ଏହା ହେଉଛି ସୋନୁ ସୁଦଙ୍କ ଜୀବନର ସବୁଠାରୁ ବଡ଼ ସଫଳତା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରାଯାଉଛି। ନିକଟରେ ତାଙ୍କ ଉପରେ ଏକ ପୁସ୍ତକ ଲେଖାଯାଇଛି, ଯାହାର ନାମ ରଖାଯାଇଛି ‘ଆଇ ଆମ୍‌ ନୋ ମସିହା’। ଏହି ପୁସ୍ତକକୁ ପାଠକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳୁଛି। ଏବେ ସୋନୁଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଭିନେତାଙ୍କ ହୋମ୍‌ଟାଉନ୍‌ ମୋଗା (ପଞ୍ଜାବ)ର ଏକ ରାସ୍ତାର ନାମ ସୋନୁଙ୍କ ସ୍ବର୍ଗୀୟ ମା’ଙ୍କ ନାମରେ ନାମିତ କରାଯାଇଛି। ଏହା ଜଣାପଡ଼ିବା ପରେ ସୋନୁ ଭାବପ୍ରବଣ ହୋଇପଡ଼ିଛନ୍ତି। ସେ ନିଜର ଟ୍ବିଟରରେ ରାସ୍ତା ଉଦ୍‌ଘାଟନ ସମୟର କିଛି ଫଟୋ ଶେୟାର କରିଛନ୍ତି। କ୍ୟାପଶନରେ ଲେଖିଛନ୍ତି, ଏହା ହେଉଛି ମୋର ସବୁଠାରୁ ବଡ଼ ଉପଲବ୍ଧି। ମୋ ମା’ଙ୍କ ନାମରେ ଗୋଆର ଏକ ରାସ୍ତାର ନାମ ପ୍ରଫେସର ସରୋଜ ସୁଦ ରୋଡ ରଖାଯାଇଛି। ମିସ୍‌ ୟୁ ମା’ ବୋଲି ସେ ଲେଖିଛନ୍ତି। ସୋନୁଙ୍କ ଏହି ପୋଷ୍ଟପରେ ପ୍ରଶଂସକମାନେ ନିଜର ପ୍ରତିକ୍ରିୟ ଦେଉଛନ୍ତି।
ଅନ୍ୟ ଏକ ପୋଷ୍ଟରେ ସୋନୁ ଲେଖିଛନ୍ତି, ଏହା ହେଉଛି ସେହି ରାସ୍ତା ଯେଉଁଠାରେ ମୁଁ ସାରା ଜୀବନ ବିତାଇଛି। ଘରୁ କଲେଜ ପର୍ଯ୍ୟନ୍ତ ଏବଂ କଲେଜରୁ ଘରକୁ ଯାଇଛି। ଏହା ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେବ ବୋଲି ସୋନୁ ଲେଖିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି , ଏହାକୁ ଦେଖି ମୋ’ ମା’ବାପା ସ୍ବର୍ଗରୁ ନିଶ୍ଚୟ ହସୁଥିବେ। ଏହାକୁ ଦେଖିବା ପାଇଁ ସେ ମୋ’ ପାଖରେ ଥିଲେ ଭଲ ହୋଇଥାନ୍ତା ବୋଲି ସୋନୁ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜୀବନ ପ୍ରତି ବିପଦ ! ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିଥିବା ବେଳେ..

ବମ୍ବେ: ଦବଙ୍ଗ ଖାନ୍‌ ସଲମାନଙ୍କ ଜୀବନକୁ ବିପଦ ଥିବା ପୋଲିସ ସନ୍ଦେହ କରୁଛି। କାରଣ ଉତ୍ତରାଖଣ୍ଡରୁ ସଲମାନଙ୍କୁ ହତ୍ୟା କରିବା ପାଇଁ ରେକି କରୁଥିବା ଜଣେ...

ବିବାହ ପୂର୍ବରୁ ‘ଆର୍‌’ ଟୋପି ପିନ୍ଧିଲେ ପରିଣୀତି

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ୨୪ ସେପ୍ଟେମ୍ବରରେ ଉଦୟପୁରରେ...

ଅକ୍ଷୟଙ୍କ ସହ ଫାଇଟ୍‌ ଟ୍ରେନିଂ ମଜାଦାର ଥିଲା: ହୁମା

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀ ହୁମା କୁରେଶୀ ନିକଟରେ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମ ‘ବେଲ୍‌ ବଟମ୍‌’ ସେଟ୍‌ରୁ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ...

ଫେବୃୟାରୀ ୧୪ରେ ପୁଣି ଭାରତରେ ରିଲିଜ ହେବ ‘ଜୋକର୍‌’

ବମ୍ବେ: ପୁଣି ଥରେ ଭାରତରେ ରିଲିଜ୍‌ ହେବ ଚର୍ଚ୍ଚିତ ହଲିଉଡ୍‌ ଚଳଚ୍ଚିତ୍ର ‘ଜୋକର୍‌’। ଜ୍ୱାକୁଇନ୍‌ ଫୋନେକ୍ସଙ୍କ ଅଭିନୀତ ଏହି ଫିଲ୍ମକୁ ଫେବୃୟାରୀ ୧୪ରେ ରିଲିଜ୍‌ କରାଯିବ।...

ଜନ୍ମଦିନରେ ନଗ୍ନ ଫଟୋ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତା

ଜନ୍ମଦିନରେ ନିଜର ନଗ୍ନ ଫଟୋ ଶେୟାର କରି ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ। ନଭେମ୍ବର ୪ରେ ମିଲିନ୍ଦ ନିଜର ୫୫ତମ...

ସିଦ୍ଧାନ୍ତଙ୍କୁ ଡେଟ କରୁଛନ୍ତି ନବ୍ୟା: ପ୍ରକାଶ କଲେ ନିଜ ବିବାହ ଯୋଜନା…

ମୁମ୍ବାଇ : ବିଗ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦା ନଭେଲି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ରହିଛନ୍ତି।...

ରାତି ଅଧରେ ‘ମନତ୍‌’ରେ ପହଞ୍ଚିଲେ ସଲମାନ

ମୁମ୍ବାଇ ,୩।୧୦: ଡ୍ରଗ୍ସ ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌ ଗିରଫ ହେବା ଖବର ବଲିଉଡ୍‌ରେ ହଇଚଇ ସୃଷ୍ଟି କରିଛି। ରବିବାର...

ଖବର କାଗଜ ବିକାଳି ପିଲାକୁ ନେଇ ଏତେ ବଡ ପୋଷ୍ଟ ଲେଖିଲେ ଅମିତାଭ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଏବେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ। ମଙ୍ଗଳବାର ସେ ଫେସ୍‌ବୁକରେ ଏମିତି ଏକ ପୋଷ୍ଟ ଲେଖିଛନ୍ତି ଯାହାକୁ ଏପର୍ଯ୍ୟନ୍ତ...

Advertisement
Archives

Model This Week