Posted inଖେଳ

ମାତ୍ର ୨୩ ଟେଷ୍ଟ ମ୍ୟାଚ୍‌ ଖେଳି ‘ମହାନ୍‌’ ଖେଳାଳି ପାଲଟିଥିଲେ ଏହି କ୍ରିକେଟର, ହେଲେ…

ନୂଆଦିଲ୍ଲୀ,୧।୩: କ୍ରିକେଟଜଗତ ସହ ଜଡ଼ିତ ଅନେକ ଖେଳାଳି ମଇଦାନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ‘ମହାନ’ କ୍ରିକେଟର ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି। ହେଲେ ଜଣେ ଏଭଳି ଖେଳାଳି ଥିଲେ ଯିଏ ମାତ୍ର ୨୩ଟି ଟେଷ୍ଟ ମ୍ୟାଚ୍‌ ଖେଳି ଅନ୍ୟପାଇଁ ଉଦାହରଣ ପାଲଟିଥିଲେ। ସେ ହେଉଛନ୍ତି ଗ୍ରେମ୍‌ ପୋଲକ୍‌।

୧୯୪୪ ଫେବୃୟାରୀ ୨୭ରେ ଦକ୍ଷିଣ ଆଫ୍ରିକାରେ ଜନ୍ମ ନେଇଥିଲେ ପୋଲକ୍‌। ତାଙ୍କର ପରିବାରର ଆତ୍ମା ଥିଲା କ୍ରିକେଟ। କାରଣ ତାଙ୍କ ବାପା, ଦାଦା, ତିନି ଭାଇ, ଦୁଇ ପୁଅ, ଭଣଜା ଆଦି ଏହି ଖେଳ ସହ ଜଡ଼ିତ ଥିଲେ। ହେଲେ ସବୁଠାରୁ ବେଶୀ ଚର୍ଚ୍ଚାରେ ଥିଲେ ଗ୍ରିମ୍‌ ଏବଂ ଭଣଜା ସୋନ୍‌ ପୋଲକ୍‌। ଗ୍ରେମ୍‌ ଦେଶ ପାଇଁ ନିଜର ପ୍ରଥମ ମ୍ୟାଚ୍‌ ଭାଇ ସହ ଖେଳିଥିଲେ।
ଅଷ୍ଟ୍ରେଲିଆ ବିପକ୍ଷରେ ୧୯୬୩ରେ ଟେଷ୍ଟ ଡେବ୍ୟୁ କରିଥିବା ବେଳେ ୧୯୭୦ରେ ନିଜର ଶେଷ ଟେଷ୍ଟ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ଏହି ସାତ ବର୍ଷ ମଧ୍ୟରେ ସେ କେବଳ ୨୩ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ସେଥିରେ ସେ ୬୦.୯୭ % ହିସାବରେ ଖେଳି ୨୨୫୬ରନ୍‌ କରିଥିଲେ। ରନ୍‌ରେ ତାଙ୍କର ୭ ଶତକ ଏବଂ ୧୧ ଅର୍ଦ୍ଧଶତକ ଥିଲା।

ଏହାଛଡ଼ା ଫାଷ୍ଟ କ୍ଲାସ(ପ୍ରଥମ ଶ୍ରେଣୀ) କ୍ରିକେଟରେ ସେ ୨୬୨ ମୁକାବିଲା ଖେଳିଥିଲେ। ଏଥିରେ ସେ ୫୪.୬୭ % ହାରରେ ୨୦,୯୪୦ରନ୍‌ କରିଥିଲେ, ଯେଉଁଥିରେ ୬୪ ଶତକ ଏବଂ ୯୯ ଅର୍ଦ୍ଧଶତକ ଥିଲା। ଦମ୍‌ଦାର ବ୍ୟାଟିଂକୁ ନେଇ ତାଙ୍କୁ ଦକ୍ଷିଣ ଆଫ୍ରିକା କ୍ରିକେଟ ଇତିହାସର ମହାନ ଖେଳାଳି ବୋଲି କୁହାଯାଉଥିଲା। ହେଲେ ରାଜନୈତିକ କାରଣରୁ ତାଙ୍କ ସହ ଅନେକ ଖେଳାଳିଙ୍କ ଅନ୍ତରାଷ୍ଟ୍ରୀୟ କ୍ୟାରିୟର ଶେଷ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri