ଯେଉଁମାନେ ଡେଉଁଥିଲେ

ବିହାର ବିଧାନସଭା ନିର୍ବାଚନ ଚଳିତବର୍ଷ ନଭେମ୍ବରରେ ହେବାର ଅଛି। ତା’ ପୂର୍ବରୁ ଯେଉଁ ପ୍ରସଙ୍ଗଟି ଏବେ ଦେଶବ୍ୟାପୀ ଏକ ବିତର୍କର ବିଷୟ ପାଲଟିଛି, ତା’ ହେଲା ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନ୍‌ସିଭ୍‌ ରିଭିଜନ ବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)। ଭୋଟର ତାଲିକାରେ ଥିବା ଅଯୋଗ୍ୟ ଭୋଟରଙ୍କ ନାମ ହଟାଇବା ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ) ଜୁନ୍‌ ୨୪ରେ ଏସ୍‌ଆଇଆର୍‌ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପାଖାପାଖି ୮ କୋଟି ଭୋଟରଙ୍କୁ ଯାଞ୍ଚ କରିବା ଲାଗି ବୁଥ୍‌ ଲେଭଲ ଅଫିସର (ବିଏଲ୍‌ଓ)ଙ୍କୁ ଘରକୁ ଘର ଯାଇ କାର୍ଯ୍ୟ କରିବା ଲାଗି କମିଶନ ନିର୍ଦ୍ଦେଶନାମା ଜାରି କରିଥିଲେ। ଜୁଲାଇ ୨୬ ଯାଏ ସଂଶୋଧନ ଅଭିଯାନ ଜାରି ରହି ସେପ୍ଟେମ୍ବର ୩୦ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ହେଲେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ହେବାଠାରୁ ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ପଦକ୍ଷେପକୁ ସମାଲୋଚନା କରି ଆସୁଛନ୍ତି। ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଶାସକ ଦଳକୁ ସୁହାଇଲା ଭଳି ଭୋଟର ତାଲିକା ପ୍ରସ୍ତୁତ କରିବା ସକାଶେ ନିର୍ବାଚନ କମିଶନଙ୍କୁ ବ୍ୟବହାର କରାଯାଉଛି। ଅନ୍ୟପକ୍ଷରେ ଅଯୋଗ୍ୟ ଭୋଟରଙ୍କୁ ହଟାଇବା ପାଇଁ ନିର୍ବାଚନ କମିଶନ ତାଙ୍କ ରୁଟିନ୍‌ କାର୍ଯ୍ୟ କରୁଛନ୍ତି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି। ଏଥିସହିତ ୧୩ ଜୁଲାଇରେ ନିର୍ବାଚନ କମିଶନ କହିଛନ୍ତି, ଭୋଟର ତାଲିକାରେ ନେପାଳ, ବାଂଲାଦେଶ ଓ ମ୍ୟାନ୍‌ମାରର କେତେକ ନାଗରିକଙ୍କ ନାମ ବେଆଇନ ଭାବେ ସାମିଲ ହୋଇଥିବାରୁ ତାହାକୁ ଯାଞ୍ଚ ପରେ ତାଲିକାରୁ ବାଦ୍‌ ଦିଆଯିବ।
ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ ସଂସଦ ଓ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ କମିଶନ ଭୋଟର ତାଲିକା ପ୍ରସ୍ତୁତ କରିଥାଆନ୍ତି। ସେହିପରି ଅନୁଚ୍ଛେଦ ୩୨୬ରେ ଉଲ୍ଲେଖ ରହିଛି ଯେ, ୧୮ ବର୍ଷ ବୟସରେ ପହଞ୍ଚତ୍ଥିବା ପ୍ରତ୍ୟେକ ନାଗରିକ ଭୋଟର ହୋଇପାରିବେ। ଜନପ୍ରତିନିଧି ଆଇନ ୧୯୫୦ର ଧାରା ୨୧ ଅନୁଯାୟୀ ଭୋଟର ତାଲିକାର ପ୍ରସ୍ତୁତି ଓ ସଂଶୋଧନର ବ୍ୟବସ୍ଥା ରହିଛି। ଏହା ଯେକୌଣସି ସମୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କରିବା ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ଦେଇଛି। କିନ୍ତୁ ଯେଉଁ ସମୟରେ ବିହାରରେ ସ୍ବତନ୍ତ୍ର ସଂଶୋଧନ ଲାଗି କାର୍ଯ୍ୟ ଆରମ୍ଭ ହୋଇଛି, ସେହି ସମୟକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୦୩ରେ ଶେଷ ଥର ପାଇଁ ବିହାରରେ ଏସ୍‌ଆଇଆର୍‌ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ କରାଯାଉଥିବା ଏସ୍‌ଆଇଆର୍‌ରେ ପ୍ରତ୍ୟେକ ଭୋଟର ତାଙ୍କ ନିର୍ଦ୍ଦିଷ୍ଟ ବିଏଲ୍‌ଓଙ୍କ ନିକଟରେ ଏନୁମେରେଶନ ଫର୍ମ ବା ଗଣନା ଫର୍ମ ଦାଖଲ କରିବେ। ୨୦୦୩ ଏସ୍‌ଆଇଆର୍‌ ଅନୁଯାୟୀ ଯେଉଁମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥିବ, ସେମାନଙ୍କ ପାଇଁ ଜାନୁଆରୀ ୨୦୦୩ରେ ପ୍ରସ୍ତୁତ ଭୋଟର ତାଲିକା ପର୍ଯ୍ୟାପ୍ତ ରହିବ। ଏହା ପରେ ଯେଉଁମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥିବ, ସେମାନଙ୍କର ଓ ସେମାନଙ୍କ ମାତାପିତାଙ୍କ ଜନ୍ମ ତାରିଖ, ଜନ୍ମସ୍ଥାନ ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ। ୨୫ ଜୁନ୍‌ରୁ ୨୬ ଜୁଲାଇ ମଧ୍ୟରେ ଡିଜିଟାଲ କିମ୍ବା ଅନ୍ୟ କୌଣସି ବୈଷୟିକ ସହାୟତା ବିନା କାଗଜ ପ୍ରମାଣ ଦାଖଲ କରିବା ଲାଗି କୁହାଯାଇଛି।
ଇସିଆଇଙ୍କ ତରଫରୁ ୧୧ଟି ଦଲିଲ ଯଥା- ଜନ୍ମ ପ୍ରମାଣପତ୍ର, ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ପାସ୍‌ପୋର୍ଟ, ମାଟ୍ରିକ୍‌ ବା ତଦ୍‌ୂର୍ଦ୍ଧ୍ୱ ଶିକ୍ଷାଗତ ପ୍ରମାଣପତ୍ର, ଜମିଜମା ସଂକ୍ରାନ୍ତ ଦସ୍ତାବିଜ୍‌, ଜଙ୍ଗଲ ଅଧିକାର ପ୍ରମାଣପତ୍ର, ପେନ୍‌ସନ୍‌ ପାଇବା ଲାଗି ସରକାରୀ ପରିଚୟପତ୍ର, ଆବଶ୍ୟକ ସ୍ଥଳେ ଏନ୍‌ଆର୍‌ସି ପ୍ରମାଣପତ୍ର, ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପରିବାର ପଞ୍ଜୀକରଣ ଏବଂ ୧୯୮୭ ପୂର୍ବରୁ ସରକାର କିମ୍ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ପ୍ରଦାନ କରାଯାଇଥିବା ପରିଚୟପତ୍ରକୁ ବୈଧ ପ୍ରମାଣପତ୍ର ଭାବେ ସ୍ବୀକାରଯୋଗ୍ୟ ହେବ ବୋଲି କୁହାଯାଇଛି। ହେଲେ ପୁରୁଣା ଭୋଟର ପରିଚୟପତ୍ର, ରାଶନକାର୍ଡ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଧାର କାର୍ଡକୁ ସ୍ବୀକାର କରିବେ ନାହିଁ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି। ସମସ୍ୟା ହେଉଛି ଯେ ବିହାରର ଅନେକ ଜିଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସଂଖ୍ୟା ଯଥେଷ୍ଟ ଅଧିକ ବୋଲି ଜଣାପଡ଼ିଛି। ବିଶେଷକରି ସେହିସବୁ ଜିଲାରେ ୧୦୦ ପ୍ରତିଶତରୁ ଊର୍ଦ୍ଧ୍ୱ ଆଧାର ପରିଚୟପତ୍ର ଜାରି କରାଯାଇଥିବା ହେତୁ କେନ୍ଦ୍ର ସରକାରଙ୍କ ଚିନ୍ତା ପଶିଛି। ବିହାର ଏବଂ ଦିଲ୍ଲୀରେ ଶାସନ କରୁଥିବା ଦଳ ପାଇଁ ସଂଖ୍ୟାଲଘୁଙ୍କ ସମର୍ଥନ ରହି ନ ଥିବା