ସେଲ୍‌ଫି ପଏଣ୍ଟ ପାଇଁ ସଜବାଜ

ଅନୁଗୋଳ ଅଫିସ, ୨୨ା୧୦: ସେଲ୍‌ଫି ଉଠାଇ ସୋସିଆଲ ମିଡିଆରେ ଛାଡ଼ିବା ଏବେ ଏକ ପ୍ରତିଯୋଗିତାରେ ପରିଣତ ହୋଇଛି। ଏହା କେବଳ ଯୁବପିଢ଼ିଙ୍କ ମଧ୍ୟରେ ଆଉ ସୀମିତ ହୋଇ ରହିନାହିଁ। ପିଲାଙ୍କଠାରୁ ପାଚିଲା ମଣିଷଙ୍କ ଯାଏ ପ୍ରାୟ ସମସ୍ତେ ଏହି ମାୟାରେ ବାୟା। ଲୋକଙ୍କ ମଧ୍ୟରେ ସେଲ୍‌ଫି ପ୍ରତି ବଢ଼ୁଥିବା ଆଗ୍ରହକୁ ଦେଖି ରାଜ୍ୟର ବିଭିନ୍ନ ସହରରେ ଏକାଧିକ ସେଲ୍‌ଫି ପଏଣ୍ଟ ପ୍ରସ୍ତୁତ କରାଯାଇଛି। ତେଣୁ ଏ କ୍ଷେତ୍ରରେ ଆଉ ପଛରେ ପଡ଼ିବାକୁ ଚାହାନ୍ତି ନାହିଁ ଅନୁଗୋଳବାସୀ। ଜିଲା ପ୍ରଶାସନ ପକ୍ଷରୁ ଶିଳ୍ପ ସହର ଅନୁଗୋଳରେ ଏପରି ବ୍ୟବସ୍ଥା କରିବାକୁ ଅନେକ ଅନୁଷ୍ଠାନ ଜିଲାପାଳଙ୍କୁ ଟୁଇଟ୍‌ କରିଛନ୍ତି। ଉତ୍ତରରେ ଜିଲାପାଳ ମଧ୍ୟ ଏଥିପାଇଁ ପ୍ରଶାସନ ସଜବାଜ ହେଉଥିବା ଜଣାଇଛନ୍ତି, ଯାହାକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ଅନୁଗୋଳର ଯୁବପିଢ଼ି।
ଅନୁଗୋଳ ସହରର ସୌନ୍ଦର୍ଯ୍ୟକରଣ ଉପରେ ଏବେ ପ୍ରଶାସନ ଜୋର୍‌ ଦେଉଛି। ଦୀର୍ଘଦିନର ଅଳିଆ ସମସ୍ୟାର ସମାଧାନ ପାଇଁ ସହରରେ ୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି) ନିର୍ମାଣ କରାଯାଇଛି। ବିଭିନ୍ନ ଛକ ସ୍ଥାନରେ ଓ୍ବାଟର ଏଟିଏମ୍‌ ଲଗାଯିବାର ବ୍ୟବସ୍ଥା ହେଉଛି। ଏଲ୍‌ଇଡି ଯୋଗେ ସରକାରୀ ଯୋଜନାର ପ୍ରଚାର ପ୍ରସାର ସହ କୋଟିଏ ଟଙ୍କା ବ୍ୟୟରେ ବସ୍‌ଷ୍ଟାଣ୍ଡ ନିକଟରେ ଅତ୍ୟାଧୁନିକ ପାର୍କ ନିର୍ମାଣର ଯୋଜନା ଉପରେ ମଧ୍ୟ କାର୍ଯ୍ୟ କରାଯାଉଛି। ତେଣୁ ସହରର ଶୋଭା ବଢ଼ାଇବା ଦିଗରେ ଆଉ ପାଦେ ଆଗେଇ ବିଭିନ୍ନ ସ୍ଥାନରେ ସେଲ୍‌ଫି ପଏଣ୍ଟ ସ୍ଥାପନ କରିବାକୁ କେତେକ ଅନୁଷ୍ଠାନ ପକ୍ଷରୁ ଜିଲାପାଳଙ୍କୁ ଟୁଇଟ୍‌ ଯୋଗେ ଅନୁରୋଧ କରାଯାଇଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ଏତେ ଯେ କେଉଁ କେଉଁ ସ୍ଥାନରେ ଏହି ବ୍ୟବସ୍ଥା କରାଗଲେ ସହରର ଶୋଭା ଅଧିକ ବୃଦ୍ଧି ହେବ ସେ ନେଇ ମଧ୍ୟ ପ୍ରସ୍ତାବମାନ ଦିଆଯାଇଛି। ବିଶେଷକରି ବିଜୁ ମଇଦାନ, ରାଜା ଛକ, ଇକୋ ପାର୍କ, ନାରଣସାଗର ଆଦି ସ୍ଥାନକୁ ବଛାଯାଇଛି। କଟକ, ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁରରେ ସେଲ୍‌ଫି ପଏଣ୍ଟ ଥିବାରୁ ଅନୁଗୋଳରେ ଏହି କାର୍ଯ୍ୟ ଯଥାଶୀଘ୍ର କରିବାକୁ ଯୁବପିଢ଼ିଙ୍କ ପକ୍ଷରୁ ଦାବି କରାଯାଇଛି। ଏ କ୍ଷେତ୍ରରେ ତାଳଚେର ସହର ବାସିନ୍ଦା ମଧ୍ୟ ପଛରେ ପଡ଼ିନାହାନ୍ତି। ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ, ରାଜବାଟୀ, ଜଜାଙ୍କ ବନ୍ଧ, ଆଇଟିଆଇ ଛକଠାରେ ସେଲ୍‌ଫି ପଏଣ୍ଟ ପ୍ରସ୍ତୁତ କରିବାକୁ ଦାବି କରାଯାଇଛି।

 

ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରାଯାଉଛି
ସେଲ୍‌ଫି ପଏଣ୍ଟ ପାଇଁ ଯୋଜନା କରାଯାଇଛି। ଏ ନେଇ କେତେ ଅର୍ଥ ବ୍ୟୟ ହେବ ଏବଂ କେଉଁ ସ୍ଥାନକୁ ବଛାଯିବ ତାହା ପ୍ରଥମେ ସ୍ଥିର କରାଯିବ। ଆସନ୍ତା ୬ ମାସ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ହେବ। ସହରର ବିକାଶ ପାଇଁ ଜବରଦଖଲ ହଟାଯିବା ସହ କେଉଁ ସ୍ଥାନର କିପରି ସୌନ୍ଦର୍ଯ୍ୟକରଣ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ଲୋକଙ୍କ ମଧ୍ୟରେ ଉତ୍ସାହ ଭରିବ
ଅନୁଗୋଳ ସହରରେ ସେଲ୍‌ଫି ପଏଣ୍ଟ ପାଇଁ ପ୍ରଶାସନ ଯୋଜନା କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଜିଲାର କେବଳ ଗୋଟିଏ ସହରରେ କରା ନ ଯାଇ ତାଳଚେର ଓ ଅନ୍ୟାନ୍ୟ ଅଞ୍ଚଳକୁ ଏଥିପାଇଁ ବଛାଗଲେ ସୌନ୍ଦର୍ଯ୍ୟ ବୃଦ୍ଧି ସହ ଏହା ସ୍ଥାନୀୟ ଲୋକଙ୍କୁ ଉତ୍ସାହିତ କରିପାରନ୍ତା।
-ଜୀବନଜ୍ୟୋତ୍ସ୍ନା ଜେନା, ତାଳଚେର

ଅଭିଜ୍ଞତା ରହିଛି, ସୁଯୋଗକୁ ଅପେକ୍ଷା
ସହରରେ ସେଲ୍‌ଫି ପଏଣ୍ଟ ପାଇଁ ଦୁଇ ବର୍ଷ ପୂର୍ବରୁ ଭାବିଥିଲି। ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ପ୍ରଶାସନକୁ ଦେଇଥିଲି। କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା। ଏବେ ସେଲ୍‌ଫି ପଏଣ୍ଟ ପାଇଁ ଯୁବଗୋଷ୍ଠୀ ଦାବି କରିବା ଜାଣି ଖୁସି ଲାଗୁଛି। ଏହି କାର୍ଯ୍ୟରେ ପୂର୍ବରୁ ଅଭିଜ୍ଞତା ରହିଛି। ଯଦି ପ୍ରଶାସନ ସୁଯୋଗ ଦିଏ ତା’ହେଲେ ହାତର କାରିଗରି ନିଶ୍ଚିତ ଭାବେ ଦେଖାଇବି।
-ଅନିଲ ଦାଶ, ଯୁବ ଉଦ୍ୟୋଗୀ, ଅନୁଗୋଳ

ଜିଲାର ସମ୍ମାନ ବଢ଼ିବ
ସେଲ୍‌ଫି ପଏଣ୍ଟ ନିର୍ମାଣ ହେଲେ ଅନୁଗୋଳ ଅନ୍ୟ ଜିଲା ପାଇଁ ଉଦାହରଣ ପାଲଟିବ। ଜିଲାର ସମ୍ମାନ ମଧ୍ୟ ବଢ଼ିଯିବ। ଏହା ଯୁବଗୋଷ୍ଠୀଙ୍କୁ ଅଧିକ ଉତ୍ସାହିତ କରିବ। ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ଏହାର ସୁଯୋଗ ନେବେ।
-ଚନ୍ଦନ କୁମାର ସାହୁ, ଅନୁଗୋଳ

ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିବ
ଅନୁଗୋଳ ଜିଲା ଶିଳ୍ପରେ ପରିପୂର୍ଣ୍ଣ। ଦେଶ ବିଦେଶରେ ଏହାର ପରିଚୟ ରହିଛି। ଦୈନିକ ବିଭିନ୍ନ କାର୍ଯ୍ୟରେ ରାଜ୍ୟ ବାହାରୁ ଲୋକେ ଏଠାକୁ ଆସୁଛନ୍ତି। ସହରରେ ଏକାଧିକ ହୋଟେଲ ରହିଛି। ତେଣୁ ଏଠାରେ ସେଲ୍‌ଫି ପଏଣ୍ଟ ନିର୍ମାଣ କରାଗଲେ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରନ୍ତା।
-ପବିତ୍ର ଭଞ୍ଜ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri