Posted inଖେଳ

ସ୍ପେଶାଲ ଅଲିମ୍ପିକ୍ସ କୃତୀ ଆଥ୍‌ଲେଟ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୬।୪ (କ୍ରୀଡ଼ା ପ୍ରତିନିଧି): ନିକଟରେ ଆମିଟି ୟୁନିଭର୍ସିଟି ଆନୁକୂଲ୍ୟରେ ଆୟୋଜିତ ସାଇକ୍ଲିଂ ଜାତୀୟ ଚାମ୍ପିୟନଶିପ୍‌ ଏବଂ ରୋଲର ସ୍କେଟିଂରେ ପଦକ ହାସଲ କରିଥିବା ସ୍ପେଶାଲ ଅଲିମ୍ପିକ୍ସ ଭାରତର ଓଡ଼ିଶା ଆଥ୍‌ଲେଟଙ୍କୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସମ୍ବର୍ଦ୍ଧିତ କରିଛନ୍ତି। ପ୍ରତିଯୋଗିତାର ସାଇକ୍ଲିଂ ୨ କିମି ରୋଡ୍‌ ରେସ୍‌ରେ ଦେବାଶିଷ ସ୍ବର୍ଣ୍ଣ ଏବଂ ୫କିମି ରୋଡ୍‌ ରେସ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମଥର ପାଇଁ ଭାଗ ନେଇଥିବା ସିଦ୍ଧାର୍ଥ ୧୦ କିମି ଓ ୫ କିମି ରୋଡ୍‌ ରେସ୍‌ରେ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ପାଇଥିଲେ। ମାଷ୍ଟର ରୋଲର ସ୍କେଟର ଦଧିଚୀ ୫୦୦ ମିଟର ଓ ୧୦୦୦ ମିଟରରେ ରୌପ୍ୟ ପଦକ, ସିପ୍ରା ପ୍ରିୟଦର୍ଶିନୀ ୧୦୦ ଓ ୩୦୦ ମିଟର ରୋଲରସ୍କେଟିଂରେ ରୌପ୍ୟ ପଦକ ହାସଲ କରିଥିଲେ।

ସେହିପରି ରୋଲରସ୍କେଟିଂର ୩୦୦ ଓ ୫୦୦ ମିଟରରେ ୫ମ ସ୍ଥାନ ହାସଲ କରିଥିବା ପ୍ରିୟ ରଞ୍ଜନ ରିବନ୍ସ ପାଇଥିଲେ। ଓପନ ଲର୍ନିଂ ସିଷ୍ଟମ୍ସ (ଓଏଲ୍‌ଏସ୍‌) ଏବଂ ଓଡ଼ିଶା ଦଳର ପ୍ରାୟୋଜକ ବିଆର୍‌ଏମ୍‌-ଆଶା ଆନୁକୂଲ୍ୟରେ ଗତ ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ପୋଲିସ କମିଶନର ଅତିଥିଭାବେ ଯୋଗ ଦେଇ ଖେଳାଳି ଓ ସେମାନଙ୍କ କୋଚ୍‌ ବୀରେନ ଜେନା ଓ ଗୀତା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଓଡ଼ିଶା ପ୍ରାଇମେରି ଏଜୁକେଶନ ଅଥରିଟି (ଓପିଇପିଏ)ର ପୂର୍ବତନ ନିର୍ଦ୍ଦେଶକ ମହେନ୍ଦ୍ର ମଲିକ, ସ୍ମଲ ଇଣ୍ଡଷ୍ଟ୍ରିଜ୍‌ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ଆଇଡିବିଆଇ) ଡିଜିଏମ୍‌ ପ୍ରଦ୍ୟୁମ୍ନ ଚୌଧୁରୀ, ଓଏଲ୍‌ଏସ୍‌ ସମ୍ପାଦକ ପ୍ରତାପ ରଥ, ପୂର୍ବତନ ଏସ୍‌ସିପିଡି (ଷ୍ଟେଟ୍‌ କମିଶନର ଫର ପର୍ସନ୍ସ ଓ୍ବିଥ୍‌ ଡିଜାବିଲିଟିଜ୍‌) କସ୍ତୁରୀ ମହାପାତ୍ର, ସ୍ପେଶାଲ ଅଲିମ୍ପିକ୍ସ ଭାରତ-ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ, ରାଜ୍ୟ ପ୍ରୋଗ୍ରାମ୍‌ ସଂଯୋଜକ ଅର୍ପିତା ମହାପାତ୍ର, ବିଆର୍‌ଏମ୍‌-ଆଶାର ଉପସଭାପତି ପ୍ରଦୀପ୍ତ ରଥ, ମିଶନ ଶକ୍ତିର ପରାମର୍ଶଦାତା ଗୀତାଞ୍ଜଳି ବସ୍ତିଆ ଓ ପୂର୍ବତନ ରାଜ୍ୟ ମହିଳା କମିଶନର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ଆତ୍ମସମର୍ପଣ କରିବ କି ୟୁକ୍ରେନ? ରୁଷିଆ ଆକ୍ରମଣରେ ଦୋହଲିଗଲା କ୍ୱିଭ, ଆୟରଲ୍ୟାଣ୍ଡ ଯାତ୍ରାକୁ ଅଧାରେ ଛାଡି ଫେରିଲେ ଜେଲେନସ୍କି

କ୍ୱିଭ,୨।୭: ତୈଳ ବିଶୋଧନାଗାର ଏବଂ ଡିପୋ ଉପରେ ଡ୍ରୋନ ଆକ୍ରମଣ ଯୋଗୁ କ୍ରୋଧିତ ହୋଇ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ରାଜଧାନୀ କ୍ୱିଭ ଉପରେ ବଡ଼…

ହାଇଓ୍ବା ଧକ୍କାରେ ସ୍କୁଟିଚାଳକ ମୃତ: ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଟ୍ରକ୍‌କୁ ଦ୍ରୁତଗତିରେ ଆସି ଜଣେ ବାଇକ୍‌କୁ ଧକ୍କା…

ଆମେରିକା-ଇରାନ ଯୁଦ୍ଧ ଯୋଗୁ ବନ୍ଦ ଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ପଶ୍ଚିମ ଏସିଆ ସେବା ପୁନର୍ବାର ଆରମ୍ଭ କରିଛି

ନୂଆଦିଲ୍ଲୀ,୨।୭: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା; କିନ୍ତୁ, ଉତ୍ତେଜନା ହ୍ରାସ ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ…

WhatsApp ପରେ, ସରକାର ଏବେ Telegram ସହ ସିଗନାଲ ଉପରେ ମଧ୍ୟ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨।୭: WhatsAppର ୟୁଜରନେମ ଫିଚରକୁ ବନ୍ଦ କରିବା ପରେ, ସରକାର ଏବେ Telegram ଏବଂ ସିଗନାଲ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି। ଏହି ଦୁଇଟି ପ୍ଲାଟଫର୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri