ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ, ଚିକିତ୍ସାଳୟରେ ଆରମ୍ଭ ହେଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ, ପନ୍ଦର ଦିନ ଧରି…

ବଲାଙ୍ଗୀର, ୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର, ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସୋମବାର ଶାରଦୀୟ ବିରେଚନ ପକ୍ଷ ଉଦ୍‌ଘାଟନ ହୋଇଯାଇଛି । ରବିବାର ପଞ୍ଚକର୍ମ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଶାରଦୀୟ ବିରେଚନ ପକ୍ଷକୁ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ମନୋଜ କୁମାର ସାହୁଙ୍କ ଦ୍ୱାରା ଉଦ୍‌ଘାଟନ କରାଯାଇଥିଲା । ଏଥିରେ ସମସ୍ତ ପ୍ରକାର ପିତ୍ତଜନିତ ରୋଗର ନିଶୁକ୍ଳ ପରାମର୍ଶ ଏବଂ ଚିକିତ୍ସା ଯୋଗାଇ ଦିଆଯିବ । ସାଧାରଣତଃ ପିତ୍ତ ଜନିତ ସମସ୍ୟାର ନିରାକରଣ ପାଇଁ ପଞ୍ଚକର୍ମ ମଧ୍ୟରୁ ବିରେଚନ କ୍ରିୟା କରାଯାଇଥାଏ। ଶରତ ଋତୁରେ ପିତ୍ତ କୋଷର ପ୍ରକୋପ କାରଣରୁ ବିରେଚନ କର୍ମ କରାଯାଇଥାଏ। ପିତ୍ତ ଜନିତ ସମସ୍ୟା ଯଥା ଚର୍ମ ରୋଗ, ଅମ୍ଳପିତ୍ତ, କେଶଜନିତ ସମସ୍ୟା, ରକ୍ତ ଜନିତ ରୋଗ, ଉଦର ଗତ ରୋଗ , ଶ୍ୱାସ, ଗ୍ରନ୍ଥି , ଅର୍ବୁଦ , ମେଦବହୁଳତା , ପକ୍ଷାଘାତ (paralysis ) ଗୃଧ୍ରସି (sciatica) ଆମବାତ (Rheumatoid Arthritis) ଶୁକ୍ରଗତ ସମସ୍ୟା ବିବିଦ୍ଧ ଆଦିରୁ ବିରେଚନ କର୍ମ ଦ୍ୱାରା ମୁକ୍ତି ମିଳିଥାଏ । ଆୟର୍ବେଦିକ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ୬ରୁ ଆରମ୍ଭ ହୋଇ ୨୦ ପର୍ଯ୍ୟନ୍ତ ପନ୍ଦର ଦିନ ଧରି ଚାଲୁ ରହିବ ବୋଲି ପଞ୍ଚ କର୍ମ ବିଭାଗର ବିଭାଗୀୟ ମୁଖ୍ୟ ଡାକ୍ତର ବିଶ୍ୱଜିତ୍‌ ଦାଶ କହିଛନ୍ତି । ପଞ୍ଚକର୍ମ ବିଭାଗ ବିଶେଷଜ୍ଞ ଡାକ୍ତର ଯଶୋବନ୍ତ ସାହୁ ଓ ଡାକ୍ତର ଅଜୟ କୁମାର ମେହେରଙ୍କ ତତ୍ତ୍ୱାବଧାନରେ ବିରେଚନ ସାଧ୍ୟ ରୋଗର ଚିକିତ୍ସା କରାଯିବ। ଚିକିତ୍ସାଳୟ ଅଧୀକ୍ଷକ ପ୍ରଫେସର ଡାକ୍ତର ସିମାଦ୍ରି ଭୂଷଣ ନାୟକ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ଆସି ଏହି ଚିକିତ୍ସାର ଲାଭ ନେବାକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳ ସାଜିଲା କାଳବୈଶାଖୀ, ଗଛ ଉପୁଡ଼ି ପଡ଼ିଲା ଦୋକାନ ଉପରେ, ଚାଲିଗଲା…

ଗଜପତି,୧।୫(ଗିରିଧାରୀ ପରିଛା): ଗଜପତି ଜିଲାରେ ଶୁକ୍ରବାର କାଳବୈଶାଖୀ ପ୍ରକୋପ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୋସାଣି ବ୍ଲକ…

ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା…

୭ ତାରିଖ ଯାଏ କାଳବୈଶାଖୀ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର,୧ା୫: ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଶନିବାର ୨୩ ଜିଲା ବିଜୁଳି,…

କାଳବୈଶାଖୀ ତାଣ୍ଡବରେ ଏକାଧିକ ଘର ଭାଙ୍ଗିଲା, ୩୬ ଘଣ୍ଟା ପରେ ବି ଅନ୍ଧାରରେ ସିମନବାଡ଼ି ଫିଡର

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରର ୮ ପଞ୍ଚାୟତ ଦୀର୍ଘ ୩୬ ଘଣ୍ଟା ବିତିଲା ଅନ୍ଧାରରେ ରହିଛନ୍ତି। ଗୁରୁବାର ସକାଳୁ ବିଦ୍ୟୁତ ଅଚଳ…

‘ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବ୍ୟାକରଣ, ଧର୍ମଶାସ୍ତ୍ର ଶିକ୍ଷାଦାନ ଅତୁଳନୀୟ’

ମହାକାଳପଡ଼ା,୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଗାଁ ଲୁଣିମାଠିଆ ଆଦିବାସୀ ଖେଳପଡ଼ିଆଠାରେ ପଣ୍ତିତ ରଘୁନାଥ ମୁର୍ମୁଙ୍କ ୧୨୧ ବାର୍ଷିକ…

‘ମମତା ଯାହା କରିଛନ୍ତି ଏକଦମ୍‌ ଠିକ୍‌ କରିଛନ୍ତି’, କିଏ ଆଉ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୧।୫: ଗତକାଲି ରାତିରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ‘ଷ୍ଟ୍ରଙ୍ଗ ରୁମ’ ପରିଦର୍ଶନ କରିବା ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଗୁରୁବାର,…

ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିବେଳେ ଓଡ଼ିଆ ଯବାନଙ୍କ ଜୀବନ ଗଲା, ଆଜି ଗାଁରେ ମରଶରୀର ପହଞ୍ଚିବା ପରେ…

ଆନନ୍ଦପୁର,୧ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପୁଟୁଝରି ଗାଁର ବିଏସ୍‌ଏଫ୍‌ ଯବାନ ଅଜୟ କୁମାର ସୋରେନ (୩୭) ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ନିର୍ବାଚନ ଡ୍ୟୁଟି…

ବଂଶଧାରା ଉପରମୁଣ୍ଡରେ ଆନିକଟ ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର, ନିର୍ଭର ପ୍ରତିଶ୍ରୁତି ଦେଇ…

ଗୁଣପୁର,୧ା୫(ସୁଜାତା ପାଢ଼ୀ): ବଂଶଧାରା ନଦୀ ଉପରମୁଣ୍ଡରେ ଆନିକଟ ନିର୍ମାଣ ପାଇଁ ବଂଶଧାରା ଅବବାହିକା ସୁରକ୍ଷା ସମିତି ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ାଗସ୍ତରେ ଥିବା କେନ୍ଦ୍ର ଗ୍ରାମୀଣ ଉନ୍ନୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri