ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମୁହାଁ ‘କଳ୍ପନା ଚାଓ୍ବଲା’

ଓ୍ବାଶିଂଟନ, ୩।୧୦: ନାସା ପକ୍ଷରୁ ଭାରତର ପ୍ରଥମ ମହିଳା ମହାକାଶ ଯାତ୍ରୀ କଳ୍ପନା ଚାଓ୍ବଲାଙ୍କ ନାମରେ ନିର୍ମିତ ହୋଇଥିବା ମହାକାଶ ଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମୁହାଁ ଯାତ୍ରା ଆରମ୍ଭ କରିଛି। ମହାକାଶ ଯାନ ‘କଳ୍ପନା ଚାଓ୍ବଲା’ ୩ହଜାର ୬୨୮ କିଲୋଗ୍ରାମ୍‌ ସାମଗ୍ରୀ ନେଇ ମହାକାଶ କେନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଶନିବାର ଭାରତୀୟ ସମୟ ଭୋର୍‌ ୬ଟା ୪୬ରେ ଏହାର ଉତ୍‌କ୍ଷେପଣ କରାଯାଇଛି। ଏଥିରେ ସ୍ପେଶ୍‌ ଟଏଲେଟ୍‌କୁ ମଧ୍ୟ ମହକାଶ କେନ୍ଦ୍ରକୁୁ ପଠାଯାଇଛି। ଏହି ଟଏଲେଟ୍‌ ନିର୍ମାଣରେ ୧୭୪ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି। ୬ ବର୍ଷ ଗବେଷଣା ପରେ ଏହାକୁ ନିର୍ମାଣ କରାଯାଇଛି। ସେହିପରି ମହାକାଶରେ ଚାଷ କରିବା ଲାଗି ବିଭିନ୍ନ ସରଞ୍ଜାମ ପାଇଁ ଏଥିରେ ପଠାଯାଇଛି। କ୍ୟାନସର ଔଷଧର ପ୍ରୟୋଗ ଜିରୋ ଗ୍ରାଭିଟିରେ କିଭଳି କରାଯିବ ସେ ନେଇ ଆବଶ୍ୟକ ସାମଗ୍ରୀ ମଧ୍ୟ ମହାକାଶ ଯାନ ‘କଳ୍ପନା ଚାଓ୍ବଲା’ ମାଧ୍ୟମରେ ପଠାଯାଇଛି। ଏହା ସୋମବାର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଆବଶ୍ୟକ ସାମଗ୍ରୀ ଯୋଗାଇଦେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ ଆସିବା ପରେ ବଢିପାରେ ୯/୧୧ ଭଳି ଆତଙ୍କବାଦୀ ଘଟଣା: ୟୁକେ

ଲଣ୍ଡନ,୧୧ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ସାରା ବିଶ୍ୱରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢିବାର ଭୟ ଦେଖାଦେଇଛି । କୁହାଯାଉଛି...

ଗରିବ ଦେଶରେ ୧୦୦ କୋଟିଙ୍କୁ କରୋନା ସଂକ୍ରମଣ ଆଶଙ୍କା,ମୃତକଙ୍କ ସଂଖ୍ୟା ଛୁଇଁବ ୩୦ ଲକ୍ଷ: ତାଲିକାରେ ପାକିସ୍ତାନ-ବାଂଲାଦେଶ-ମ୍ୟାନ୍‌ମାର୍‌

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। ତେବେ...

ଆତଙ୍କବାଦୀ ଅସନ୍ତୁଷ୍ଟ: ଆଫଗାନିସ୍ଥାନରେ ଚାଇନା ବିବେଶରେ ବାଧା…

କାବୁଲ,୨୮।୧ : ପୁଞ୍ଜି ନିବେଶ ନେଇ ଆଫଗାନିସ୍ତାନରେ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ସ୍ଥାନୀୟ ଆତଙ୍କବାଦୀ ସଂଗଠନ ଚାଇନାକୁ ଟାର୍ଗେଟ କରୁଥିବାରୁ ପୁଞ୍ଜି ନିବେଶ କରିବାରେ...

ଇରାକ, ସିରିଆରେ ଆମେରିକାର ବିମାନ ଆକ୍ରମଣ

ଡମାସ୍‌କସ୍‌/ଓ୍ବାଶିଂଟନ, ୨୯।୬(ଆଇଏଏନ୍‌ଏସ୍‌): ଇରାକ୍‌ ଏବଂ ସିରିଆ ସୀମାନ୍ତ ଅଞ୍ଚଳରେ ରବିବାର ଆମେରିକା ବିମାନରୁ ବୋମାମାଡ଼ କରାଯାଇଛି। ଏହି ଆକ୍ରମଣରେ ସିରିଆ ପାର୍ଶ୍ୱରେ ଅର୍ଦ୍ଧସାମରିକ ବାହିନୀର ୫...

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ କେହି ବିଜୟୀ ହେବେ ନାହିଁ

ଜାତିସଂଘ,୭ା୫: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ କୌଣସି ପକ୍ଷ ବିଜୟୀ ହେବେନାହିଁ ବୋଲି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତ କହିଛି। ଆକ୍ରମଣ ହେଉଥିବା ଅଞ୍ଚଳରୁ ନିରୀହ ଲୋକଙ୍କୁ...

ଜାପାନ ଛୁଇଁଲା ‘ନାନ୍‌ମାଡୋଲ’: ପବନର ବେଗ ଘଣ୍ଟାପ୍ରତି ରହିପାରେ ୨୩୪ କି.ମି.

ଟୋକିଓ,୧୮ା୯: ଦକ୍ଷିଣପଶ୍ଚିମ ଜାପାନରେ ଶକ୍ତିଶାଳୀ ଝଡ଼ ନାନ୍‌ମାଡୋଲ ରବିବାର ରାତିରେ ଲ୍ୟାଣ୍ଡ୍‌ଫଲ୍‌ କରିଛି। କାଗୋଶିମା ସହରରେ ବାତ୍ୟାର ଆଖି ଥିବାଯୋଗୁ ସେଠାରେ ବ୍ୟାପକ କ୍ଷୟକ୍ଷତି ହେବା...

କାରିବିୟନ ସାଗରରେ ବୁଡ଼ିଲା ମାଛଧରା ଜାହାଜ: ୨୭ ଧୀବର ମୃତ

ତେଗୁସିଗଲ୍ପା,୪।୭: କାରିବିୟନ୍‌ ସାଗରରେ ଏକ ମାଛଧରା ଜାହାଜ ବୁଡ଼ିଯାଇଛି। ଏଥିରେ ୨୭ ଜଣ ଧୀବରଙ୍କ ମୃତ୍ୟୁ ଘଟିଥିବା ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି...

ଟୋକିଓରେ ବଢିଲାଣି ସଂକ୍ରମଣ

ଟୋକିଓ, ୧।୮: କୋଭିଡ୍‌-୧୯ର ଡେଲ୍ଟା ଭାରିଆଣ୍ଟ ଯୋଗୁ ଏସିଆ ମହାଦେଶରେ ପୁଣିଥରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି। ଅଲିମ୍ପିକ୍ସ ଆୟୋଜନ କରୁଥିବା ଟୋକିଓ ସହର ସମେତ...

Advertisement
Archives

Model This Week