ସ୍ପେଶାଲ ଅଫର୍‌

ମହିଳାମାନଙ୍କ ଶପିଂ କ୍ରେଜ୍‌ ସବୁଠୁ ଅଧିକ। ମାର୍କେଟ୍‌କୁ ଯିବା ମାତ୍ରେ ହେଉ କିମ୍ବା ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ଖୋଲିଲେ ଭଳିକି ଭଳି ପୋଷାକ, ଜୋତା, କସ୍‌ମେଟିକ୍ସ, ଗହଣାଠାରୁ ଆରମ୍ଭ କରି ବିଭିନ୍ନ ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ ସବୁଥିରେ ସେମାନଙ୍କ ଆଖି। ଆଉ ଏମିତିରେ ଯଦି ସେମାନଙ୍କୁ ମିଳିଯାଏ କିଛି ସ୍ପେଶାଲ ଅଫର
ବା ଡିସ୍କାଉଣ୍ଟ ତେବେ ପାଦ ଆଉ ପଛକୁ ନ ଫେରେ…

ବିଭିନ୍ନ ସାମଗ୍ରୀରେ ଆକର୍ଷଣୀୟ ଅଫର୍‌ ଥାଏ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି; ଯାହା କି ସବୁବର୍ଗର ଗ୍ରାହକଙ୍କ ଲାଗି ଉଦ୍ଦିଷ୍ଟ ଥିଲେ ହେଁ ଏହା ବେଶି ଆକୃଷ୍ଟ କରେ ଶପିଂ ପ୍ରେମୀ ମହିଳାମାନଙ୍କୁ। ବିଭିନ୍ନ ଦୋକାନ, ମଲ୍‌ ହେଉ କିମ୍ବା ଇ- ଶପିଂ ସାଇଟ୍‌ରେ କୌଣସି ସାମଗ୍ରୀ ଉପରେ ସ୍ପେଶାଲ୍‌ ଡିସ୍କାଉଣ୍ଟ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ଅଫର ଦେଖିଲେ ସେମାନେ ଏହାକୁ କିଣିବା ଲାଗି ତତ୍ପର ହୋଇ ଉଠନ୍ତି। ହେଲେ ଏଭଳି ସେଲ୍‌ ସମୟରେ ବିଭିନ୍ନ ଅଫର ପାଇବା ଆଳରେ ଠକାମିର ଶିକାର ନ ହେବା ଲାଗି କେତେକ ଦିଗ ପ୍ରତି ସଜାଗ ରହିବା ବୁଦ୍ଧିମତ୍ତାର କାର୍ଯ୍ୟ…
ଦେଖନ୍ତୁ ଟର୍ମ ଆଣ୍ଡ କଣ୍ଡିଶନ୍ସ: ବର୍ତ୍ତମାନ ବର୍ଷା ଯୋଗୁ ଅନେକ ଦୋକାନ, ମଲ୍‌ ଏବଂ ଶପିଂ ସାଇଟ୍‌ଗୁଡ଼ିକରେ ମନ୍‌ସୁନ୍‌ ବା ରେନି ଡେ’ ସେଲ୍‌ ଚାଲିଛି। ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ ସାମଗ୍ରୀ ଉପରେ କିଛି ନିର୍ଦ୍ଦିଷ୍ଟ ପ୍ରତିଶତ ରିହାତି, ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌ ଫ୍ରି, ଲକି ଡ୍ର କୁପନ୍‌ ଭଳି ଅଫର୍‌ ଦିଆଯାଉଛି; ଯାହାକୁ ଦେଖି ଅନେକ ମହିଳା ଆଗ ପଛ ବିଚାର ନ କରି କିଣି ନିଅନ୍ତି। ହେଲେ ପରବର୍ତ୍ତୀ ସମୟରେ ଏଥିରେ ଥିବା ବିଭିନ୍ନ ସର୍ତ୍ତାବଳୀ ସମ୍ପର୍କରେ ଜାଣିବାକୁ ପାଇଥାନ୍ତି ଏବଂ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ସେଲ୍‌ରେ କିଛି ବି ସାମଗ୍ରୀ କିଣିବା ବେଳେ ପ୍ରଥମେ ଟର୍ମ ଆଣ୍ଡ କଣ୍ଡିଶନ୍‌ ସମ୍ପର୍କରେ ପ୍ରଥମେ ଭଲ ଭାବେ ବୁଝିନିଅନ୍ତୁ।
ଲୋଭ ଛାଡ଼ନ୍ତୁ: ବିଭିନ୍ନ ସାମଗ୍ରୀରେ ଲାଷ୍ଟ ଡେଟ୍‌, ଲିମିଟେଡ୍‌ ଡିସ୍କାଉଣ୍ଟ ଅଫର୍‌ ଆଦି ଦେଖିବା ମାତ୍ରେ ଅନେକ ମହିଳା ଅଫର୍‌ ହାତଛଡା ନ ହୋଇଯିବା ଲୋଭରେ କାଳ ବିଳମ୍ବ ନ କରି ଶୀଘ୍ର କିଣିନିଅନ୍ତି। ହେଲେ କୌଣସି ବି ସାମଗ୍ରୀ କିଣିବା ବେଳେ ତରବର ଭାବେ ନିଷ୍ପତ୍ତି ନ ନେଇ ପ୍ରଥମେ ବିଚାର କରନ୍ତୁ। ତେଣୁ ଆପଣ ଚାହିଁଲେ ଅନ୍ୟ ଦୋକାନରେ କିମ୍ବା ଅନ୍‌ଲାଇନ୍‌ରେ ଉକ୍ତ ସାମଗ୍ରୀର ଦାମ୍‌ କେତେ ଦେଖିବା ପରେ କିଣିପାରିବେ।
ମ୍ୟାଟେରିଆଲ୍‌ କ୍ୱାଲିଟି ଯାଞ୍ଚ କରନ୍ତୁ: ଅଧିକାଂଶ ମହିଳା ନୂଆ ନୂଆ ପୋଷାକ କିଣିବା ପ୍ରତି ଅଧିକ ଆଗ୍ରହୀ। ଦୋକାନ ବା ଶପିଂ ମଲ୍‌ରୁ ହେଉ କିମ୍ବା ଅନ୍‌ ଲାଇନ୍‌ରେ ଅନ୍ୟ ସାମଗ୍ରୀ ତୁଳନାରେ ଫେବ୍ରିକ୍‌ ଆଇଟମ୍‌ରେ ଅଧିକ ଡିସ୍କାଉଣ୍ଟ କିମ୍ବା ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌ ଫ୍ରି ଭଳି ବିଭିନ୍ନ ଆକର୍ଷଣୀୟ ଅଫର ରହିଥାଏ, ଯାହାକୁ ଦେଖି ଅନେକ ମହିଳା ନିଜ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ଲାଗି ଆବଶ୍ୟକରୁ ଅଧିକ ଡ୍ରେସ୍‌ କିଣିନିଅନ୍ତି ଏବଂ ପରବର୍ତ୍ତୀ ସମୟରେ ଠକାମିର ଶିକାର ହୁଅନ୍ତି। କାରଣ ବେଳେ ବେଳେ ଷ୍ଟକ୍‌ ମାଲ୍‌ଗୁଡିକୁ ଶୀଘ୍ର ବିକ୍ରି ହେବା ଲାଗି ଏଭଳି ଅଫର ଦିଆଯାଇଥାଏ। ତେଣୁ କିଣିବା ପୂର୍ବରୁ ଏହାର ଫେବ୍ରିକ୍‌ ବା ମ୍ୟାଟେରିଆଲ୍‌ କ୍ୱାଲିଟି ଠିକ୍‌ ଅଛି ନା ନାହିଁ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ।
ଠିକ୍‌ ଦାମ୍‌ ଜାଣନ୍ତୁ: ଅଧିକ ରିହାତି, ମାଗଣା ଉପହାର ଆଦି ଭଳି ବିଭିନ୍ନ ଅଫର ଦେଖିବା ମାତ୍ରେ ଅନେକେ ପ୍ରଥମେ ଏହି ସାମଗ୍ରୀ କିଣିବା ପ୍ରତି ଗୁରୁତ୍ୱ ଦେଇଥାନ୍ତି। ହେଲେ ହଠାତ୍‌ କିଣି ନ ନେଇ ଅନ୍ୟ ଦୋକାନ କିମ୍ବା ଅନ୍‌ଲାଇନ୍‌ ସାଇଟ୍‌ରେ ଏହାର ମୂଲ୍ୟ କେତେ ରହିଛି ଦେଖିନେବା ଦରକାର। କାରଣ ଅଫର ଦାମ୍‌ ହିଁ ଉକ୍ତ ସାମଗ୍ରୀର ପ୍ରକୃତ ଦାମ୍‌ ହୋଇଥାଏ ଏବଂ ସେହିପରି ଅନ୍ୟପଟେ ଫ୍ରି ଦିଆଯାଉଥିବା ସାମଗ୍ରୀର ଦାମ୍‌ ମିଶିଥାଏ।
ଇ-ଶପିଂ ବେଳେ ରୁହନ୍ତୁ ସଜାଗ: ଅନ୍‌ଲାଇନ୍‌ ଶପିଂ ସାଇଟ୍‌ରେ ସେଲ୍‌ରେ କିଛି ଜିନିଷ କିଣୁଥିଲେ ଯେପରି ଠକାମିର ଶିକାର ନ ହୁଅନ୍ତି ସେଥିପାଇଁ ସତର୍କ ରହିବା ଦରକାର। ପ୍ରଥମେ କିଛି ଟର୍ମ ଆଣ୍ଡ କଣ୍ଡିସନ୍‌ ଅଛି କି ନାହିଁ ଦେଖନ୍ତୁ, କିଣୁଥିବା ଜିନିଷ ପସନ୍ଦ ନ ହେଲେ ବଦଳାଇବାର ସୁବିଧା ଅଛି କି ନାହିଁ ଜାଣନ୍ତୁ। ତେବେ ଅନ୍‌ଲାଇନ୍‌ ଶପିଂ କରୁଥିଲେ ଜିନିଷ ଦେଖିବା ପରେ ପେମେଣ୍ଟ କରିବା ବା କ୍ୟାଶ୍‌ ଅନ୍‌ ଡେଲିଭରର ସୁବିଧା ଅଛି କି ନାହିଁ ଜାଣିବା ପରେ ଅର୍ଡର କରନ୍ତୁ। ନଚେତ୍‌ ଥରେ କିଣିବା ପରେ ସାମଗ୍ରୀ ପସନ୍ଦ ନ ହେଲେ ନା ଆପଣ ଏହାକୁ ବଦଳାଇପାରିବେ ନା ଟଙ୍କା ଫେରସ୍ତ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri