଲି। ସେଠାରେ ସ୍ବାମୀ ପ୍ରଣବାନନ୍ଦ ସରସ୍ବତୀ (ଗୁରୁଜୀ)ଙ୍କ ବେଦଶାଳାରେ ବୈଦିକ ଶାସ୍ତ୍ର ଶିକ୍ଷା କଲି। ବେଦରେ ଈଶ୍ୱରଙ୍କୁ ସର୍ବବ୍ୟାପୀ କୁହାଯାଏ, ସାର୍ବଜନୀନ କଥା କୁହାଯାଇଛି। ଆମ ସମସ୍ତଙ୍କର ଗୋଟିଏ ଧର୍ମ ମାନବ ଧର୍ମ। ସମସ୍ତଙ୍କ ପାଇଁ ଉପାସନା ଦେବତା ଈଶ୍ୱର। ଭାରତୀୟ ଚିନ୍ତାଧାରାର ବିଭିନ୍ନ ସଂସ୍କାର ପଦ୍ଧତିକୁ ଜାଣିବାକୁ ଚେଷ୍ଟା କରିଥିଲି। ପରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଦ୍ୟାଳୟରେ ପ୍ରଧାନ ଆଚାର୍ଯ୍ୟ ଭାବେ କାଯର୍‌ୟ ତୁଲାଇଲି। ୧୯୯୯ ମସିହା ବେଳକୁ ଏହି ଶିକ୍ଷାନୁଷ୍ଠାନଟି ଏକ କଲେଜରେ ପରିଣତ ହେଲା। ଏଠାରେ ଅଧ୍ୟକ୍ଷ ଭାବେ ଯୋଗଦେଲି। ଉତ୍କଳ ଆର୍ଯ୍ୟ ସମାଜ ପ୍ରତିନିଧି ସଭାର ୩୦ବର୍ଷ ଧରି ସାଧାରଣ ସମ୍ପାଦକ ଭାବେ କାଯର୍‌ୟ ସାରିଛି। ଦୀର୍ଘ ୪୦ ବର୍ଷ ଧରି ବୈଦିକ ବିଚାରର ଶିକ୍ଷା ଉପରେ ଜନସାଧାରଣଙ୍କୁ ଶିକ୍ଷା ପ୍ରଦାନ କରିଆସୁଛି। ଏପରି କି ବିଭିନ୍ନ ଅଞ୍ଚଳରେ ବେଦର ପ୍ରଚାର ଚାଲିଛି। ମାତ୍ର ୨୦୧୩ ମସିହାଠାରୁ କେତେକ ଘରୋଇ ଟିଭି ଚ୍ୟାନେଲରେ ବିଭିନ୍ନ ସକାରାତ୍ମକ ତଥା ଆଧ୍ୟାତ୍ମିକ କାଯର୍‌ୟକ୍ରମ, ସର୍ବେ ଭବନ୍ତୁ ଶୁଖୀନଃ, ବାଳକେ ମୋର ବୋଲ କର, ଜ୍ଞାନଗୁରୁ, ଉପନିଷଦର ଉପକଥା ଆଦି କାର୍ଯ୍ୟକ୍ରମ ରେ ଜନସଚେତନତା ଚାଲୁରହିଛି। ଦେଶରେ ବିଭିନ୍ନ କ୍ଷେତ୍ରରେ ବହୁତ ବଡ଼ଲୋକ ଅଛନ୍ତି। ମାତ୍ର ଭଲ ମଣିଷଙ୍କ ଅଭାବ ରହିଛି। ଏଥିଯୋଗୁ ବିଭିନ୍ନ ନକାରାତ୍ମକ କାର୍ଯ୍ୟ ଘଟୁଛି। କିପରି ଭଲ ମଣିଷ ହୋଇପାରିବା ସର୍ବଦା ବିଭିନ୍ନ ଶାସ୍ତ୍ର ଓ ପୁରାତନ ଗ୍ରନ୍ଥ, ଉପନିଷଦକୁ ଆଧାର କରି ଓ ଚଳନ୍ତି ଘଟଣାର ବିଭିନ୍ନ ସମସ୍ୟାର ସମାଧାନ ପନ୍ଥାକୁ ସରଳ କଥାରେ ଲୋକଙ୍କୁ ବୁଝାଇଥାଏ। କେବଳ ପୁସ୍ତକ ଜ୍ଞାନକୁ ଲକ୍ଷ୍ୟକରି ନୀତିକଥାକୁ ଗାଇଲେ ଶାସ୍ତ୍ର ସିନା ପହଞ୍ଚେ ମାତ୍ର ଲୋକଙ୍କ ମନକୁ ସେପରି ଛୁଇଁପାରେନା। ସେଥିପାଇଁ ଲୋକଙ୍କୁ ଲୌକିକ ଭାଷାରେ କହିଲେ ଠିକ୍‌ହେବ। ବକ୍ତାଟିଏ ଶ୍ରୋତାଙ୍କ ହୃଦୟକୁ ଯିବ ଯେତେବେଳେ ପ୍ରୀତିପୂର୍ବକ ବାଣୀ କହିବ। କାରଣ ମଣିଷ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ। ଆମ ଭିତରେ ପଶୁତ୍ୱ ନ ରହୁ। ମୋର ଉଦ୍ଦେଶ୍ୟ ସମସ୍ତ ମଣିଷ ନିଜ ନିଜ ଭିତରେ ସ୍ବାର୍ଥକୁ ଭୁଲି ଯାଆନ୍ତୁ। ଯେମିତି ପରମାତ୍ମା ସମସ୍ତଙ୍କ ପାଇଁ ସମାନ । ଭଲ ମଣିଷ ହେଲେ ସମାଜର ପରିବର୍ତ୍ତନ ହୋଇପାରିବ। ଏଥିପାଇଁ ଇଚ୍ଛାଶକ୍ତି ରହିବା ଦରକାର।
ଉତ୍ତମ ପୁସ୍ତକ ବଦଳାଇଦେଲା ଜୀବନ:ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ସେ ଜଣେ ଶିକ୍ଷୟିତ୍ରୀ। ଏକ ସଡ଼କ ଦୁର୍ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଛି। ମାତ୍ର ସେବେଠାରୁ ସେ ଆଉ ନିରାଶ ନ ହୋଇ ସର୍ବଦା ସକାରାତ୍ମକ ଦିଗରେ ଚାଲିଛନ୍ତି। ଏମିତିରେ ଆଜିକାଲି ସେ ସାମାଜିକ ଗଣମାଧ୍ୟମରେ ତାଙ୍କର ଅନୁଭୂତିକୁ ଅନ୍ୟମାନଙ୍କୁ ବାଣ୍ଟି ଚାଲିଛନ୍ତି। ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସୁପନ୍ଥାର ନିଷ୍ପତ୍ତି ପାଇଁ ମତପୋଷଣ କରନ୍ତି । ସେ ହେଲେ ଶ୍ରୀମତୀ ସରୋଜିନୀ ରଥ। ଘର ଜଗତ୍‌ସିଂହପୁର ଜିଲାର ମହିଲୋ ଗାଁ। ସେ କୁହନ୍ତି, ସେଦିନ ଥିଲା ୨୦୧୯ ଅଗଷ୍ଟ ୧୯ ତାରିଖ। ସମୟ ସକାଳ ୯ ଘଟିକା। ଭୁବନେଶ୍ୱର ଫାୟାର ଷ୍ଟେଶନଠାରେ ଏକ ସଡ଼କ ଦୁର୍ଘଟଣାରେ ମୂର୍ଚ୍ଛିତ ଅବସ୍ଥାରେ ପଡ଼ିଥିଲୁ। ଏହି ସମୟରେ ଆମ ପାଖକୁ କେହି ସାଧାରଣ ଲୋକ ଆସି ନ ଥିଲେ। କିନ୍ତୁ ପୋଲିସ ଆମକୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ମୋ ସ୍ବାମୀଙ୍କ ଅବସ୍ଥା ଅତି ଗୁରୁତର ହୋଇଥିବାରୁ ଡାକ୍ତର କହିଲେ ତମେ ଭଗବାନଙ୍କୁ ଡାକ, ପ୍ରାର୍ଥନା କର। ଏହାର ୧୦ ଦିନ ପରେ ତାଙ୍କର ଚେତା ଫେରିଥିଲା। କିନ୍ତୁ ସେ କିଛି ଜାଣିପାରିଲେ ନାହିଁ କି କଥା କହିପାରିଲେ ନାହିଁ କି ଚାଲିପାରିଲେ ନାର୍ହି। ଏମିତି ୨ବର୍ଷ ରହିଲେ। ଏହି ପରିସ୍ଥିତିରେ ନିଜ ଲୋକମାନେ ହାତ ଛାଡ଼ିଦେଲେ। କେବଳ ମୋର ଭାଇ ସାରଦା ଓ ଭଉଣୀ ସହଯୋଗ କଲେ। ମାତ୍ର ଆର୍ଥିକ ଅବସ୍ଥା ଶୋଚନୀୟ ହେବାରୁ ମନ ଭାଙ୍ଗିପଡ଼ିଲା। ଏମିତିରେ ଆତ୍ମହତ୍ୟା ପାଇଁ ଚିନ୍ତା କରୁଥିଲି। ଠିକ୍‌ ଏହି ସମୟରେ ମୋ ପୁଅ ମତେ you can win ପୁସ୍ତକଟିଏ ପଢ଼ିବାକୁ ଦେଲା। ଏହି ପୁସ୍ତକ ପଢ଼ିବାରେ ମନରେ ସାହସ ଓ ଧୈର୍ଯ୍ୟ ଆସିଲା। ସେବେଠାରୁ ଚିନ୍ତା କଲି ମାନସିକ ଶକ୍ତି ହରାଉଥିବା ଏବଂ ଅଧୈର୍ଯ୍ୟ ହୋଇପଡ଼ୁଥିବା ମୋ ପରି ଅନ୍ୟମାନଙ୍କୁ ମଧ୍ୟ ଯଦି କିଛି ସାମାଜିକ ଗଣମାଧ୍ୟମରେ କହିବି ହୁଏତ ସେମାନଙ୍କ ଜୀବନ ବଞ୍ଚିବାର କଳା ଓ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବି। ଏମିତିରେ ଅନେକ ବ୍ୟକ୍ତି ମୋ ସହିତ ଫୋନ୍‌ରେ ବାର୍ତ୍ତାଳାପ କରି ଉଚିତ ମାର୍ଗ ବାହାର କରିପାରୁଛନ୍ତି। ଏହା ମତେ ଆନନ୍ଦ ଦେଉଛି। ସର୍ବଦା ଈଶ୍ୱରଙ୍କୁ ପ୍ରାର୍ଥନା କରିଛୁ। ଈଶ୍ୱରଙ୍କୁ ପ୍ରାର୍ଥନା କରିବାରେ ପ୍ରେରଣା ମିଳୁଛି। ଏହା ଅନ୍ୟମାନଙ୍କୁ ବାଣ୍ଟିପାରୁଛି। ଏମାନଙ୍କ ବ୍ୟତୀତ ସମାଜରେ ଏମିତି ଅନେକ ବ୍ୟକ୍ତି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସୁସ୍ଥ ସମାଜ ଗଠନ ଦିଗରେ ଉପାଦେୟ ବାଣୀତ କହି ଲୋକଙ୍କ ମନରେ ସକାରାତ୍ମକ ଭାବନା ସ୍ୟଷ୍ଟି କରିଥାନ୍ତି। -ବନବିହାରୀ ବେହେରା

 


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?