Posted inଜାତୀୟ

ହସ୍ପିଟାଲ ବେଡ୍‌ରୁ ବଡ଼ ନିଷ୍ପତ୍ତି ନେଲେ ସୋନମ ୱାଙ୍ଗଚୁକ, ଅନୁରୋଧ କରି କହିଲେ ଏମିତି…ସମସ୍ତେ ଆଶ୍ଚର୍ଯ୍ୟ

 

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ସରକାରୀ ହସ୍ପିଟାଲ ସଫଦରଜଙ୍ଗରେ ଭର୍ତ୍ତି ହୋଇଥିବା ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ହସ୍ପିଟାଲ ପ୍ରଶାସନକୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ନିଜକୁ ଡିସଚାର୍ଜ କରିବା ପାଇଁ ଦାବି କରିଛନ୍ତି, କାରଣ ତାଙ୍କୁ ‘କକରୋଚ ଜନତା ପାର୍ଟି’ (CJP)ର ସଂସଦ ମାର୍ଚ୍ଚରେ ସାମିଲ ହେବାର ଅଛି। ସୋନମ ୱାଙ୍ଗଚୁକ ସଫଦରଜଙ୍ଗ ହସ୍ପିଟାଲକୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, “ମୁଁ ଆଜି ବହୁତ ଭଲ ଅନୁଭବ କରୁଛି। ମୋର ସ୍ବାସ୍ଥ୍ୟ ପାରାମିଟରଗୁଡ଼ିକ ସାଧାରଣ ରହିଛି। ତେଣୁ ଅନୁରୋଧ କରୁଛି ଯେ, ଦୟାକରି ମତେ ହସ୍ପିଟାଲରୁ ଯିବାକୁ ଅନୁମତି ଦିଅନ୍ତୁ, ଯାହାଫଳରେ ମୁଁ ସଂସଦ ମାର୍ଚ୍ଚରେ ଯୋଗ ଦେଇପାରିବି।”

ସୋନମ ୱାଙ୍ଗଚୁକ ହସ୍ପିଟାଲକୁ ଲେଖିଥିବା ଚିଠିକୁ ନିଜର ଅଫିସିଆଲ ’X’ ଆକାଉଣ୍ଟରେ ଶେୟାର କରିଛନ୍ତି। ସେ ପୋଷ୍ଟର କ୍ୟାପଶନରେ ଲେଖିଛନ୍ତି, “ପ୍ରିୟ ସାଥୀମାନେ, ସୋନମ ୱାଙ୍ଗଚୁକ ଆପଣ ସମସ୍ତଙ୍କୁ ଭେଟିବା ପାଇଁ ବେଶ ଆତୁର ଏବଂ ଏଥିପାଇଁ ସମ୍ଭବ ସବୁ ପ୍ରକାର ଚେଷ୍ଟା କରୁଛନ୍ତି। ଆଜି ହସ୍ପିଟାଲକୁ ଚିଠି ଲେଖି ହସ୍ତାନ୍ତର କରିଦେଇଛି। ମୋ ସ୍ବାସ୍ଥ୍ୟ ଏବେ ଭଲ ଅଛି ଏବଂ ହସ୍ପିଟାଲ ଦାବି କରୁଛି ଯେ ମୁଁ କୌଣସି ପ୍ରକାର ଅଟକରେ ନାହିଁ, କିନ୍ତୁ ମୁଁ ବୁଝିପାରୁ ନାହିଁ ଯେ ତେବେ ମୋ ଉପରେ ଏତେ କଟକଣା କାହିଁକି ଲଗାଯାଇଛି? କାହିଁକି ମତେ ଡିସଚାର୍ଜ କରାଯାଉ ନାହିଁ?”

ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା VAMC ଏବଂ ସଫଦରଜଙ୍ଗ ହସ୍ପିଟାଲରେ ଜାରି ରହିଛି, ତାଙ୍କର ହୃଦସ୍ପନ୍ଦନ ଓ ଅନ୍ୟାନ୍ୟ ପାରାମିଟରଗୁଡ଼ିକ ସ୍ଥିର ରହିଛି। କିନ୍ତୁ ରକ୍ତ ପରୀକ୍ଷା ରିପୋର୍ଟକୁ ଦୃଷ୍ଟିରେ ରଖି ତାଙ୍କୁ ତତ୍ତ୍ୱାବଧାନରେ ରଖିବାର ଆବଶ୍ୟକତା ରହିଛି। ଡାକ୍ତରମାନଙ୍କର ଏକ ମଲ୍ଟି-ଡିସିପ୍ଲିନାରୀ ଟିମ ତାଙ୍କ ସ୍ଥିତି ଉପରେ କ୍ରମାଗତ ନଜର ରଖିଛନ୍ତି। ଯେକୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ବିନା କୌଣସି ବାଧାରେ କ୍ଲିନିକାଲ ମନିଟରିଂର ଆବଶ୍ୟକତା ରହିଛି। ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ଏବଂ ଶରୀର ସ୍ବାଭାବିକ ଅବସ୍ଥାକୁ ଫେରିବା ପାଇଁ ଅପେକ୍ଷା କରାଯାଉଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri