ମତ୍ର ୪ ବର୍ଷ ବୟସରୁ ବାପାଙ୍କ ସହ ବିବାହ ପାର୍ଟିରେ ଗୀତ ଗାଉଥିଲେ ସୋନୁ ନିଗମ: ଏମିତି ହେଲେ ଦାମୀ ସିଙ୍ଗର

ଗାୟକ ସୋନୁ ନିଗମ ୩୦ ଜୁଲାଇ ୧୯୭୩ ମସିହାରେ ହରିୟାଣାର ଫରିଦାବାଦରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ସୋନୁଙ୍କ ନଜର ସଙ୍ଗୀତ ପ୍ରତି ଥିଲା। ସେ ତାଙ୍କ ବାପାଙ୍କଠାରୁ ଏହି କୌଶଳ ପାଇଥିଲେ। ଯଦିଓ ସେ ବର୍ତ୍ତମାନ ବଲିଉଡର ଜଣାଶୁଣା ଗାୟକଙ୍କ ମଧ୍ୟରୁ ଅନ୍ୟତମ ମାତ୍ର ଏକ ସମୟ ଥିଲା ଯେତେବେଳେ ସେ ବିବାହରେ ଗୀତ ଗାଉଥିଲେ। ସୋନୁ ନିଗମଙ୍କ ଜନ୍ମଦିନରେ, ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି କଥା ।

ଚାରି ବର୍ଷ ବୟସରୁ ସୋନୁ ତାଙ୍କ ପିତା ଆଗମ ନିଗମଙ୍କ ସହ ଷ୍ଟେଜ ଶୋ, ପାର୍ଟି ଏବଂ ବିବାହରେ ଗୀତ ଗାଇବା ଆରମ୍ଭ କରିଥିଲେ। ସୋନୁଙ୍କ ପିତା ମଧ୍ୟ ସର୍ବୋତ୍ତମ ଗାୟକମାନଙ୍କ ମଧ୍ୟରୁ ଜଣେ ଥିଲେ। ଭେଟେରାନ ଗାୟକ ମହମ୍ମଦ ରଫିଙ୍କ ଠାରୁ ସୋନୁ ନିଗମ ବହୁତ ପ୍ରଭାବିତ ହୋଇଛନ୍ତି। ପ୍ରଥମ ଦିନରେ ସେ ମଞ୍ଚରେ ରଫିଙ୍କ ଗୀତ ଗାଇଥିଲେ।

୧୮ ବର୍ଷ ବୟସରେ ସୋନୁ ବାପାଙ୍କ ସହ ମୁମ୍ବାଇରେ ପହଞ୍ଚିଥିଲେ। ସେ ସେଠାରେ ସଙ୍ଗୀତକୁ ନେଇ କ୍ୟାରିୟର କରିବା ଆରମ୍ଭ କରିଥିଲେ। ସୋନୁ ନିଗମ ଗୁରୁ ଗୁଲାମ ମୁସ୍ତାଫା ଖାନଙ୍କ ଠାରୁ ତାଲିମ ନେଇଥିଲେ। ତେବେ ମୁମ୍ବାଇରେ ପହଞ୍ଚିବା ପରେ ସୋନୁ ନିଗମଙ୍କ ଯାତ୍ରା ଏତେ ସହଜ ନଥିଲା। ସେ ଟଙ୍କା ରୋଜଗାର କରିବା ପାଇଁ ଷ୍ଟେଜ ଶୋ’ ଜାରି ରଖିଥିଲେ।

ରିଆଲିଟି ଶୋ ‘ସାରେଗାମା’ରେ ସୋନୁଙ୍କୁ ଏକ ପରିଚୟ ମିଳିଥିଲା। ଏହି ଶୋ’ ୧୯୯୫ରେ ପ୍ରସାରିତ ହୋଇଥିଲା। ଏହି ସମୟରେ ସେ ଟି ସିରିଜର ମାଲିକ ଗୁଲଶନ କୁମାରଙ୍କୁ ଭେଟିଥିଲେ। ଗୁଲଶାନ କୁମାର ସୋନୁଙ୍କୁ ‘ବଓ୍ବୋଫା ସାନମ’ରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ। ତାଙ୍କର ଗୀତ ‘ଅଛା ସିଲା ଦିୟା ତୁନେ ମେରେ ପ୍ୟାର୍‌ କା’ ଏହି ଫିଲ୍ମରେ ସୁପରହିଟ୍‌ ହୋଇଥିଲା। ଏହା ପରେ ସୋନୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ବଲିଉଡ୍‌ରେ ‘ମୁକାବଲା’, ‘ସବ୍‌ନମ’, ’ଆଗ’, ’ହଲ୍‌ଚଲ’ ଚଳଚ୍ଚିତ୍ର ସୋନୁ ନିଗମଙ୍କୁ ଏକ ପରିଚୟ ଦେଇଥିଲା। ୧୯୯୭ରେ ଚଳଚ୍ଚିତ୍ର ‘ବର୍ଡର’ ରେ ସନ୍ଦେଶ ଆତିହେ ଗୀତ ଗାଇଥିଲେ। ଏହି ଗୀତ ହିଁ ତାଙ୍କୁ ସମଗ୍ର ଦେଶରେ ଲୋକପ୍ରିୟ କରାଇଥିଲା।

ହିନ୍ଦୀ ବ୍ୟତୀତ ସୋନୁ ନିଗମ ଇଂରାଜୀ, କନ୍ନଡ, ବଙ୍ଗାଳୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ମରାଠି, ଭୋଜପୁରୀ, ନେପାଳି ଭାଷାରେ ଗୀତ ଗାଇଛନ୍ତି। ସୋନୁ ତାଙ୍କ ଗୀତ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠାରୁ ଦାମୀ କାର୍ କିଣିଲେ କଙ୍ଗନା, ଲକଜରୀ ସେଡାନ କାର କିଣିବାରେ ପ୍ରଥମ ଭାରତୀୟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଅଭିନୀତ ମୁଭି ‘ଧାକଡ’ ରିଲିଜ୍ ହୋଇଛି । ଏଥିରେ କଙ୍ଗନାଙ୍କ ସହ ଅଭିନେତା ଅର୍ଜୁନ ରାମପାଲ ଓ ଦିବ୍ୟା...

‘ଗଦ୍ଦର ୩’କୁ ନେଇ ପ୍ରତିକ୍ରିୟା ରଖିଲେ ଅମିଶା

ମୁମ୍ବାଇ: ବଲିଉଡର ଅଗାଧାଡିର ନାୟକ ସନ୍ନି ଦଓ୍ବେଲ ଓ ଆଗଧାଡିର ନାୟିକା ଅମିଶା ପଟେଲଙ୍କ ଅଭିନୀତ ମୁଭି ‘ଗଦ୍ଦର ୨’ ବକ୍ସ ଅଫିସରେ ତହଲକା ମଚାଉଛି।...

ଝିଅକୁ ପ୍ରଥମଥର ଥର କୋଳରେ ଧରି କାନ୍ଦିଲେ ରଣବୀର

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଝିଅ ଜନ୍ମପରେ ପିତା ରଣବୀର କପୁର ମଧ୍ୟ ବେଶ୍‌ ଖୁସି ଅଛନ୍ତି। ଆଲିଆ ଗର୍ଭବତୀ...

ମିଳୁନି ପାରିଶ୍ରମିକ, ଦୁଃଖ ଶେୟାର କଲେ ହସର ରାଣୀ

ମୁମ୍ବାଇ: ଛୋଟପରଦାର ସବୁଠାରୁ ସଫଳ ହାସ୍ୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଭାରତୀ ସିଂ ଅନ୍ୟତମ। ସେ ବର୍ଷ ବର୍ଷ ଧରି କମେଡି ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରିଆସୁଛନ୍ତି।...

ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଲେଖିଲେ ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା- ସ୍ବାମୀ ନିକ୍‌ ଜୋନାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା। ପ୍ରିୟଙ୍କା ଏବଂ ନିକ୍‌ ସରୋଗେସି ମାଧ୍ୟମରେ ନିକଟରେ...

ଜେଲରେ ଅସୁସ୍ଥ ହୋଇପଡ଼ିଲେ ଅଭିନେତ୍ରୀ: ଅଶ୍ଲୀଳ ଭିଡିଓ ଅପଲୋଡ କରି ହୋଇଥିଲେ ଗିରଫ

ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା ଟିଭି ଅଭିନେତ୍ରୀ ଗହନା ବରିଷ୍ଠ ଭାୟଖଲା ଜେଲରେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଜେଲ ଡାକ୍ତରଖାନାରେ ଭର୍ତ୍ତି...

‘ବାଗି-୩’ରେ ଦିଶାଙ୍କ ହଟ୍‌ ଆଇଟମ୍‌ ନଂ ‘ଡୁ ୟୁ ଲଭ୍‌ ମି’ ରିଲିଜ, ଦେଖନ୍ତୁ ଭିଡିଓ

ବମ୍ବେ: ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଦିଶା ପଟାନୀ। ନିକଟରେ ରିଲିଜ ହୋଇଥିଲା ଦିଶା- ଆଦିତ୍ୟ କପୁର ଅଭିନୀତ ଫିଲ୍ମ...

କେତେବେଳେ ହିରୋ କେତେବେଳେ ଜିରୋ

ଖୁସି କ୍ରିଏସନ୍ସ ବ୍ୟାନରରେ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ହିରୋ ନଂ ଜିରୋ’। ଚିତ୍ରର କାହାଣୀ, ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି...

Advertisement
Archives

Model This Week