ଯେଉଁମାନେ ଡେଉଁଥିଲେ

ବିହାର ବିଧାନସଭା ନିର୍ବାଚନ ଚଳିତବର୍ଷ ନଭେମ୍ବରରେ ହେବାର ଅଛି। ତା’ ପୂର୍ବରୁ ଯେଉଁ ପ୍ରସଙ୍ଗଟି ଏବେ ଦେଶବ୍ୟାପୀ ଏକ ବିତର୍କର ବିଷୟ ପାଲଟିଛି, ତା’ ହେଲା ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନ୍‌ସିଭ୍‌ ରିଭିଜନ ବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)। ଭୋଟର ତାଲିକାରେ ଥିବା ଅଯୋଗ୍ୟ ଭୋଟରଙ୍କ ନାମ ହଟାଇବା ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ) ଜୁନ୍‌ ୨୪ରେ ଏସ୍‌ଆଇଆର୍‌ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପାଖାପାଖି ୮ କୋଟି ଭୋଟରଙ୍କୁ ଯାଞ୍ଚ କରିବା ଲାଗି ବୁଥ୍‌ ଲେଭଲ ଅଫିସର (ବିଏଲ୍‌ଓ)ଙ୍କୁ ଘରକୁ ଘର ଯାଇ କାର୍ଯ୍ୟ କରିବା ଲାଗି କମିଶନ ନିର୍ଦ୍ଦେଶନାମା ଜାରି କରିଥିଲେ। ଜୁଲାଇ ୨୬ ଯାଏ ସଂଶୋଧନ ଅଭିଯାନ ଜାରି ରହି ସେପ୍ଟେମ୍ବର ୩୦ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ହେଲେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ହେବାଠାରୁ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ସମାଲୋଚନା କରି ଆସୁଛନ୍ତି। ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଶାସକ ଦଳକୁ ସୁହାଇଲା ଭଳି ଭୋଟର ତାଲିକା ପ୍ରସ୍ତୁତ କରିବା ସକାଶେ ନିର୍ବାଚନ କମିଶନଙ୍କୁ ବ୍ୟବହାର କରାଯାଉଛି। ଅନ୍ୟପକ୍ଷରେ ଅଯୋଗ୍ୟ ଭୋଟରଙ୍କୁ ହଟାଇବା ପାଇଁ ନିର୍ବାଚନ କମିଶନ ତାଙ୍କ ରୁଟିନ୍‌ କାର୍ଯ୍ୟ କରୁଛନ୍ତି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି। ଏଥିସହିତ ୧୩ ଜୁଲାଇରେ ନିର୍ବାଚନ କମିଶନ କହିଛନ୍ତି, ଭୋଟର ତାଲିକାରେ ନେପାଳ, ବାଂଲାଦେଶ ଓ ମ୍ୟାନ୍‌ମାରର କେତେକ ନାଗରିକଙ୍କ ନାମ ବେଆଇନ ଭାବେ ସାମିଲ ହୋଇଥିବାରୁ ତାହାକୁ ଯାଞ୍ଚ ପରେ ତାଲିକାରୁ ବାଦ୍‌ ଦିଆଯିବ।
ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ ସଂସଦ ଓ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ କମିଶନ ଭୋଟର ତାଲିକା ପ୍ରସ୍ତୁତ କରିଥାଆନ୍ତି। ସେହିପରି ଅନୁଚ୍ଛେଦ ୩୨୬ରେ ଉଲ୍ଲେଖ ରହିଛି ଯେ, ୧୮ ବର୍ଷ ବୟସରେ ପହଞ୍ଚତ୍ଥିବା ପ୍ରତ୍ୟେକ ନାଗରିକ ଭୋଟର ହୋଇପାରିବେ। ଜନପ୍ରତିନିଧି ଆଇନ ୧୯୫୦ର ଧାରା ୨୧ ଅନୁଯାୟୀ ଭୋଟର ତାଲିକାର ପ୍ରସ୍ତୁତି ଓ ସଂଶୋଧନର ବ୍ୟବସ୍ଥା ରହିଛି। ଏହା ଯେକୌଣସି ସମୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କରିବା ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ଦେଇଛି। କିନ୍ତୁ ଯେଉଁ ସମୟରେ ବିହାରରେ ସ୍ବତନ୍ତ୍ର ସଂଶୋଧନ ଲାଗି କାର୍ଯ୍ୟ ଆରମ୍ଭ ହୋଇଛି, ସେହି ସମୟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୦୩ରେ ଶେଷ ଥର ପାଇଁ ବିହାରରେ ଏସ୍‌ଆଇଆର୍‌ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ କରାଯାଉଥିବା ଏସ୍‌ଆଇଆର୍‌ରେ ପ୍ରତ୍ୟେକ ଭୋଟର ତାଙ୍କ ନିର୍ଦ୍ଦିଷ୍ଟ ବିଏଲ୍‌ଓଙ୍କ ନିକଟରେ ଏନୁମେରେଶନ ଫର୍ମ ବା ଗଣନା ଫର୍ମ ଦାଖଲ କରିବେ। ୨୦୦୩ ଏସ୍‌ଆଇଆର୍‌ ଅନୁଯାୟୀ ଯେଉଁମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥିବ, ସେମାନଙ୍କ ପାଇଁ ଜାନୁଆରୀ ୨୦୦୩ରେ ପ୍ରସ୍ତୁତ ଭୋଟର ତାଲିକା ପର୍ଯ୍ୟାପ୍ତ ରହିବ। ଏହା ପରେ ଯେଉଁମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥିବ, ସେମାନଙ୍କର ଓ ସେମାନଙ୍କ ମାତାପିତାଙ୍କ ଜନ୍ମ ତାରିଖ, ଜନ୍ମସ୍ଥାନ ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ। ୨୫ ଜୁନ୍‌ରୁ ୨୬ ଜୁଲାଇ ମଧ୍ୟରେ ଡିଜିଟାଲ କିମ୍ବା ଅନ୍ୟ କୌଣସି ବୈଷୟିକ ସହାୟତା ବିନା କାଗଜ ପ୍ରମାଣ ଦାଖଲ କରିବା ଲାଗି କୁହାଯାଇଛି।
ଇସିଆଇଙ୍କ ତରଫରୁ ୧୧ଟି ଦଲିଲ ଯଥା- ଜନ୍ମ ପ୍ରମାଣପତ୍ର, ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ପାସ୍‌ପୋର୍ଟ, ମାଟ୍ରିକ୍‌ ବା ତଦ୍‌ୂର୍ଦ୍ଧ୍ୱ ଶିକ୍ଷାଗତ ପ୍ରମାଣପତ୍ର, ଜମିଜମା ସଂକ୍ରାନ୍ତ ଦସ୍ତାବିଜ୍‌, ଜଙ୍ଗଲ ଅଧିକାର ପ୍ରମାଣପତ୍ର, ପେନ୍‌ସନ୍‌ ପାଇବା ଲାଗି ସରକାରୀ ପରିଚୟପତ୍ର, ଆବଶ୍ୟକ ସ୍ଥଳେ ଏନ୍‌ଆର୍‌ସି ପ୍ରମାଣପତ୍ର, ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପରିବାର ପଞ୍ଜୀକରଣ ଏବଂ ୧୯୮୭ ପୂର୍ବରୁ ସରକାର କିମ୍ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ପ୍ରଦାନ କରାଯାଇଥିବା ପରିଚୟପତ୍ରକୁ ବୈଧ ପ୍ରମାଣପତ୍ର ଭାବେ ସ୍ବୀକାରଯୋଗ୍ୟ ହେବ ବୋଲି କୁହାଯାଇଛି। ହେଲେ ପୁରୁଣା ଭୋଟର ପରିଚୟପତ୍ର, ରାଶନକାର୍ଡ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଧାର କାର୍ଡକୁ ସ୍ବୀକାର କରିବେ ନାହିଁ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି। ସମସ୍ୟା ହେଉଛି ଯେ ବିହାରର ଅନେକ ଜିଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଜଣାପଡ଼ିଛି। ବିଶେଷକରି ସେହିସବୁ ଜିଲାରେ ୧୦୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆଧାର ପରିଚୟପତ୍ର ଜାରି କରାଯାଇଥିବା ହେତୁ କେନ୍ଦ୍ର ସରକାରଙ୍କ ଚିନ୍ତା ପଶିଛି। ବିହାର ଏବଂ ଦିଲ୍ଲୀରେ ଶାସନ କରୁଥିବା ଦଳ ପାଇଁ ସଂଖ୍ୟାଲଘୁଙ୍କ ସମର୍ଥନ ରହି ନ ଥିବା ହେତୁ ବିହାରର କେତେକ ଜିଲାରେ ଶାସକ ଦଳ ଜିତିବା ଅସମ୍ଭବ ହୋଇପାରେ। ଅନ୍ୟପଟେ ଆଧାରକୁ ସବୁ ଅନ୍ୟ ଦଲିଲର କେନ୍ଦ୍ରବିନ୍ଦୁ କରିଦେଇଥିବା କେନ୍ଦ୍ର ସରକାର ନିଜ ଗାତରେ ନିଜେ ପଡ଼ିଯାଉଛନ୍ତି। ଆଧାର ବ୍ୟବସ୍ଥାକୁ ମୁଖ୍ୟତଃ ସରକାରୀ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କ ବ୍ୟବହାର ପାଇଁ ପ୍ରାଥମିକ ସ୍ତରରେ ଉଦ୍ଦିଷ୍ଟ ଥିଲା। ଏହି ବ୍ୟବସ୍ଥାକୁ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ରର ଭାଜପା ସରକାର ତାହାକୁ ଅତି କଡ଼ାକଡ଼ି ଭାବେ ଲାଗୁ କଲେ। ୨୦୧୭ ମସିହାରୁ ନାଗରିକଙ୍କ ଉପରେ ଚାପ ପକାଇ କେବଳ ଆଧାର ସଂଯୋଗ କାର୍ଯ୍ୟରେ ସମଗ୍ର ଦେଶକୁ ବ୍ୟସ୍ତ ରଖିଲେ। ମୋବାଇଲ୍‌ ସିମ୍‌କାର୍ଡ କିଣିବାଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ରେଳଗାଡ଼ିରେ ତତ୍‌କାଳ ଟିକେଟ କିଣିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ଆଧାରକୁ ବାଧ୍ୟତାମୂଳକ କଲେ। ନବଜାତ ଶିଶୁଙ୍କ ପାଇଁ ଆଧାର କରାଗଲା ଏବଂ ସେହି ପରିଚୟପତ୍ର ବିନା ପିଲାଙ୍କୁ ସ୍କୁଲରେ ନାମଲେଖାଇବା ସମ୍ଭବପର ହେଲା ନାହିଁ। ଅର୍ଥାତ୍‌ ଆଧାରକୁ ଶତପ୍ରତିଶତ ତ୍ରୁଟିଶୂନ୍ୟ ଭାବି ଦେଶବାସୀଙ୍କୁ ଦୌଡ଼ାଉଥିବା ସରକାର ଏବେ ବୁଝୁଛନ୍ତି ଯେ ଭାରତର ସାଧାରଣ ନାଗରିକର ଚତୁରତାଠାରୁ କୌଣସି ବ୍ୟବସ୍ଥା ଊର୍ଦ୍ଧ୍ୱକୁ ଯାଇପାରିବ ନାହିଁ। ବିହାର ଘଟଣାରେ ଅଣଶାସକ ଦଳଗୁଡ଼ିକ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବେ କୌଣସି ନିର୍ଦ୍ଦେଶ ଦେବା ପରିବର୍ତ୍ତେ କହିଲେ ଯେ, ନିର୍ବାଚନ କମିଶନ ଆଧାର, ରାଶନ କାର୍ଡ ସମ୍ପର୍କରେ ବିଚାର କରିବା ଉଚିତ ହେବ। ଏହା କେବଳ ପରାମର୍ଶରେ ରହିଗଲା, ନିର୍ଦ୍ଦେଶ ଭାବେ ନିଆଯିବ ବୋଲି ବିଶ୍ୱାସ ହେଉନାହିଁ। ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆଧାରକୁ ମୂଳ ପରିଚୟପତ୍ର ଭାବେ ନିଆଯିବା ଉଚିତ ନୁହେଁ। ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଖୁଣି ହେବ ନାହିଁ। ଏହି ସ୍ବତନ୍ତ୍ର ସଘନ ସଂଶୋଧନ ପାଇଁ ବିରୋଧୀଙ୍କ ଦାବି ହେଉଛି ଆଧାର ଓ ରାଶନ କାର୍ଡକୁ ସ୍ବୀକାର କରାଯାଉ। ନିର୍ବାଚନ କମିଶନ ଏବଂ କେନ୍ଦ୍ର ସରକାର ଏବେ ତିଷ୍ଠି ରହିବା ପାଇଁ ଆଧାରକୁ ଅସ୍ବୀକାର କରୁଛନ୍ତି। ଏକ ଅସରନ୍ତି କାର୍ଯ୍ୟକ୍ରମ ଭାବେ ଆଧାରର ଗୁରୁତ୍ୱ ହୁଏତ ଏବେ ହ୍ରାସ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଯେଉଁମାନେ ଆଧାର ପାଇଁ ବେଶି ଦୌଡୁଥିଲେ ସେଇମାନେ ଏବେ ଆଧାରକୁ ଅକାମୀ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri