ସୋନୁଙ୍କୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ମୁମ୍ବାଇ: ଗତବର୍ଷ କରୋନା ଲକ୍‌ଡାଉନ ସମୟରେ ପ୍ରବାସୀଙ୍କ ପାଇଁ ଦେବଦୂତ ସାଜିଥିବା ବଲିଉଡ୍ ଅଭିନେତା ସୋନୁ ସୁଦଙ୍କର ନୂଆ ଫିଲ୍ମ ଖୁବଶୀଘ୍ର ପରଦାକୁ ଆସିବ । ସୋନୁଙ୍କ ଏହି ନୂଆ ପ୍ରୋଜେକ୍ଟ ବିଷୟରେ ମହାନାୟକ ଅମିତାଭ ବଚ୍ଚନ ଜଣାଇଛନ୍ତି । ଅମିତାଭ ଟୁଇଟ୍ କରି ସୋନୁଙ୍କ ଅଭିନୀତ ଫିଲ୍ମ ‘କିଷାନ’ କଥା କହିଛନ୍ତି ଓ ଏହାସହ ସୋନୁଙ୍କୁ ଏଥିପାଇଁ ଶୁଭେଚ୍ଛା ବି ଜଣାଇଛନ୍ତି । ଅମିତାଭ ଟୁଇଟ୍ କରି ଲେଖିଛନ୍ତି ଫିଲ୍ମ କିଷାନ ପାଇଁ ସୋନୁଙ୍କୁ ଶୁଭେଚ୍ଛା । ଇ ନିୱାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ସୋନୁ ସୁଦଙ୍କ ଦ୍ୱାରା ଅଭିନିତ ଏହି ଫିଲ୍ମକୁ ଡ୍ରିମଗର୍ଲ ଫିଲ୍ମର ନିର୍ଦ୍ଦେଶକ ରାଜ ସାଣ୍ଡିଲ୍ୟ ପ୍ରଯୋଜନା କରିଛନ୍ତି । ‘କିଷାନ’କୁ ନେଇ ଏହାଠାରୁ ବେଶି ଆଉ କିଛି ସୂଚନା ନାହିଁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜ ପ୍ରଥମ ଫିଲ୍ମ ଡ୍ରିମ ଗର୍ଲରେ ଡାଇରେକ୍ଟର ଡେବ୍ୟୁ କରିଥିଲେ ଏଥିରେ ଆୟୁଷ୍ମାନ ଖୁରାନା ନଜର ଆସିଥିଲେ । ବଲିଉଡ ଦୁନିଆର ଖଳନାୟକ ସୋନୁ ସୁଦଙ୍କ ଇମେଜ ଲକ୍‌ଡାଉନ ସମୟରେ ଏକବାର ବଦଳି ଯାଇଛି । ପ୍ରବାସୀଙ୍କୁ ସାହାଯ୍ୟ କରି ସେ ଯେମିତି ପାଲଟି ଯାଇଥିଲେ ସେମାନଙ୍କ ପାଇଁ ଦେବଦୂତ । ତାଙ୍କର ସାହାଯ୍ୟକୁ ଲୋକେ କେବେବି ଭୁଲ ପାରିବେ ନାହିଁ । ଏହି ଦେବଦୂତଙ୍କ ନାଁରେ ଏବେ ବିଭିନ୍ନ ସ୍ଥାନରେ ରେସ୍ତୋରାଁ ଖୋଲିଥିବା ବେଳେ କେହି କେହି ସୋନୁଙ୍କ ନାଁରେ ବ୍ୟବସାୟ ବି ଆରମ୍ଭ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ବାଲାକୋଟ-ଦି ଟ୍ରୁ ଷ୍ଟୋରି’ରେ ବିବେକ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ପରେ ଅଭିନେତା ବିବେକ ଓବେରୟ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଅଭିନୟ କରିବେ। ବାଲାକୋଟର...

ହ୍ରିତିକ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଏକ୍ସ ଓ୍ବାଇଫ୍‌

ମୁମ୍ବାଇ: ଫିଲ୍ମ ‘କହୋ ନା ପ୍ୟାର ହୈ’ରୁ ବଲିଉଡ୍‌ରେ ପାଦ ରଖିଥିବା ହ୍ରିତିକ୍‌ ରୋଶନ ଶୁକ୍ରବାର ନିଜର ୪୬ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ...

ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People...

ସୁଶାନ୍ତଙ୍କ ହାତ ଛାଡ଼ି ଏବେ ବିକ୍କିଙ୍କ ପ୍ରେମରେ ଅଙ୍କିତା, ଅଗଷ୍ଟରେ କରିପାରନ୍ତି ବିବାହ

ମୁମ୍ବାଇ: ସୁଶାନ୍ତଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଏବେ ଅଙ୍କିତା ଲୋଖଣ୍ଡେ ପୁଣି ଥରେ ପଡ଼ିଛନ୍ତି ପ୍ରେମରେ। ବ୍ୟବସାୟୀ ବିକ୍କି ଜୈନ୍‌ଙ୍କୁ ସେ ଡେଟ୍‌ କରୁଛନ୍ତି।...

ଆଥିୟାଙ୍କୁ ଡେଟ୍‌ କରୁଛନ୍ତି କେଏଲ୍‌ ରାହୁଲ, ସମ୍ପର୍କ ହେଉଛିି ନିବିଡ଼ !

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ପୁଣି ନିଜର ଲଭ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ। ଏବେ ସେ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟାଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି।...

ଅନନ୍ୟାଙ୍କ ବୋଲ୍ଡ ଲୁକ୍‌

ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଅନନ୍ୟା ପାଣ୍ଡେ ନିଜର ଗ୍ଲାମରସ ଓ ଚୁଲବୁଲି ଅନ୍ଦାଜକୁ ନେଇ ବେଶ୍ ପରିଚିତ । ବଲିଉଡ୍‌ରେ ଏଣ୍ଟ୍ରି କରିବା ପରେ...

ପୁଣି ଥରେ ମା’ ହେବାକୁ ଯାଉଛନ୍ତି ବି-ଟାଉନ୍‌ର ଏହି ଅଭିନେତ୍ରୀ

ବମ୍ବେ: ପୁଣିଥରେ ମା’ ହେବାକୁ ଯାଉଛନ୍ତି ବଲିଉଡ୍‌ର ବେବୋ ଓରଫ କରିନା କପୁର ଖାନ୍‌। ତୈମୁରଙ୍କ ପରେ ଦ୍ୱିତୀୟ ସନ୍ତାନ ହେବାକୁ ଯାଉଥିବା ନେଇ ସେ...

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପୁଅ

ମୁମ୍ବାଇ: ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟାଙ୍କ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରିୟାଙ୍କ ଫିଲ୍ମ ନିର୍ମାତା କରୀମ ମୋରାନୀଙ୍କ ସାନ ଝିଅ ଶାଜା...

Advertisement

BGU

Archives

Model This Week

Why Dharitri