ହେତୁ ବିହାରର କେତେକ ଜିଲାରେ ଶାସକ ଦଳ ଜିତିବା ଅସମ୍ଭବ ହୋଇପାରେ। ଅନ୍ୟପଟେ ଆଧାରକୁ ସବୁ ଅନ୍ୟ ଦଲିଲର କେନ୍ଦ୍ରବିନ୍ଦୁ କରିଦେଇଥିବା କେନ୍ଦ୍ର ସରକାର ନିଜ ଗାତରେ ନିଜେ ପଡ଼ିଯାଉଛନ୍ତି। ଆଧାର ବ୍ୟବସ୍ଥାକୁ ମୁଖ୍ୟତଃ ସରକାରୀ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀମାନଙ୍କ ବ୍ୟବହାର ପାଇଁ ପ୍ରାଥମିକ ସ୍ତରରେ ଉଦ୍ଦିଷ୍ଟ ଥିଲା। ଏହି ବ୍ୟବସ୍ଥାକୁ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ରର ଭାଜପା ସରକାର ତାହାକୁ ଅତି କଡ଼ାକଡ଼ି ଭାବେ ଲାଗୁ କଲେ। ୨୦୧୭ ମସିହାରୁ ନାଗରିକଙ୍କ ଉପରେ ଚାପ ପକାଇ କେବଳ ଆଧାର ସଂଯୋଗ କାର୍ଯ୍ୟରେ ସମଗ୍ର ଦେଶକୁ ବ୍ୟସ୍ତ ରଖିଲେ। ମୋବାଇଲ୍‌ ସିମ୍‌କାର୍ଡ କିଣିବାଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ରେଳଗାଡ଼ିରେ ତତ୍‌କାଳ ଟିକେଟ କିଣିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ଆଧାରକୁ ବାଧ୍ୟତାମୂଳକ କଲେ। ନବଜାତ ଶିଶୁଙ୍କ ପାଇଁ ଆଧାର କରାଗଲା ଏବଂ ସେହି ପରିଚୟପତ୍ର ବିନା ପିଲାଙ୍କୁ ସ୍କୁଲରେ ନାମଲେଖାଇବା ସମ୍ଭବପର ହେଲା ନାହିଁ। ଅର୍ଥାତ୍‌ ଆଧାରକୁ ଶତପ୍ରତିଶତ ତ୍ରୁଟିଶୂନ୍ୟ ଭାବି ଦେଶବାସୀଙ୍କୁ ଦୌଡ଼ାଉଥିବା ସରକାର ଏବେ ବୁଝୁଛନ୍ତି ଯେ ଭାରତର ସାଧାରଣ ନାଗରିକର ଚତୁରତାଠାରୁ କୌଣସି ବ୍ୟବସ୍ଥା ଊର୍ଦ୍ଧ୍ୱକୁ ଯାଇପାରିବ ନାହିଁ। ବିହାର ଘଟଣାରେ ଅଣଶାସକ ଦଳଗୁଡ଼ିକ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବେ କୌଣସି ନିର୍ଦ୍ଦେଶ ଦେବା ପରିବର୍ତ୍ତେ କହିଲେ ଯେ, ନିର୍ବାଚନ କମିଶନ ଆଧାର, ରାଶନ କାର୍ଡ ସମ୍ପର୍କରେ ବିଚାର କରିବା ଉଚିତ ହେବ। ଏହା କେବଳ ପରାମର୍ଶରେ ରହିଗଲା, ନିର୍ଦ୍ଦେଶ ଭାବେ ନିଆଯିବ ବୋଲି ବିଶ୍ୱାସ ହେଉନାହିଁ। ରାଜନୈତିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଆଧାରକୁ ମୂଳ ପରିଚୟପତ୍ର ଭାବେ ନିଆଯିବା ଉଚିତ ନୁହେଁ। ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ଖୁଣି ହେବ ନାହିଁ। ଏହି ସ୍ବତନ୍ତ୍ର ସଘନ ସଂଶୋଧନ ପାଇଁ ବିରୋଧୀଙ୍କ ଦାବି ହେଉଛି ଆଧାର ଓ ରାଶନ କାର୍ଡକୁ ସ୍ବୀକାର କରାଯାଉ। ନିର୍ବାଚନ କମିଶନ ଏବଂ କେନ୍ଦ୍ର ସରକାର ଏବେ ତିଷ୍ଠି ରହିବା ପାଇଁ ଆଧାରକୁ ଅସ୍ବୀକାର କରୁଛନ୍ତି। ଏକ ଅସରନ୍ତି କାର୍ଯ୍ୟକ୍ରମ ଭାବେ ଆଧାରର ଗୁରୁତ୍ୱ ହୁଏତ ଏବେ ହ୍ରାସ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି। ଯେଉଁମାନେ ଆଧାର ପାଇଁ ବେଶି ଦୌଡୁଥିଲେ ସେଇମାନେ ଏବେ ଆଧାରକୁ ଅକାମୀ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?