ଫିଲ୍ମ ଦୁନିଆରୁ ସନ୍ୟାସ ଘୋଷଣା କଲେ ସାଉଥ ସୁପରଷ୍ଟାର ଥାଲାପତି ବିଜୟ

ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ ହାଉସ ଦ୍ବାରା ଏକ ଭିଡିଓ ରିଲିଜ କରି ସେ ଏହା ଘୋଷଣା କରିଛନ୍ତି। ଏହି ଭିଡିଓରେ ଥାଲାପତିଙ୍କ ଫିଲ୍ମର ଝଲକ ଦେଖାଯାଇଛି।

ନିକଟରେ ଥାଲାପତି ବିଜୟ ତାଙ୍କର ଶେଷ ଫିଲ୍ମ ‘ଥାଲାପତି ୬୯’ ଘୋଷଣା କରିଛନ୍ତି। ଏହି ଫିଲ୍ମ ରିଲିଜ ହେବା ପରେ ସୁପରଷ୍ଟାର ଇଣ୍ଡଷ୍ଟ୍ରିରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଫିଲ୍ମ ‘ଦି ଗ୍ରେଟେଷ୍ଟ ଅଫ ଅଲ ଟାଇମ’ (ଜିଓଏଟି) ଗତ ସପ୍ତାହରେ ହଲ୍‌ରେ ମୁକ୍ତିଲାଭ କରିଥିଲା। ରିଲିଜ ହେବା ପରଠାରୁ ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ହୋଇଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୭୭ କୋଟିରୁ ଅଧିକ ଆୟ କରିଛି।

ଥାଲାପତି ଦେଶରେ ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ତାଙ୍କ ଦଳ ‘ତାମିଝାଗା ଭେତ୍ରି କାଝଗମ’ ଗଠନ କରିଥିଲେ। ନିକଟରେ ସେ ପାର୍ଟି ପାଇଁ ପତାକା ମଧ୍ୟ ଉନ୍ମୋଚନ କରିଥିଲେ। ଏହି ଅବସରରେ ଥାଲାପତି କହିଥିଲେ ଯେ, ତାଙ୍କ ଦଳ ୨୦୨୬ ବିଧାନସଭା ନିର୍ବାଚନରେ ଲଢିବ।


Enter your email to get our daily news in your inbox.

All Right Reserved By Dharitri.Com

ଆରବିଆଇର ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୯।୧୦: ଭାରତର ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ନୀତି ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହିଁ। ଏମ୍‌ପିସି ୫୧ତମ ବୈଠକରେ ଆଲୋଚନା ପରେ ରେପୋ...

ଇତିହାସ ରଚିଲା ଭାଜପା: ପଛରେ ରହିଗଲା କଂଗ୍ରେସ

ନୂଆଦିଲ୍ଲୀ/ଚଣ୍ଡୀଗଡ଼,୯/୧୦:ହରିୟାଣା ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ସଦ୍ୟ ଅନୁଷ୍ଠିତ ନିର୍ବାଚନର ବହୁପ୍ରତୀକ୍ଷିତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାର ୪୮...

ଭାଜପାର ତୃତୀୟ ବିଜୟ: ସାଇନି ରହିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଚଣ୍ଡୀଗଡ଼,୯/୧୦:ହରିୟାଣା ବିଧାନସଭା ନିର୍ବାଚନରେ ଭାଜପା ବିଜୟୀ ହେବା ସହ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି...

ହାରିଗଲେ ୨୦୧୯ ନିର୍ବାଚନର କିଙ୍ଗ୍‌ମେକର

ନୂଆଦିଲ୍ଲୀ,୯ା୧୦:୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ କିଙ୍ଗ୍‌ମେକର ଭୂମିକା ନେଇଥିବା ଜନନାୟକ ଜନତା ପାର୍ଟି (ଜେଜେପି) ଏଥର ଖାତା ଖୋଲିପାରି ନାହିଁ। ଗତ ମାର୍ଚ୍ଚରେ ଭାଜପା ସହ...

୧୧ରୁ ଓଟିଟିରେ ‘ସର୍‌ଫିରା’

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ରାଧିକା ମଦାନଙ୍କ ‘ସର୍‌ଫିରା’ ଗତ ଜୁଲାଇ ୧୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ତେବେ ଏହା ବକ୍ସ ଅଫିସ୍‌ରେ...

ରିଶବ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ, ୯।୧୦: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମଙ୍ଗଳବାର ୭୦ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

୨୦୦ କୋଟିର ଜିଏସ୍‌ଟି ଠକେଇ ମାମଲା: ୧୪ ସ୍ଥାନରେ ଚଢ଼ାଉ, ୩୩ ଗିରଫ

ଅହମଦାବାଦ, ୮।୧୦: ଅହମଦାବାଦ କ୍ରାଇମବ୍ରାଞ୍ଚ ପକ୍ଷରୁ ଜିଏସ୍‌ଟି ଠକେଇ ବିରୋଧରେ ବଡ଼ ଅଭିଯାନ ଆରମ୍ଭ ହୋଇଛି। ଅହମ୍ମଦାବାଦ, ଜୁନାଗଡ଼, ସୁରଟ, ଖେଡ଼ା, ଭାବନଗର ଆଦି ସମେତ ଗୁଜରାଟର...

୨୦୧୪ରେ ଭାଜପା ସହ ମେଣ୍ଟ ପିଡିପି ପରାଜୟର କାରଣ

ନୂଆଦିଲ୍ଲୀ,୮।୧୦: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାନଚରେ ମେହବୁବା ମୁଫ୍‌ତିଙ୍କ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଶୋଚନୀୟ ପରାଜୟ ବରଣ କରିଛି। ଏହି ଦଳର ଆସନ ସଂଖ୍ୟା ୩କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri