Posted inଜାତୀୟ

୫ ବର୍ଷର ଝିଅ ଜୀବନ ବଞ୍ଚାଇପାରି ନ ଥିବାରୁ କ୍ଷମା ମାଗିଲା କେରଳ ପୋଲିସ

ଏର୍ନାକୁଲମ,୩୦।୭: କେରଳର ଏର୍ନାକୁଲମ ଜିଲାରେ ନିଖୋଜ ଜଣେ ୫ ବର୍ଷର ଝିଅକୁ ବଳାତ୍କାର ଓ ପରେ ହତ୍ୟା କରାଯାଇଛି। ଏହି ଘଟଣାରେ ଝିଅଟିକୁ ଉଦ୍ଧାର କରିପାରି ନ ଥିବାରୁ କେରଳ ପୋଲିସ କ୍ଷମା ପ୍ରାର୍ଥନା କରିଛି। ପୋଲିସ ଅଧିକାରୀ କହିଛନ୍ତି ଯେ, ଜଣେ ପ୍ରବାସୀ ଶ୍ରମିକ ଝିଅଟିକୁ ଘରୁ ଅପହରଣ କରିବା ପରେ ତାଙ୍କୁ ପ୍ରଥମେ ବଳାତ୍କାର କରାଯାଇଥିଲା ଏବଂ ପରେ ତାଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ରାତାରାତି ଖୋଜାଖୋଜି ପରେ ଝିଅଟିର ମୃତଦେହ ଏକ ଅବର୍ଜନା ସ୍ଥାନରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୋଲିସ ଶିଶୁକୁ ଉଦ୍ଧାର କରିବାରେ ବିଫଳ ହେବାରୁ ନିରାଶ ହୋଇଛି।
ଏକ ଟୁଇଟ୍‌ରେ କେରଳ ପୋଲିସ କହିଛି, କ୍ଷମା କରିବ ଝିଅ … ଶିଶୁକୁ ଅପହରଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସର ସୂଚନାନୁସାରେ, ଝିଅଟିର ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କୁ ପ୍ରଥମେ ବଳାତ୍କାର କରାଯାଇଥିଲା ଏବଂ ପରେ ଗଳା କାଟି ହତ୍ୟା କରାଯାଇଥିଲା। ଗତ ଶୁକ୍ରବାରଠାରୁ ଝିଅଟି ନିଖୋଜ ଥିବା ପୋଲିସ ଅନୁସନ୍ଧାନରୁ ଜଣାପଡିଛି। ନାବାଳିକାଙ୍କ ମୃତଦେହ ମିଳିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

https://twitter.com/TheKeralaPolice/status/1685238309721903104


Enter your email to get our daily news in your inbox.

All Right Reserved By Dharitri.Com

NEET ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ୍ ବ୍ୟାନ୍: ସରକାରଙ୍କୁ ଘେରିଲେ ଟେଲିଗ୍ରାମ ସିଇଓ

ନୂଆଦିଲ୍ଲୀ,୧୭।୬: ଭାରତରେ ଟେଲିଗ୍ରାମ (Telegram) କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା…

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

‘I Am The Boss’… G-7 ମିଟିଂରେ ବଡ଼ ଘୋଷଣା କଲେ ଟ୍ରମ୍ପ! ସମସ୍ତେ କାବା

ନୂଆଦିଲ୍ଲୀ,୧୭।୬: ବୁଧବାର G-7 ନେତାମାନଙ୍କ ବୈଠକର ଶେଷ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଏକ ବିବୃତ୍ତି ଭାଇରାଲ ହେଉଛି। କ୍ଲିପରେ, ସମସ୍ତେ ବସିଥିବାବେଳେ…

ଅଭିଯୋଗ ଦେବାକୁ ଯାଇଥିବା ନାବାଳିକାଙ୍କୁ ଥାନାରେ ଧମକ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ବାରିପଦା/ମୋରଡ଼ା,୧୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ବିବାଦୀୟ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଅଭିଯୋଗ ଦେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଥାନାରେ ଧମକ ଦେବା ଘଟଣାକୁ…

ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ: ‘ସର୍ତ୍ତ ନ ମାନିଲେ ସିଧା ମୁଣ୍ଡ ଉପରେ ପକାଇବୁ ବୋମା’

ନୂଆଦିଲ୍ଲୀ,୧୭।୬: ଇରାନ ସହିତ ଚାଲିଥିବା ଆଲୋଚନା ଏବଂ ଚୁକ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ବୟାନ ପୁଣି ଥରେ ଯୁଦ୍ଧ ଚିନ୍ତାକୁ ବଢ଼ାଇ ଦେଇଛି।…

କାଠରେ ରାମଦୋଳି ନିଜେ ପ୍ରସ୍ତୁତ କରନ୍ତି ଗାଁର ଯୁବତୀ-ଯୁବକ, ରଜ କୁଇନ୍‌ ପ୍ରତିଯୋଗିତାରେ ନେଲେ ଖୁବ୍‌ ମଜା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରଜ ମହୋତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭଞ୍ଜନଗର ପାତ୍ର କଲୋନୀରେ ୩ ଦିନ ବ୍ୟାପି ଚାଲିଥିବା ରଜ କୁଇନ୍‌…

‘ତୁମେମାନେ ପରଜୀବୀ, ଜେଲରେ ବନ୍ଦ…’; କକ୍ରୋଚ ପରେ ପୁଣି ବିବାଦୀୟ ବୟାନ ଦେଲେ CJI!

ନୂଆଦିଲ୍‌ଲୀ,୧୭।୬: ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା କିଛି ସମୟ ପୂର୍ୱରୁ ଦିଆଯାଇଥିବା ‘ଅସରପା’ (କକ୍ରୋଚ) ବୟାନକୁ ନେଇ ସାରା ଦେଶରେ ପ୍ରବଳ ହଙ୍ଗାମା…

ଗଛରେ ପିଟିହେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍‌ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri