ସୋର୍ସ କୋଡ୍‌

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ପ୍ରଯୁକ୍ତିସମ୍ପନ୍ନ ଯୁଗରେ ଡାଟା ବା ତଥ୍ୟ ନୂଆ ଇନ୍ଧନ ଭାବେ ବିବେଚନା କରାଯାଉଛି। କୁହାଯାଉଛି ଯାହା ପାଖରେ ଯେତେ ତଥ୍ୟ ଅଛି ସେ ସେତେ ଧନୀ। ସେଥିପାଇଁ ତଥ୍ୟ ଗୋଟାଇବା ବା କାରସାଦି କରି ହାତେଇବା ଦିଗରେ ଗୁପ୍ତ ଭାବେ ଅନେକ ସଂସ୍ଥା କାର୍ଯ୍ୟ କରୁଛନ୍ତି। କିନ୍ତୁ ଯେତେବେଳେ ସରକାର ତା’ର ଜନସାଧାରଣଙ୍କ ତଥ୍ୟ ପାଇଁ ବ୍ୟାକୁଳ ହୋଇପଡ଼ିବ, ସେତେବେଳେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ। ସହଜରେ ସୂଚନା ନ ମିଳିଲେ ବିଧିବ୍ୟବସ୍ଥା କରି ନାଗରିକଙ୍କ ପ୍ରିଭେସି ବା ଅନ୍ତରଙ୍ଗ ତଥ୍ୟକୁ ସରକାର ନେଉଛନ୍ତି। ଭାରତରେ ଆଧାର ଏ ଦିଗରେ ସର୍ବାଗ୍ରେ ରହିଛି ଓ ଅଦ୍ୟାବଧି ଏହାର ବୈଧତା ଉପରେ ସାଧାରଣ ସ୍ତରରୁ କୋର୍ଟଯାଏ ଅନେକ ପ୍ରଶ୍ନ ପଚାରି ଚାଲିଛନ୍ତିି। ଗତ କିଛି ବର୍ଷ ହେବ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ଉପରେ ଭାରତ ସରକାରଙ୍କ ନଜର ପଡ଼ିଛି। ୨୦୨୫ ନଭେମ୍ବର ୨୮ରେ ଦୂରସଞ୍ଚାର ବିଭାଗ (ଡଟ୍‌) ପକ୍ଷରୁ ସ୍ମାର୍ଟଫୋନ୍‌ ମୋବାଇଲ ପାଇଁ ଏକ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ, ଘରୋଇ ହେଉ ବା ବିଦେଶୀ, ସମସ୍ତ ସ୍ମାର୍ଟଫୋନ୍‌ ନିର୍ମାତା ସେମାନଙ୍କ ନୂଆ ଫୋନ୍‌ରେ ସଞ୍ଚାର ସାଥୀର ଆପ୍‌ ପ୍ରାକ୍‌-ଅବସ୍ଥାପନ କରିବେ। ଏହା ଦ୍ୱାରା ସନ୍ଦେହାତ୍ମକ ଫୋନ୍‌କୁ ଜାଣିବା ସହ ଡିଜିଟାଲ ଠକାମିକୁ ରୋକି ହେବ ବୋଲି ସରକାରୀ ଭାବେ କୁହାଯାଇଥିଲା। ହେଲେ ଚାରିଆଡ଼ୁ ଘୋର ବିରୋଧ ହେବାରୁ ସରକାର ବୁଝାଇବାକୁ ଯାଇ କହିଲେ ଯେ, ଉକ୍ତ ଆପ୍‌ ବାଧ୍ୟତାମୂଳକ ନୁହେଁ, ସ୍ମାର୍ଟଫୋନ୍‌ ବ୍ୟବହାରକାରୀ ତାହାକୁ ଚାହିଁଲେ ଫୋନ୍‌ରେ ଇନ୍‌ଷ୍ଟଲ ବା ଅନ୍‌ଇନ୍‌ଷ୍ଟଲ କରିପାରିବେ। ଏହି ଝଡ଼ ସରି ନାହିଁ। ଏବେ ପୁଣି କୁହାଗଲାଣି, ସ୍ମାର୍ଟଫୋନ୍‌ ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆଣି ସାଇବର ବିପଦକୁ ହ୍ରାସ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ମୋବାଇଲ ଫୋନ୍‌ ନିର୍ମାତା କମ୍ପାନୀଗୁଡ଼ିକୁ ନିଜ ଅପରେଟିଂ ସିଷ୍ଟମ୍‌ର ସୋର୍ସ କୋଡ୍‌ ଶେୟାର କରିବାକୁ ପ୍ରସ୍ତାବ ଦିଆଯାଇଛି। ତାହାକୁ ନେଇ ବିବାଦ ଉଠିଲାଣି।
ଏଠାରେ ସୋର୍ସ କୋଡ୍‌ କହିଲେ କୌଣସି ସଫ୍ଟଓ୍ବେର, ଆପ୍‌ କିମ୍ବା ଅପରେଟିଂ ସିଷ୍ଟମ୍‌ର ‘ମୂଳଲେଖା’କୁ ବୁଝାଏ। ଅଧିକ ପ୍ରାଞ୍ଜଳ କରି ବୁଝାଇଲେ ଜଣେ କମ୍ପ୍ୟୁଟର ପ୍ରୋଗ୍ରାମର୍‌ ଏକ ସଫ୍ଟଓ୍ବେର ତିଆରି କରିବା ପାଇଁ ଯେଉଁ ନିର୍ଦ୍ଦେଶାବଳୀ ଲେଖନ୍ତି, ତାହାକୁ ସୋର୍ସ କୋଡ୍‌ କୁହାଯାଏ। ଏହା ବୈଷୟିକ ଭାଷା ହୋଇଥିବାରୁ ତାହାକୁ ସାଧାରଣରେ ବୁଝିବା କଷ୍ଟକର ହୋଇଥାଏ। ତେଣୁ ଉକ୍ତ କୋଡ୍‌କୁ ଏକ ‘କମ୍ପାଇଲର୍‌’ ସହଯୋଗରେ ବାଇନାରୀ କୋଡ୍‌ (୦ ଓ ୧)ରେ ପରିବର୍ତ୍ତନ କରାଯାଏ, ଯାହାକୁ ମେଶିନ ବୁଝିପାରେ। ସ୍ମାର୍ଟଫୋନ୍‌ ନିର୍ମାତାମାନେ ଉକ୍ତ କୋଡ୍‌କୁ ଗୁପ୍ତ ରଖିଥାଆନ୍ତି। ତାହା ହିଁ ସେମାନଙ୍କ ସମ୍ପତ୍ତି। ସେହି ମୌଳିକ ଗୁପ୍ତ କୋଡ୍‌କୁ ସରକାର ହାତେଇ ନେବା ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି, ତାହା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି। ଅପରେଟିଂ ସିଷ୍ଟମ୍‌ର ସୋର୍ସ କୋଡ୍‌ ପାଇଗଲେ ସରକାର ତାଙ୍କ ମନଇଚ୍ଛାରେ ଯେକୌଣସି ବ୍ୟକ୍ତି ହାତରେ ଧରିଥିବା ଫୋନ୍‌ରୁ ସବୁ ତଥ୍ୟ ଉତାରି ନେଇପାରିବେ। ଏପରିକି ବ୍ୟକ୍ତିଗତ ଫଟୋ, ତଥ୍ୟ କିମ୍ବା ଅନ୍ୟ ଗୋପନୀୟ ଆର୍ଥିକ ସୂଚନା ମଧ୍ୟ ହାତେଇ ନେଇପାରିବେ। ଅପରପଟେ ସରକାର ସବୁ ନାଗରିକଙ୍କୁ ଆଧାର ପଞ୍ଜୀକରଣ କରିବାକୁ ବାଧ୍ୟ କରୁଛନ୍ତି। ନାଗରିକର ଆଧାର ନମ୍ବର ସହିତ ତାଙ୍କର ମୋବାଇଲ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ସହିତ ଅନ୍ୟସବୁ ତଥ୍ୟ ଜଡ଼ିତ ରହୁଛି। ଦୁଷ୍ଟ ପ୍ରକୃତିର ପୋଲିସ କିମ୍ବା ଅନ୍ୟ ସରକାରୀ କର୍ମଚାରୀ ସବୁବେଳେ ବ୍ୟକ୍ତିବିଶେଷଙ୍କର ପ୍ରତ୍ୟେକଟି ତଥ୍ୟ ଏହି ସୋର୍ସ କୋଡ୍‌ ମାଧ୍ୟମରେ ଜାଣିପାରିବ। ଅର୍ଥାତ୍‌ କୌଣସି ଲୋକର କୌଣସି ତଥ୍ୟ ସରକାରଙ୍କ ଦୃଷ୍ଟିରୁ ଦୂରେଇ ରଖି ହେବ ନାହିଁ। ଅନେକ ଅନଭିଜ୍ଞ, ବୋକା ନାଗରିକ ବାରମ୍ବାର କହୁଥିବାର ଶୁଣାଯାଏ ଯେ ‘ଆମର ଭୟ ନାହିଁ, କାରଣ ଆମର କିଛି ଲୁଚାଇବାର ନାହିଁ’। ଏଭଳି ନାଗରିକ ଦୁଷ୍ଟ ବୁଦ୍ଧିର ସରକାରୀ କର୍ମଚାରୀଙ୍କ ଜାଲରେ ପଡ଼ିଲେ ବୁଝିବେ କେଉଁଭଳି ସମସ୍ୟା ନିଜ ପରିବାର ଓ ନିଜ ପାଇଁ ସୃଷ୍ଟି କରିଦେଲେ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଯୋଗୁ ହେବନାହିଁ ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ! ଆସିଲା ବଡ଼ ଅପଡେଟ୍‌, କ୍ରିକେଟ୍‌ ପ୍ରେମୀଙ୍କୁ ଝଟକା

ନୂଆଦିଲ୍ଲୀ,୪।୩: ICC ଟି-୨୦ ବିଶ୍ୱକପ ୨୦୨୬ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲକୁ ନେଇ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ତଥାପି, ମ୍ୟାଚ ପୂର୍ବରୁ, ସୋସିଆଲ ମିଡିଆରେ ଏକ…

ଆଜି ରଙ୍ଗର ପର୍ବ ହୋଲି: ସବୁଆଡେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୪।୩: ଆଜି ରଙ୍ଗର ଉତ୍ସବ ହୋଲି। ସାରା ଦେଶରେ ଉତ୍ସବର ମାହୋଲ। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ…

୪ର୍ଥ ଆସନ ପ୍ରଶ୍ନବାଚୀରେ…

ଭୁବନେଶର,୩।୩( ସୁନିତ ମିଶ୍ର): ଓଡ଼ିଶାରେ ୪ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବାକୁ ଯାଉଛି। କହିବାକୁ ଗଲେ ୩ଟି ଆସନରେ ଭୋଟ…

ଯୁଦ୍ଧ ଭିତରେ ୮ଦେଶ ସହ କଥା ହେଲେ ମୋଦି, ହୋଇପାରେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୩।୩: ଇରାନ ଉପରେ ଇସ୍ରାଏଲ-ଆମେରିକୀୟ ଆକ୍ରମଣ ଏବଂ ଇରାନର ପ୍ରତିଶୋଧ ସହିତ ଆରମ୍ଭ ହୋଇଥିବା ଯୁଦ୍ଧ ପ୍ରତିଦିନ ତୀବ୍ର ହେବାରେ ଲାଗିଛି। ସଂଘର୍ଷର ପରିମାଣ ଏବଂ ପରିସର…

ରାଜ୍ୟ ସଭା ନିର୍ବାଚନ: ଦିଲୀପ ରାୟଙ୍କୁ ଭାଜପାର ସମର୍ଥନ

ଭୁବନେଶ୍ୱର,୩।୩: ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ଜଣେ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ…

ଦିଲୀପଙ୍କୁ ନେଇ ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭା ନିର୍ବାଚନରେ ହେବ ଓଲଟପାଲଟ!

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ବାଚନ ନେଇ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା…

ଦିଲୀପଙ୍କୁ ବାଛିବା ପଛରେ ଭାଜପାର ଭିତିରି ପ୍ଲାନ, ୪ର୍ଥ ସିଟ୍‌ରେ ବଡ଼ ଗେମ୍‌!

ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ୱାଚନ ନେଇ ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା…

ସ୍ୱାଧୀନ ଲଢିବେ ଦିଲୀପ, ଭାଜପା କରିବ ଭିତିରି ପ୍ଲାନ!

ଭୁବନେଶ୍ୱର,୩।୩: ରାଜ୍ୟସଭା ନିର୍ୱାଚନ ନେଇ ବିଜେଡି ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri