ସୌରଭ ଗାଙ୍ଗୁଲିଙ୍କ ହାର୍ଟ ସର୍ଜରୀ ସଫଳ

କୋଲକାତା,୩।୧: ବିସିସିଆଇ ଅଧ୍ୟକ୍ଷ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଶନିବାର ହାର୍ଟ ଆଟାକ୍‌ ଆସିଥିଲା। ଚିକିତ୍ସା ପାଇଁ ତାଙ୍କୁ ଉଡ୍‌ଲ୍ୟାଣ୍ଡସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ହାର୍ଟର ଏକ ଛୋଟ ଅପରେଶନ୍‌ କରାଯାଇଥିଲା। ହାର୍ଟ ସର୍ଜରୀ ସଫଳ ରହିଥିବା ହସ୍ପିଟାଲ ପକ୍ଷରୁ ରବିବାର ସକାଳେ ସୂଚନା ଦିଆଯାଇଛି। ଡାକ୍ତର ସରୋଜ ମଣ୍ଡଳ ଏବଂ ସପ୍ତର୍ଷି ବାସୁ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ସୌରଭଙ୍କର ହାର୍ଟର ୩ଟି ଆରଟେରିରେ ବ୍ଲକେଜ୍‌ ଥିବା ଡାକ୍ତର କହିଛନ୍ତି। ତାଙ୍କର ଡାହାଣ ପଟ କୋରୋନାରି ଆରଟେରିରେ ଷ୍ଟେଣ୍ଟ୍‌ ଲଗାଯାଇଛି। କୋରୋନାରି ଆଞ୍ଜିଓଗ୍ରାଫି କରାଯିବା ପରେ ବ୍ଲକେଜ୍‌ ସମ୍ପର୍କରେ ଜଣାପଡ଼ିଥଲା। ଏହାପରେ ରାଡିଆଲ ରୁଟ୍‌ ପଦ୍ଧତିରେ ଷ୍ଟେଣ୍ଟ୍‌ର ବ୍ୟବହାର କରାଯାଇଥିବା ଡାକ୍ତର କହିଛନ୍ତି। ସୌରଭଙ୍କ ବାମ ଆଣ୍ଟେରିଅର ଡିସେଣ୍ଡିଙ୍ଗ୍‌ ଆରଟେରି ଏବଂ ଓବଟ୍ୟୁଜ୍‌ ମାର୍ଜିନାଲ୍‌ ଆରଟେରିର କାର୍ଯ୍ୟ ଉପରେ ମଧ୍ୟ ତୀକ୍ଷ୍‌ଣ ନଜର ରଖାଯାଇଥିବା ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁକେଶ ଚନ୍ଦ୍ରଶେଖରଙ୍କ ସଙ୍ଗୀନ ଅଭିଯୋଗ: ମୋ ଠାରୁ ୧୦ କୋଟି ଟଙ୍କା ନେଇଛନ୍ତି ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ,୧।୧୧: ଅର୍ଥ ହେରଫେର ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନରଙ୍କୁ ଚିଠି ଲେଖି ଆମ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କ...

ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୨୧ ନୂଆରୋଗୀ, ସଂକ୍ରମିତଙ୍କ ସଂଖ୍ୟା ୨,୪୫୫

ମୁମ୍ବାଇ,୧୪।୪: ଚିନ୍ତା ବଢାଉଛି କରୋନା ଭାଇରସ। ମହାରାଷ୍ଟ୍ରରେ ଏହା ବେଳକୁ ବେଳ ବଢିବାରେ ଲାଗିଥିବାରୁ ଉଦ୍ଧବ ଠାକରେ ସରକାରଙ୍କ ନିଦ ହଜାଇ ସାରିଲାଣି ଏହି କରୋନା।...

ଦଳର ବିଜୟ ପରେ ବି ରାଗିଗଲେ ଗମ୍ଭୀର, ହରାଇଲେ ନିୟନ୍ତ୍ରଣ

ପୁଣେ,୨।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଲକ୍ଷ୍ନୌ ଦଳ...

ଦେଶରେ ୮୦-୮୨ ପ୍ରତିଶତ ହିନ୍ଦୁ, ଭାଜପାକୁ ମିଳୁଛି କେବଳ ୪୦ ପ୍ରତିଶତ ଭୋଟ…

ନୂଆଦିଲ୍ଲୀ, ୧୨।୫ : ଦେଶର ଜନସଂଖ୍ୟାର ୮୦ ରୁ ୮୨ ପ୍ରତିଶତ ହିନ୍ଦୁ। କିନ୍ତୁ ଭାଜପା ଏପର୍ଯ୍ୟନ୍ତ ପ୍ରାୟ ୪୦ ପ୍ରତିଶତ ଭୋଟ ପାଇଛି। ଏଭଳି...

କେଜରିଓ୍ବାଲଙ୍କ ଫ୍ରି ଓ୍ବାଇଫାଇ ଯୋଜନା: ମାସକୁ ମିଳିବ ମାଗଣା ୧୫ ଜିବି ଡାଟା

ନୂଆଦିଲ୍ଲୀ,୪।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ହାତମୁଠାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟାଣ କରିବାର ପ୍ରୟାସ କରିଛନ୍ତି। ସେ ବୁଧବାର ଫ୍ରି...

ପୁଣି ହାର୍ଦ୍ଦିକ୍‌-ଉର୍ବଶୀ ଲିଙ୍କ୍‌ଅପ୍‌

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ନାୟିକା ଉର୍ବଶୀ ରୌଟେଲା। ସୋସିଆଲ୍‌ ମିଡିଆରେ ଲୋକେ ତାଙ୍କୁ ଲୋକପ୍ରିୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପୁଣି ଯୋଡ଼ିବା ଆରମ୍ଭ କରିଦେଇଛନ୍ତି।...

ଉଦ୍ଧବ ହେବେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ: ସଞ୍ଜୟ

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ରାଜନୀତିର ଡ୍ରାମା ଏବେ ନୂଆ ମୋଡ ନେଇଛି। ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଥମେ ଉପ ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌ସିପି ନେତା ଅଜିତ...

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଅଖନୁର୍‌ରେ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୦।୧: ଜାନୁୟାରୀ ୨୬ ପୂର୍ବରୁ ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଏଲ୍‌ଓସିସ୍ଥିତ ଅଖନୁର୍‌ର ଖୌର ସେକ୍ଟରରେ ଭାରତୀୟ...

Advertisement
Archives

Model This Week