କେବଳ ଧ୍ୱନି, କମାଣ ନାହିଁ

ସ୍ବଦେଶୀ ପ୍ରତିରକ୍ଷା ଉତ୍ପାଦକୁ ବଢ଼ାଇବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୧ଟି ଉପକରଣ ଆମଦାନୀ ଉପରେ ଖୁବ୍‌ ଶୀଘ୍ର ପ୍ରତିବନ୍ଧକ ଲଗାଯିବ ବୋଲି ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନେକ ଟୁଇଟ୍‌ କରି କହିଛନ୍ତି ଯେ, ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ତ୍ୱରାନ୍ବିତ କରିବା ଲାଗି ଏହି ପଦକ୍ଷେପ ଅତ୍ୟନ୍ତ ସହାୟକ ହେବ। ଉଲ୍ଲେଖଯୋଗ୍ୟ ଯେ, ଭାରତକୁ ଏକ ଆତ୍ମନିର୍ଭର ରାଷ୍ଟ୍ରରେ ପରିଣତ କରିବା ଉଦ୍ଦେଶ୍ୟ ରଖାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ’ ୨୦୨୦ରେ ‘ଆତ୍ମନିର୍ଭର ଭାରତ’ ଅଭିଯାନ ଘୋଷଣା କରାଯାଇଥିଲା। ତେବେ ୬ ବର୍ଷରୁ ଊର୍ଦ୍ଧ୍ୱ ଶାସନ କରିବା ପରେ ମଧ୍ୟ ପୂର୍ବ ସରକାରଗୁଡ଼ିକୁ ଦାୟୀ କରୁଥିବା ଆଜିର ଭାଜପା ସରକାରର ନିଦ ଏବେ ଭଙ୍ଗ ହୋଇଥିବା ଭଳି ମନେହେଉଛି। ଅବଶ୍ୟ ତା’ର କାରଣ ସମସ୍ତଙ୍କୁ ଜଣା। ଚାଇନାର ପିଏଲ୍‌ଏ ଭାରତ ଭିତରକୁ ପ୍ରବେଶ କରି ଆମର ୨୦ ଜଣ ସେନା ଅଧିକାରୀ ଓ ଯବାନଙ୍କୁ ମାରି ନ ଥିଲେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇବା ସମ୍ଭବପର ହୋଇ ନ ଥାଆନ୍ତା। ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି କ୍ଷେତ୍ରକୁ ସ୍ବାବଲମ୍ବନଶୀଳ କରିବାକୁ ଚାହିଁ କହିଛି, କେବଳ ସାଧାରଣ ଯନ୍ତ୍ରାଂଶ ନୁହେଁ, ଉଚ୍ଚ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଆର୍ଟିଲାରୀ ଗନ୍‌, ଆସଲ୍ଟ ରାଇଫଲ୍ସ, ସୋନାର ସିଷ୍ଟମ୍‌, ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ, ଏଲ୍‌ସିଏଚ୍‌, ରାଡାର ଏବଂ ପ୍ରତିରକ୍ଷା ସେବାରେ ଆବଶ୍ୟକ ଉପକରଣ ଆଦି ବିକଶିତ କରିବ। ଏହିସବୁ ଆଧୁନିକ ଅସ୍ତ୍ରଶସ୍ତ୍ର ଉତ୍ପାଦନ କରୁଥିବା ଦେଶଗୁଡ଼ିକ ଅନେକ ଗବେଷଣା କରିବା ପରେ ଏଭଳି ସ୍ଥିତିରେ ପହଞ୍ଚତ୍ପାରିଛନ୍ତି। ସବୁ ଗବେଷଣା ପାଇଁ ସମୟ ଲାଗିଥାଏ।
ଭାରତର ଚାରିକଡ଼େ ଶତ୍ରୁଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ପ୍ରତିରକ୍ଷାକୁ ସୁଦୃଢ଼ କରିବା ଅବଶ୍ୟମ୍ଭାବୀ ହୋଇପଡ଼ିଲାଣି। ବିଶେଷକରି ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଚାଇନା ଏବଂ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ପାକିସ୍ତାନ ଭାରତ ପଟକୁ ମାଡ଼ି ବସିଛନ୍ତି। ସେହି ସମୟରେ ଛୋଟିଆ ଦେଶ ନେପାଳ ମଧ୍ୟ ତା’ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ମାନଚିତ୍ରରେ ଭାରତର କେତେକ ଅଞ୍ଚଳକୁ ସ୍ଥାନିତ କରିଛି। ଖୁବ୍‌ଶୀଘ୍ର ବାଂଲାଦେଶ ମଧ୍ୟ ନୂଆ ମାନଚିତ୍ରରେ ହାଓ୍ବଡା ରେଳ ଷ୍ଟେଶନକୁ ସାମିଲ କରିପାରେ। ଏହାର କାରଣ ହେଉଛି ଏକ ଦୁର୍ବଳ ଭାରତକୁ ଦେଖି ଶୃଗାଳ ମଧ୍ୟ ସିଂହ ପାଲଟିବାକୁ ଚେଷ୍ଟା କଲାଣି। କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ କଟକଣା ସଶସ୍ତ୍ର ବଳକୁ ଦୁର୍ବଳ କରିବା ଆଶଙ୍କା ସୃଷ୍ଟି କରିଛି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରୁଥିବା ସ୍ବଦେଶୀ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାମଗ୍ରୀ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯିବାକୁ କେତେକେ ଏକ ଉତ୍ତମ ଚିନ୍ତାଧାରା କହିପାରନ୍ତି। କିନ୍ତୁ ତତ୍‌କ୍ଷଣାତ୍‌ ଭାରତ କେତେଦୂର ଏ ଦିଗରେ ସଫଳ ହେବ କହିବା କଷ୍ଟକର। ଆଜି ଭାରତରେ ଯେଉଁ ନୂତନ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ପ୍ରତିରକ୍ଷା ସାମଗ୍ରୀ ଓ ଫାଇଟର ଜେଟ୍‌ଗୁଡ଼ିକୁ ଦେଖିବାକୁ ମିଳୁଛି, ସେସବୁ ବିଦେଶ ନିର୍ମିତ। ନିକଟରେ ଫ୍ରାନ୍ସରୁ ଆମଦାନୀ ହୋଇଥିବା ୫ ରାଫାଲ୍‌ ଯୁଦ୍ଧ ବିମାନ ଭାରତ ମାଟି ଛୁଇଁଥିବା କଥା ସମସ୍ତେ ଜାଣନ୍ତି। ସେହି ୫ଟି ରାଫାଲ ଯୁଦ୍ଧବିମାନ ୨୦୨୨ ମସିହାରେ ଭାରତ ଉପଯୋଗୀ ହୋଇପାରିବ। ଆଜି ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ) ବିଶ୍ୱସ୍ତରୀୟ ଯୁଦ୍ଧ ଉପକରଣ ପ୍ରସ୍ତୁତ କରିପାରି ନାହିଁ। କେବଳ ‘ଆତ୍ମନିର୍ଭର ଭାରତ’ ସ୍ଲୋଗାନରେ ଯେ ଏ ଦିଗରେ ତତ୍‌କ୍ଷଣାତ୍‌ ପରିବର୍ତ୍ତନ ଆସିଯିବ ଭାବିବା ଭୁଲ। କେବଳ ଗୋଟେ ‘ଘୋ’ରେ ମାତି ତୁରନ୍ତ ନିଷ୍ପତ୍ତି ନେଇଯିବା ସହଜ ହୋଇପାରେ। ମାତ୍ର ତା’ର ଦୀର୍ଘମିଆଦୀ ଫଳ ମିଳିପାରିବ ନାହିଁ। ସ୍ବଦେଶୀ ଶିଳ୍ପକୁ ପ୍ରୋତ୍ସାହନ ଦେଇ ଆବଶ୍ୟକ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିବା ପରେ ଯାଇ ଆମଦାନୀ ଉପରେ କଟକଣା ଚିନ୍ତା କରାଯାଇପାରି ଥାଆନ୍ତା।
ଭାରତୀୟ ଅର୍ଥନୀତି ହେଉ ବା ପ୍ରତିରକ୍ଷା ସାମର୍ଥ୍ୟ ଅଦ୍ୟାବଧି ବିଶ୍ୱ ବଜାରରେ ତା’ର ସ୍ଥିତି ଜାହିର କରିପାରିନାହିଁ। ଆତ୍ମନିର୍ଭର ଲକ୍ଷ୍ୟରେ ଯଦି ବିଶ୍ୱ ପ୍ରତିଯୋଗିତାରୁ ଭାରତ ଦୂରେଇଯିବ, ତାହା ହେଲେ ଏଠାକାର ଉତ୍ପାଦ କେତେ ଶକ୍ତିଶାଳୀ ରହିବ ମାପିବା କଷ୍ଟକର। ଏମିତି ଦେଖିଲେ ଭାରତର ପ୍ରତି କ୍ଷେତ୍ରରେ ଗବେଷଣା ଓ ଅନୁଧ୍ୟାନ ଦିଗକୁ ଅଣଦେଖା କରାଯାଇଚାଲିଛି। ପ୍ରତିରକ୍ଷା କ୍ଷେତ୍ରରେ ଅଭିନବତ୍ୱକୁ ପ୍ରୋତ୍ସାହନ ଦିଆଯାଉ ନ ଥିବାରୁ ଉନ୍ନତମାନର ସାମଗ୍ରୀ ଡିଜାଇନ କରାଯାଇପାରୁ ନାହିଁ କି ସେଗୁଡ଼ିକ ବିକଶିତ ହୋଇପାରୁ ନାହିଁ। ପୂର୍ବ ସରକାରଗୁଡ଼ିକ କରିଥିବା ବ୍ୟବସ୍ଥା ଅନୁଯାୟୀ ବିଦେଶରୁ ଆମଦାନୀ ହେଉଥିବା ଅନେକ ଅସ୍ତ୍ରଶସ୍ତ୍ର ପରବର୍ତ୍ତୀ ସମୟରେ ଭାରତରେ ନିର୍ମିତ ହୋଇପାରୁଥିଲା। ଏହାର ସର୍ବଶ୍ରେଷ୍ଠ ଉଦାହରଣ ହେଲା ରୁଷିଆ ସହ ସୁସମ୍ପର୍କ ଯୋଗୁ ଭାରତରେ ମିଗ୍‌ ଯୁଦ୍ଧବିମାନ ତିଆରି ହେଉଥିଲା। ସେହି ବିମାନରେ ବ୍ୟବହୃତ ହେଉଥିବା ଜେଟ୍‌କୁ ଓଡ଼ିଶାର ସୁନାବେଢ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)ରେ ପ୍ରସ୍ତୁତ କରାଯାଇଥିଲା। ପରେ ପୂର୍ଣ୍ଣ ବିମାନ ବାଙ୍ଗାଲୋରର ହାଲ୍‌ଠାରେ ନିର୍ମାଣ ହେଉଥିଲା। ରୁଷିଆ ସହ ସମ୍ପର୍କ ତିକ୍ତ କରାଇ ଦିଆଯାଇଥିବା ହେତୁ ଭାରତ ପାଇଁ ଏବେ ସେହିସବୁ ଜ୍ଞାନକୌଶଳ ହାତେଇବା ସମ୍ଭବ ହେଉନାହିଁ। ସେଥିପାଇଁ ପ୍ରବଳମାତ୍ରାରେ ଅର୍ଥ ବିନିଯୋଗ ସହିତ ସେଭଳି ମାନବ ସମ୍ବଳର ପ୍ରୟୋଜନ ରହିବ ଯେଉଁମାନେ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ସରକାରୀ ଚାକିରି ଭାବେ ଗଣିବା ପରିବର୍ତ୍ତେ ଭାରତର ପ୍ରତିରକ୍ଷା ଏକ ଆଧୁନିକ ବ୍ୟବସ୍ଥା ଭାବେ ଗଢ଼ି ତୋଳିବାର ପ୍ରଚେଷ୍ଟା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri