ମହାକାଶ: ବର୍ଜ୍ୟର ଭଣ୍ଡାର

ମଣିଷ ଚନ୍ଦ୍ରରେ ପହଞ୍ଚତ୍ବା ପରେ ଏବେ ଅନ୍ୟଗ୍ରହରେ ବାସୋପଯୋଗୀ ପରିବେଶ ସନ୍ଧାନରେ ଲାଗିପଡ଼ିଛି। ଏହାସହ ସୂର୍ଯ୍ୟର ରହସ୍ୟ ଭେଦ କରିବାକୁ ଚେଷ୍ଟା କରୁଛି। ଆମେରିକା, ଜାପାନ, ଚାଇନା ଓ ୟୁରୋପୀୟ ସ୍ପେଶ ଏଜେନ୍ସି ପରେ ଭାରତ ଏ କ୍ଷେତ୍ରରେ ଆଗକୁ ବଢ଼ିଛିି। ସେପ୍ଟେମ୍ବର ୨୦୨୩ରେ ମହାକାଶକୁ ପଠାଯାଇଥିବା ଯାନ ଆଦିତ୍ୟ-ଏଲ୍‌୧ ଜାନୁୟାରୀ ୬ରେ ଲାଗ୍ରାଙ୍ଗିଆନ ପଏଣ୍ଟ(ଏଲ-୧)ରେ ପହଞ୍ଚତ୍ବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଅଧ୍ୟକ୍ଷ ଏସ୍‌. ସ୍ବାମିନାଥନ କହିଛନ୍ତି। ଏହା ସୂର୍ଯ୍ୟରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନକୁ ଅନୁଧ୍ୟାନ କରିବ। ତେବେ ମହାକାଶ ବିଜ୍ଞାନର ଇତିହାସକୁ ଦେଖିଲେ ଏହାର ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଚନ୍ଦ୍ର ଅଭିଯାନରୁ ଆରମ୍ଭ ହୋଇଥିଲା ବୋଲି କୁହାଯାଇପାରେ। ୧୯୫୦ରୁ ୧୯୬୦ ଦଶନ୍ଧି ପ୍ରାରମ୍ଭ ଯାଏ ଏଥିରେ ସୋଭିଏଟ୍‌ ସଂଘ ସଫଳତା ପାଇବା ପରେ ଆମେରିକା ଆସିଲା। ୨୦ ଜୁଲାଇ ୧୯୬୯ରେ ଆମେରିକାର ଆପୋଲୋ-୧୧ ମହାକାଶ ଯାନରେ ନିଲ୍‌ ଆର୍ମଷ୍ଟ୍ରଙ୍ଗ ଓ ସାଥୀମାନେ ଚନ୍ଦ୍ରପୃଷ୍ଠରେ ପ୍ରଥମେ ଓହ୍ଲାଇଥିଲେ। ଏହି ଐତିହାସିକ ଅଭିଯାନ ପରେ ଦୀର୍ଘ ୫୦ ବର୍ଷ ମଧ୍ୟରେ ଆମେରିକା ହେଉ କି ରୁଷିଆ ଆଉ ଚନ୍ଦ୍ରରେ ମଣିଷ ପହଞ୍ଚାଇବାକୁ ସକ୍ଷମ ହୋଇନାହାନ୍ତି। କିନ୍ତୁ ଚଳିତ ଦଶନ୍ଧିରେ ଆମେରିକା ପୁଣି ତାହା ହାସଲ କରିବାକୁ ଯୋଜନା କରି ଚନ୍ଦ୍ରରେ ଏକ ବେସ୍‌ ଚାହଁୁଛି। ରୁଷିଆ ଏହା କରିବାକୁ ଘୋଷଣା କରିସାରିଲାଣି। ଏହି ଦୁଇ ମହାଶକ୍ତିକୁ ବାଦ୍‌ ଦେଲେ ଚାଇନା, ଜାପାନ, ଦକ୍ଷିଣ କୋରିଆ, ଭାରତ, ସଂଯୁକ୍ତ ଆରବ ସଂଘ ଚନ୍ଦ୍ରଆଡ଼କୁ ମୁହଁାଇଛନ୍ତି। ବିଶ୍ୱରେ ଚନ୍ଦ୍ର ଓ ସୂର୍ଯ୍ୟ ଅଭିଯାନ ମହାକାଶ କାର୍ଯ୍ୟକ୍ରମକୁ ବହୁ ଗୁଣ ବଢ଼ାଇଛି। ଏଥିରେ ବିିକଶିତ ଦେଶଗୁଡ଼ିକ ସହ ଯୋଡ଼ି ହୋଇଛନ୍ତି ସ୍ପେସ୍‌ଏକ୍ସ, ବ୍ଲୁ ଓରିଜିନ ଓ ଭିର୍ଜିନ ଗାଲାକ୍‌ଟିକ୍‌ ଭଳି ପ୍ରାଇଭେଟ୍‌ କମ୍ପାନୀ। ବହୁ ବୈଶ୍ୱିକ ସମସ୍ୟାକୁ ଅଣଦେଖା କରି ଚନ୍ଦ୍ରରେ ବସତି ସ୍ଥାପନ, ସୂର୍ଯ୍ୟର ରହସ୍ୟ ଭେଦିବା ଲାଗି ଅନେକ ଶହ ବିଲିୟନ ଡଲାର ବ୍ୟୟ କରାଯାଉଛି। ମହାକାଶ ଶିଳ୍ପ ଗତ ଦଶନ୍ଧିରେ ୭୦% ବୃଦ୍ଧି ପାଇଥିବାବେଳେ ଏହା ୨୦୪୦ ସୁଦ୍ଧା ୧ ଟ୍ରିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ଆକଳନ କରାଯାଇଛି।
ଉଲ୍ଲେଖନୀୟ ଯେ, ଗତବର୍ଷ ସ୍ପେସ୍‌ ଏକ୍ସ ୧ ହଜାରରୁ ଊର୍ଦ୍ଧ୍ୱ ସାଟେଲାଇଟ ମହାକାଶକୁ ପଠାଇବାର ଯୋଜନା ସମ୍ପର୍କରେ ଘୋଷଣା କରିଥିଲା। ଆଗାମୀ କିଛିବର୍ଷ ମଧ୍ୟରେ ୪୫,୦୦୦ରୁ ଊର୍ଦ୍ଧ୍ୱ ସାଟେଲାଇଟ ପ୍ରେରଣ କରାଯିବ ବୋଲି ମହାକାଶ କ୍ଷେତ୍ରରେ କାର୍ଯ୍ୟକରୁଥିବା ଘରୋଇ କମ୍ପାନୀଗୁଡ଼ିକ ସ୍ପଷ୍ଟ କରିବା ସ୍ଥିତିକୁୁ ଆହୁରି ଗମ୍ଭୀର କରିଦେବ। ଏହା ସ୍ପଷ୍ଟ ଯେ, ଇଣ୍ଟରନ୍ୟାଶନାଲ ସ୍ପେସ ରେଗୁଲେଟୋରି ଅଥରିଟି ନ ଥିବାରୁ ଘରୋଇ କମ୍ପାନୀଗୁଡ଼ିକୁ ଆୟତ୍ତ କରାଯାଇପାରୁନାହିଁ। ଏଭଳି ପ୍ରତିଯୋଗିତା ଲାଗି ରହିଲେ ମହାକାଶ ବର୍ଜ୍ୟର ଭଣ୍ଡାର ପାଲଟିବାକୁ ବେଶି ସମୟ ଲାଗିବ ନାହିଁ। ୟୁରୋପୀୟ ସ୍ପେସ୍‌ ଏଜେନ୍ସି ଆକଳନ କରିଛି ଯେ, ମହାକାଶରେ ରକେଟ, ସାଟେଲାଇଟ କିମ୍ବା ଅନ୍ୟ ଯାନର ୯ ଲକ୍ଷରୁ ଊର୍ଦ୍ଧ୍ୱ ଭଗ୍ନାବଶେଷ ଘଣ୍ଟା ପ୍ରତି ୨୮,୦୦୦ କି.ମି. ବେଗରେ ପୃଥିବୀ ଚାରିପାଖରେ ୧୦୦୦ କି.ମି. ଉପରେ ଘୂରି ବୁଲୁଛନ୍ତି। ମହାକାଶ ବର୍ଜ୍ୟର ପରିଣାମ ଅତୀତରେ ଭାରତରେ ଦେଖାଯାଇଥିଲା। ୧୯୭୯ରେ ଆମେରିକାର ସ୍ପେସ୍‌ ଷ୍ଟେଶନ ସ୍କାଇଲାବ ଅବିଭକ୍ତ ଆନ୍ଧ୍ରପ୍ରଦେଶର କରିମ୍‌ନଗର ଜିଲାରେ ପଡ଼ିବାର ଭୟ ସୃଷ୍ଟି କରି ଏ ସମ୍ପର୍କରେ ଚିନ୍ତା କରିବାକୁ ବିଶ୍ୱକୁ ପ୍ରାରମ୍ଭିକ ସଙ୍କେତ ଦେଇଥିଲା। ଏହା ସହ ୨୦୨୧ରେ ଚାଇନାର ‘ଲଙ୍ଗ ମାର୍ଚ୍ଚ-ବି’ ରକେଟ ଜନବସତି ଅଞ୍ଚଳରେ ପଡ଼ିବାର ଡର ଆଣିିଥିଲା। ଏଭଳି ସମ୍ଭାବ୍ୟ ଭୟ ବିଭିନ୍ନ ସମୟରେ ସାମ୍ନାକୁ ଆସୁଛି। ମହାକାଶ ବର୍ଜ୍ୟ ଅତ୍ୟଧିକ ବୃଦ୍ଧି ପାଇଲେ ତାହା ପୃଥିବୀର ପରିବେଶକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ବଢ଼ିବ ବୋଲି ଗବେଷକମାନେ କହିଛନ୍ତି। ମହାକାଶ ବର୍ଜ୍ୟର ସମାଧାନ ବାଟ ବାହାର କରିବାକୁ ଯାଇ ଜାପାନର ଏରୋ ସ୍ପେସ୍‌ ଏକ୍ସପ୍ଲୋରେଶନ ଏଜେନ୍ସି ୨୦୨୫ରୁ ମହାକାଶ ବର୍ଜ୍ୟ ସଫା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କରିଛି। ଏଥିରେ ୟୁରୋପୀୟ ସ୍ପେସ୍‌ ଏଜେନ୍ସି ଷ୍ଟାର୍ଟଅପ୍‌ଗୁଡ଼ିକୁ ମଧ୍ୟ ସାମିଲ କରିଛି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଲୋକଙ୍କୁ ନେଇ ଚନ୍ଦ୍ରରେ ବସତି ସ୍ଥାପନ କରିବା, ମହାକାଶ କେନ୍ଦ୍ର ନିର୍ମାଣ କରିବା କିମ୍ବା ସୂର୍ଯ୍ୟର ରହସ୍ୟ ଜାଣିବା ଲାଗି ଯେଉଁ ମହାକାଶ ଦୌଡ଼ ଆରମ୍ଭ ହୋଇଛି ତାହା ଭବିଷ୍ୟତରେ ପୃଥିବୀକୁ ଅଧିକ ସଙ୍କଟ ମଧ୍ୟକୁ ଠେଲି ଦେବାର ଆଶଙ୍କା ସୃଷ୍ଟି କଲାଣି।

ମହାକାଶ ବର୍ଜ୍ୟର ସମାଧାନ ବାଟ ବାହାର କରିବାକୁ ଯାଇ ଜାପାନର ଏରୋ ସ୍ପେସ୍‌ ଏକ୍ସପ୍ଲୋରେଶନ ଏଜେନ୍ସି ୨୦୨୫ରୁ ମହାକାଶ ବର୍ଜ୍ୟ ସଫା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କରିଛି। ଏଥିରେ ୟୁରୋପୀୟ ସ୍ପେସ୍‌ ଏଜେନ୍ସି ଷ୍ଟାର୍ଟଅପ୍‌ଗୁଡ଼ିକୁ ମଧ୍ୟ ସାମିଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri