ପ୍ରବାସୀଙ୍କ ପାଇଁ ଭଗବାନ ସାଜିଥିବା ସୋନୁଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ଏହା କବଳରୁ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ବର୍ତ୍ତି ପାରିନାହିଁ। କରୋନା କାଳରେ ଗରିବ ଲୋକଙ୍କ ପାଇଁ ଭଗବାନ ସାଜିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଏବେ କରୋନା କବଳରେ। ଶନିବାର ସୋନୁଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମସ୍ତ ସତର୍କତା ଅବଲମ୍ବନ କରି ସେ ନିଜକୁ ହୋମ୍‌ କ୍ୱାରାଣ୍ଟାଇନ୍‌ କରିନେଇଛନ୍ତି। ଏନେଇ ସେ ନିଜେ ଟୁଇଟ କରି ପ୍ରଶଂସକଙ୍କୁ ଜଣାଇଛନ୍ତି। ଏଥିସହ ସେ ନିଜ ପ୍ରଶଂସକଙ୍କୁ ଚିନ୍ତା ନ କରିବାକୁ କହିଛନ୍ତି। ଖୁବ୍‌ଶୀଘ୍ର ସେ ଭଲ ହୋଇ ଲୋକଙ୍କ ସାହାଯ୍ୟ ପୁଣି ଆଗକୁ ଆସିବେ ବୋଲି ସୋନୁ ଟୁଇଟ କରି କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ କରୋନା ସମୟରେ ପ୍ରବାସୀଙ୍କୁ ନିଜ ଘରକୁ ପହଞ୍ଚାଇବାକୁ ହେଉ କିମ୍ବା ସେମାନଙ୍କୁ ରୋଜଗାରକ୍ଷମ କରିବାକୁ ସୋନୁ ଆଗକୁ ଆସିଥିଲେ। ସେହି ସମୟରେ ତାଙ୍କର ଏଭଳି କାର୍ଯ୍ୟକୁ ସବୁ ମହଲରେ ବେଶ୍‌ ପ୍ରଶଂସା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରାଖଣ୍ଡରେ ଜାରି ହେଲା ରେଡ୍‌ ଆଲର୍ଟ

ଡେରାଡୁନ୍‌, ୧୭।୧୦: ଉତ୍ତରାଖଣ୍ଡରେ ସୋମବାର ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରିଛି। ଏପରି କି ୧୭...

ଭାଜପାର ଚା’ ବାଲାର ଜବାବ କଂଗ୍ରେସ କ୍ଷୀର ବାଲାରେ ଦେଲା…

ଶିମଲା,୧୧।୧୨ : ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏପରି କରି କଂଗ୍ରେସ ଭାଜପାର ଚା’ ବାଲାର...

ମଝି ରାସ୍ତାରେ କାର୍‌ରେ ନିଆଁ ଲଗାଇ ଫାଇରିଙ୍ଗ୍‌ କଲେ ଯୁବକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମଥୁରା,୨୬।୯: ଉତ୍ତରପ୍ରଦେଶ ମଥୁରାରେ ଜଣେ ଯୁବକ ମଝିରାସ୍ତାରେ ନିଜ କାର୍‌କୁ ନିଆଁ ଲଗାଇ ଜଳାଇ ଦେଇଛନ୍ତି। ଏହା ସହିତ ସେ ଫାଇରିଙ୍ଗ୍‌ ମଧ୍ୟ କରିଛନ୍ତି। ଯୁବକ...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି…

ଶରୀର ପାଇଁ ଉଷୁମ ପାଣି ଚିକିତ୍ସା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ପ୍ରକିୟା ସ୍ବାଭାବିକ ହେବା ସହିତ ହାର୍ଟଆଟାକ୍‌ ଆଶଙ୍କା ଦୂର...

ବିଚାରପତିଙ୍କୁ ମିଳୁଛି ଧମକ-ସୁପ୍ରିମକୋର୍ଟଙ୍କୁ ନିଜ ପକେଟରେ ରଖିବାକୁ ଉଦ୍ୟମ: ଆଇନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କଲେ ସଞ୍ଜୟ…

ମୁମ୍ବାଇ,୧୯।୩ : ଉଦ୍ଧବ ଠାକରେ ଦଳର ଏମ୍‌ପି ସଞ୍ଜୟ ରାଉତ ଭାଜପା ସରକାରଙ୍କୁ ରବିବାର କଡ଼ା ସମାଲୋଚନା କରଛନ୍ତି। ସେ କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ମଧ୍ୟ...

ନିର୍ବନ୍ଧ କରି ଚର୍ଚ୍ଚାରେ ଅନନ୍ୟା ପାଣ୍ଡେଙ୍କ ଭଉଣୀ

ବମ୍ବେ: ପ୍ରେମିକ ଆଇଭୋର ମେକ୍ରେଙ୍କ ସହ ସମ୍ପର୍କକୁ ଆଗକୁ ବଢ଼ାଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭଉଣୀ ଏବଂ ସୋସିଆଲ ମିଡିଆ ସେନ୍‌ସେସନ୍‌ ଅଲାନା...

ଖିଲାଡ଼ି ବୟଙ୍କ ସମ୍ପର୍କରେ ଏଭଳି କହିଥିଲେ ଖିଲାଡ଼ି ଗର୍ଲ….

ମୁମ୍ବାଇ, ୮।୬: ବଲିଉଡ୍‌ର ଖିଲାଡି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଶିଳ୍ପା ଶେଟ୍ଟିଙ୍କୁ ମଙ୍ଗଳବାର ୪୬ ବର୍ଷ ପୂରଣ ହୋଇଛି। ସେ ୧୯୭୫ ଜୁନ...

ନିକ୍‌ଙ୍କ ବୟସ କମାଇ ଟ୍ରୋଲ୍‌ ହେଲେ ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ବୟସ କମ୍‌ ଲେଖି ଟ୍ରୋଲ୍‌ ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ନିକ୍‌ ଟକିଲା ବ୍ରାଣ୍ଡ୍‌...

Advertisement
Archives

Model This Week