Posted inଗଜପତି

ଆନନ୍ଦ ବଜାରରେ ସ୍ବତନ୍ତ୍ର ବ୍ୟବସ୍ଥା

ପାରଳାଖେମୁଣ୍ଡି,୩।୭(ଡି.ଏନ୍‌.): ପାରଳାଖେମୁଣ୍ଡିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ଏହି ଅବସରରେ ସେଠାରେ ପ୍ରସାଦସେବନ ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯାତ୍ରା କମିଟି ପକ୍ଷରୁ ପ୍ରସାଦ ପ୍ରସ୍ତୁତ କରାଯାଇ ପ୍ରତିଦିନ ପ୍ରଥମେ ତିନି ଠାକୁରଙ୍କ ପାଖରେ ଲାଗି କରାଯାଉଛି। ପରେ ଏହାକୁ ଶ୍ରଦ୍ଧାଳୁମାନଙ୍କୁ ପରଷା ଯାଉଛି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ଏପରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ରଥଯାତ୍ରା ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଏବଂ ବିଭିନ୍ନ ଅଧ୍ୟୁଷିତ ଅଞ୍ଚଳରୁ ଏଠାକୁ ଶ୍ରଦ୍ଧାଳୁମାନେ ଆସୁଥିବା ବେଳେ ପ୍ରସାଦ ସେବନର ସୁଯୋଗ ପାଇ ନିଜକୁ ଧନ୍ୟ ମନେକରୁଛନ୍ତି। ସମସ୍ତ କାର୍ଯ୍ୟକ୍ରମରେ ଯାତ୍ରା କମିଟି ପକ୍ଷରୁ ରାମନାଥ ମିଶ୍ର, ବସନ୍ତ ପଣ୍ଡା, ସଞ୍ଜୟ ଅଧିକାରୀ ଓ ମଣ୍ଟୁ ଦାସ ପ୍ରମୁଖ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri