ଚାଇନାର ବିସ୍ତାରବାଦ

ବ୍ରହ୍ମ ଚେଲାନି

 

ଭାରତ-ପ୍ରଶାନ୍ତ ମହାସାଗରରେ ଆଞ୍ଚଳିକ ତଥା ସାମୁଦ୍ରିକ ସ୍ଥିତିକୁ ବଦଳାଇବା ପାଇଁ ଚାଇନା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୁପ୍ତ ଭାବରେ କାର୍ଯ୍ୟ କରିଆସିଛି। ଚାଇନାର ଏଭଳି ପଦକ୍ଷେପ ଅଷ୍ଟ୍ରେଲିଆ, ଭାରତ, ଜାପାନ, ତାଇୱାନ ଏବଂ ଦକ୍ଷିଣ-ପୂର୍ବ ଏସୀୟ ପଡ଼ୋଶୀ ଦେଶଗୁଡ଼ିକ ସମେତ ଆମେରିକା ସହ ଉତ୍ତେଜନା ବୃଦ୍ଧି କରିଛି। ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧରେ ଆମେରିକାର ଧ୍ୟାନ ଏବଂ ସମ୍ବଳ କେନ୍ଦ୍ରିତ ହୋଇଥିବାରୁ ଚାଇନା ଏବେ ଏହାର ବିସ୍ତାରବାଦରେ ଅଧିକ ଆକ୍ରମଣାତ୍ମକ ହୋଇଯାଇଛି। ପୂର୍ବାପେକ୍ଷା ଚାଇନାର ଆଞ୍ଚଳିକ ପ୍ରଭୁତ୍ୱ ବଢ଼ିଯାଇଛି। ପ୍ରାୟ ଦୈନିକ ତାଇଓ୍ବାନକୁ ଅସୁବିଧାରେ ପକାଇବା ଲାଗି ନୂଆ ଉପାୟ ଖୋଜୁଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ତାଙ୍କ ଦେଶ ସହ ତାଇଓ୍ବାନକୁ ମିଶାଇବା ଲାଗି ବାରମ୍ବାର ପ୍ରତିଶ୍ରୁତି ଦେଇଛନ୍ତି (ଯଦିଓ ଅନ୍ତର୍ଜାତୀୟ ଆଇନ କିମ୍ବା ଇତିହାସରେ ଏହି ଲକ୍ଷ୍ୟର କୌଣସି ଆଧାର ନାହିଁ)। ତାଇୱାନର ବାୟୁ ପ୍ରତିରକ୍ଷା କ୍ଷେତ୍ରକୁ ଦଖଲ କରିବା ଏବଂ ଦ୍ୱୀପକୁ ଚାରି ପାଖରୁ ଯୁଦ୍ଧ ଜାହାଜ ଘେରି ରହିଥିବାରୁ ଯୁଦ୍ଧ ଆଶଙ୍କା ବୃଦ୍ଧିପାଉଛି, ଯାହା ବିଶ୍ୱର ଭୂରାଜନୈତିକ ସ୍ଥିତିକୁ ପରିବର୍ତ୍ତନ କରିଦେବ।
ହିମାଳୟ ଅଞ୍ଚଳରେ ମଧ୍ୟ ଯୁଦ୍ଧର କଳା ବାଦଲ ଘୋଟିଆସୁଛି। ସେଠାରେ ପାଖାପାଖି ଚାରି ବର୍ଷ ଧରି ଭାରତର ସୀମାନ୍ତ ଅଞ୍ଚଳକୁ ଚାଇନା ବାରମ୍ବାର ଜବରଦଖଲ ହେତୁ ସାମରିକ ଉତ୍ତେଜନା ଜାରି ରହିଛି। ପୂର୍ବ ଚାଇନା ସାଗରରେ ଜାପାନ ନିୟନ୍ତ୍ରିତ ସେନ୍‌କାକୁ ଦ୍ୱୀପପୁଞ୍ଜର ଆଞ୍ଚଳିକ ଜଳ ଏବଂ ବାୟୁ କ୍ଷେତ୍ରରେ ଚାଇନା ଅନୁପ୍ରବେଶ କରି ତାହାକୁ ନିଜର ବୋଲି ଦାବି କରୁଛି। ଏହା ଜାପାନକୁ ପୁନର୍ବାର ସାମରିକ ଶକ୍ତି ବୃଦ୍ଧି କରିବାକୁ ପ୍ରେରିତ କରିଛି। ତେବେ ଦକ୍ଷିଣ ଚାଇନା ସାଗରରେ ସବୁଠୁ ବଡ଼ ବିପଦ ଆସିପାରେ। ସେଠାରେ ଚାଇନା ତା’ର ପ୍ରଭାବ ଜାହିର କରିବାର ପ୍ରୟାସ ହେତୁ ଆମେରିକାର ଯୁଦ୍ଧ ଜାହାଜ ଏବଂ ବିମାନ ସହିତ ବିପଜ୍ଜନକ ମୁକାବିଲାର ନିକଟତର ହୋଇଛି। ଅନେକ ବର୍ଷ ଧରି ଦକ୍ଷିଣ ଚାଇନା ସାଗର ଉପରେ ଚାଇନା ନିଜର ପ୍ରାଧାନ୍ୟକୁ ଦୃଢ଼ କରିବାକୁ ନିରନ୍ତର କାର୍ଯ୍ୟ କରିଆସୁଛି । ସେହି ଅଞ୍ଚଳର ବିପୁଳ ସମ୍ବଳକୁ ଶୋଷଣ କରିବାରେ ଲାଗିଛିି। ଏହାସହ ରଣନୀତିକ ସ୍ଥିତିକୁ ଏକ ଗୁରୁତ୍ୱପୂର୍ଣ୍ଣ କରିଡର ଭାବରେ ବ୍ୟବହାର କରୁଛି, ଯେଉଁ ବାଟ ଦେଇ ବିଶ୍ୱର ଏକ ତୃତୀୟାଂଶ ନୌପରିବହନ ହେଉଛି। ଏଥିପାଇଁ ଚାଇନା ପୁରୁଣା କୋରାଲ ରିଫ୍‌ (ପ୍ରବାଳ ପାଚେରି) ଉପରେ କୃତ୍ରିମ ଦ୍ୱୀପ ନିର୍ମାଣ କରିଛି ଏବଂ ଏହି ପ୍ରବାଳଦ୍ୱୀପକୁ ସାମରିକ ଘାଟିରେ ପରିଣତ କରିଛି। ଏହି ପଦକ୍ଷେପ ଅନ୍ତର୍ଜାତୀୟ ଆଇନ ସମେତ ଦି ହେଗ୍‌ରେ ଥିବା ଏକ ଅର୍ବିଟାଲ ଟ୍ରିବ୍ୟୁନାଲର ୨୦୧୬ ରାୟର ଖୋଲା ଉଲ୍ଲଂଘନ କରୁଛି। ଏହି ରାୟ ଦକ୍ଷିଣ ଚାଇନା ସାଗରରେ ଚାଇନାର ଦାବିକୁ ଅଗ୍ରାହ୍ୟ କରେ। ଏହା ହୋଇଥିଲେ ମଧ୍ୟ ଶାସନରେ ରହିଆସିିଥିବା ଆମେରିକାର ୩ଟି ପ୍ରଶାସନ ପକ୍ଷରୁ କମ୍‌ ପ୍ରତିରୋଧ କରାଯାଇଛି। ଫଳସ୍ବରୂପ ଚାଇନା ବିନା ସଂଘର୍ଷରେ ଏକପାଖିଆ ଭାବେ ଏହାର ସାମୁଦ୍ରିକ ସୀମା ବିସ୍ତାର କରିବାରେ ସଫଳ ହୋଇଛି।
ବର୍ତ୍ତମାନ ଚାଇନା ନୌସେନା ଏବଂ ବାୟୁସେନା ପଡ଼ୋଶୀ ଦେଶଗୁଡିକର ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌(ଇଇଜେଡ୍‌)ରେ ପଇଁତରା ମାରୁଛି। ଏହାର ତଟରକ୍ଷୀ ବାହିନୀ ତଥା ସୈନ୍ୟବାହିନୀ ଅନ୍ୟ ଦେଶର ସମୁଦ୍ରରେ ଥିବା ତୈଳ ଉତ୍ତୋଳନ ଏବଂ ଗ୍ୟାସ କ୍ଷେତ୍ରରେ ଅନୁପ୍ରବେଶକରି ପାଟ୍ରୋଲିଂ କରୁଛି। ଆମେରିକା ସହିତ ଫିଲିପାଇନ୍ସ ଓ ଭିଏଟ୍‌ନାମ ଭଳି କ୍ଷୁଦ୍ର ପଡ଼ୋଶୀ ଦେଶଗୁଡ଼ିକର ଜାହାଜକୁ ନିରୀକ୍ଷଣ କରିବା, ପିଛା କରିବା ଏବଂ ହଇରାଣ କରିବା ପାଇଁ ଚାଇନା ତାହାର ନୌସେନାକୁ ବ୍ୟବହାର କରିଆସୁଛି। ସେହିସବୁ ଅଞ୍ଚଳକୁ ତାହାର ବୋଲି ଚାଇନା ଦାବି କରିଆସୁଛି। ଏପରିକି ମାଛଧରା ଡଙ୍ଗାଗୁଡ଼ିକୁ ଟାର୍ଗେଟ କରି ଧ୍ୱଂସ କରାଯାଉଛି। ଚାଇନାର ଜାହାଜଗୁଡ଼ିକ ବର୍ତ୍ତମାନ ସୁଚିନ୍ତିତ ଭାବରେ ଅନ୍ୟ ଜାହାଜକୁ ବୁଡାଇଦେଉଛି କିମ୍ବା ଧକ୍କା ଦେଉଛି। ଚାଇନା ତାହାର ଆଞ୍ଚଳିକ ଦାବି ହାସଲ କରିବାରେ ଏବଂ ଦକ୍ଷିଣ ଚାଇନା ସାଗରରେ ମାଛଧରା ଓ ଶକ୍ତି ଉତ୍ତୋଳନ ଅଧିକାରକୁ ଦୃଢ଼ କରିବାରେ ଅଧିକ ଆକ୍ରମଣାତ୍ମକ ହେବ ବୋଲି ଏଥିରୁ ସ୍ପଷ୍ଟ ମନେହେଉଛି।
ଦକ୍ଷିଣ ଚାଇନା ସାଗରରେ ସାମରିକ ଶକ୍ତି ବୃଦ୍ଧି କରିବା ଫିଲିପାଇନ୍ସ ଏବଂ ଭିଏଟ୍‌ନାମ ପାଇଁ ସବୁଠାରୁ ବଡ଼ ବିପଦ ସୃଷ୍ଟି କରିବ। କିନ୍ତୁ ଭିଏଟ୍‌ନାମ ଏକ ସ୍ବାଧୀନ ବୈଦେଶିକ ନୀତି ଆପଣାଉଥିବାବେଳେ ଏହା ଅପରିହାର୍ଯ୍ୟ ବୋଲି ତା’ର ପ୍ରଧାନମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଆମେରିକାର ଦୀର୍ଘ ଦିନର ସହଯୋଗୀ ଫିଲିପାଇନ୍ସର ୧୯୫୧ ପରଠାରୁ ପାରସ୍ପରିକ ପ୍ରତିରକ୍ଷା ଚୁକ୍ତି ବଳବତ୍ତର ରହିଛି। ତଥାପି ଦକ୍ଷିଣ ଚାଇନା ସାଗରରେ ଚାଇନାର ବିସ୍ତାରବାଦକୁ ଦେଖିଲେ ଏବେ ଫିଲିପାଇନ୍ସ ଉପରେ ନିଜ ସୁରକ୍ଷା ଦାୟିତ୍ୱ ଛାଡ଼ି ଦେଇ ତା’ଠାରୁ ଆମେରିକା ଦୂରେଇଯାଇଛି। ୨୦୧୨ରେ ଚାଇନା ଯେତେବେଳେ ଫିଲିପାଇନ୍ସର ଇଇଜେଡ୍‌ ମଧ୍ୟରେ ଅବସ୍ଥିତ ଏକ ପାରମ୍ପରିକ ମାଛଧରା ଅଞ୍ଚଳ ସ୍କାର୍ବୋରୋଫ୍‌ ଶୋଆଲକୁ ଦଖଲ କଲା, ସେତେବେଳେ ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କ ପ୍ରଶାସନ ଚୁପ ରହିଲା। ସେବେଠାରୁ ଚାଇନା ଫିଲିପାଇନ୍ସର ଇଇଜେଡ୍‌ ମଧ୍ୟରେ ଥିବା ଅନ୍ୟ ଅଞ୍ଚଳକୁ ନିୟନ୍ତ୍ରଣ କରିବାରେ ଲାଗିଛି। ସହଯୋଗର ଚୁକ୍ତି ପରେ ମଧ୍ୟ ଆମେରିକା ତା’ସହଯୋଗୀକୁ ସାମାନ୍ୟ ସହଯୋଗ କରିନାହିଁ ।
ଏଥିରେ ପରିବର୍ତ୍ତନ ହେବା ସମ୍ଭାବନା ମଧ୍ୟ ନାହିଁ । ୟୁକ୍ରେନ୍‌ ଏବଂ ଗାଜା ଯୁଦ୍ଧରେ ଆମେରିକା ସାହାଯ୍ୟ କରୁଛି। ଫଳରେ ତା’ସାମରିକ ସମ୍ବଳ ହ୍ରାସ ପାଉଥିବାରୁ ଶେଷରେ ଚାଇନା ସହିତ ଆମେରିକା ସିଧାସଳଖ ମୁକାବିଲା କରିବା ଦରକାର। କିନ୍ତୁ ଚାଇନା ସହିତ ସିଧାସଳଖ ମୁକାବିଲା କରିବାକୁ ଆମେରିକା ମନା କରୁଛି। ତଥାପି ଏକ ସଂଘର୍ଷର ସମ୍ଭାବନା ରହିଛି, ଯାହା ଅଧିକ ବିନାଶକାରୀ ହେବ। ପ୍ରକୃତରେ ଦକ୍ଷିଣ ଚାଇନା ସାଗରରେ ଦୃଢ଼ତା ହାସଲ କରିବା ପାଇଁ ଆମେରିକା ଏକଦଶନ୍ଧି ପୂର୍ବେ ହିଁ ଚାଇନାକୁ ଅନୁମତି ଦେଇଛି ଓ ସେବକାର ସ୍ଥିତିକୁ ପୁନଃ ସଂରକ୍ଷଣ କରିବା ଏବେ ସମ୍ପୂର୍ଣ୍ଣ ଯୁଦ୍ଧ ବିନା ସମ୍ଭବ ହେବ ନାହିଁ। ଦକ୍ଷିଣ ଚାଇନା ସାଗରରେ ସମ୍ପ୍ରତି ଉତ୍ତେଜନା ବୃଦ୍ଧି ସୂଚାଏ ଯେ, ବିପଦ ଓ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଇଥିଲେ ମଧ୍ୟ ଜିନ୍‌ପିଙ୍ଗ ପୂର୍ବାପେକ୍ଷା ଅଧିକ ନିର୍ଭୀକ ହୋଇଯାଇଛନ୍ତି। ଏହି ସମୟରେ ଚାଇନାର ଆକ୍ରମଣାତ୍ମକ ବିସ୍ତାରବାଦକୁ ରୋକିବାରେ ଆମେରିକାର ବିଫଳତା ନିଜର ସୁରକ୍ଷା ଏବଂ ବାଣିଜି୍ୟକ ସ୍ବାର୍ଥକୁ କ୍ଷୁଣ୍ଣ କରୁଛି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସୂଚାଇ ଦେଇଛନ୍ତି ଯେ, ଚାଇନା ସହିତ ଆମେରିକା ପ୍ରତିଦ୍ୱନ୍ଦ୍ୱିତା ଚାହେଁ, ଯୁଦ୍ଧ ନୁହେଁ। କିନ୍ତୁ ଚାଇନା ରଣନୀତିକ ପ୍ରାଧାନ୍ୟ ଚାହୁଁଛି। ଦକ୍ଷିଣ ଚାଇନା ସାଗରକୁ ପାଇବା ପାଇଁ ଯୁଦ୍ଧ ବିପଦର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହୁଛି। ଦକ୍ଷିଣ ଚାଇନା ସାଗର ଆମେରିକାର ସଂକଳ୍ପର ଏକ ପରୀକ୍ଷା ପାଲଟିଛି, ଯେଉଁଠି ବାଇଡେନ୍‌ ବିଫଳ ହୁଅନ୍ତୁ ବୋଲି ଜିନ୍‌ପିଙ୍ଗ ଚାହୁଁଛନ୍ତି। ବିଶ୍ୱ, ବିଶେଷକରି ଚାଇନାର ବିସ୍ତାରବାଦକୁ ବିରୋଧ କରୁଥିବା ଆଗ ଧାଡ଼ିର ଦେଶଗୁଡ଼ିକ କେବଳ ଭାବିପାରନ୍ତି ଯେ ଜିନ୍‌ପିଙ୍ଗ ଭୁଲ ରାସ୍ତାରେ ଅଛନ୍ତି। ତେବେ ସେମାନେ ଏହା ମଧ୍ୟ ଚାହାନ୍ତି ଯେ, ଆମେରିକା ବିନା ଯୁଦ୍ଧରେ ଚାଇନାକୁ ମୁକାବିଲା କରିବାର ଉପାୟ ଖୋଜୁ।
ପ୍ରଫେସର , ଏମେରିଟସ୍‌ ଅଫ୍‌ ଷ୍ଟ୍ରାଟେଜିକ ଷ୍ଟଡିଜ୍‌, ସେଣ୍ଟର୍‌ ଫର୍‌ ପଲିସି ରିସର୍ଚ୍ଚ (ନୂଆଦିଲ୍ଲୀ)


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?