ମହାକାଶ ଆବର୍ଜନା

ସୋଭିଏଟ୍‌ ରୁଷ ୧୯୭୨ରେ ଶୁକ୍ର ଗ୍ରହ ସମ୍ପର୍କରେ ତଥ୍ୟ ହାସଲ କରିବା ଲାଗି ୧,୧୮୦ କିଲୋଗ୍ରାମ୍‌ ଓଜନର କସ୍‌ମସ୍‌-୪୮୨ ମହାକାଶ ଯାନ ପଠାଇଥିଲା। ପୃଥିବୀ କକ୍ଷପଥ ଅତିକ୍ରମ କରିବାରେ ବିଫଳ ହେବାରୁ ଏହା ୨୦୨୫-୨୬ ବେଳକୁ ଭୂପୃଷ୍ଠକୁ ଖସିବାର ଆଶଙ୍କା ପ୍ରକାଶ ପାଇଛି। ସମ୍ଭାବ୍ୟ ଅଞ୍ଚଳ ମଧ୍ୟରେ ୟୁରୋପ, ଏସିଆ, ଆମେରିକାର କେତେକ ଅଞ୍ଚଳ, ସମ୍ପୂର୍ଣ୍ଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ରହୁଛି। ୧୯୫୭ରୁ ମହାକାଶ ଯୁଗ ଆରମ୍ଭ ହେବାଦିନୁ ଅନେକ ଟନ୍‌ ଓଜନର ରକେଟ୍‌, ମହାକାଶ ଯାନ, କୃତ୍ରିମ ଉପଗ୍ରହ ଆଦି ପଠାଯାଇଛି। ଏହାର କାର୍ଯ୍ୟକାରିତା ସମୟ ପୂରଣ ହେଲା ପରେ ସ୍ଥିତି କ’ଣ ହେବ ସେ ସମ୍ପର୍କରେ ଆରମ୍ଭରୁ ଆକଳନ କରାଯାଇ ନ ଥିଲା। ତେବେ ୧୯୭୯ରେ ଆମେରିକାର ପ୍ରଥମ ସ୍ପେସ୍‌ ଷ୍ଟେଶନ ସ୍କାଏଲାବ୍‌ ଭାରତର ଅବିଭକ୍ତ ଆନ୍ଧ୍ରପ୍ରଦେଶର କରିମ୍‌ନଗର ଜିଲାରେ ପଡ଼ିବାର ଯେଉଁ ଆଶଙ୍କା ଦେଖାଯାଇଥିଲା, ସେବେଠୁ ଏହା ବିଷୟରେ ବୈଜ୍ଞାନିକମାନେ ଚିନ୍ତା କରିବା ଆରମ୍ଭ କରିଥିଲେ। ଗତବର୍ଷ ମଧ୍ୟ ଚାଇନାର ‘ଲଙ୍ଗ୍‌ ମାର୍ଚ୍ଚ ୫-ବି’ ରକେଟ୍‌ ଜନବସତି ଅଞ୍ଚଳରେ ପଡ଼ିବାର ଭୟ ସୃଷ୍ଟି କରିଥିଲା। ପୃଥିବୀକୁ ଫେରି ଏଗୁଡ଼ିକ ଯେତିକି ଭୟ ସୃଷ୍ଟି କରୁଛନ୍ତି ତା’ ଅପେକ୍ଷା ଅଧିକ ଭୟ ଜନ୍ମାଉଛି ମହାକାଶ ଆବର୍ଜନା। ମହାକାଶକୁ ପଠାଯାଉଥିବା ରକେଟ୍‌, ଯାନ କିମ୍ବା ଉପଗ୍ରହଗୁଡ଼ିକର ଭଗ୍ନାବଶେଷ ଠୁଳ ହେବା ପରେ ଏହାକୁ ନେଇ ବିଶ୍ୱ ଚିନ୍ତିତ। ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି (ଇଏସ୍‌ଏ) ଆକଳନ ଅନୁଯାୟୀ, ଏବେ ମହାକାଶରେ ପାଖାପାଖି ଛୋଟବଡ଼ ୯ ଲକ୍ଷ ଅଦରକାରୀ ବସ୍ତୁ ଘଣ୍ଟାପ୍ରତି ୨୮,୦୦୦ କି.ମି. ବେଗରେ ପୃଥିବୀ ଚାରିପାଖରେ ଘୂରି ବୁଲୁଛନ୍ତି। ସେଗୁଡ଼ିକ ପରସ୍ପର ମଧ୍ୟରେ ଧକ୍କା ଖାଇ ଖଣ୍ଡଖଣ୍ଡ ହୋଇ ଯାଉଛନ୍ତି। ଏହାଯୋଗୁ ଭବିଷ୍ୟତରେ ମହାକାଶ ମିଶନ ଓ ଭୂପୃଷ୍ଠ ଯୋଗାଯୋଗରେ ବିଭ୍ରାଟ ସୃଷ୍ଟି କରିବ ବୋଲି ଜାତିସଂଘ ପ୍ରକାଶ କରିଛି। ପରିବେଶଗତ ତଥ୍ୟ ଆକଳନରେ ବିଭ୍ରାଟ ଯୋଗୁ ପରୋକ୍ଷରେ ପରିବେଶକୁ ବି କ୍ଷତି କରିବ। ଚିନ୍ତାର ବିଷୟ ହେଉଛି, ଏବେ ଜାତୀୟ ମହାକାଶ କାର୍ଯ୍ୟକ୍ରମଗୁଡ଼ିକ ସହ ଏଲନ୍‌ ମସ୍କଙ୍କ ସ୍ପେସ୍‌ଏକ୍ସ, ଜେଫ୍‌ ବେଜୋସ୍‌ଙ୍କ ବ୍ଲୁ ଅରିଜିନ ଏବଂ ରିଚାର୍ଡ ବ୍ରାନ୍‌ସନଙ୍କ ଭର୍ଜିନ ଗାଲାକ୍‌ଟିକ୍‌ ଭଳି ଘରୋଇ ମହାକାଶ କମ୍ପାନୀ ସବୁ ସକ୍ରିୟ ହୋଇ ଯାଇଛନ୍ତି। ଫଳରେ ମହାକାଶ ଶିଳ୍ପ ଗତ ଦଶନ୍ଧିରେ ୭୦% ବୃଦ୍ଧି ପାଇଛି ଓ ୨୦୪୦ ସୁଦ୍ଧା ଏହା ୧ ଟ୍ରିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ଏହି ଘରୋଇ କମ୍ପାନୀଗୁଡ଼ିକ ମହାକାଶ ପର୍ଯ୍ୟଟନଠାରୁ ଆରମ୍ଭକରି ଉପଗ୍ରହ ପ୍ରେରଣ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଜୋର୍‌ଦାର ପ୍ରତିଯୋଗିତା ଚଳାଇଛନ୍ତି। ଅନ୍ତର୍ଜାତୀୟ ଚୁକ୍ତି ଭିତ୍ତିରେ ଘରୋଇ ମହାକାଶ କମ୍ପାନୀସବୁ ଆଗାମୀ କିଛି ବର୍ଷ ମଧ୍ୟରେ ୪୫, ୦୦୦ ସାଟେଲାଇଟ୍‌ ପଠାଇବା ସମ୍ଭାବନା ରହିଛି। ଆସନ୍ତା କିଛି ବର୍ଷ ମଧ୍ୟରେ ସ୍ପେସ୍‌ଏକ୍ସ ୧୨,୦୦୦ କ୍ଷୁଦ୍ର ସାଟେଲାଇଟ ମହାକାଶକୁ ପଠାଇବ ବୋଲି ଏହାର ମାଲିକ ଏଲନ୍‌ ମସ୍କ କହିଛନ୍ତି। ଇଣ୍ଟରନ୍ୟାଶନାଲ ସ୍ପେସ୍‌ ରେଗୁଲେଟୋରି ଅଥରିଟି ବା ଅନ୍ତର୍ଜାତୀୟ ମହାକାଶ ନିୟାମକ କର୍ତ୍ତୃପକ୍ଷ ଭଳି କୌଣସି ସଂସ୍ଥା ନ ଥିବାରୁ ଘରୋଇ କମ୍ପାନୀଗୁଡ଼ିକ ଉପରେ କୌଣସି ଲଗାମ ନାହିଁ।
ଏହିସବୁ କାର୍ଯ୍ୟକଳାପ ଯୋଗୁ ମହାକାଶରେ ବର୍ଜ୍ୟ ଆହୁରି ବୃଦ୍ଧି ପାଇବ ଓ ପାଖାପାଖି ୧୦୦୦ କି.ମି. ଉପରେ ଘୂରୁଥିବା ସାଟେଲାଇଟ୍‌ଗୁଡ଼ିକୁ କ୍ଷତି ପହଞ୍ଚାଇବା ସହ ଏହି ସ୍ତର ଦେଇ ମଙ୍ଗଳ କିମ୍ବା ଅନ୍ୟ ଗ୍ରହ ଅଭିଯାନ ସମୟରେ ବାଧା ସୃଷ୍ଟି କରିବ ବୋଲି ଆମେରିକା ମହାକାଶ ଗବେଷଣା ସଂସ୍ଥା (ନାସା)ର ବୈଜ୍ଞାନିକମାନେ କହିଛନ୍ତି। ଏହିସବୁ ବିପଦକୁ ଅତି ସୁନ୍ଦର ଭାବେ ଇଂଲିଶ୍‌ ସିନେମା‘ଗ୍ରାଭିଟି’ରେ ଦର୍ଶାଯାଇଥିଲା। ମହାକାଶ ଆବର୍ଜନା ହଟାଇବା ସକାଶେ ଜାପାନର ଏରୋ ସ୍ପେସ୍‌ ଏକ୍ସପ୍ଲୋରେଶନ ଏଜେନ୍ସି (ଜେଏଏକ୍ସଏ) ଏବଂ ୟୁରୋପିଆନ ସ୍ପେସ୍‌ ଏଜେନ୍ସି ଷ୍ଟାର୍ଟଅପ୍‌ଗୁଡ଼ିକୁ ଭାଗୀଦାରି କରିଛନ୍ତି। ଜେଏଏକ୍ସଏ ବର୍ଜ୍ୟ ସଫା କରିବା ଅଭିଯାନ ଆରମ୍ଭ କରିଥିବାବେଳେ ଇଏସ୍‌ଏ ୨୦୨୫ରେ ଆରମ୍ଭ କରିବ ବୋଲି ଜଣାପଡ଼ିିଛି। ଏହି ପଦକ୍ଷେପ ସ୍ବାଗତଯୋଗ୍ୟ ହୋଇପାରେ, କିନ୍ତୁ ଯେଉଁ ହାରରେ ମହାକାଶକୁ ଯାନ ଓ ସାଟେଲାଇଟ୍‌ ପଠାଇବାର ଯୋଜନା କରାଯାଇଛି, ତାହାକୁ ଲକ୍ଷ୍ୟ କରି ବର୍ଜ୍ୟ ସଫା ଅଭିଯାନକୁ ଗତିଶୀଳ କରା ନ ଗଲେ ମହାକାଶ ଆବର୍ଜନା ଭବିଷ୍ୟତ ପିଢ଼ିକୁ ଆହୁରି କ୍ଷତି ପହଞ୍ଚାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri