ମତ୍ର ୪ ବର୍ଷ ବୟସରୁ ବାପାଙ୍କ ସହ ବିବାହ ପାର୍ଟିରେ ଗୀତ ଗାଉଥିଲେ ସୋନୁ ନିଗମ: ଏମିତି ହେଲେ ଦାମୀ ସିଙ୍ଗର

ଗାୟକ ସୋନୁ ନିଗମ ୩୦ ଜୁଲାଇ ୧୯୭୩ ମସିହାରେ ହରିୟାଣାର ଫରିଦାବାଦରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ସୋନୁଙ୍କ ନଜର ସଙ୍ଗୀତ ପ୍ରତି ଥିଲା। ସେ ତାଙ୍କ ବାପାଙ୍କଠାରୁ ଏହି କୌଶଳ ପାଇଥିଲେ। ଯଦିଓ ସେ ବର୍ତ୍ତମାନ ବଲିଉଡର ଜଣାଶୁଣା ଗାୟକଙ୍କ ମଧ୍ୟରୁ ଅନ୍ୟତମ ମାତ୍ର ଏକ ସମୟ ଥିଲା ଯେତେବେଳେ ସେ ବିବାହରେ ଗୀତ ଗାଉଥିଲେ। ସୋନୁ ନିଗମଙ୍କ ଜନ୍ମଦିନରେ, ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି କଥା ।

ଚାରି ବର୍ଷ ବୟସରୁ ସୋନୁ ତାଙ୍କ ପିତା ଆଗମ ନିଗମଙ୍କ ସହ ଷ୍ଟେଜ ଶୋ, ପାର୍ଟି ଏବଂ ବିବାହରେ ଗୀତ ଗାଇବା ଆରମ୍ଭ କରିଥିଲେ। ସୋନୁଙ୍କ ପିତା ମଧ୍ୟ ସର୍ବୋତ୍ତମ ଗାୟକମାନଙ୍କ ମଧ୍ୟରୁ ଜଣେ ଥିଲେ। ଭେଟେରାନ ଗାୟକ ମହମ୍ମଦ ରଫିଙ୍କ ଠାରୁ ସୋନୁ ନିଗମ ବହୁତ ପ୍ରଭାବିତ ହୋଇଛନ୍ତି। ପ୍ରଥମ ଦିନରେ ସେ ମଞ୍ଚରେ ରଫିଙ୍କ ଗୀତ ଗାଇଥିଲେ।

୧୮ ବର୍ଷ ବୟସରେ ସୋନୁ ବାପାଙ୍କ ସହ ମୁମ୍ବାଇରେ ପହଞ୍ଚିଥିଲେ। ସେ ସେଠାରେ ସଙ୍ଗୀତକୁ ନେଇ କ୍ୟାରିୟର କରିବା ଆରମ୍ଭ କରିଥିଲେ। ସୋନୁ ନିଗମ ଗୁରୁ ଗୁଲାମ ମୁସ୍ତାଫା ଖାନଙ୍କ ଠାରୁ ତାଲିମ ନେଇଥିଲେ। ତେବେ ମୁମ୍ବାଇରେ ପହଞ୍ଚିବା ପରେ ସୋନୁ ନିଗମଙ୍କ ଯାତ୍ରା ଏତେ ସହଜ ନଥିଲା। ସେ ଟଙ୍କା ରୋଜଗାର କରିବା ପାଇଁ ଷ୍ଟେଜ ଶୋ’ ଜାରି ରଖିଥିଲେ।

ରିଆଲିଟି ଶୋ ‘ସାରେଗାମା’ରେ ସୋନୁଙ୍କୁ ଏକ ପରିଚୟ ମିଳିଥିଲା। ଏହି ଶୋ’ ୧୯୯୫ରେ ପ୍ରସାରିତ ହୋଇଥିଲା। ଏହି ସମୟରେ ସେ ଟି ସିରିଜର ମାଲିକ ଗୁଲଶନ କୁମାରଙ୍କୁ ଭେଟିଥିଲେ। ଗୁଲଶାନ କୁମାର ସୋନୁଙ୍କୁ ‘ବଓ୍ବୋଫା ସାନମ’ରେ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ। ତାଙ୍କର ଗୀତ ‘ଅଛା ସିଲା ଦିୟା ତୁନେ ମେରେ ପ୍ୟାର୍‌ କା’ ଏହି ଫିଲ୍ମରେ ସୁପରହିଟ୍‌ ହୋଇଥିଲା। ଏହା ପରେ ସୋନୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ବଲିଉଡ୍‌ରେ ‘ମୁକାବଲା’, ‘ସବ୍‌ନମ’, ’ଆଗ’, ’ହଲ୍‌ଚଲ’ ଚଳଚ୍ଚିତ୍ର ସୋନୁ ନିଗମଙ୍କୁ ଏକ ପରିଚୟ ଦେଇଥିଲା। ୧୯୯୭ରେ ଚଳଚ୍ଚିତ୍ର ‘ବର୍ଡର’ ରେ ସନ୍ଦେଶ ଆତିହେ ଗୀତ ଗାଇଥିଲେ। ଏହି ଗୀତ ହିଁ ତାଙ୍କୁ ସମଗ୍ର ଦେଶରେ ଲୋକପ୍ରିୟ କରାଇଥିଲା।

ହିନ୍ଦୀ ବ୍ୟତୀତ ସୋନୁ ନିଗମ ଇଂରାଜୀ, କନ୍ନଡ, ବଙ୍ଗାଳୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ମରାଠି, ଭୋଜପୁରୀ, ନେପାଳି ଭାଷାରେ ଗୀତ ଗାଇଛନ୍ତି। ସୋନୁ ତାଙ୍କ ଗୀତ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର, ଅଟୋରିକ୍ସା ଭିତରେ ମଦ୍ୟପାନ କରି…

ନୂଆଦିଲ୍ଲୀ,୧୯ା୯: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଓ ନୃଶଂସ ଅପରାଧ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ପରେ ଛୁରିରେ ଭୁସି ହତ୍ୟା…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

ଗୁରୁତର ରୋଗୀଙ୍କୁ ଧମକ ଦେଇ ଡିସଚାର୍ଜ ଅଭିଯୋଗ

ଗୁଡ଼ାରି, ୧୮/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବାରେ ଅବହେଳା ଓ ଦୁର୍ବ୍ୟବହାର ଭଳି ଏକ ଅଭିଯୋଗ ଶୁକ୍ରବାର ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?