ଶକ୍ତି ପ୍ରଦର୍ଶନ କଲା ଦକ୍ଷିଣ କୋରିଆ, କିମଙ୍କ ଆଖିରୁ ହଜିଲା ନିଦ…

ସିଓଲ,୨୭।୯ : ଦକ୍ଷିଣ କୋରିଆ ଏବଂ ଉତ୍ତର କୋରିଆ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। କ୍ଷେପଣାସ୍ତ୍ର ପରୀକ୍ଷଣ ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ କୋରିଆକୁ ଅସୁବିଧାରେ ପକାଉଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କର ଆଖିରୁ ଏଥର ନିଦ ହଜି ଯାଇଛି। ଏହାର କାରଣ ହେଉଛି ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏକ ସାମରିକ ପରେଡ ।

ଏହି ପରେଡରେ ଦକ୍ଷିଣ କୋରିଆ ବହୁ ଧ୍ୱଂସକାରୀ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଥିଲା। ଏହି ସମୟ ମଧ୍ୟରେ ଦକ୍ଷିଣ କୋରିଆର ରାଜଧାନୀ ସିଓଲ ରାସ୍ତାରେ ଟ୍ୟାଙ୍କ, କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ସଶସ୍ତ୍ର ବାହିନୀ ଗଠନର ୭୦ ତମ ବାର୍ଷିକୀରେ ଏହି ପ୍ୟାରେଡ ଆୟୋଜିତ ହୋଇଥିଲା।

ପରେଡରେ ରାଷ୍ଟ୍ରପତି ୟୋନ ସୁକ ୟୋଲ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସେ ଉତ୍ତର କୋରିଆ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଛନ୍ତି ଯଦି କିମ ଜୋଙ୍ଗ ଉନ ଆଣବିକ ଅସ୍ତ୍ର ବ୍ୟବହାର କରନ୍ତି ତେବେ ତାଙ୍କ ଶାସନ ଶେଷ ହେବ। ୨୦୧୩ ପରେ ପ୍ରଥମ ଥର ପାଇଁ ଏହି ପରେଡ ଆୟୋଜିତ ହୋଇଛି। ବହୁ ସଂଖ୍ୟାରେ ଲୋକ ଏହାକୁ ଦେଖିବାକୁ ଆସିଥିଲେ ।

ଆମେରିକୀୟ ସୈନିକମାନେ ଦକ୍ଷିଣ କୋରିଆ ସୈନିକମାନଙ୍କ ସହିତ ଏହି ପରେଡରେ ଅଂଶଗ୍ରହଣ କରିଥିଲେ। ଏଥିରେ ସମୁଦାୟ ୩୦୦ ଆମେରିକୀୟ ସୈନିକ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦକ୍ଷିଣ କୋରିଆ ଯେଉଁଭଳି ଭାବରେ ନିଜର ଅସ୍ତ୍ର ପ୍ରଦର୍ଶନ କରିଥିଲା ତାହା ସ୍ପଷ୍ଟ ହୋଇଛି ଏହାର ଉଦ୍ଦେଶ୍ୟ କେବଳ ଅସ୍ତ୍ର ଦେଖାଇବା ନୁହେଁ, ବରଂ ଏହା ବିଶ୍ୱକୁ ଜଣାଇବାକୁ ଚାହୁଁଛି ବର୍ତ୍ତମାନ ମଧ୍ୟ ଏହା ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି। ଆମେରିକା, ରୁଷିଆ ଏବଂ ଫ୍ରାନ୍ସ ପରେ ତାଙ୍କ ଦେଶକୁ ବିଶ୍ୱର ଚତୁର୍ଥ ବୃହତ୍ତମ ଅସ୍ତ୍ରଶସ୍ତ୍ର ରପ୍ତାନିକାରୀ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି ରାଷ୍ଟ୍ରପତି ୟୁନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?