ଆପାର୍ଟମେଣ୍ଟ ପାଇଁ ଆଗ୍ରହ ବଢ଼ୁଛି: କଳିଙ୍ଗ କେଶରୀ

ଓଡ଼ିଶାରେ ରିୟଲ୍‌ ଇଷ୍ଟେଟ୍‌ର ସ୍ଥିତି ଭଲ ରହିଛି। ବର୍ତ୍ତମାନ ରାଜ୍ୟବାସୀ ରିୟଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ନିବେଶ ପାଇଁ ମନ ବଳାଉଛନ୍ତି। ଏହା ଉପରେ କେବଳ ଭୁବନେଶ୍ୱର ନୁହେଁ, ଅନ୍ୟ ସହରଗୁଡ଼ିକରେ ମଧ୍ୟ ଲୋକଙ୍କ ଆଗ୍ରହ ବଢ଼ୁଥିବା କହିଛନ୍ତି ଇଭୋସ ବିଲ୍ଡକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ। ଧରିତ୍ରୀକୁ ସ୍ବତନ୍ତ୍ର ସାକ୍ଷାତ୍‌କାରରେ ସେ ଅନେକ କଥା ଶେୟାର କରିଛନ୍ତି।

ରିୟଲ ଇଷ୍ଟେଟ୍‌ ବଜାର ସ୍ଥିତି କ’ଣ ରହିଛି?
ଅଗ୍ରଣୀ ଓ ମାନ୍ୟତାପ୍ରାପ୍ତ କ୍ଷେତ୍ରଗୁଡ଼ିକ ମଧ୍ୟରେ ରିୟଲ୍‌ ଇଷ୍ଟେଟ୍‌ ମାର୍କେଟ ଅନ୍ୟତମ। ରାଜ୍ୟରେ ରିୟଲ ଇଷ୍ଟେଟ୍‌ ମାର୍କେଟର ସ୍ଥିତି ଭଲ ରହିଛି ଏବଂ ଏହା ସମ୍ପର୍କରେ ରାଜ୍ୟର ଲୋକମାନେ ଜାଣିଛନ୍ତି ତଥା ଏହା ସେମାନଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ।

ଇଷ୍ଟେଟ୍‌ ମାର୍କେଟକୁ କୋଭିଡ୍‌ ମହାମାରୀ କିଭଳି ପ୍ରଭାବିତ କରିଛି?
ଇଷ୍ଟେଟ୍‌ ମାର୍କେଟ ଉପରେ କୋଭିଡ୍‌ ମହାମାରୀର କୌଣସି ପ୍ରଭାବ ପଡ଼ିନାହିଁ। ପୂର୍ବଭଳି ଏହା ଠିକ୍‌ ଭାବରେ ଚାଲିଥିଲା। କେବଳ ଲକ୍‌ଡାଉନ୍‌ ସ୍ଥିତି ବ୍ୟବସାୟକୁ ଧିମା କରିଦେଇଥିଲା। ତେବେ ଉକ୍ତ ସମୟରେ ଏହାର ଉଚିତ ପରିଚାଳନା କରାଯାଇଥିଲା।

ରିୟଲ ଇଷ୍ଟେଟ୍‌ ଦର ଉପରେ କ’ଣ କହିବେ?
ବଜାରରେ ରିୟଲ ଇଷ୍ଟେଟ୍‌ କ୍ଷେତ୍ର ଆଗକୁ ବଢୁଛି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଭୁବନେଶ୍ୱରରେ ଫ୍ଲୋର୍‌ ଏରିଆ ଅନୁପାତ ବା ଫ୍ଲୋର୍‌ ସ୍ପେଶ୍‌ ଇନ୍‌ଡେକ୍ସ ଅଧିକ ରହିଛି।

ସ୍ଥିତିରେ ଉନ୍ନତି ଆସିବାକୁ କେତେ ସମୟ ଲାଗିବ?
ସମୟ ଆସିଗଲାଣି। ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ସହିତ ସେମାନେ ରିୟଲ ଇଷ୍ଟେଟ୍‌ ବଜାରରେ ଲମ୍ବା ସମୟ ପର୍ଯ୍ୟନ୍ତ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। କେବଳ ଭୁବନେଶ୍ୱର ନୁହେଁ, ବରଂ ରାଜ୍ୟର ପ୍ରାୟ ସବୁ ସହରରେ ଏନେଇ ଲୋକଙ୍କର ଆଗ୍ରହ ବୃଦ୍ଧି ପାଉଥିବା ଦେଖାଯାଉଛି।

ବିଲ୍ଡକନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ହିସାବରେ ଭବିଷ୍ୟତ ପାଇଁ ଆପଣଙ୍କର କି କି ଯୋଜନା ରହିଛି?
ଆର୍ଥିକ ବିକାଶ ଦିଗରେ ରିୟଲ୍‌ ଇଷ୍ଟେଟ୍‌ ସେକ୍ଟରର ଅନେକ ମାତ୍ରାରେ ଯୋଗଦାନ ରହିଛି। ଆର୍ଥିକ ବିକାଶରେ ଯେଉଁ ସେକ୍ଟରଗୁଡ଼ିକର ପ୍ରମୁଖ ଅବଦାନ ରହିଛି, ସେଥିମଧ୍ୟରୁ ରିୟଲ ଇଷ୍ଟେଟ୍‌ ତୃତୀୟ ସ୍ଥାନରେ ରହିଛି। ଏହାଛଡ଼ା ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ମଧ୍ୟ ଏହାର ସ୍ଥାନ ଦ୍ୱିତୀୟରେ। ୨୦୨୫ ସୁଦ୍ଧା ଦେଶର ଜିଡିପିରେ ଏହାର ୧୩% ଯୋଗଦାନ ରହିବ। ଏଥିସହିତ ୨୦୨୫ ସୁଦ୍ଧା ୫,୦୦୦ ସନ୍ତୁଷ୍ଟ ଗ୍ରାହକଙ୍କ ସହ ଯୋଡ଼ିହେବାକୁ ଲକ୍ଷ୍ୟ ରଖିଛି।

କାହାର ମାର୍କେଟ୍‌ ବ୍ୟାପକ ରହିଛି; ଜମି ବ୍ୟବସାୟ ନା ଆପାର୍ଟମେଣ୍ଟର?
ସମୟରେ ଆପାର୍ଟମେଣ୍ଟର ଅଧିକ ଚାହିଦା ରହିଛି। ଜମି କିଣିବାଠାରୁ ଆରମ୍ଭ କରି ବିଲ୍ଡିଂ ତିଆରି କରିବା ଜଣେ ବ୍ୟକ୍ତି ପାଇଁ କଷ୍ଟକର ବ୍ୟାପାର। କିନ୍ତୁ ଏକ ଆପାର୍ଟମେଣ୍ଟ କ୍ରୟ କରିବା ସହଜ। ଆପାର୍ଟମେଣ୍ଟଗୁଡ଼ିକରେ ଆବଶ୍ୟକତା ଅନୁସାରେ ଇଣ୍ଟେରିୟର ଡିଜାଇନ୍‌ ମଧ୍ୟ ରହୁଛି। ତେଣୁ ଗ୍ରାହକମାନେ ଆପାର୍ଟମେଣ୍ଟ କିଣିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri