Posted inଖେଳ

ପ୍ରତି ମ୍ୟାଚ ପୂର୍ବରୁ ପାପାଙ୍କ ସହିତ କଥା ହେଉଛି, ଆଇପିଏଲରେ ପ୍ରଥମ ଓ୍ବିକେଟ ନେବା ପରେ କହିଲେ ଅଜୁର୍ନ ତେନ୍ଦୁଲକର…

କୋଲକାତା,୧୯।୪ : ଆଇପିଏଲ ୨୦୨୩ ରେ ତାଙ୍କ ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଜିତାଇବା ପରେ ଅର୍ଜୁନ ତେନ୍ଦୁଲକର ତାଙ୍କ ପିତାଙ୍କ ସହ ହୋଇଥିବା ବାର୍ତ୍ତାଳାପକୁ ପ୍ରକାଶ କରିଛନ୍ତି। ଏହି ମ୍ୟାଚ ଅର୍ଜୁନଙ୍କ ପାଇଁ ସ୍ମରଣୀୟ ହେବ, କାରଣ ଏହି ମ୍ୟାଚରେ ସେ ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ୱିକେଟ ପାଇଥିଲେ। ୨୩ ବର୍ଷ ବୟସ୍କ ଅର୍ଜୁନ ନିଜର ପ୍ରଥମ ଆଇପିଏଲ ୱିକେଟ ପାଇବା ପାଇଁ ଶେଷ ଓଭରରେ ଚମତ୍କାର ବୋଲିଂ କରିଥିଲେ। ଏହି ସମୟରେ ତାଙ୍କ ପିତା ସଚିନ ତେନ୍ଦୁଲକର ମଧ୍ୟ ଡ୍ରେସିଂ ରୁମରେ ଉପସ୍ଥିତ ଥିଲେ।

ମ୍ୟାଚ ପରେ ତାଙ୍କ ଖେଳ ବିଷୟରେ ଅର୍ଜୁନ କହିଛନ୍ତି, ହଁ ମୋର ପ୍ରଥମ ଆଇପିଏଲ ୱିକେଟ ପାଇବା ବହୁତ ଭଲ ଥିଲା। ଆମ ପାଖରେ କଣ ଅଛି, ଯୋଜନା କ’ଣ ଏବଂ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଉପରେ ଧ୍ୟାନ ଦେବାକୁ ପଡିଥିଲା। ଆମର ଯୋଜନା ଥିଲା କେବଳ ଅଫ ଷ୍ଟମ୍ପ ବାହାରେ ବୋଲିଂ କରିବା ଆବଶ୍ୟକ, ଯାହା ଦ୍ୱାରା ବ୍ୟାଟ୍ସମ୍ୟାନ ପଡ଼ିଆର ଦୀର୍ଘ ଦୂରତା ଆଡକୁ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିବେ ।

ମୁଁ ବୋଲିଂକୁ ଭଲ ପାଏ, ଅଧିନାୟକ ମୋତେ ଯେ କୌଣସି ସମୟରେ ବୋଲିଂ କରିବାକୁ କୁହନ୍ତି ମୁଁ ଖୁସି ହୋଇଥାଏ। ମୁଁ କେବଳ ଦଳର ଯୋଜନା ଅନୁସାରେ କାମ ରହିବାକୁ ଚେଷ୍ଟା କରେ ଏବଂ ମୋର ସର୍ବୋତ୍ତମ ପ୍ରଦର୍ଶନ କରେ। ପ୍ରତି ମ୍ୟାଚ ପୂର୍ବରୁ ପାପାଙ୍କ ସହିତ ମୁଁ କଥା ହୋଇଥାଏ। ଆମେ ପୂର୍ବରୁ ରଣନୀତି ବିଷୟରେ ଆଲୋଚନା କରିଥାଊ। ମୁଁ କେବଳ ମୋର ବୋଲିଂ ଉପରେ ଧ୍ୟାନ କେନ୍ଦ୍ରୀତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବୁଧାଦ୍ଧିତ୍ୟ ରାଜଯୋଗ: ୫ ରାଶିଙ୍କ ହୁ ହୁ ହୋଇ ବଢିବ ଧନ! ମିଳିବ ମନଲାଖି ଚାକିରି…

ଅଗଷ୍ଟ ମାସରେ ଗ୍ରହମାନଙ୍କ ସ୍ଥିତି ଏବଂ ସଂଯୋଗ ଯୋଗୁଁ କେତେକ ରାଶିର ଜାତକଙ୍କୁ ବଡ଼ ଲାଭ ମିଳିପାରେ। ଏହି ସମୟରେ ସିଂହ ରାଶିରେ ସୂର୍ଯ୍ୟ, ବୁଧ ଏବଂ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri