Posted inଜାତୀୟ

୨୦୧୪ ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ଦାୟୀ ସୋନିଆ-ମନମୋହନ

ନୂଆଦିଲ୍ଲୀ,୧୨।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଆତ୍ମଜୀବନୀ ପୁସ୍ତକ ‘ଦ ପ୍ରେସିଡ଼େନ୍ସିଆଲ୍‌ ଇୟର’ରେ ଉଲ୍ଲେଖ କରାଯାଇଥିବା ତଥ୍ୟ ନେଇ ଏବେ ଦେଶର ରାଜନୈତିକ ମହଲରେ ଉଷ୍ଣତା ଭରିବାରେ ଲାଗିଛି। ପୁସ୍ତକରେ ପ୍ରଣବ ବର୍ଣ୍ଣନା କରିଥିବା କେତେକ ଅଜଣା କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ରଣବ ଏଥିରେ ଲେଖିଛନ୍ତି ଯେ, ୨୦୧୪ ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦାୟୀ। ସୋନିଆଙ୍କ ଅଦୂରଦର୍ଶିତା ଏବଂ ମନମୋହନଙ୍କ କେତେକ ନୀତି ଯୋଗୁ କଂଗ୍ରେସକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଲା ବୋଲି ଏହି ପୁସ୍ତକରେ ଦର୍ଶାଯାଇଛି। ପ୍ରଣବ ଯଦି ପ୍ରଧାନମନ୍ତ୍ରୀ ରହିଥାନ୍ତେ ତେବେ ଏଭଳି ହୋଇ ନ ଥାନ୍ତା। କଂଗ୍ରେସର ଅଦୂରଦର୍ଶୀ ନୀତି ଯୋଗୁ ଭାଜପା କେନ୍ଦ୍ରରେ ସହଜରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିବା ପୁସ୍ତକରେ ଦଶର୍ର୍ାଯାଇଛି। ଏହି ପୁସ୍ତକ ବିଶ୍ୱବ୍ୟାପୀ ୨୦୨୧ ଜାନୁୟାରୀରେ ଲୋକାର୍ପିତ କରାଯିବ। ସୂଚନାଯୋଗ୍ୟ, ପ୍ରଣବ ମୃତ୍ୟୁ ପୂର୍ବରୁ ଏହି ପୁସ୍ତକ ଲେଖା କାମ ଶେଷ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଆତ୍ମହତ୍ୟା

କୋଲକତା,୧।୪: ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆଜି ଅନୁଷ୍ଠିତ ହେଉଥିବାବେଳେ ଏକ ଦୁଃଖଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଭାଜପା କାର୍ଯ୍ୟକର୍ତ୍ତା ଆତ୍ମହତ୍ୟା କରିଛନ୍ତି।...

ଗୁଆହାଟୀ ପୌର ନିର୍ବାଚନରେ ଭାଜପାକୁ ବଡ଼ ସଫଳତା

ଗୁଆହାଟୀ,୨୫।୪: ଆସାମର ଗୁଆହାଟୀ ପୌର ନିର୍ବାଚନରେ ଭାଜପାକୁ ବଡ଼ ସଫଳତା ମିଳିଛି। ୬୦ ଓ୍ବାର୍ଡ ବିଶିଷ୍ଟ ଏହି ପୌର ନିଗମର ୫୮ ଓ୍ବାର୍ଡରେ ଭାଜପା ଏବଂ...

ବଳାତ୍କାରୀଙ୍କୁ ମୁକ୍ତ କରାଯିବା ଯଥାର୍ଥ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୧୦: ବିଲ୍‌କିସ୍‌ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ୧୧ ଜଣ ଅନେକ ବର୍ଷ ସଜା କାଟିସାରିଛନ୍ତି। ସେମାନଙ୍କୁ...

ଭାରତକୁ ଆସିଛି ୧୫୦ କିଗ୍ରା ହେରୋଇନ୍‌: ତାଲିବାନ୍‌ ସଂଗଠନର ହାତ ସନ୍ଦେହ

ନୂଆଦିଲ୍ଲୀ,୨୦।୭: ଭାରତକୁ ଆଫଗାନିସ୍ତାନ ତଥା ପାକିସ୍ତାନରୁ ଆସିଥିବା ୧୫୦ କିଲୋଗ୍ରାମ୍‌ ହେରୋଇନ୍‌କୁ ଇତିମଧ୍ୟରେ ପୋଲିସ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୬ ହଜାର...

ପୋଲିସ ଗୁଳିରେ ଭାଜପା କର୍ମୀଙ୍କ ମୃତ୍ୟୁ

ସିଲିଗୁଡ଼ି, ୮।୧୨: ପଶ୍ଚିମବଙ୍ଗର ସୋମବାର ଅପରାହ୍ନରେ ପୋଲିସ ସହ ସଂଘର୍ଷରେ ଜଣେ ଭାଜପା କର୍ମୀଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ସିଲିଗୁଡ଼ିରେ ଉତ୍ତେଜନା ଦେଖାଦେଇଛି। ସିଲିଗୁଡିସ୍ଥିତ...

କରୋନା ପଜିଟିଭ୍‌ ପରେ ବି କମି ନାହିଁ ମନୋବଳ: ଯୋଗ, ବ୍ୟାୟାମ କରୁଛନ୍ତି ପୋଲିସକର୍ମୀ

ନୂଆଦିଲ୍ଲୀ,୨୪।୪: ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୋଇପଡ଼ିଛି। ସମସ୍ତେ ଏହି ସଂକ୍ରମଣକୁ ନେଇ ଭୟଭୀତ ହୋଇପଡ଼ିଥିବା ବେଳେ ଏହାରି ଭିତରେ ଦିଲ୍ଲୀ ପୋଲିସର...

ଶୁଭିବନି ଏମାନଙ୍କ ସ୍ବର

ନୂଆଦିଲ୍ଲୀ,୩୦ା୫(ଆଇଏଏନ୍‌ଏସ୍‌): ଭାରତର ନିର୍ବାଚନୀ ଇତିହାସରେ ବିଗତ ୩ ଦଶନ୍ଧି ଧରି ସେମାନେ ନିଜ ନିଜ ଦଳର ଦୃଢ଼ ସ୍ବର ପାଲଟିଥିଲେ। ନିଜ ନିର୍ବାଚନମଣ୍ଡଳୀ ତଥା ରାଜ୍ୟର...

ୟୁପିର ୫ ବାହୁବଳୀ ମାଫିଆ ଡନ୍‌: ବିରୋଧରେ ରହିଛି ହତ୍ୟା,ଲୁଟ ଆଦି ୨୦୦ରୁ ଅଧିକ ମାମଲା

ଲକ୍ଷ୍ନୌ, ୮।୭: ଉତ୍ତରପ୍ରଦେଶରେ ମାଫିଆ ଡନ୍‌ଙ୍କ କାହାଣୀ ବହୁ ପୁରୁଣା। କିଛି ଦିନ ତଳେ ୮ ପୋଲିସଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ବିକାଶ ଦୁବେ...

Advertisement
Archives

Model This Week