Advertisement

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଗୋଟିଏ ପାଦ ଆଗେଇଲେ ସୋନୁ: ଏହି ଆପ୍‌ ଜରିଆରେ ଯୋଗାଇବେ ରୋଜଗାର

ମୁମ୍ବାଇ: କରୋନା ଲକ୍‌ଡାଉନ ସମୟରେ ଦେବଦୂତ ସାଜି ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟ ଓ ଘରକୁ ପଠାଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ଅଭିନେତା ସୋନୁ ସୁଦ। ଏବେ ପୁଣି ପ୍ରବାସୀଙ୍କ ପାଇଁ ସେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକ୍‌ଡାଉନରେ ଘରକୁ ଫେରି ଲକ୍ଷାଧିକ ଶ୍ରମିକ ନିଜ ରୋଜଗାର ହରାଇଛନ୍ତି। ତେଣୁ ଶ୍ରମିକଙ୍କୁ ରୋଜଗାରକ୍ଷମ କରିବା ପାଇଁ ବୁଧବାର ସେ ଏକ ଆପ୍‌ର ଶୁଭାରମ୍ଭ କରିଛନ୍ତି। ଯାହାର ନାମ ‘ପ୍ରବାସୀ ରୋଜଗାର’ ଆପ୍‌ ରଖାଯାଇଛି। ଏହି ଆପ୍‌ ଶ୍ରମିକଙ୍କୁ ଅତି ସହଜରେ ଚାକିରି ଖୋଜିବାକୁ ସହାୟତା କରିବ। ଏଥିପାଇଁ ସେମାନଙ୍କୁ କୌଣସି ଦେଣ ଦେବାକୁ ମଧ୍ୟ ପଡ଼ିବ ନାହିଁ। ଏହି କାର୍ଯ୍ୟ ପାଇଁ ସୋନୁ ନିଜ ଇଞ୍ଜିନିୟର ବନ୍ଧୁମାନଙ୍କ ସହାୟତା ନେଇଛନ୍ତି। କେତେକ କମ୍ପାନୀ ଓ ଏନ୍‌ଜିଓ ତାଙ୍କୁ ସମର୍ଥନ କରିଛନ୍ତି ବୋଲି ସୋନୁ କହିଛନ୍ତି। ତେବେ ଏହି ଆପ୍‌ ଏବେ ଇଂଲିଶ ଭାଷାରେ ଥିବା ବେଳେ ଖୁବ୍‌ଶୀଘ୍ର ଏହାକୁ ୫ଟି ଭାଷାରେ ଉପଲବ୍ଧ କରାଯିବ ବୋଲି ସୋନୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଏଲ୍‌ ରାହୁଲଙ୍କୁ ଡେଟ୍‌ କରୁଥିବା କଥାକୁ ଅସ୍ବୀକାର କଲେ ସୋନଲ୍‌

ମୁମ୍ବାଇ: ବଲିଉଡ ନାୟିକାଙ୍କ ସହ ଭାରତୀୟ କ୍ରିକେଟ ଦଳର ଖେଳାଳୀଙ୍କ ସମ୍ପର୍କ କଥା କିଛି ନୂଆ ନୁହେଁ। ଅନୁଷ୍କା ଶର୍ମା-ବିରାଟ କୋହଲୀ, ସାଗରିକା ଘାଟକେ-ଜାହୀର ଖାନ୍‌,...

ଶ୍ରୀଦେବୀଙ୍କ ଜନ୍ମଦିନରେ ଭାବୁକ ହେଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ର ଏଭରଗ୍ରୀନ ନାୟିକା ଶ୍ରୀଦେବୀଙ୍କର ଅସମୟରେ ପରଲୋକକୁ ଆଜି ପର୍ଯ୍ୟନ୍ତ ବି ଗ୍ରହଣ କରିପାରୁ ନାହାଁନ୍ତି ପରିବାର ସଦସ୍ୟ। ମଙ୍ଗଳବାର ଶ୍ରୀଦେବୀଙ୍କ ଜନ୍ମଦିନ ଅବସରରେ...

ଷ୍ଟାରଙ୍କ ପାଇଁ ନୁହେଁ କୁକୁୁର ପାଇଁ ଫଟୋ ହେଉଛି ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ରଣବୀର କପୁର ଓ ଶାହାରୁଖ ଖାଁ ନିଜ ନିଜ ଷ୍ଟାଇଲ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ହେଲେ ନିକଟରେ...

ଅଙ୍ଗ ଦାନ କରିବେ ବଲିଉଡର ରକ୍‌ଷ୍ଟାର ରଣବୀର କପୁର

ମୁମ୍ବାଇ, ୨୯।୧୧-ଅଙ୍ଗ ଦାନ କରିବେ ବଲିଉଡର ରକଷ୍ଟାର ରଣବୀର କପୁର। ନଭେମ୍ବର ୨୭ରେ ଜାତୀୟ ଅଙ୍ଗ ଦାନ ଦିବସରେ ଅମର ଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ...

ଫିଲ୍ମ ପାଇଁ ମିଳିଥିବା ଆଓ୍ବାର୍ଡକୁ ବାଥରୁମରେ ଛାଡି ଆସିଥିଲେ ସନି ଦେଓଲ: କାରଣ ଜାଣିଲେ…

ସନ୍ନି ଦେଓଲ ତାଙ୍କର ରାଗ ପାଇଁ ବଲିଉଡରେ ବେଶ ପ୍ରସିଦ୍ଧ। କୁହାଯାଏ ଯେ ଯଦି ସେ ଥରେ ରାଗିଯାନ୍ତି ତେବେ ସେ କାହା କଥା ଶୁଣନ୍ତି...

ଏଥର ରୋମ୍‌ରେ ଜନ୍ମଦିନ ପାଳିବେ ନୀଳ ନୟନା

ମୁମ୍ବାଇ: ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏଥର ତାଙ୍କର ୪୬ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ନଭେମ୍ବର ୧ରେ ତାଙ୍କ ଜନ୍ମଦିନ...

ପ୍ରିୟଙ୍କାଙ୍କ ଘରକୁ ଭଡାରେ ନେଲେ ଜ୍ୟାକଲିନ

ମୁମ୍ବାଇ:ବଲିଉଡ୍ ନାୟିକା ଜ୍ୟାକଲନ୍ ଫର୍ଣ୍ଣାଡିଜ ମୁମ୍ବାଇର ଜୁହୁରେ ନିଜର ଠିକଣା ବନାଇଛନ୍ତି । ସେଠାରେ ଥିବା ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଭଡାରେ...

କ୍ଷମା ମାଗି ଟ୍ରୋଲ ହେଲେ ଆମିର

ମୁମ୍ବାଇ: ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜ୍ ହେବା ପୂର୍ବରୁ ଆମିର ଖାଁ ଲଗାତାର ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ସେ କ୍ଷମା...

Advertisement
Archives

Model This Week