ସ୍ୱତନ୍ତ୍ର ଆହ୍ବାନ

ପ୍ରଦୀପ୍ତ କୁମାର ମିଶ୍ର

 

ମାର୍ଗଶିର ମାସର ଗୁରୁବାର ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ଉଲ୍ଲେଖ ଅଛି ଯିଏ ଅନ୍ନ ନଷ୍ଟ କରେ ସେ ଭୋକିଲା ରହେ। ତାକୁ ଅନ୍ନ ବସ୍ତ୍ର ଅଭାବ ହୁଏ। ଏ କଥା ଆମର ଘରୋଇ କଥାରେ ବି ରହିଛି, ଯିଏ ଅନ୍ନ ନଷ୍ଟ କରେ ସେ ଦାରିଦ୍ର୍ୟ ଯନ୍ତ୍ରଣା ଭୋଗ କରେ। ପିଲାବେଳେ ମାଆ ବୁଢ଼ୀମା ଏହି କଥା କହି କେବେ ଖାଦ୍ୟ ଫିଙ୍ଗିବାକୁ ଦିଅନ୍ତି ନାହିଁ। ଅନ୍ନ ନଷ୍ଟ ନ ହେବା ପାଇଁ ଘରେ ମାଆମାନେ ବାସି ଖାଦ୍ୟଖାଇ ରୋଗରେ ପଡ଼ିବାର ନଜିର ଅଛି। ଖାଦ୍ୟ ନଷ୍ଟ କଲେ ସେ ଲୋକଙ୍କୁ ଲକ୍ଷ୍ମୀଛଡ଼ା ଓ ଅଲକ୍ଷଣା ଆଖ୍ୟା ଦିଆଯାଇଥାଏ। ଅଯଥାରେ ଶସ୍ୟ ନଷ୍ଟ ନ କରିବା ପାଇଁ ଗୋଟିଏ ଛୋଟିଆ ପୌରାଣିକ ଗଳ୍ପର ଅବତାରଣା କରାଯାଇପାରେ। ସମ୍ରାଟ ଯୁଧିଷ୍ଠିରଙ୍କ ରାଜ୍ୟରେ ଅକାଳ ପଡ଼ିବାରୁ ଶସ୍ୟ ଉତ୍ପାଦନ ହୋଇପାରିଲା ନାହିଁ। ଶସ୍ୟ ପାଇଁ ସେ ପଡ଼ୋଶୀ ରାଜ୍ୟର ରାଜାଙ୍କର ସାହାଯ୍ୟ ନେଲେ। ପଡ଼ୋଶୀ ରାଜ୍ୟରୁ ଶସ୍ୟ ପାଇଁ ଭୀମଙ୍କୁ ପଠାଯାଇଥିଲା। ଭୀମ ଶସ୍ୟ ଆଣିବା ବେଳେ ବୁଣି ହୋଇଥିବା ଶସ୍ୟକୁ ରାଜା ନିଜେ ଖୁଣ୍ଟିଥିଲେ। ଭୀମ ଭାବିଲେ ଏ ରାଜା ଜଣେ କୃପଣ ବ୍ୟକ୍ତି ନିଶ୍ଚିତ। ଶଗଡ଼ରେ ଶସ୍ୟ ଆସିଲାବେଳେ ଗୋଟିଏ କଚ୍ଚା ରାସ୍ତାରେ କାଦୁଅରେ ଶଗଡ଼ ଚକ ଧସିଗଲା। ରାଜାଙ୍କ ପାଖକୁ ଖବର ଗଲାରୁ ସେ ନିର୍ଦ୍ଦେଶ ଦେଲେ ଯେ ଗୋଟିଏ ଶଗଡ଼ର ଶସ୍ୟକୁ ସେହି କାଦୁଅରେ ଢାଳି ଦିଆଯାଉ। ସେମିତି ହେଲାରୁ ସବୁ ଶଗଡ଼ ପାରିହୋଇଗଲା। ଯେତେବେଳେ ଭୀମ ଏ କଥା ଯୁଧିଷ୍ଠିରଙ୍କୁ କହିଲେ ସେ ଉତ୍ତର ଦେଲେ ରାଜା ଗୋଟିଏ ଗୋଟିଏ ଶସ୍ୟକୁ ତଳେ ପଡ଼ିବାରେ ନଷ୍ଟ କରିବାକୁ ଦେଲେନି ଯାହା ଅଯଥା ଅପଚୟ । କିନ୍ତୁ ରାସ୍ତାକୁ ସଜାଡ଼ିବା ପାଇଁ ଗୋଟିଏ ମାତ୍ର ସହଜ ଉପାୟ କେବଳ ଶସ୍ୟକୁ ସେହି ସ୍ଥାନରେ ପୋତିଦେବା। ଏହା ତାଙ୍କର ହଠାତ ବିପର୍ଯ୍ୟୟ ପରିଚାଳନାର ଅସଲ ଗୋଟିଚାଳନା ମାତ୍ର। କିନ୍ତୁ ଅନ୍ୟଏକ ଦିଗ ଯେଉଁଠି ସେ ଗୋଟିଏ ଗୋଟିଏ ଶସ୍ୟକୁ ଗୁରୁତ୍ୱ ଦେଉଥିଲେ ଯାହା ଖାଦ୍ୟ ପାଇଁ ଉଦ୍ଦିଷ୍ଟ।
ଏଠାରେ ସେ ଖାଦ୍ୟନଷ୍ଟ ନ କରିବା ପାଇଁ ସନ୍ଦେଶ ଦେଇଥିଲେ। ବର୍ତ୍ତମାନ ସେହିପରି କୁହାଯାଇପାରେ ଯେ ଆଗାମୀ କାଲିର ସୁସ୍ଥ ଅନୁଚିନ୍ତା ପାଇଁ ଖାଦ୍ୟ ସୁରକ୍ଷା ଏକାନ୍ତ ଅପରିହାର୍ଯ୍ୟ। ଯାହାକୁ ଆମେ ଏବେର ପିଢ଼ି ଗୁରୁତ୍ୱ ଦିଏନାହିଁ। ଆମେ ପିଲାବେଳେ ଜେଜେମାଆଙ୍କଠାରୁ ଅବଶ୍ୟ ଶୁଣିଛୁ ଯେ ଘରେ ଖାଦ୍ୟ ନଷ୍ଟ କଲେ ସହସ୍ର ଲୋକ ପୃଥିବୀରେ ଖାଦ୍ୟ ଅଭାବ ଗୋଟେ ଓଳି ପାଇଁ ରହନ୍ତି। କଥାଟା କେବଳ ଭୟମୂଳକ ଦୁଷ୍ଟାନ୍ତ ହୋଇପାରେ କିନ୍ତୁ ଏହି ଭୟ ଆମକୁ ବଳେଇ ଖାଇବାକୁ ବାଧ୍ୟ କରୁଥିଲା ଅଥବା ନଷ୍ଟ କରିଦେଉ ନ ଥିଲା। ଖାଦ୍ୟ ନଷ୍ଟ ବେଳେ ବ୍ୟକ୍ତି ଜଣକ ଗରିବୀ କ’ଣ ଅନୁଭବ କରି ନଥାଇପାରେ,କିନ୍ତୁ ତାହାର ପୂର୍ବପିଢ଼ି ଗରିବୀକୁ ବହୁ ପାଖରୁ ଅନୁଭବ କରିଥିଲେ। ଏବର ପିଢ଼ିକୁ ସେପରି ଶିକ୍ଷା ଦିଆଗଲାନି, ଯାହା ନଷ୍ଟ କରିବାରେ ସେମାନେ ବେପରୁଆ ହୋଇଗଲେ। ଭୋଜିରେ ଡାଲି, ତରକାରି, ମାଛ, ମାଂସ ସବୁ ନଷ୍ଟ ହେଉଛି। ଦୋକାନ ହୋଟେଲରେ ଖାଦ୍ୟ ନଷ୍ଟ କରାଯାଉଛି। ଭୋଜିରେ ଲୋକଦେଖାଣିଆ ବା ପ୍ରତିଯୋଗିତା କରି ନିଜକୁ ସମ୍ଭ୍ରାନ୍ତ ଭାବିବା ଦ୍ୱାରା ଖାଦ୍ୟ ବହୁଳ ନଷ୍ଟ ହୁଏ। ସମୟ ଆସିବ ଆମେ ନଷ୍ଟ ହେଉଥିବା ଖାଦ୍ୟ, ଜଳ ପାଇଁ ଦିନେ ଅନୁତାପ କରିବା। ଅନୁଶାସନର ଜୀବନଶୈଳୀ, ଉପଯୁକ୍ତ ସଂରକ୍ଷଣର ଚିନ୍ତନ ଏହି ଅପଚୟରୁ ଆଗାମୀ ସମୟରେ ରକ୍ଷା କରିପାରିବ। ଏହିପରି ଜୀବନଶୈଳୀ ଆମକୁ ଆଗାମୀ କାଲି ପାଇଁ ଏକ ଉନ୍ନତ ଜୀବନଶୈଳୀ ଶିକ୍ଷା ଦେବା ପାଇଁ ସାହାଯ୍ୟ କରିବ। ପୂର୍ବରୁ ପିଲାବେଳେ ଆମେ ଅନୁଭବ କରିଛୁ ଯେ ରୁଟିଟିଏ ପାଇଁ କେତେ ସଂଗ୍ରାମ କରିବାକୁ ପଡୁଥିଲା। ଅଟା ଯେମିତି ଏକ ମୂଲ୍ୟବାନ ସମ୍ପଦ ଥିଲା, ଗରିବଙ୍କ ଘରେ ରାତିରେ ଚୁଲି ଜଳୁ ନ ଥିଲା। ରୁଟି, ନାଲି ଚା ଖାଇ କିମ୍ବା ବିରି ଓ ଚାଉଳର ପିଠା ଖାଇ ଲୋକେ ବିଲକୁ କାମ କରିବାକୁ ଯାଉଥିଲେ। ଏବେ ତାହା ଭାବିଲେ ଏ ପିଢ଼ିକୁ ଅବଶ୍ୟ ଗପ ଲାଗୁଥିବ, କିନ୍ତୁ ପୂର୍ବ ଅପେକ୍ଷା ଏବେ ଖାଦ୍ୟ ନଷ୍ଟ ବହୁତ, ଯାହା ଚିନ୍ତାର ବିଷୟ। ଜଳ ପାଇଁ ଖରାଦିନେ ଚୁଆଖୋଳି ଦୂଷିତ ପାଣିକୁ ପିଉଥିଲେ,ଏବେ ପାଣି ନଷ୍ଟ କାହାକୁ ବିଚଳିତ କରେନି। ଆମ ଶିକ୍ଷାରେ ଖାଦ୍ୟ ଓ ଜଳ ସଂରକ୍ଷଣ ପାଇଁ ସେମିତି ପ୍ରାବଧାନ ନାହିଁ। ଯାହା ରହିବା ଏକାନ୍ତ ଆବଶ୍ୟକ ବୋଲି ଆମେ ଅନୁଭବ କରୁଛୁ। ତେଣୁ ଏ ସମ୍ପର୍କରେ ଆମେ ଏବେ ଏକ ନିଆରା ଶପଥ ମାନସିକ ସ୍ତରରେ ଅବଶ୍ୟ ଗ୍ରହଣ କରିବା ସର୍ବାଦୌ ଆବଶ୍ୟକ, ଯାହା ସମସ୍ତଙ୍କ ପାଇଁ ଉପଯୁକ୍ତ ଶିକ୍ଷା ହୋଇପାରିବ। ଆସନ୍ତୁ ଆମେ ଶପଥଟିଏ ନିଶ୍ଚିତ ନେବା ଯେ ଆମେ ଖାଦ୍ୟ ଓ ଜଳ ନଷ୍ଟ ନ କରି ପରବର୍ତ୍ତୀ ପିଢ଼ିକୁ ଏକ ସୁସ୍ଥ ଖବର ଦେବାରେ ସହାୟତା କରିବା।
ଅରେଇ, ଯାଜପୁର
ମୋ:୯୬୫୮୬୧୪୭୨୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri