ଆଉ ନାହାନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ ପ୍ରତୀମା ଦେବୀଙ୍କର ୮୮ ବର୍ଷରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ପ୍ରତୀମା ଅଭିନୟ କ୍ୟାରିୟର ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ଶେଷ ଫିଲ୍ମ ଥିଲା ‘ରମା ଶାମା ଭାମା’, ଯାହାକି ୨୦୦୫ରେ ରିଲିଜ୍‌ ହୋଇଥିଲା।
୧୯୪୭ରେ ଫିଲ୍ମ ‘କୃଷ୍ଣ ଲୀଲା’ରୁ ସେ ଫିଲ୍ମରେ ଡେବ୍ୟୁ କରିଥିଲେ। ଏହା ପରେ ୧୯୫୧ରେ ‘ଜଗନମୋହିନୀ’ରେ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ। ଏହା କନ୍ନଡର ପ୍ରଥମ ଫିଲ୍ମ ଥିଲା ଯାହାକି ବକ୍ସଅଫିସରେ ଲଗାତର ୧୦୦ ଦିନ ପୂରଣ କରିଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିଲେ। କର୍ନାଟକ ସରକାର ୨୦୦୦-୦୧ ପାଇଁ ପ୍ରତୀମା ଦେବୀଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାରରେ ସମ୍ମାନୀତ କରିଥିଲେ। ପ୍ରତୀମା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ଶଙ୍କରଙ୍କୁ ବିବାହ କରିଥିଲେ। ତାଙ୍କର ପୁଅ ରାଜେନ୍ଦ୍ର ସିଂ ଜଣେ ଫିଲ୍ମ ନିର୍ଦ୍ଦେଶକ ଏବଂ ଝିଅ ବିଜୟଲକ୍ଷ୍ମୀ ଜଣେ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଲୁକରେ ନଜର ଆସିଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ,୨୧।୧୨-ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନୂଆ ଲୁକରେ ନଜର ଆସିଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଫଟୋରେ କାର୍ତ୍ତିକ ଲମ୍ବା...

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌

ବମ୍ବେ: ଆଉ ନାହାନ୍ତି ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ତବସୁମ୍‌। ୭୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଶୁକ୍ରବାର ରାତିରେ ତାଙ୍କର ହୃଦଘାତ ହୋଇଥିଲା।...

‘ଲାଲ କପ୍ତାନ’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ବହୁ ପ୍ରତିକ୍ଷିତ ଅପ୍‌ କମିଂ ଫିଲ୍ମ ‘ଲାଲ କପ୍ତାନ’ ଟ୍ରେଲରର ପ୍ରଥମ ଭାଗ ରିଲିଜ୍‌ ହୋଇଛି। ଏହି...

ଗର୍ଭବତୀ ଥିବା ଏହି ଅଭିନେତ୍ରୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଜଣେ ଅଭିନେତା

ଫିଲ୍ମ ‘ବଧାଇ ହୋ’ ସହିତ ଦୀର୍ଘ ସମୟ ପରେ ସିନେମାକୁ ଫେରିଥିବା ନୀନା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ...

ଏହି କାରଣରୁ ବିକି-କ୍ୟାଟ୍ରିନାଙ୍କ ମଧ୍ୟରେ ହୁଏ ଝଗଡ଼ା

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ପାଓ୍ବାରଫୁଲ୍‌ କପଲ୍‌ ଭାବେ ଜଣାଶୁଣା। ବିବାହ ପରେ ଦୁହେଁ ଏବେ ନିଜ ନିଜ ଫିଲ୍ମ ଶୁଟିଂରେ...

ଗାୟିକା କୋକୋ ଲିଙ୍କ ପରଲୋକ…

ହଂକଂ,୬।୭ : ହଂକଂର ଗାୟିକେ କୋକୋ ଲିଙ୍କର ପରଲୋକ ହୋଇଛି। କୋକୋ ଲିଙ୍କ ଭଉଣୀମାନେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି ସେ...

ବିମାନରେ ଉର୍ଫିଙ୍କୁ ଅସଦାଚରଣ

ମୁମ୍ବାଇ: ନିକଟରେ ମୁମ୍ବାଇ- ଗୋଆ ବିମାନ ଯାତ୍ରା ସମୟରେ ଅଭିନେତ୍ରୀ ଉର୍ଫି ଜାଭେଦ ଅସଦାଚରଣର ଶିକାର ହୋଇଥିବା ସେ ଏକ ପୋଷ୍ଟ ଜରିଆରେ ଜଣାଇଛନ୍ତି। ଉର୍ଫି...

ଫେରାର୍‌ ହେଲେ ରିୟା; ଖାଲି ହାତରେ ଫେରିଲା ପୋଲିସ !

ମୁମ୍ବାଇ, ୨୯।୭: ଦିଗଂବତ ବଲିଉଡ୍‌ ଯୁବ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତଙ୍କ ବାପା କେ.କେ....

Advertisement
Archives

Model This Week