ଜୀବିତ ଅଛନ୍ତି ଟୋଲୋ ନ୍ୟୁଜର ଖବରଦାତା

କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନ କାୟା ବିସ୍ତାର କରିବା ପରେ ସେଠାରେ ଏବେ କେବଳ ଭୟ ହିଁ ଭୟ । ଏହାରି ଭିତରେ ଏକ ଖବର ଆସିଥିଲା କି ସେଠାକାର ସବୁଠାରୁ ବଡ ମିଡିଆ ଏଜେନ୍ସି ଟୋଲୋ ନ୍ୟୁଜର ଖବରଦାତାଙ୍କୁ ତାଲିବାନ ହତ୍ୟା କରିଛି । ତାଙ୍କ ସହ ଥିବା କ୍ୟାମେରାମ୍ୟାନଙ୍କୁ ପିଟିବା ଯୋଗୁ ସେ ଗୁରୁତର ଅଛନ୍ତି । ହେଲେ ଏବେ ଖବର ଆସିଛି କି ଖବରଦାତା ଜିୟାର ଖାଁ ୟାଦ ଜୀବିତ ଅଛନ୍ତି । କାରଣ ଖବରଦାତା ଜିୟାର ଖାଁ ୟାଦ ନିଜେ ଏହି ଖବରକୁ ଖଣ୍ଡନ କରିଛନ୍ତି । ଟୁଇଟ୍ କରି ସେ କହିଛନ୍ତି ଗୋଟିଏ ଭୁଲ ଖବର ଏବେ ସାରା ବିଶ୍ୱରେ ପ୍ରଚାରିତ ହୋଇ ଗଲଣି । ହେଲେ ମୁଁ ଜୀବିତ ଅଛି । ମିଳିଥିବା ସୂଚନାରୁ ଜଣାପଡିଛି କି ବୁଧବାର କାବୁଲର ହାଜି ୟାକୁବ ରାସ୍ତାରେ ଆଫଗାନିସ୍ତାନରେ ଫସି ରହିଥିବା ଗରିବ ଓ ବେକାରୀଙ୍କ ଉପରେ ଜିୟାର ଖାଁ ୟାଦ ରିପୋର୍ଟିଂ କରୁଥିଲେ । ତାଙ୍କ ସହ ସେତେବେଳେ ଥିଲେ ତାଙ୍କ କ୍ୟାମେରା ମ୍ୟାନ୍ । ସେହି ସମୟରେ ତାଲିବାନର କିଛି ଲୋକ ତାଙ୍କୁ ଧରିନେଇ ବାଡେଇଥିଲେ । ଯଦିଓ ଉଭୟ ଖବରଦାତା ଓ କ୍ୟାମେରା ମ୍ୟାନଙ୍କୁ ସେମାନେ ନିର୍ଦ୍ଦୟ ଭାବେ ପିଟିଥିଲେ । ଏବେସେମାନେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କୁ ଭାଗ୍ୟବାନ ବୋଲି କହିଲେ ଆମେରିକା ଡାକ୍ତର

ଓ୍ବାଶିଂଟନ,୧୮।୪: ଆମେରିକାର ନ୍ୟୁଜର୍ସିରେ ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଭାରତୀୟ ଡାକ୍ତର କ୍ରିତି ଅଗ୍ରଓ୍ବାଲ କୁହନ୍ତି ପ୍ରତିଦିନ ସେ ଚିକିତ୍ସା କରୁଥିବା ହସ୍ପିଟାଲରେ ଶହ...

ରେଲ୍‌ଓ୍ବେ କ୍ରସିଂରେ ଠିଆ ହୋଇଥିଲା କାର୍‌ ଭର୍ତ୍ତି ଟ୍ରକ୍‌, ଦ୍ରୁତ ଗତିରେ ଆସିଲା ଟ୍ରେନ୍‌; ଆଉ ତା’ ପରେ…

ଓ୍ବାଶିଂଟନ,୨୨ା୧୦:  ଆମେରିକାର ଓକାଲୋହୋମାରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଗୋଟିଏ କାର୍‌ ଭର୍ତ୍ତି ଟ୍ରକ୍‌ ଲେଭଲ କ୍ରସିଂ ନିକଟରେ ରାସ୍ତା ପାର୍‌ ପାଇଁ ଠିଆ...

ଲକ୍‌ଡାଉନ୍‌ରେ ବି ଭାରତରେ ଜନ୍ମ ନେବେ ୨ କୋଟି ୧୦ ଲକ୍ଷ ଶିଶୁ: ଚାଇନା ଦ୍ୱିତୀୟ ସ୍ଥାନରେ

ଜେନେଭା, ୧୧।୭: ଚଳିତ ୨୦୨୦ ବର୍ଷରେ ପୃଥିବୀରେ ୧୧ କୋଟିରୁ ଅଧିକ ଶିଶୁ ଜନ୍ମ ହେବେ। କରୋନା ମହାମାରୀ ସଙ୍କଟରେ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି...

ନ୍ୟୁଜିଲାଣ୍ଡ ପାର୍ଲାମେଣ୍ଟ ଗ୍ରାଉଣ୍ଡରେ ନିଆଁ

ଓ୍ବେଲିଙ୍ଗଟନ୍‌,୩।୩: କୋଭିଡ୍‌ ମହାମାରୀ ଟିକାକରଣକୁ ବିରୋଧ କରି ନ୍ୟୁଜିଲାଣ୍ଡ ରାଜଧାନୀ ଓ୍ବେଲିଙ୍ଗଟନ୍‌ରେ ୨୩ ଦିନ ଧରି ଜାରି ରହିଛି ବିକ୍ଷୋଭ। ବିକ୍ଷୋଭକାରୀମାନେ ଓ୍ବେଲିଙ୍ଗଟନ୍‌ରେ ଥିବା ପାର୍ଲାମେଣ୍ଟ...

ଭାରତୀୟ ବୈଦେଶିକ ପଲିସିକୁ ପ୍ରଶଂସା କଲେ ଇମ୍ରାନ

ଇସ୍‌ଲାମାବାଦ୍‌,୨୦।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରବିବାର ଭାରତ ଏବଂ ଏହାର ବୈଦେଶିକ ପଲିସିକୁ ପ୍ରଶଂସା କରିଛନ୍ତି। ପାର୍ଲାମେଣ୍ଟରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ...

ବିଚାରପତିଙ୍କୁ ନେଇ ଟିପ୍ପଣୀ ମାମଲା, ଇମ୍ରାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି…

ଇସଲାମାବାଦ,୧।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ଏବେ ତାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି ହୋଇଛି। ବିଚାରପତିଙ୍କୁ ନେଇ...

ଭାରତ ସହିତ ସମୁଦ୍ର ସୁରକ୍ଷା ବୁଝାମଣାରେ ଶ୍ରୀଲଙ୍କା ପାଇଁ କୌଣସି ସମସ୍ୟା ନାହିଁ…

କଲମ୍ବୋ, ୩୧।୩ : ଶ୍ରୀଲଙ୍କା ସରକାର କହିଛନ୍ତି ଯେ ନିକଟରେ ଭାରତ ସହ ସ୍ବାକ୍ଷରିତ ସାମୁଦ୍ରିକ ସୁରକ୍ଷା ଚୁକ୍ତିନାମା ଦ୍ୱାରା ଦେଶର ସୁରକ୍ଷା ପ୍ରତି କୌଣସି...

ମହାରାଣୀଙ୍କୁ ଶେଷ ବିଦାୟ, ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ବାଇଡେନ ଲେଖିଲେ ଆମେ ରାଣୀଙ୍କୁ କେବେ ଭୁଲିବୁ ନାହିଁ

ଲଣ୍ଡନ,୧୯ ।୯: ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଦିଆଯାଇଛି ଅନ୍ତିମ ବିଦାୟ । ତାଙ୍କର ଫ୍ୟୁନେରାଲ ସର୍ଭିସ ଆରମ୍ଭ ହୋଇଯାଇଛି । ୱେଷ୍ଟମିଂନଷ୍ଟରରେ ଡିନ ଡେଭିଡ ହୟାଲ...

Advertisement
Archives

Model This Week