ଆଜିଠୁ କାର୍ତ୍ତିକ ବ୍ରତ: ମହାପ୍ରସାଦ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ ଅଫିସ,୧ା୧୧: ରବିବାରଠାରୁ କାର୍ତ୍ତିକ ମାସ ଆରମ୍ଭ ହେଉଛି। ପ୍ରତିବର୍ଷ କାର୍ତ୍ତିକ ମାସରେ ବହୁ ସଂଖ୍ୟାରେ ହବିଷିଆଳି ପୁରୀ ଆସି ମାସାଧିକ କାଳ ରହି କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି। ଭୋରୁ ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀରେ ସ୍ନାନସାରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥାନ୍ତି। ତୁଳସୀ ଚଉରା ମୂଳେ ରାଇ ଦାମୋଦରଙ୍କୁ ପୂଜା ଓ ସନ୍ଧ୍ୟାରେ ଆକାଶ ଦୀପ ଟାଣିବା ସହ ମହାପ୍ରସାଦ ସେବନ କରିଥାନ୍ତି। ତେବେ ଏଥର କରୋନା ସଂକ୍ରମଣ ଭୟ ଥିବାରୁ ସରକାରଙ୍କ ପକ୍ଷରୁ ହେଉଥିବା ହବିଷିଆଳି ଶିବିର ବନ୍ଦ କରାଯାଇଛି। ବାହାରୁ ଆସୁଥିବା ହବିଷିଆଳିଙ୍କୁ ଏ ବର୍ଷ ପୁରୀ ନ ଆସି ଘରେ ରହି କାର୍ତ୍ତିକ ବ୍ରତ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏ ପର୍ଯ୍ୟନ୍ତ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଛଡ଼ାଯାଇ ନାହିଁ। ତଥାପି ନିଜସ୍ବ ଉଦ୍ୟମରେ ପୁରୀ ଆସିଥିବା ହବିଷିଆଳିମାନେ କିପରି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରିପାରିବେ ଏବଂ ସୁବିଧାରେ ମହାପ୍ରସାଦ ପାଇପାରିବେ ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଭାବେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବିଡେନ୍‌ ସରକାରଙ୍କ ଆର୍ଟ ଆଡ୍‌ଭାଇଜର୍‌ ହେଲେ ମହାନନ୍ଦିଆ: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ସ୍ବିଡେନ୍‌ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ତଥା ଆର୍ଟ ଆଡ୍‌ଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ ଚିତ୍ରଶିଳ୍ପୀ ପି.କେ. ମହାନନ୍ଦିଆ। ଏଥିପାଇଁ ମୁଖ୍ୟମନ୍ତ୍ରୀ...

ମାମୁଁ ଘରକୁ ବୁଲିବାକୁ ଆସି ନାବାଳିକା ଅପହରଣ: ଜଣେ ଗିରଫ

ଫୁଲବାଣୀ ଅଫିସ/ଚକାପାଦ, ୧୮ା୧୧: କନ୍ଧମାଳ ଜିଲା ଚକାପାଦ ଥାନା ପୋଲିସ ଜଣେ ଯୁବତୀଙ୍କୁ ଅପହରଣ ଏବଂ ବଳାତ୍କାର କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି।...

କରୋନା କାୟା: ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପିଲା

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜଧାନୀରେ ରବିବାର ୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୮୨କୁ ବୃଦ୍ଧି ପାଇଛି। ସେଥିରୁ...

ଅଟୋ ଡିଲରଶିପ୍‌ ଖୋଲିବାକୁ ଅନୁମତି ମିଳୁ

ଭୁବନେଶ୍ୱର,୩୧ା୫:କରୋନା କଟକଣା ଯୋଗୁ ବର୍ତ୍ତମାନ ଦେଶ ମଧ୍ୟରେ ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଅଟୋମୋବାଇଲ ଡିଲରଶିପ୍‌ଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଏହି ଡିଲରଶିପ୍‌ଗୁଡିକୁ...

ଆଜି କରୋନା ନେଲା ୫୩ ଜୀବନ: ମୃତ୍ୟୁ ସଂଖ୍ୟା ୮ ହଜାର ଟପିଲା

ଭୁବନେଶ୍ୱର,୧।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮...

ନଦୀ ଭିତରକୁ ଯିବନି ସହରର ନର୍ଦ୍ଦମା ପାଣି

କଟକ ଅଫିସ,୨୮।୩ : ଏଣିକି ଆଉ କାଠଯୋଡି ନଦୀ ଭିତରକୁ ଯିବନି କଟକ ସହରର ନର୍ଦ୍ଦମା ପାଣି । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ...

ବ୍ଲକ ପରିସରରେ ଦରପୋଡ଼ା ଆଇରନ ବଟିକା

ଏରସମା,୩୧ା୧୨(ସ୍ବ.ପ୍ର.): ଗର୍ଭବତୀ ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେମାନଙ୍କୁ ନିୟମିତ ସମୟ ବ୍ୟବଧାନରେ ବିଭିନ୍ନ ଖାଦ୍ୟ ସହିତ...

ଆଜି ପୁରୀ, କୋଣାର୍କ ଆସିବେ ରାଷ୍ଟ୍ରପତି

ପୁରୀ ଅଫିସ/କୋଣାର୍କ,୨୨।୩ (ଡି.ଏନ୍‌.ଏ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ପୁରୀ ଓ କୋଣାର୍କ ଗସ୍ତରେ ଆସିବେ। ଏଥି ନିମନ୍ତେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ...

Advertisement
Archives

Model This Week