ସ୍ପେଶାଲ ଅଫର୍‌

ମହିଳାମାନଙ୍କ ଶପିଂ କ୍ରେଜ୍‌ ସବୁଠୁ ଅଧିକ। ମାର୍କେଟ୍‌କୁ ଯିବା ମାତ୍ରେ ହେଉ କିମ୍ବା ଅନ୍‌ଲାଇନ୍‌ ଶପିଂ ସାଇଟ୍‌ ଖୋଲିଲେ ଭଳିକି ଭଳି ପୋଷାକ, ଜୋତା, କସ୍‌ମେଟିକ୍ସ, ଗହଣାଠାରୁ ଆରମ୍ଭ କରି ବିଭିନ୍ନ ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ ସବୁଥିରେ ସେମାନଙ୍କ ଆଖି। ଆଉ ଏମିତିରେ ଯଦି ସେମାନଙ୍କୁ ମିଳିଯାଏ କିଛି ସ୍ପେଶାଲ ଅଫର
ବା ଡିସ୍କାଉଣ୍ଟ ତେବେ ପାଦ ଆଉ ପଛକୁ ନ ଫେରେ…

ବିଭିନ୍ନ ସାମଗ୍ରୀରେ ଆକର୍ଷଣୀୟ ଅଫର୍‌ ଥାଏ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି; ଯାହା କି ସବୁବର୍ଗର ଗ୍ରାହକଙ୍କ ଲାଗି ଉଦ୍ଦିଷ୍ଟ ଥିଲେ ହେଁ ଏହା ବେଶି ଆକୃଷ୍ଟ କରେ ଶପିଂ ପ୍ରେମୀ ମହିଳାମାନଙ୍କୁ। ବିଭିନ୍ନ ଦୋକାନ, ମଲ୍‌ ହେଉ କିମ୍ବା ଇ- ଶପିଂ ସାଇଟ୍‌ରେ କୌଣସି ସାମଗ୍ରୀ ଉପରେ ସ୍ପେଶାଲ୍‌ ଡିସ୍କାଉଣ୍ଟ ଏବଂ ଅନ୍ୟାନ୍ୟ ଆକର୍ଷଣୀୟ ଅଫର ଦେଖିଲେ ସେମାନେ ଏହାକୁ କିଣିବା ଲାଗି ତତ୍ପର ହୋଇ ଉଠନ୍ତି। ହେଲେ ଏଭଳି ସେଲ୍‌ ସମୟରେ ବିଭିନ୍ନ ଅଫର ପାଇବା ଆଳରେ ଠକାମିର ଶିକାର ନ ହେବା ଲାଗି କେତେକ ଦିଗ ପ୍ରତି ସଜାଗ ରହିବା ବୁଦ୍ଧିମତ୍ତାର କାର୍ଯ୍ୟ…
ଦେଖନ୍ତୁ ଟର୍ମ ଆଣ୍ଡ କଣ୍ଡିଶନ୍ସ: ବର୍ତ୍ତମାନ ବର୍ଷା ଯୋଗୁ ଅନେକ ଦୋକାନ, ମଲ୍‌ ଏବଂ ଶପିଂ ସାଇଟ୍‌ଗୁଡ଼ିକରେ ମନ୍‌ସୁନ୍‌ ବା ରେନି ଡେ’ ସେଲ୍‌ ଚାଲିଛି। ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ ସାମଗ୍ରୀ ଉପରେ କିଛି ନିର୍ଦ୍ଦିଷ୍ଟ ପ୍ରତିଶତ ରିହାତି, ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌ ଫ୍ରି, ଲକି ଡ୍ର କୁପନ୍‌ ଭଳି ଅଫର୍‌ ଦିଆଯାଉଛି; ଯାହାକୁ ଦେଖି ଅନେକ ମହିଳା ଆଗ ପଛ ବିଚାର ନ କରି କିଣି ନିଅନ୍ତି। ହେଲେ ପରବର୍ତ୍ତୀ ସମୟରେ ଏଥିରେ ଥିବା ବିଭିନ୍ନ ସର୍ତ୍ତାବଳୀ ସମ୍ପର୍କରେ ଜାଣିବାକୁ ପାଇଥାନ୍ତି ଏବଂ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ସେଲ୍‌ରେ କିଛି ବି ସାମଗ୍ରୀ କିଣିବା ବେଳେ ପ୍ରଥମେ ଟର୍ମ ଆଣ୍ଡ କଣ୍ଡିଶନ୍‌ ସମ୍ପର୍କରେ ପ୍ରଥମେ ଭଲ ଭାବେ ବୁଝିନିଅନ୍ତୁ।
ଲୋଭ ଛାଡ଼ନ୍ତୁ: ବିଭିନ୍ନ ସାମଗ୍ରୀରେ ଲାଷ୍ଟ ଡେଟ୍‌, ଲିମିଟେଡ୍‌ ଡିସ୍କାଉଣ୍ଟ ଅଫର୍‌ ଆଦି ଦେଖିବା ମାତ୍ରେ ଅନେକ ମହିଳା ଅଫର୍‌ ହାତଛଡା ନ ହୋଇଯିବା ଲୋଭରେ କାଳ ବିଳମ୍ବ ନ କରି ଶୀଘ୍ର କିଣିନିଅନ୍ତି। ହେଲେ କୌଣସି ବି ସାମଗ୍ରୀ କିଣିବା ବେଳେ ତରବର ଭାବେ ନିଷ୍ପତ୍ତି ନ ନେଇ ପ୍ରଥମେ ବିଚାର କରନ୍ତୁ। ତେଣୁ ଆପଣ ଚାହିଁଲେ ଅନ୍ୟ ଦୋକାନରେ କିମ୍ବା ଅନ୍‌ଲାଇନ୍‌ରେ ଉକ୍ତ ସାମଗ୍ରୀର ଦାମ୍‌ କେତେ ଦେଖିବା ପରେ କିଣିପାରିବେ।
ମ୍ୟାଟେରିଆଲ୍‌ କ୍ୱାଲିଟି ଯାଞ୍ଚ କରନ୍ତୁ: ଅଧିକାଂଶ ମହିଳା ନୂଆ ନୂଆ ପୋଷାକ କିଣିବା ପ୍ରତି ଅଧିକ ଆଗ୍ରହୀ। ଦୋକାନ ବା ଶପିଂ ମଲ୍‌ରୁ ହେଉ କିମ୍ବା ଅନ୍‌ ଲାଇନ୍‌ରେ ଅନ୍ୟ ସାମଗ୍ରୀ ତୁଳନାରେ ଫେବ୍ରିକ୍‌ ଆଇଟମ୍‌ରେ ଅଧିକ ଡିସ୍କାଉଣ୍ଟ କିମ୍ବା ବାଏ ଓ୍ବାନ୍‌ ଗେଟ୍‌ ଓ୍ବାନ୍‌ ଫ୍ରି ଭଳି ବିଭିନ୍ନ ଆକର୍ଷଣୀୟ ଅଫର ରହିଥାଏ, ଯାହାକୁ ଦେଖି ଅନେକ ମହିଳା ନିଜ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ଲାଗି ଆବଶ୍ୟକରୁ ଅଧିକ ଡ୍ରେସ୍‌ କିଣିନିଅନ୍ତି ଏବଂ ପରବର୍ତ୍ତୀ ସମୟରେ ଠକାମିର ଶିକାର ହୁଅନ୍ତି। କାରଣ ବେଳେ ବେଳେ ଷ୍ଟକ୍‌ ମାଲ୍‌ଗୁଡିକୁ ଶୀଘ୍ର ବିକ୍ରି ହେବା ଲାଗି ଏଭଳି ଅଫର ଦିଆଯାଇଥାଏ। ତେଣୁ କିଣିବା ପୂର୍ବରୁ ଏହାର ଫେବ୍ରିକ୍‌ ବା ମ୍ୟାଟେରିଆଲ୍‌ କ୍ୱାଲିଟି ଠିକ୍‌ ଅଛି ନା ନାହିଁ ଯାଞ୍ଚ କରିବାକୁ ଭୁଲନ୍ତୁ ନାହିଁ।
ଠିକ୍‌ ଦାମ୍‌ ଜାଣନ୍ତୁ: ଅଧିକ ରିହାତି, ମାଗଣା ଉପହାର ଆଦି ଭଳି ବିଭିନ୍ନ ଅଫର ଦେଖିବା ମାତ୍ରେ ଅନେକେ ପ୍ରଥମେ ଏହି ସାମଗ୍ରୀ କିଣିବା ପ୍ରତି ଗୁରୁତ୍ୱ ଦେଇଥାନ୍ତି। ହେଲେ ହଠାତ୍‌ କିଣି ନ ନେଇ ଅନ୍ୟ ଦୋକାନ କିମ୍ବା ଅନ୍‌ଲାଇନ୍‌ ସାଇଟ୍‌ରେ ଏହାର ମୂଲ୍ୟ କେତେ ରହିଛି ଦେଖିନେବା ଦରକାର। କାରଣ ଅଫର ଦାମ୍‌ ହିଁ ଉକ୍ତ ସାମଗ୍ରୀର ପ୍ରକୃତ ଦାମ୍‌ ହୋଇଥାଏ ଏବଂ ସେହିପରି ଅନ୍ୟପଟେ ଫ୍ରି ଦିଆଯାଉଥିବା ସାମଗ୍ରୀର ଦାମ୍‌ ମିଶିଥାଏ।
ଇ-ଶପିଂ ବେଳେ ରୁହନ୍ତୁ ସଜାଗ: ଅନ୍‌ଲାଇନ୍‌ ଶପିଂ ସାଇଟ୍‌ରେ ସେଲ୍‌ରେ କିଛି ଜିନିଷ କିଣୁଥିଲେ ଯେପରି ଠକାମିର ଶିକାର ନ ହୁଅନ୍ତି ସେଥିପାଇଁ ସତର୍କ ରହିବା ଦରକାର। ପ୍ରଥମେ କିଛି ଟର୍ମ ଆଣ୍ଡ କଣ୍ଡିସନ୍‌ ଅଛି କି ନାହିଁ ଦେଖନ୍ତୁ, କିଣୁଥିବା ଜିନିଷ ପସନ୍ଦ ନ ହେଲେ ବଦଳାଇବାର ସୁବିଧା ଅଛି କି ନାହିଁ ଜାଣନ୍ତୁ। ତେବେ ଅନ୍‌ଲାଇନ୍‌ ଶପିଂ କରୁଥିଲେ ଜିନିଷ ଦେଖିବା ପରେ ପେମେଣ୍ଟ କରିବା ବା କ୍ୟାଶ୍‌ ଅନ୍‌ ଡେଲିଭରର ସୁବିଧା ଅଛି କି ନାହିଁ ଜାଣିବା ପରେ ଅର୍ଡର କରନ୍ତୁ। ନଚେତ୍‌ ଥରେ କିଣିବା ପରେ ସାମଗ୍ରୀ ପସନ୍ଦ ନ ହେଲେ ନା ଆପଣ ଏହାକୁ ବଦଳାଇପାରିବେ ନା ଟଙ୍କା ଫେରସ୍ତ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

ବାଇକ୍‌ ଚାଳକ ସାବଧାନ, ଏବେ ହେଲମେଟ୍‌ ପିନ୍ଧିଲେ ବି କଟିବ ୨ହଜାର ଟଙ୍କାର ଚାଲାଣ

ନୂଆଦିଲ୍ଲୀ,୩୦।୧୨: ହେଲମେଟ ପିନ୍ଧିଲେ ମଧ୍ୟ କଟିପାରେ ୨୦୦୦ ଟଙ୍କା ଚାଲାଣ। (ମୋଟରସାଇକିଲ ଓ ସ୍କୁଟର) ଚାଳକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ହେଲମେଟ ନ ପିନ୍ଧିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri