ଦୁର୍ଘଟଣାକୁ ନେଇ ତେଜିଲା ଅସନ୍ତୋଷ, କ୍ରସରରେ ତାଲା ପକାଇଲେ ଗ୍ରାମବାସୀ

ବଲାଙ୍ଗୀର,୨୫।୧୦(ସୁନିଲ କୁମାର ମହାନ୍ତି): ଏକ ଦୁର୍ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ କ୍ରସରରେ ତାଲା ପକାଇଲେ ଆନ୍ଦୋଳନ କରିଛନ୍ତି। ଏହି ଘଟଣା ଘଟିଛି ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅନ୍ତର୍ଗତ ଭାଲେର ଗାଁରେ। ମିଳିଥିବା ସୂଚନା ମୁତାବକ, ସଦାଶିବ ପଟେଲ ନାମକ ଜଣେ ବ୍ୟକ୍ତି ବଲାଙ୍ଗୀରରୁ ଏକ ବାଇକ୍‌ ଯୋଗେ ପନିପରିବା ସହ ଦୋକାନ ସାମଗ୍ରୀ ଧରି ଘରକୁ ଫେରୁଥିଲେ। ହେଲେ ଭାଲେର ଛକ ଖଲିଆପାଲିଠାରେ ତାଙ୍କୁ ଏକ ହାଇୱା ଧକ୍କା ଦେଇଥିଲା।

ଦୁର୍ଘଟଣାରେ ସଦାଶିବଙ୍କ ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ କ୍ରସରରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, କ୍ରସର ଯୋଗୁ ଗାଁ ରାସ୍ତାରେ ଭାରୀଯାନ ଚଳାଚଳ ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ଦୁର୍ଘଟଣା ଘଟି ଲୋକଙ୍କ ଧନ ଜୀବନ ହାନୀ ଘଟୁଛି।

ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗ୍ରାମବାସୀ କ୍ରସରରେ ତାଲା ପକାଇ ଏହି ପ୍ରତିବାଦ କରିଛନ୍ତି। ଏପରିକି କ୍ରସର ମାଳିକ ସଦାଶିବଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।ଅନ୍ୟପକ୍ଷେ କ୍ରସର ମାଲିକ ଏବଂ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯିବ ତାହା ଦେଖିବା ବାକି ରହିଛି। ଏଭଳିସ୍ଥିତିରେ କ୍ରସର ମାଲିକ ସହାୟତା ଯୋଗାଇଦେବେ ବୋଲି କ୍ରସର ମ୍ୟାନେଜ କହିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୪୮ ଜୁଆ ଆଡ୍ଡାରେ ଚଢ଼ାଉ: ୨୮୭ ଜୁଆଡ଼ି ଗିରଫ, ୯ ଲକ୍ଷ ଟଙ୍କା ଜବତ

ଛତ୍ରପୁର,୨୫।୧୦(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ପାର୍ବଣ ଋତୁରେ ଗଞ୍ଜାମ ଜିଲାରେ ଜୁଆ ଖେଳ ଉପରେ ପୋଲିସର ଚଢ଼ାଉ ଅଭିଯାନ ଜାରି ହୋଇଛି। ଗତ ୫ ଦିନ ମଧ୍ୟରେ ଗଞ୍ଜାମ…

ସମ୍ଭାବ୍ୟ ବାତ୍ୟାକୁ ନେଇ ଗୁଡାରି ପ୍ରଶାସନ ସଜାଗ, ଗର୍ଭବତୀଙ୍କ ସୁରକ୍ଷା ଉପରେ ଫୋକସ୍‌

ଗୁଡାରି,୨୫ା୧୦(ପ୍ରମୋଦ କୁମାର ପତି ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗୁଡାରି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଏବଂ ସଜାଗ ଥିବା ବିଡ଼ିଓ ଶୁଚିସ୍ମିତା ବେହେରା…

କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ବଟେଶ୍ୱର ରାସ୍ତା ନିର୍ମାଣ ଦାବି ତେଜିଲା

ଗଞ୍ଜାମ,୨୫ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର କଣ୍ଟିଆଗଡ଼ ନିକଟ ବଟେଶ୍ୱର ପୀଠକୁ ହୁମାଠାରୁ ସଂଯୋଗ ରାସ୍ତା ଶୋଚନୀୟ ଅବସ୍ଥା ହୋଇପଡିଛି। କିଛି ଦିନ ପରେ…

ବୈଭବଙ୍କୁ ୩ ନମ୍ବରରେ ଖେଳାଇବା ନେଇ ଅଶ୍ୱିନଙ୍କ ପ୍ରଶ୍ନ, କହିଲେ ପାଣି ବାହାରେ ମାଛ…

ନୂଆଦିଲ୍ଲୀ, ୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ଈଶାନ କିଶନ…

୨.୬୦ କୋଟି ସରକାରୀ ପାଣ୍ଠି ଆତ୍ମସାତ ମାମଲା, ୬ମାସ ପରେ ଫେରାର ବନ ସହାୟକ ବାବୁଲୁ ଗିରଫ

ଭବାନୀପାଟଣା,୨୫।୧୦(ଉତ୍ତମ କୁମାର ଦାଶ): ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲା ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡ ଡିଏଫ୍ଓ କାର୍ଯ୍ୟାଳୟର…

ତୁଡୁକିବାଡିରେ ଗଜଲଷ୍ମୀ ପୂଜା; କଳସ ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ସାମିଲ

ଦାରିଙ୍ଗବାଡି,୨୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତୁଡୁକିବାଡି ସାହିରେ ରବିବାର ଠାରୁ ଗଜଲଷ୍ମୀ ପୂଜା ଆରମ୍ଭ ହୋଇଯାଇଛି । ଏଥିପାଇଁ ଶନିବାର ଶିବମନ୍ଦିର ପ୍ରାଙ୍ଗଣରେ ଥିବା…

ସୁନା-ରୂପା ଅଳଙ୍କାରରେ ଝଲସୁଛନ୍ତି ମା’ ଗଜଲକ୍ଷ୍ମୀ, ପୁରୁଷୋତ୍ତମପୁରରେ ମୁଖ୍ୟ ଆକର୍ଷଣ ଓଡିଆ ଅସ୍ମିତା….

ପୁରୁଷୋତ୍ତମପୁର,୨୫।୧୦(ସବିତା ମିଶ୍ର): ପବିତ୍ର କୁମାର ପୂର୍ଣ୍ଣିମା ଓ ମା’ଗଜଲକ୍ଷ୍ମୀଙ୍କ ପୂଜା ଲାଗି ଗଞ୍ଜାମ ଜିଲାର ଭାଇଚାରାର ସହର ପୁରୁଷୋତ୍ତମପୁର ଚଳଚଞ୍ଚଳ ହୋଇ ଉଠିଛି । ସୁନା ରୂପାର…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?